କାମ କରିବା ସମୟରେ ଖାଦ୍ୟ ସେବନ I ଗର୍ଭବତୀ ମହିଳା ମାନଙ୍କ ପାଇଁ ଖାଦ୍ୟ ବିଚାର I

କାମ କରିବା ସମୟରେ ଖାଦ୍ୟ ସେବନ I ଗର୍ଭବତୀ ମହିଳା ମାନଙ୍କ ପାଇଁ ଖାଦ୍ୟ ବିଚାର  I

 

କାର୍ଯ୍ୟମୟ ଜୀବନରେ ସନ୍ତୁଳନ ରକ୍ଷା କରିବା ସର୍ବଦା ସହଜ ହୋଇନଥାଏ I ମାତ୍ର ,ଯେତେବେଳେ ତୁମେ ଗର୍ଭବତୀ ହୋଇଥIଅ, ଖାଦ୍ୟ ପାନୀୟରେ ସର୍ବଦା ଧ୍ୟାନପୂର୍ବକ ରହିବI ଦରକାର କାରଣ ଏହା ପିଲାର ପୋଷଣର ପ୍ରାଥମିକ ସ୍ରୋତ ହୋଇଥାଏ I ପ୍ରତ୍ୟେକ ଦିନ ହାରାହାରି ଭାବରେ ଜଣେ ୩୦୦ କ୍ୟାଲୋରୀ ଅଧିକ ଖାଇବା ନିହାତି ଆବଶ୍ୟକ I ଯଦି ତୁମେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଅଛ ତେବେ ଖାଦ୍ୟ ସେବନ ଅଧିକ କରିବା ପାଇଁ ପଡିବ ଏବଂ ଅଧିକ ପୋଷକଯୁକ୍ତ ଖାଦ୍ୟ ସେବନ କାରିକୁ ହେବ I

ଯଦି ଆପଣଙ୍କୁ ସର୍ବଦା କାମରେ ଦୌଡିବା ପାଇଁ ପଡୁଥାଏ ତାହେଲେ ସନ୍ତୁଳିତ ଦ୍ବିପ୍ରହର ଖାଇବା, ସ୍ୱାସ୍ଥ୍ୟକର ଜଳଖିଆ ଖାଇବା କଷ୍ଟକର ହୋଇପାରେ ମାତ୍ର ଅନେକ ଉପାୟ ଅଛି ଯଦ୍ୱାରା ଠିକ ଭାବରେ ଖାଇ ପାରିବେ,ସକ୍ରିୟ ରହିପାରିବେ ଏବଂ ଅପ୍ରତ୍ୟକ୍ଷ ଭାବେ ପିଲାକୁ ପୋଷକ ତତ୍ୱ ପ୍ରଦାନ କରିପାରିବେ I

କାମ କରୁଥିବା ସମୟରେ କଣ ଜଳଖିଆ କରିପାରିବେ?

ବହୁ ପ୍ରକାରର ଖାଦ୍ୟ ଖାଆନ୍ତୁ ଯଦ୍ୱାରା ସୁଷମ ଖାଦ୍ୟର ଆବଶ୍ୟକତା ପୁରାଣ ହୋଇପାରିବ I ନିଜର ଜଳଖିଆ ପାଇଁ ଏକ ପୋଷକ ଚୟନ ରଖନ୍ତୁ I ଶୁଖିଲା ମୁସମୁଷୁ ଏବଂ ଅନ୍ୟ ନରମ ଖାଦ୍ୟ ପଦାର୍ଥ ଅତ୍ୟନ୍ତ ଭୋକ ଲାଗିଲା ବେଳେ ବହୁତ ଭଲ ଲାଗିଥାଏ I ଅଦା, ଅଦIର ଚାହା ବହୁତ ସାହାଯ୍ୟକାରୀ ହୋଇଥାନ୍ତି I ସର୍ବଦା ମୌସୁମୀ ଫଳ ଗୁଡିକୁ ନିଜ ବ୍ୟାଗରେ ରଖିବା ଏକ ଭଲ ଉପାୟ I ଘର ତିଆରି ସସ,ଚଟଣି ଏବଂ ଅଳ୍ପ ମସଲା ଦ୍ୱାରା ନିଜ ଖାଦ୍ୟକୁ ଅଧିକ ସ୍ୱାସ୍ଥ୍ୟକର ବନେଇ ପାରିବେ I

କାମ କରୁଥିବାବେଳେ ଖାଦ୍ୟ ଖାଇବା ଯେପରି ଆବଶ୍ୟକ ସେହିପରି ପାଣି ପିଇବା ମଧ୍ୟ ଆବଶ୍ୟକ,କାରଣ ଗର୍ଭବତୀ ମାନଙ୍କର ଶରୀର ଶୁଷ୍କ ନରହିବା ଦରକାର I ସର୍ବଦା ନିଜ ପାଖରେ ଏକ ପାଣି ବୋତଲ ରଖନ୍ତୁ  I ଖର୍ଚ କାମ କରିବା ପାଇଁ ପୁନଃବ୍ୟବହାର ଯୋଗ୍ୟ ବୋତଲ ବ୍ୟବହାର କରନ୍ତୁ ଯେଉଁଥିରେ କି ଟ୍ୟାପର ପାଣି ଭରିପାରିବେ I

ଆପଣ କିପରି ଜାଣିପାରିବେ ଯେ ଆପଣ ଠିକ ଭାବରେ ଦ୍ବିପ୍ରହର ଭୋଜନ କରୁଛନ୍ତି କି ନାହିଁ ?

ଯେହେତୁ ଆପଣ ସର୍ବଦା କାର୍ଯ୍ୟ ବ୍ୟସ୍ତତାରେ ରହୁଛନ୍ତି, ସାଧାରଣ ଭାବରେ ଖାଉଥିବା ଖାଦ୍ୟ ଏକମାତ୍ର ବିକଳ୍ପ ହୋଇଥାଏ I ତଥାପି ଦ୍ଵିପ୍ରହରେ ଖାଇବା ସମୟରେ ୨-୩ ଥର ପନିପରିବା ଏବଂ କିଛି ପ୍ରୋଟିନ ମଧ୍ୟ ଖାଇବାର ଆବଶ୍ୟକତା ଅଛି I ଏଥିରେ ସାଲାଡ଼ର ଆବଶ୍ୟକତା ଅଛି I

ଗର୍ଭାବସ୍ଥାରେ ଖାଇବା ପାଇଁ କିଛି ସୁନ୍ଦର ଉପାୟ I

ଅଙ୍କୁରିତ ହୋଇଥିବା ସାଲାଡ଼: ଅଂକୁର ଗୁଡିକ ପ୍ରୋଟିନ ଓ ଫାଇବରର ବହୁତ ଭଲ ସ୍ରୋତ ହୋଇଥାନ୍ତି ଏବଂ ଏହା ସହିତ ଯଦି ଜଳ ସମ୍ପୂର୍ଣ ପରିବI ଯେପରିକି କାକୁଡି,ବିଲାତି ଏବଂ କିଛି ମୂଳ ଯେପରିକି ଆଳୁ ଏବଂ ବିଟ ମିଶା ଯାଏ ତେବେ ଏହା ଏକ ସନ୍ତୁଳିତ ଖାଇବା ହୋଇପାରେ I

ଭଜା ହୋଇଥିବା ମୂଳ ଜାତୀୟ ଖାଦ୍ୟ: ଭଜା ହୋଇଥିବା ଆଳୁ ଅଥବା ଚିନି ଆଳୁ ବହୁତ ଭଲ ଜଳଖିଆ ହୋଇଥାଏ ଯାହାକି ଆପଣ ନିଜର ବ୍ୟାଗରେ ନେଇପାରିବେ I

ଶୁଖିଲା ଫଳ: ଗର୍ଭବତୀ ନାରୀମାନଙ୍କ ପାଇଁ ଏକ ସୁବିଧା ଜନକ ଉର୍ଜାଦାୟୀ ଖାଦ୍ୟ ହୋଇଥାଏ ଯାହାକି  କମ ଉର୍ଜାଦIଇ ସମୟରେ ବହୁତ ଲାଭଜନକ ହୋଇଥାଏ I ଏହି ସମୟରେ ଶୁଖିଲା ଫଳ ଗୁଡିକ ଶକ୍ତି ଯୋଗାଇଥାଏ ଯାହାକି କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ I

ଅଖରୋଟ: ଏହା ପ୍ରୋଟିନ ଏବଂ ଅନ୍ୟ ପୋଷକ ତତ୍ୱ ଗୁଡିକର ଏକ ଭଲ ସ୍ରୋତ ହୋଇଥାଏ ଏବଂ ଚିପ୍ସ ଖାଇବା ଅପେକ୍ଷା ଏହାକୁ ଖାଇବା ଅତ୍ୟନ୍ତ ଲାଭଜନକ ହୋଇଥାଏ.

କଟାହୋଇଥିବା ଚିକେନ ସାଲାଡ଼: ସବୁଜ ପନି ପରିବI ସହ ପ୍ରୋଟିନ ଦ୍ବିପ୍ରହର ଖାଇବା ପାଇଁ ଏକ ଭଲ ଉପାୟ ହୋଇଥାଏ I ଏକ ଭଲ ଭୋଜନ ପାଇଁ କଟା ଯାଇଥିବା ସାଲାଡ଼ ଏକ ଭଲ ଖାଦ୍ୟ ଅଟେ I

ମୂଳ ଜାତୀୟ ପରିବI,ଗରମ ମସଲା,କାବୁଲି ଚଣା ଏବଂ ହଳଦୀଯୁକ୍ତ ଭାତ: ସୁଗନ୍ଧିତ ହଳଦିଯୁକ୍ତ ଭାତ ସହ ମସଲା ଯୁକ୍ତ ମୂଳ ଜାତୀୟ ପରିବା ଏବଂ କାବୁଲି ଚଣା ଭାରତର ଏକ ସୁନ୍ଦର ଏବଂ ସହଜ ନିରାମିଷ ଭୋଜନ ଅଟେ I

କୁଇନୋଆ ସାଲାଡ଼: ଏହାକୁ ଆପଣ ପୂର୍ବରୁ ତିଆରି କରି ଫ୍ରିଜ ରେ ରଖିପାରିବେ I ତୁମକୁ ଭଲ ଲାଗୁଥିବା ମସଲା ସହ ତାଜା ଛୋଟ ହର୍ବ,କଟାଯାଇଥିବା ପରିବା,ପତଳା ମାଂସ,ଆଵୋକଡ /ଏକ ଫଳକୁ ମିଶାଇ ତୁମେ ନିଜର ପୁଷ୍ଟିକର ସାଲାଡ଼ ତିଆରି କରିପାରିବ I

ଲେମ୍ବୁ ଭାତ: ତରବରିଆ ସମୟରେ ଆପଣ ଏହି ସ୍ୱାଦିଷ୍ଟ ଖାଦ୍ୟଟିକୁ ତିଆରି କରି ଖାଇପାରିବେ I ବଂଚି ଯାଇଥିବା ଭାତ ସହ ହରଡ଼  ଡାଲି0 ,ଭଜା ଯାଇଥିବା ଚଣା ମିଶାଇ ଖାଲି ଭାତଠାରୁ ଏକ ସୁନ୍ଦର ଖାଦ୍ୟ ତିଆରି କରିପାରିବେ I

ସନ୍ଧ୍ୟାରେ ତୁରନ୍ତ ଭୋଜନ କରିବା ପାଇଁ ଆପଣ କଣ କରିପାରିବେ?

ଭାରତୀୟ ସ୍ୱାଦ ସହିତ ଏକ ତ୍ୱରିତ ସନ୍ଧ୍ୟା ଭୋଜନ ପାଇଁ ଏଗୁଡିକ ହେଉଛି ଭଲ ଉପାୟ:

: ଭାତ ସହିତ ଡ଼ାଲି,ପାଳଙ୍ଗ ଶାଗ ଏବଂ କିଛି ସବୁଜ ସାଲାଡ଼ I

: ରୁଟି ସହ ଏକ ତାଟିଆ ଡ଼ାଲି,ନିଜ ପସନ୍ଦର ପନିପରିବା,ଏକ ଜଳସସ ଲହୁଣିଯୁକ୍ତ କ୍ଷୀର ଏବଂ ସାଲାଡ଼ I

: ଡ଼ାଲି ମିଶୁଥିବା ଖିଚୁଡ଼ି ସହ ପରିବା ତରକାରୀ ଏବଂ ଏକ ତାଟିଆ ଦହି ସାଲାଡ଼ I

: ପରିବା ପଲାଉ ଅଥବା ଚିକେନ ରାଇସ ଏବଂ ଏକ ତାଟିଆ ଦହି ସାଲାଡ଼ I

: ସାଧା ପରଠା ସହ ଏକ ଗ୍ଲାସ କ୍ଷୀର ଏବଂ ସାଲାଡ଼ I

ଯେତେବେଳେ ଲୋକ ମାନେ କହିଥାନ୍ତି ଏକ ଗର୍ଭବତୀ ନାରୀ “ଦୁହିଁଙ୍କ ପାଇଁ ଖାଇଥାଏ”, ଏହାର ମାନେ ନୁହେଁ କି ସେ ନିଜର ଖାଇବା ର ମାତ୍ର ର ଦୁଇଗୁଣ କରିବା ବା ଦ୍ଵିଗୁଣ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା I ସାମାନ୍ୟ ଓଜନ ଥିବା ମହିଳାମାନଙ୍କ ପାଇଁ ଏହା ଉଚିତ ନୁହେଁ I ଯେଉଁ ମାନଙ୍କର BMI ୧୮.୫ ରୁ ୨୪.୯ ହୋଇଥାଏ ସେମାନେ ଗର୍ଭାବସ୍ଥାରେ ୧୧.୩ ରୁ ୧୫.୮ କି.ଗ୍ରା. ଓଜନ ବଢ଼ାଇ ପାରିବେ I ଅତ୍ୟଧିକ ଖାଇବା ହେତୁ ପିଲାର ସ୍ୱାସ୍ଥ୍ୟ ଭଲ ହୋଇନଥାଏ ବରଂ ଅନେକ ବିପଦ ପୁର୍ଣ ସ୍ଥିତି ଆଡକୁ ଗତି କରିଥାଏ I ସର୍ବଦା ନିଜର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ନିଜର ଏବଂ ଶିଶୁର ଓଜନ ସର୍ବଦା ମାପନ୍ତୁ,ନିଜର ଖାଦ୍ୟ ଅରହଣରେ ସର୍ବଦା ସନ୍ତୁଳନ ରକ୍ଷା କରନ୍ତୁ I

କେଉଁ ଖାଦ୍ୟକୁ ଖାଇବେ ନାହିଁ  I

: କଞ୍ଚା ଅଥବା ଅଳ୍ପ ରନ୍ଧାହୋଇଥିବା ଅଣ୍ଡା,ପରିବା,ମାଂସ,ପାଶ୍ଚରାଇଜଡ଼ ହେଇନଥିବା କ୍ଷୀର,ନରମ ଚିଜ କୁ ଖାନ୍ତୁ ନାହିଁ I ଏମାନେ ଲିସ୍ଟେରିଆ ଅଥବା ସାଲମୋନେଲା ଆଦି ସଂକ୍ରମଣ ର କାରଣ ହୋଇଥାନ୍ତି I

: ମଦ୍ୟପାନ ଅଥବା ଡ୍ରଗ୍ସ ସେବନ କରନ୍ତୁ ନାହିଁ I

: କ୍ୟାଫିନରୁ ଯେତେ ଦୁରେଇ ରହିବେ ସେତେ ଭଲ I ଏକ କପରୁ ଅଧିକ ପିଅନ୍ତୁ ନାହିଁ I

: ପ୍ରତ୍ୟକ୍ଷ ଭାବରେ ହେଉ ଅଥବା ଅପ୍ରତ୍ୟକ୍ଷ ଭାବରେ ଧୂମପାନ କରନ୍ତୁ ନାହିଁ I

: ଡବାରେ ଥିବା ଖାଦ୍ୟ ଗୁଡିକୁ ଖାନ୍ତୁ ନାହିଁ,ଏଥିରେ ଅନେକ ମିଶ୍ରଣ ଥିବା ହେତୁ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇନଥାଏ I

: ଅମୃତ ଭଣ୍ଡ ଖାନ୍ତୁ ନାହିଁ I ଏଥିରେ ପପାଇଂ ନାମକ ଏକ ଏଞ୍ଜାଇମ ଥାଏ ଏବଂଏହା ପିଲା ଜନ୍ମ ଦେବା ସମୟରେ ଯନ୍ତ୍ରଣାର କାରଣ ହୋଇଥାଏ I

: ଭିଟାମିନ ଅଥବା ହର୍ବଲ ଉତ୍ପାଦକ ଗୁଡିକ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ I

ଯଦି ଆପଣ ନିଜ ସହକର୍ମୀ ଅଥବା ବିଜନେସ ପାର୍ଟନରଙ୍କ ସହ ଖାଇବା ପାଇଁ ବାହାରକୁ ଯାଉଥାନ୍ତି ତେବେ ଏହି ନିୟମ ଗୁଡିକୁ ସର୍ବଦା ପାଳନ କରନ୍ତୁ :

ଫାଷ୍ଟ ଫୂଡ଼: ଏହା ପ୍ରାୟତ ଖାଇହେବ ମାତ୍ର ଏଥିରେ ଅତ୍ୟଧିକ ଫ୍ୟାଟ ଥାଏ ଏବଂ ଏଥିରେ ପୋଷକ ତତ୍ୱ କାମ ଥାଏ I

ଦ୍ବିପ୍ରହର ଖାଇବା: ଯଦି ମାଛ,କୁକୁଡ଼ା ମାଂସ,ମେଣ୍ଢା ମାଂସ ଥାଏ ତାହେଲେ ଏହାକୁ ଭଲ କରି ରାନ୍ଧିବାକୁ କୁହନ୍ତୁ I ଯେହେତୁ ଆପଣ ଗର୍ଭବତୀ ଅଛନ୍ତି ଆପଣଙ୍କୁ ନିଜ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ I କଞ୍ଚା ଅଣ୍ଡାରେ ତିଆରି ସାମୁଦ୍ରିକ ଖାଦ୍ୟ ଅଥବା ସସ ଖାନ୍ତୁ ନାହିଁ I

ସର୍ବଦା ମନେରଖନ୍ତୁ ଅନ୍ୟ ଗର୍ଭବତୀ ମାନଙ୍କ ପାଇଁ ଯାହା ଭଲ ତାହା ତୁମ ପାଇଁ ଭଲ ହୋଇ ନ ପରେ I ତେଣୁ ସର୍ବଦା ନିଜର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଯିଏକି ତୁମର ସ୍ୱାସ୍ଥ୍ୟବସ୍ଥା ଦେଖି ସେହି ଅନୁସାରେ ପରାମର୍ଶ ଦେବେ I

ଗର୍ଭାବସ୍ଥାରେ ଏକ ଭାରତୀୟ ଖାଦ୍ୟ ପ୍ରତ୍ୟେକ ପ୍ରକାର ପୋଷକ ତତ୍ୱ ରେ ଭାରି ରହିଥାଏ ଯାହାକି ତୁମର ଏବଂ ତୁମ ଶିଶୁର ନିହାତି ଆବଶ୍ୟକ.ଗର୍ଭବତୀ ନାରୀମାନେ ପାଞ୍ଚଟି ମୌଳିକ ଖାଦ୍ୟ ଖାଇବା ନିହାତି ଆବଶ୍ୟକ I ଶସ୍ୟ ଜାତୀୟ ଖାଦ୍ୟ,ପନୀ ପରିବା,ଫଳ,କ୍ଷୀର ଏବଂ ମାଛ,ମାଂସ ଇତ୍ୟାଦି I ଯେତେବେଳେ ଥକି ଯାଇଥିବା ଅଥବା ବିଶ୍ରାମ ନେଉଥିବା ସେହି ସମୟରେ ଏକ ଦକ୍ଷ ରୋଷେୟାର ସାହାଯ୍ୟ ନିୟନ୍ତୁ ଅଥବା ଘରେ ତିଆରି ଖାଦ୍ୟ ବିତରଣର ସାହାଯ୍ୟ ନିଅନ୍ତୁ I ସର୍ବଦା ମନେ ରଖନ୍ତୁ, ନିଜର କ’ଣ ଦରକାର ଅଥବା କ’ଣ ନ’ଦରକାର ତାଙ୍କୁ ସର୍ବଦା କୁହନ୍ତୁ I

Abhijit Panda, abhijitpanda9293@gmail.com