ସ୍ତନ୍ୟପାନ କରୁଥିବା ଶିଶୁର ଆଲର୍ଜି ଏବଂ ଖାଦ୍ୟ ସମ୍ବେଦନଶୀଳତା

ସ୍ତନ୍ୟପାନ କରୁଥିବା ଶିଶୁର ଆଲର୍ଜି ଏବଂ ଖାଦ୍ୟ ସମ୍ବେଦନଶୀଳତା

 

ପ୍ରଥମଥର ମା’ ହୋଇଥିବା ଜଣେ ମହିଳା ସବୁବେଳେ ଚିନ୍ତିତ ଥାଏ ଯେ, ସେ କ’ଣ ଖାଇଲେ ତା’ଠାରୁ କରୁଥିବା ଶିଶୁକୁ ସର୍ବୋତ୍କୃଷ୍ଟ ଖାଦ୍ୟସାର ମିଳିପାରିବ ।
ଯେହେତୁ ମା’ ଖାଉଥିବା କେତେକ ଖାଦ୍ୟପଦାର୍ଥ ଦ୍ୱାରା ତା’ଠାରୁ ସ୍ତନ୍ୟପାନ କରୁଥିବା ଶିଶୁଠାରେ ଆଲର୍ଜି ପରିଲକ୍ଷିତ ହେବାର ସମ୍ଭାବନା ଥାଏ, ଏହି ସନ୍ଦର୍ଭରେ ସେମିତି କିଛି ସାଧାରଣ ଆଲର୍ଜି ସୃଷ୍ଟି କରୁଥିବା ଖାଦ୍ୟ ପଦାର୍ଥ, ସେମାନଙ୍କର ଚିତ୍ର, ପ୍ରକାର ଏବଂ ସେମାନଙ୍କଠାରୁ ଦୂରେଇ ରହିବାର ଉପାୟ ବିଷୟରେ ବିସ୍ତୃତ ଭାବରେ ଆଲୋକପାତ କରାଯାଇଛି ।

ମା’ଟିଏ ଭାବିଲାଭଳି ସେ ଯାହା ଖାଏ ସେ ସବୁ ତା’ଠାରୁ ସ୍ତନ୍ୟପାନ କରୁଥିବା ଶିଶୁ ଶରୀରକୁ ଯାଇ ତା’ଠାରେ ଆଲର୍ଜି ସୃଷ୍ଟିକରେ – ତାହା ସତ୍ୟ ନୁହେଁ । ବାସ୍ତବିକ ଶତକଡ଼ା ୨ ବା ୩ ଭାଗ ଶିଶୁ ମା’ଠାରୁ ସ୍ତନ୍ୟପାନ କରି ମା ଖାଉଥିବା ଖାଦ୍ୟ ଦ୍ୱାରା ଆଲର୍ଜି ପୀଡ଼ିତ ହୁଅନ୍ତି ।

ସ୍ତନ୍ୟପାନ କରୁଥିବା ଶିଶୁଙ୍କଠାରେ ଦେଖାଯାଉଥିବା ସାଧାରଣ ଆଲର୍ଜି :-

ଶିଶୁ ଶରୀରରର ଆଲର୍ଜି ପ୍ରବଣତାର ମାତ୍ରା ଅନୁସାରେ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ସ୍ତନ୍ୟପାନ କରାଉଥିବା ମା’ଟି ଲକ୍ଷ୍ୟ କରିଥାଏ ଯେ, ତା’ ଶିଶୁ ଦେହରେ ନାଲି ନାଲି ଫଳି ଯାଏ, ଅଗିଆ ବାତ, ଶ୍ୱାସକ୍ରିୟାର ତୀବ୍ରତା ହୁଏ, ଦେହ କୁଣ୍ଡେଇ ହେବା ଏବଂ ଶିଶୁଟି ପେଲି ହେବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇଥାଏ ।
ମା’ମାନଙ୍କର ଗୋଟିଏ ସାଧାରଣ ଅଭିଯୋଗ ଥାଏ ଯେ, ଯେତେ ବୁଝାଇଲେ ବି ତାଙ୍କ ଶିଶୁର କାନ୍ଦ ବନ୍ଦ ହେଉନି । ଏହାର କାରଣ ସାଧାରଣତଃ ବାୟୁ ବା ଗ୍ୟାସ ଯୋଗୁଁ ହୋଇଥାଏ । ଆଉ ଗୋଟିଏ ଲକ୍ଷଣ ହେଲା ଶିଶୁଟି ତା’ର ଦୁଇ ଆଣ୍ଠୁକୁ ପେଟ ଆଡ଼କୁ ଜାକି ଶୋଉଛି ଏବଂ କ୍ଷୀର ଖାଇଲାପରେ ଅତ୍ୟଧିକ ଚଗଲା ହେଉଛି ।
ଗବେଷଣାରୁ ଜଣାପଡ଼ିଛି ଯେ, ମା ଖାଉଥିବା କେତେକ ଖାଦ୍ୟ ଶିଶୁଠାରେ ଗ୍ୟାସ୍ କରାଏ । କିନ୍ତୁ କେତେକ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଆଲରର୍ଜେନ ହିଁ ଏଥିପାଇଁ ଦାୟୀ । ଏହି କ୍ଷେତ୍ରରେ ଜଣେ ଶିଶୁ ଡାକ୍ତରଙ୍କ ପରାମର୍ଶ ନେବା ବିଧେୟ ।

କେତେକ ଖାଦ୍ୟ ସ୍ତନ୍ୟପାନ କରୁଥିବା ଶିଶୁଠାରେ ଆଲର୍ଜି ସୃଷ୍ଟି କରିବାର କାରଣ :-

ଏମିତି କୈାଣସି ନିର୍ଦ୍ଦିଷ୍ଟ ଖାଦ୍ୟ ତାଲିକା ନାହିଁ, ଯାହାକି ଜଣେ ସ୍ତନ୍ୟପାନ କରାଉଥିବା ମା’ ବର୍ଜନ କରିବ । ସ୍ତନ୍ୟପାନ କରାଉଥିବା ମା’ ସବୁ ଖାଦ୍ୟ ଖାଇପାରିବ । କେଉଁ ଶିଶୁ ସେ ସବୁ ଖାଦ୍ୟ ପାଇଁ ସମ୍ବେଦନଶୀଳ ହେବ ବା ନହେବ ତାହା ନିର୍ଦ୍ଧାରିତ ହୋଇପାରିବ ନାହିଁ ।
ଏଠାରେ କହିବା ପ୍ରଯୁଜ୍ୟ ଯେ, ଯାହା ମା’ ଖାଏ ତାହା ତା’ର ଶିଶୁ ଖାଏ । ଯେହେତୁ ଜଣେ ମା’ ହେଉଛି ତା ଶିଶୁର ପୁଷ୍ଟିର ଉତ୍ସ, ସେ ଏପରି ଖାଦ୍ୟ ଖାଇବା ଦରକାର ଯେ ତା’ ଶିଶୁ ଯେପରି ଖାଦ୍ୟରୁ କୈାଣସି ପୋଷକ ତତ୍ୱ ପାଇବାରୁ ବଂଚିତ ନ ହେବ । ମା’ ଜଣେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଉତ୍କୃଷ୍ଟ ଖାଦ୍ୟସାରର ତାଲିକା ପ୍ରସ୍ତୁତ କରି ତାହା ଖାଇବା ଦ୍ୱାରା ଶିଶୁର ବିକାଶ ଆଶାନୁରୂପ ହୁଏ ।

• ମା’ମାନେ ଗ୍ୟାସ୍ ସୃଷ୍ଟି କରୁଥିବା ପରିବା ଯଥା – ବନ୍ଧାକୋବି, ଗଜାମୁଗ, ଗଜାବୁଟ, ପିଆଜ, ଫୁଲକୋବି, କାକୁଡ଼ି, ବ୍ରୋକୋଲି ବା ବିଲାତି କୋବି ଏବଂ କ୍ୟାପ୍ସିକମ୍ ବା ସିମଲା ଲଙ୍କା ନ ଖାଇବା ବିଧେୟ ।

• ମସଲା ଜାତୀୟ ଖାଦ୍ୟ ଯଥା – ଡାଲଚିନି, ରସୁଣ, ସିମ୍ଲା ଲଙ୍କା ଏବଂ ଖଟାଫଳ ଏବଂ ଫଳରସ ଯଥା – କମଳା, କାଗେଜି ଲେମ୍ବୁ, ଅଙ୍ଗୁରକୁ ବି ଖାଇବା ବର୍ଜନ କରିବା ଉଚିତ୍ । କାରଣ ଶିଶୁଟିର ପାକସ୍ଥଳୀର ଉପରଭାଗ ଏସବୁ ଖାଦ୍ୟକୁ ସମ୍ବେଦନଶୀଳ ଯାହାକି ତା’ଠାରେ ଆଲର୍ଜି ପ୍ରବଣତା ବଢ଼ାଇଥାଏ ।

• ସ୍ତନ୍ୟପାନ କରାଉଥିବା ମା’ କ୍ୟାଫେରିନ୍ ଜାତୀୟ ପାନୀୟ ଯଥା- ଚା, କଫି ପିଇବା କମ୍ କରିବା ଉଚିତ୍ । ଯେହେତୁ ଏସବୁ ପାନୀୟ ଶିଶୁର ଚିଡ଼୍ଚିଡ଼ାପଣ, ଅତ୍ୟଧିକ ଚଗଲାମୀ ତଥା ନିଦ୍ରାହୀନତାର କାରଣ ହୋଇଥାଏ ।

ସ୍ତନ୍ୟପାନ କରାଉଥିବା ମା’ମାନେ ଦେଖୁଥିବା କିଛି ସାଧାରଣ ସମସ୍ୟା ହେଲା-ଶିଶୁର ତରଳ ଝାଡ଼ା, ପେଟ ଫାମ୍ପିବା ଏବଂ ବାନ୍ତି ବା ଗ୍ୟାସ୍ ହେବା । ଏହାର ଅନ୍ୟତମ କାରଣ ହେଉଛି ଶିଶୁଟି ମା’ କ୍ଷୀରରେ ଥିବା ଲାକ୍ଟୋଜ୍ର ପରିମାଣ ସହ ଖାପ ଖୁଆଇବା । ବହୁତ କମ ଶିଶୁଙ୍କ ପାଖରେ ଲାକ୍ଟୋଜ୍ ସହ ଖାପ ନ ଖୁଆଇବା ର ଲକ୍ଷଣ କ୍ଷୀର ଖାଇବାର ୩୦ ମିନିଟ୍ ଭିତରେ ଦେଖାଯାଏ । ଏହି ସମସ୍ୟା ଦେଖାଦେଲେ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।

ପେଟ କାଟୁଥିବା ଶିଶୁ :-

ଯଦି କୈାଣସି ଶିଶୁ ଲଗାତାର ଭାବେ ୩ ଘଣ୍ଟା ବା ବେଶୀ କାନ୍ଦୁଛି ଏବଂ ଏହି ସମସ୍ୟା ୩ ସପ୍ତାହରୁ ଅଧିକ ଲାଗି ରହୁଛି ତେବେ ଦୟା କରି ଶିଶୁଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ସମୟ ପୂର୍ବରୁ ଜନ୍ମିଥିବା ଶିଶୁଠାରେ ପେଟ ବ୍ୟଥା ବା ପେଟରେ ଅସୁବିଧା ବେଶୀ ଦେଖା ଦେଇଥାଏ, ଯାହାର କାରଣ ହେଉଛି ମାଂସପେଶୀର ସଙ୍କୋଚନ । ଏହାକୁ କଲିକ୍ କୁହାଯାଏ ।

ଏହା ଏକ ସାଧାରଣ ସମସ୍ୟା ଯାହାକି ପ୍ରତି ୫ ଜଣରେ ଜଣେ ପିଲା କ୍ଷେତ୍ରରେ ଦେଖାଯାଇଥାଏ । ଏହା ସାଧାରଣ ଜନ୍ମର ୬ଷ୍ଠ ସପ୍ତାହରେ ବେଶୀହୁଏ ଏବଂ ୩ ରୁ ୪ ମାସ ମଧ୍ୟରେ କମିଯାଏ । ଏହାର ସେମିତି କୈାଣସି ନିର୍ଦ୍ଦିଷ୍ଟ କାରଣ ନ ଥିଲେ ମଧ୍ୟ ଗର୍ଭାବସ୍ଥା କିମ୍ବା ପ୍ରସବ ପରେ ଧୂମପାନ କରୁଥିବା ମା’ଙ୍କର ଶିଶୁଙ୍କଠାରେ ଏହି ସମସ୍ୟା ବହୁଳ ପରିଲକ୍ଷିତ ହୁଏ ।

ସ୍ତନ୍ୟପାନ କରୁଥିବା ଶିଶ,ୁ ମା ଖାଉଥିବା ଖାଦ୍ୟରୁ କ୍ଷୀର ଦ୍ୱାରା ଖାଦ୍ୟସାର ପାଏ । ତେଣୁ କ୍ଷୀର ଖୁଆଇବାର ଦୁଇ ଘଣ୍ଟା ପୂର୍ବରୁ ମା କଲିକ୍ ସୃଷ୍ଟିକାରୀ ଖାଦ୍ୟଗୁଡ଼ିକୁ ଖାଇବା ବର୍ଜନ କରିବେ । ସେ ସବୁ ଖାଦ୍ୟଗୁଡ଼ିକ ହେଲା- କ୍ଷୀର ଜାତୀୟ ଖାଦ୍ୟ, କ୍ୟାଫେରିନ୍ ଜାତୀୟ ଖାଦ୍ୟ ଯଥା – ଚା, କଫି, ମସଲା ଜାତୀୟ ଖାଦ୍ୟ, ଦାନା ଓ ବାଦାମଜାତୀୟ ଖାଦ୍ୟ, ଗ୍ୟାସ୍ ସୃଷ୍ଟିକାରୀ ଖାଦ୍ୟ ଯଥା – ଫୁଲ କୋବି, ବନ୍ଧାକୋବି, ପିଆଜ ଏବଂ ବ୍ରୋକୋଲି ଇତ୍ୟାଦି । ମା ନିଜେ ନିଜର ଖାଦ୍ୟକୁ ଜଗିରଖି ଖାଇପାରିବେ ।

ଉପସଂହାର :-

ଖାଦ୍ୟଦ୍ୱାରା ହେଉଥିବା ଆଲର୍ଜିଠାରୁ ଦୂରେଇ ରହିବାର ସର୍ବୋତ୍କୃଷ୍ଟ ଉପାୟ ହେଉଛି, ମା’କ୍ଷୀର ଖୁଆଇବାର ୨ ଘଣ୍ଟା ପୂର୍ବରୁ କଣ ଖାଉଛି ତାକୁ ତଦାରଖ କରିବା । ମା’ ସାଧାରଣତଃ ଏପରି ଖାଦ୍ୟ ଖାଇବା ଉଚିତ୍ ଯାହା ଶିଶୁର ପେଟ ଠିକ୍ ରଖିବ ଓ ତାକୁ ନୀରୋଗ ରଖିବ ।
ସବୁବେଳେ ମା’ର ମାତୃ ହୃଦୟର ଅନ୍ତଃଜ୍ଞାନକୁ ବିଶ୍ୱାସ କରିବା ଉଚିତ୍, କାରଣ ଜଣେ ମା’ ଜାଣିଛି ତା’ଶିଶୁ ପାଇଁ କ’ଣ ଉପଯୁକ୍ତ ।