ଶିଶୁର ଉନ୍ନତିରେ ଅସଫଳ ବା ନହେବା :- ଲକ୍ଷଣ ଓ ଏହାର ଉପଚାର

ଶିଶୁର ଉନ୍ନତିରେ ଅସଫଳ ବା ନହେବା :- ଲକ୍ଷଣ ଓ ଏହାର ଉପଚାର

 

ତେବେ ଉନ୍ନତିରେ ଅସଫଳତା କଣ ?

ଏହା ହେଉଛି ଏକ ସ୍ବାସ୍ଥ୍ୟ ଗତ ସମସ୍ୟା ଯାହାଫଳରେ ପିଲାର ଓଜନ ବୃଧି ଓ ଶାରୀରିକ ବୃଧି ପ୍ରଥମ ୩ ବର୍ଷରେ ସଠିକ୍ ଭାବେ ହୋଇନଥାଏ . ତେବେ ଏହା ଜାଣି ରଖନ୍ତୁ ଯେ ପିଲାର ପ୍ରକୃତ ବା ଉଚିତ୍ ଓଜନ ପିଲାର ବୟସ , ଲିଂଗ ଓ ଦେଶରେ ସେହି ବୟସ ପିଲାଂକର ହାରାହାରୀ ଓଜନକୁ ନେଇ ନିଶ୍ଚିନ୍ତ କରାଯାଏ . ଏହା ଛଡା WHO ଦ୍ବାରା ପ୍ରସ୍ତୁତ ଏକ ସଂତୁଲିତ ସାରଣୀ ଭାରତରେ ମଧ୍ୟ ଉପଲବ୍ଧ ଅଛି ଡାକ୍ତର ଓ ମା ମାନଂକ ପାଇଁ ନିଜ ପିଲାର ଓଜନ ଓ ବିକାଶ ଜାଣିବା ପାଇଁ .

ତେବେ ଆମେ କେତେବେଳେ କହିବା ଯେ ପିଲାର ଉନ୍ନତିରେ ଅସଫଲତା ହେଉଛି ବୋଲି ? ଯେତେବେଳେ ପିଲାର ଓଜନ ଏକ ହାରାହାରି ଓଜନ ଠାରୁ ଯଥେଷ୍ଟ କମ ହୋଇଥାଏ ସେତେବେଳେ ଆମେ କହିବା ଯେ ପିଲାର ସଠିକ୍ ଉନ୍ନତି ହେଉନାହି ବୋଲି . ଶିଶୁର ଉନ୍ନତିରେ ଅସଫଳ ଏକ ରୋଗ କିମ୍ବା ଖରାପ ସ୍ବାସ୍ଥ୍ୟ ନୁହ , ଏହା ଅବାଂଛିତ ବିକାଶ ବା ବୃଧିକୁ ବୁଝାଏ . କିନ୍ତୁ ବିଭିନ୍ନ ପରୀକ୍ଷା ପରେ ଯଥା ପାରିବାରିକ ଡାକ୍ତରୀ ସମସ୍ୟା , ଶାରୀରିକ ପରୀକ୍ଷା ଓ ଅନ୍ୟ ତଥ୍ୟ ସବୁ ପରୀକ୍ଷା କରିବା ପରେ ହିଁ ଆମେ ତାର ଉପଚାର କରିପାରିବା .

ଏହାର କାରଣ ଓ ବିପଦପୁର୍ଣ୍ଣ ଉତ୍ପାଦକ :-

  • ସ୍ବାସ୍ଥ୍ୟ ଉନ୍ନତି କମି କମି ଯିବା
  • ଅନ୍ତଃସ୍ରାବ ଅସୁବିଧା ବା ଥାଇରଏଡ ହରମୋନ ଓ ବୃଧି ହରମୋନ କମ କ୍ଷରଣ ହେବା
  • ମସ୍ତିସ୍କ ବା କେନ୍ଦ୍ରୀୟ ସ୍ନାୟୁ କୋଷରେ କ୍ଷତି ହେବା ଓ ପକ୍ଷାଘାତ ରୋଗ
  • ହୃଦ ରୋଗ ଓ ଫୁସ୍ଫୁସରେ କୌଣସି ଅସୁବିଧା
  • ଏନିମିଆ
  • ପେଟ ଓ ଅନ୍ତତନ୍ତ୍ର ଫୁଲିବା
  • ସଠିକ୍ ଭାବେ ଖାଦ୍ୟ ହଜମ ନହେବା
  • ଜନ୍ମରୁ କମ ଓଜନ , ସମୟ ପୁର୍ବରୁ ଜନ୍ମ , ଅନ୍ୟ ସାମାଜିକ କାରଣ
  • ପିଲା ଓ ମାତା ପିତା ମଧ୍ୟରେ ଆବେଗ ଭାଂଗୀଯିବା
  • ଦାରିଦ୍ର୍ୟ
  • ପିଲାର ଯତ୍ନ ନେଉଥିବା ବ୍ୟକ୍ତି ସହ ଅସୁବିଧା
  • ମାତା ପିତା ମାନଂକର ପୋଷକ ଜ୍ଞାନ କମ ହେବା ବା ସଠିକ୍ ତାଲିମ୍ ନପାଇବା

ଏହିପରି ଶିଶୁର ଉନ୍ନତିରେ ଅସଫଳର ବିଭିନ୍ନ କାରଣ ରହିଛି . ଅନେକ ସମୟରେ ଏହାର କାରଣ ଜାଣି ହୁଏ ନାହି . ଏହା ଛଡା ଏକ ସମୟରେ ୨ ବା ତାହାଠୁ ଅଧିକ କାରଣ ପ୍ରଭାବିତ କରିବା ଆଦିକୁ ମଧ୍ୟ ଏଡାଇ ଦିଆଯାଇ ନପାରେ .

ତେବେ କଣ ଆପନଂକ ଶିଶୁର ଉନ୍ନତିରେ ଅସଫଳ ହେଉଛି କି ?

ଯଦି ଆପନଂକ ପିଲା ଏହା ମଧ୍ୟରୁ କୌଣସି ଏକ ଲକ୍ଷଣ ଦେଖାଏ ତେବେ ତାର ଉନ୍ନତିରେ ଅସଫଳ ହେଉଥାଇପାରେ :-

  • ସଠିକ୍ ଓଜନ ନବଢୀବା
  • ଚିଡ଼ ଚିଡ଼ ହେବା
  • ସହଜରେ ହାଲିଆ ହୋଇଯିବା
  • ଅଧିକ ନିଦ ଲାଗିବା
  • ବୟସ ଅନୁସାରେ ସାମାଜିକ ଚଳଣୀ ଠିକ ନହେବା
  • ଗଳା କଣ୍ଠରୁ ଶବ୍ଦ ଅନ ବାହାରିବା
  • ଚଲା ବୁଲା ଡେରିରେ ହେବା
  • ପାଠ ପଢା ଓ ବ୍ୟବହାରରେ ପରେ ଅସୁବିଧା ହେବା
  • ଯୌବନ ଅବସ୍ତା ଡେରିରେ ଆସିବା

ଏହାର ନିଦାନ ବା ଚିକିସ୍ଛା କିପରି କରିବା ?

ସାଧାରଣତଃ ଜଣେ ଡାକ୍ତର ଯେତେବେଳେ ପିଲାର ଓଜନ ସାଧାରଣ ଓଜନ ଠାରୁ ୩ ରୁ ୫ % କମ ହୁଏ କିମ୍ବା କିଛି କମ ସମୟ ବ୍ୟବଧାନ ସମୟରେ ୨ ଟି ବୃଧି ମାପକରେ ଅସୁବିଧା ଆସେ , ସେତେବେଳେ ଏହାର ନିରାକାର କରିଥାଏ . କିନ୍ତୁ ଶିଶୁର ଉନ୍ନତିରେ ଅସଫଳ କେବଳ ପିଲାର ଡାକ୍ତରୀ ପରୀକ୍ଷା ବେଳେ ଜଣା ପଡିଥାଏ କାରଣ ଏକ ଡାକ୍ତର ସର୍ବଦା ପିଲାର ଓଜନ ମାପିଥାଏ ତାର ବୃଧି ଓ ବିକାଶ ବିସୟରେ ଜାଣିବା ପାଇଁ . ତେଣୁ ଆପଣ ଡାକ୍ତର ଠାରୁ ଏକ ସାରଣୀ ଆଣନ୍ତୁ ଯାହାକି ପିଲାର ବୟସ , ଉଚତା ଓ ଓଜନ ଦେଖାଏ .

ସାଧାରଣତଃ ଏହାର ନିଦାନ ପରେ ଡାକ୍ତର ଏକ ସମ୍ପୁର୍ଣ୍ଣ ପରୀକ୍ଷା କରିଥାଏ ପିଲାର ବୃଧି , ବିକାଶ ଓ କାର୍ଯ୍ୟ କ୍ଷମତାକୁ ନେଇ . ତେଣୁ ବିଜ୍ଞାନଗାରରେ ଏହି ପରୀକ୍ଷା ଦ୍ବାରା ପ୍ରକୃତ କାରଣ ଜଣା ପଡିଥାଏ .

କିଛି ସାଧାରଣ ପରୀକ୍ଷା ହେଲା :-

  • ରକ୍ତ ପରୀକ୍ଷା
  • ମୁତ୍ର ପରୀକ୍ଷା
  • X-RAY
  • ବୃଧିର ଜାଂଚ

ଅତ୍ୟଧିକ ଲାବୋରଟେରୀ ପରୀକ୍ଷା ଯେ ଜାଏ ଡାକ୍ତର ନକହିଛି କରାଯାଏ ନାହି .

ଶିଶୁର ଉନ୍ନତିରେ ଅସଫଳ ର ଚିକିସ୍ଛା କିପରି କରିବେ ?

ଏହାର ଚିକିସ୍ଛା ଏହାର ଆକାର ବା ଭୟାବହତା ଉପରେ ନିର୍ଭର କରେ . ଏହା ଛଡା ଶିଶୁର ସ୍ବାସ୍ଥ୍ୟ ଓ ପାରିବାରିକ ପରିସ୍ତିତିକୁ ନେଇ କରାଯାଏ . କମ ବୃଧି ପାଇଁ ପିଲାର ପରିବେଶ ଓ ପୋଷଣ ଅଭାବରେ ହୋଇଥାଏ . ଯୋଉ ପିଲାକୁ ସଠିକ୍ ଭାବେ ପ୍ରେରକ ନମିଳେ ସେ ପିଲାକୁ ଅଧିକ ଚିନ୍ତା ବା ଅତି ଅଧିକ ଉସ୍ଛାହ ବା ଅନ୍ୟ କୌଣସି ଅସୁବିଧା ହେବାର ସମ୍ଭାବନା ଥାଏ . ସାଧରରତଃ ଏହି ପ୍ରେରକ ଅଭାବର କାରଣ ପିଲାର ଯତ୍ନ ନେଉଥିବା ଲୋକ ଯୋଗୁ ହୋଇଥାଏ , ଯେପରିକି

  • ଯଦି ତାର  ମାନସିକ ଚିନ୍ତା ଥାଏ
  • ଯଦି ପିଲା ଲାଳନ ପାଳନର କିଛି ଅଭିଜ୍ଞତା ନଥାଏ
  • ପିଲା ପ୍ରତି ଆତୁର ବା ଉଦବିଗ୍ନ ହେଉଥିଲେ
  • ଅତ୍ୟଧିକ ବାହ୍ୟ ଚାପ ଗ୍ରସ୍ତ ଥିଲେ

ଯଦି ଶିଶୁର ଉନ୍ନତିରେ ଅସଫଳର କାରଣ ତାର ଯତ୍ନ ନେଉଥିବା ବ୍ୟକ୍ତି ଯୋଗୁ ହେଉଥାଏ ତେବେ ତାକୁ କିଛି ତାଲିମ୍ ବା ପ୍ରଶିକ୍ଷଣ ଦେବାକୁ ପଡିବ . କିଛି କ୍ଷେତ୍ରରେ ଆରମ୍ଭରେ ପିଲାକୁ ଡାକ୍ତରଖାନାରେ ମଧ୍ୟ ରଖିବାକୁ ପଡିଥାଏ ପିଲାର ମାନସିକ ପ୍ରତିକ୍ରିୟା ଓ ଗ୍ରହଣ ଯୋଗ୍ୟତା ଜାଣିବା ପାଇଁ .

ଏହା ଛଡା ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ପୋଷକର ଅଭାବ . ଏହାର ୨ ଟି କାରଣ ହୋଇପାରେ ଯଥା ପାରିବାରିକ ଅସୁବିଧା କିମ୍ବା ପୋଷକ ଜ୍ଞାନର ଅଭାବ . ଯେପରିକି ଅତ୍ୟଧିକ ଫଳ ରସ , ସ୍ତନ୍ୟପାନର ସଠିକ୍ ସଂସ୍ପର୍ଷ ନହେବା ଓ ସଠିକ୍ ସମୟରେ ମା ଖିର ଛଡା କଠିନ ଖାଦ୍ୟ ଖାଇବାକୁ ନଦେବା ଆଦି ଏହାର ମୁଖ୍ୟ କାରଣ ହୋଇଥାଏ . କିନ୍ତୁ ଏହି ସବୁ ଅସୁବିଧାକୁ ଆମେ ଏକ ସଂତୁଲିତ ଖାଦ୍ୟ ସହ ନିୟମିତତା ଦ୍ବାରା ଦୁର କରିପାରିବା .

ତେବେ କୌଣସି କାରଣ ଥାଉ ବା ନଥାଉ ସମସ୍ତ ପିଲାକୁ ଏକ ପୋଷକ ଯୁକ୍ତ ଓ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଆବଶ୍ୟକ ତାର ସଠିକ୍ ବୃଧି ଓ ବିକାଶ ପାଇଁ . ଯେତବେଳେ ପିଲାର ବୃଧି ଏକ ସାଧାରଣ ଅବସ୍ତାକୁ ଆସିଯାଏ ସେତେବେଳେ ତାର ମାନସିକ ଓ ଶାରୀରିକ ବିକାଶ ପାଇଁ କିଛି ଖାସ୍ ଖାଦ୍ୟ ଆବଶ୍ୟକ ହୋଇଥାଏ .

ତେବେ ଆସନ୍ତୁ ଜାଣିବା କେତେକ ଜଟିଳ ପରିସ୍ତିତି ଯାହାକି ହେବାର ସମ୍ଭାବନା ଥାଏ :-

କିଛି ସାମାଜିକ , ଆର୍ଥିକ ଓ ନିଜସ୍ଵ ଅସୁବିଧା ଅଧିକ ଦିନ ଜାଏ ପ୍ରଭାବ ପକାଏ . ଏହି ପିଲା ମାନଂକର ସାଧାରଣତଃ ମସ୍ତିସ୍କ ବିକାଶ , କଥା କହିବା ଓ ଗାଣିତିକ ଭାସା , ଅକର୍ମଣ୍ୟତା , ବ୍ୟବହାର , ସାମାଜିକ ଓ ମାନସିକ ଅସୁବିଧା ଦେଖାଦିଏ . ଏହି ପିଲା ମାନଂକର କମ କହିବା ଶକ୍ତି , ଭାସା ଜ୍ଞାନରେ ଅସୁବିଧା ଓ ପଢିବାରେ ମଧ୍ୟ ଅସୁବିଧା ହୋଇଥାଏ .

ଏହାର ପ୍ରତିକାର କିପରି କରିବେ ?

ବିଭିନ୍ନ ପ୍ରକାର ଗବେଷଣାରୁ ଜଣା ପଡିଛି ଯେ ପୋଷକ ତତ୍ଵ କମ ହେବା ବା ଅପପୃଷ୍ଟି ଦ୍ବାରା ଏହି ସବୁ ଅସୁବିଧା ଦେଖାଦିଏ . ଯଦିବା ଏହି ଭଳି ଅସୁବିଧାର ସାମ୍ନା କରିବା ପାଇଁ ସରକାର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏବେବି ଭାରତରେ ଅଧିକାଂଶ ଜାଗାରେ ଏହାର ହାର ବହୁତ ଅଧିକ . କାରଣ ଏବେ ଭାରତରେ କେବଳ ସମ୍ପୁର୍ଣ୍ଣ ବିଶ୍ଵର ଏକ ତୃତୀୟାଂଶ ଅପପୃଷ୍ଟି ଶିକାର ପିଲା ଦେଖାଯାଆନ୍ତି .

ପୋଷକ ଅଭାବ ପାଇଁ  ଶିଶୁର ଉନ୍ନତିରେ ଅସଫଳ ହେଉଥିଲେ ଏହାର କିପରି ପ୍ରତିକାର କରିବେ ?

  • ଯେତେବେଳେ ପୃଷ୍ଟିସାର କଥା ଆସିଥାଏ ସାଧାରଣତଃ ଯୋଉ ପରିବାର ସମ୍ପୁର୍ଣ୍ଣ ନିରାମିଷ ଖାଦ୍ୟ ଖାଇଥାନ୍ତି ସେ ପିଲା ଠାରେ ଏହା ଅଧିକ ଦେଖାଯାଏ . ଯଦି ଆପନଂକ ପରିବର ନିରାମିଷ ଖାଦ୍ୟ ଖାଉଛନ୍ତି ତେବେ ପିଲାକୁ ଉଦ୍ଭିଦ ପ୍ରଜାତିର ପୃଷ୍ଟିସାର ଓ ପୋଷକ ଖାଇବାକୁ ଦିଅନ୍ତୁ . ଯେପରିକି ଚିନା ବାଦାମ , ସବୁଜ ମଟର , ଛୁଇଁ , ସୋୟାବିନ , ଶିମ୍ବ ଆଦି ଅଦଳ ବଦଳ କରି ଦେବା ଉଚିତ୍ .
  • ଏକ ସଂତୁଲିତ ଖାଦ୍ୟ ଛଡା ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଆପନଂକ ପିଲାକୁ ଏକ ସଠିକ୍ ବିକାଶ ଦେଇଥାଏ . କାରଣ ଡାକ୍ତର ବିଭିନ୍ନ ପରୀକ୍ଷା କରି ତାର ବିକାଶକୁ ସାରଣୀ ସହ ଓ ଅନ୍ୟପିଲୟ ସହ ତୁଳନା କରି ଆପନଂକୁ କଣ କରିବାକୁ ହେବ କହିଥାଏ . ଯାହା ଦ୍ବାରା ଆପଣ ପିଲାର ସଠିକ୍ ଯତ୍ନ ନେଇପାରିବେ ଓ ପିଲାର ବିକାଶ ହେଇପାରିବ .

ତେବେ କେତେବେଳେ ଡାକ୍ତର ପରାମର୍ଶ ନେବେ ?

ଯଦି ଆପଣ କୌଣସି ମାତ୍ରାରେ ଚିନ୍ତିତ ଅଛନ୍ତି ପିଲାର ବୃଧିକୁ ନେଇ ତେବେ ଯଥା ଶୀଘ୍ର ଡାକ୍ତର ପରାମର୍ଶ କରନ୍ତୁ . କାରଣ ମନେ ରଖନ୍ତୁ କିଛି ସମୟରେ ଶିଶୁର ଉନ୍ନତିରେ ଅସଫଳ କିଛି ସମୟରେ ପିଲା ପାଇଁ ଜୀବନହାରୀ ହୋଇଥାଏ କିମ୍ବା ସବୁଦିନ ପାଇଁ ପିଲାକୁ ପାଗଲ ବା ଅକର୍ମଣ୍ୟ କରିଦିଏ . ତେଣୁ ବିନା ଡାକ୍ତର ପରାମର୍ଶରେ କୌଣସି ଖାଦ୍ୟ ବା ଔଷଧ ପିଲାକୁ ଦିଅନ୍ତୁ ନାହି .

ଡାକ୍ତର ଡାକନ୍ତୁ ପିଲାର ପରୀକ୍ଷା ପାଇଁ ଯଦି :-

  • ପିଲାର ଓଜନ ନିୟମିତ ଭାବେ କମ ହୋଇଯାଉଛି .
  • ପିଲାର ମାନସିକ , ଶାରୀରିକ ଓ ସାମାଜିକ ବିକାଶ ବହୁତ ଧିରେ ହେଉଛି .
  • ପିଲାଟି ଅତ୍ୟନ୍ତ ଦୁର୍ବଳ ହୋଇଯାଉ ଥିଲେ .
  • ଯଦି ପିଲାଟି ଅନ୍ୟ କୌଣସି ନୁଆ ଲକ୍ଷଣ ଦେଖାଏ .

ଜରୁରୀ ଚିକିସ୍ଛା ପାଇଁ ଡାକ୍ତର ଡାକନ୍ତୁ ଯେତେବେଳେ :-

  • ପିଲାର ଶ୍ବାସକ୍ରିୟାରେ ଅସୁବିଧା ହେଉଛି .
  • ପିଲାଟି କିଛି ପ୍ରତିକ୍ରିୟା କରୁନାହି .
  • ଯେତେବେଳେ ପିଲାଟି ଲଗାତର ଭାବେ ୩ ରୁ ୫ ମିନିଟ୍ ଯାଏ କୌଣସି ନିଜ ଲୋକକୁ ଧରି ରଖିଛି ଛାଡୁ ନାହି .
  • ଯେତେବେଳେ ପିଲାଟି ବହୁତ ସମୟ ଧରି ଉଠୁନାହୀ .