ଖିର ବ୍ୟାକିଂଗ କଣ ଓ କିପରି ହୁଏ ?

ଖିର ବ୍ୟାକିଂଗ କଣ ଓ କିପରି ହୁଏ ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

  ଖିର ବ୍ୟାକିଂଗ କଣ ?

ଏହା ଆମ ସମସ୍ତଂକୁ ଜଣା ଯେ ମା ଖିର ହେଉଛି ଏକ ମାତ୍ର ଉପାୟ ଯାହା ଦ୍ବାରା ଏକ ପିଲାକୁ ଉତ୍ତମ ସ୍ବାସ୍ଥ୍ୟ ଓ ଭବିଷ୍ୟତ ମିଳିଥାଏ . ତେଣୁ ଆମକୁ ପ୍ରଥମ ୬ ମାସ କେବଳ ମା ଖିର ଓ ତା ପରେ ୧ ବର୍ଷ ପର୍ଯ୍ୟନ୍ତ ଅନ୍ୟ ଖାଦ୍ୟ ସହ ମଧ୍ୟ ମା ଖିର ନିଶ୍ଚିନ୍ତ ଦେବା ଉଚିତ୍ . ବିଭିନ୍ନ ଶିଶୁ ଖାଦ୍ୟ ଆସିଥିଲେ ମଧ୍ୟ ମା ଖିର ହେଉଛି ଏକମାତ୍ର ଉସ୍ଛ ଯାହାକି ପିଲାକୁ ସମ୍ପୁର୍ଣ୍ଣ ପୋଷଣ ଯୋଗାଇଥାଏ . କିନ୍ତୁ ଯୋଉ ପିଲା ମାନେ କୌଣସି କାରଣରୁ ମା ଖିର ଖାଇପାରି ନଥାଆନ୍ତି ସେମାନଂକୁ ଖିର ବ୍ୟାଂକରୁ ଖିର ଦିଆ ଯାଇଥାଏ . ତେବେ ଏହି ଖିର ବ୍ୟାଂକ କଣ ? ଏହା ହେଉଛି ଏକ ସେବା ଯୋଉଥିରେ ଖିର ସଂଗ୍ରହ କରାଯାଇ ,ବିଭିନ୍ନ ପ୍ରକ୍ରିୟା କରଣ ଦ୍ବାରା ରଖାଯାଏ  ଓ ଶେଷରେ ଆବଣ୍ଟନ କରାଯାଏ ତାକୁ ଯାହାର ଦରକାର ହୋଇଥାଏ . ସବୁଠୁ ମୁଖ୍ୟ କଥା ଏହାର ହେଲା ଏହି ଖିର ସ୍ତନ୍ୟପାନ କରାଉଥିବା ମା ମାନଂକ ଠାରୁ ସଂଗ୍ରହ କରାଯାଏ .

ଖିର ବ୍ୟାଂକର ଗୁରୁତ୍ବ କଣ ?

ବିଭିନ୍ନ ପରୀକ୍ଷା ଓ ଗବେଷଣା ଦ୍ବାରା ଏହା ନିଶ୍ଚିନ୍ତ କରାଯାଇଛି ଯେ ମା ଖିର ହେଉଛି ସବୁଠୁ ଭଲ ଓ ପ୍ରକୃତ ଖାଦ୍ୟ ଏକ ପିଲା ପାଇଁ . କାରଣ ଏହା ସଠିକ୍ ପରିମାଣର ପୋଷକ ଓ ରୋଗ ପ୍ରତିରୋଧକ ଶକ୍ତି ଧାରଣ କରିଥାଏ . ଏହା ଦ୍ବାରା ପିଲା ମଧ୍ୟ ବହୁତ କମ ଦିନ ପାଇଁ ଡାକ୍ତର ଖାନାରେ ରହିଥାଏ . ଏହା ଛଡା ଏହି ପିଲା ମାନଂକର ସ୍ନାୟୁ ଓ ଅନ୍ୟ ଅଂଶ ଗୁଡିକ ମଧ୍ୟ ସୁଦୃଢ ହୋଇଥାଏ ଅନ୍ୟ ପିଲା ତୁଳନାରେ ଯିଏକି ଶିଶୁ ଖାଦ୍ୟ ଖାଇଥାଏ .

ଖିର ବ୍ୟାଂକରୁ ଖିର ଦେବା ଦ୍ବାରା ସମୟ ପୁର୍ବରୁ ଜନ୍ମ ପିଲାର ବନ୍ଚିବାର ସମ୍ଭାବନା ବଢିଯାଏ . କାରଣ ଏଥିରେ ତାକୁ ସବୁ ପ୍ରାକୃତିକ ଉପାଦାନ ମିଳିଥାଏ ଶିଶୁ ଖାଦ୍ୟ ତୁଳନାରେ . ଏହା ଛଡା ମା କୁ ମଧ୍ୟ ମାନସିକ ଶାନ୍ତି ମିଳିଥାଏ କି ତା ପିଲାକୁ ସବୁ ପ୍ରାକୃତିକ ଜିନିଷ ମିଳୁଛି ନାକି ରାସାୟନିକ ପଦାର୍ଥ ଯୁକ୍ତ ଖାଦ୍ୟ ଯାହା ଦ୍ବାରା ତାର ବୃଧି ଓ ବିକାଶ ଧିର ହୋଇଯାଇଥାଏ କିମ୍ବା କମ ବୃଧି ହୁଏ .

ଖିର ବ୍ୟାକିଂଗ କାହିଁକି ହୁଏ ?

ଖାସ୍ କରି ଏହା ସମୟ ପୁର୍ବରୁ ଜନ୍ମ ପିଲା କିମ୍ବା ଅପରେସନ୍ ଦ୍ବାରା ଜନ୍ମ ପିଲା ମାନଂକ ପାଇଁ କରାଯାଏ . କାରଣ ଏହି ପିଲା ମାନେ ଅନ୍ୟ ମାନଂକ ତୁଳନାରେ ଅଧିକ ପରିମାଣର ପୋଷଣ ଓ ଭିଟାମିନ୍ ଆବଶ୍ୟକ କରନ୍ତି . ତେଣୁ ମା ଖିର ଠାରୁ  ଭଲ ପୋଷକ ଆଉ କିଛି ନାହି ଦୁନିଆରେ . କାରଣ ଏହା ପ୍ରାୟତଃ ସବୁ ପ୍ରକାର ସଂକ୍ରମିତ ରୋଗରୁ ରକ୍ଷା କରିଥାଏ . ଏହା ଛଡା କିଛି ମା ମାନେ ଯଥେଷ୍ଟ ପରିମାଣର ଖିର ପ୍ରସ୍ତୁତ କରିପାରନ୍ତି ନାହିଁ . ତେଣୁ ଏଭଳି ପରିସ୍ତିତିରେ ମଧ୍ୟ ମା ଖିର ଦରକାର ହୋଇଥାଏ . ଏହି ଜାଗାରେ ଖିର ବ୍ୟାକିଂଗ ସବୁଠୁ ଭଲ କାମ କରିଥାଏ . ଯାହା ଦ୍ବାରା ପିଲାକୁ ମା ଖିର ମିଳିବା ସହ ରାସାୟନିକ ପଦାର୍ଥରୁ ହେଉଥିବା ରୋଗରୁ ମଧ୍ୟ ସୁରକ୍ଷା ମିଳିଥାଏ . ତେଣୁ ଏସବୁ ସ୍ତାନରେ ଖିର ବ୍ୟାଂକରୁ ଖିର ଦେବା ସୁରକ୍ଷିତ ହୋଇଥାଏ .

ଖିର ବ୍ୟାଂକ ପାଇଁ ଖିର କିପରି ସଂଗ୍ରହ କରାଯାଏ ଓ କିପରି ରଖାଯାଏ ?

ଏହାର ପ୍ରଥମ ଓ ସବୁଠୁ ଗୁରୁତ୍ବପୁର୍ଣ୍ଣ ସୋପାନ ହେଉଛି ଖିର ଦାନ . ଖିର ପ୍ରସ୍ତୁତ କରୁଥିବା ମା ମାନେ ଖିରକୁ ଏକ ବୋତଲରେ ସଂଗ୍ରହ କରି ଫ୍ରିଜରେ ରଖନ୍ତି . ଏହା ପରେ ଏହାକୁ ଖିର ବ୍ୟାଂକକୁ ପଠାଯାଏ ବିଭିନ୍ନ ପ୍ରକ୍ରିୟା କାରଣ ପାଇଁ . ଏହା ପରେ ଜୀବାଣୁ ନାଶକାରୀ ଦଳ ପ୍ରଥମେ ସେ ବୋତଲକୁ ସଫା କରନ୍ତି କୌଣସି ପ୍ରକାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ . ଫ୍ରିଜ୍ ହୋଇଥିବା ଖିରକୁ ପ୍ରଥମେ ଏକ ପାତ୍ରରେ ଢଳା ଯାଏ ଓ ସେଥିରୁ ଅଳ୍ପ ମାତ୍ରା ନେଇ ତାର ପୋଷକ ପରୀକ୍ଷା କରିଯାଏ ଯେପରିକି ପ୍ରୋଟିନ ଓ ଚର୍ବୀ ପରିମାଣ ଇତ୍ୟାଦି . ଏହା ପରେ ଏହାକୁ ସଫା ହୋଇଥିବା ବୋତଲରେ ରଖି ୬୨.୫ ଡିଗ୍ରୀ ତାପମାତ୍ରାରେ ଗରମ କରାଯାଏ ତାକି ଯଦି କିଛି ଜୀବାଣୁ ରହିଯାଏ ତେବେ ଏହା ନଷ୍ଟ ହୋଇଜାଉ ଓ ସମସ୍ତ ପୋଷକ ସୁରକ୍ଷିତ ରହୁ . ଏହା ପରେ ଏହି ଖିରକୁ ପୁଣି ପରୀକ୍ଷା କରି ଦେଖାଯାଏ ଯେ କି ସବୁ ଜୀବାଣୁ ନଷ୍ଟ ହୋଇଛନ୍ତି କି ନା . ଏହା ପରେ ଏହାକୁ ଫ୍ରିଜ୍ କରି ରଖାଯାଏ . ଏହା ପରେ ଏହାକୁ ଡାକ୍ତରଖାନାକୁ ପଠାଯାଏ . ଏହା ପରେ ଏହା ଡାକ୍ତରଖାନାରେ ଥିବା ପିଲାକୁ କିମ୍ବା ଆବଶ୍ୟକ ହେଉଥିବା ପିଲା ମାନଂକୁ ଦିଆଯାଏ .

ଏବେ ଭାବୁଥିବେ ଏ ଖିର କିଏ ଦାନ କରିବ ?ଆସନ୍ତୁ ଜାଣିବା :-

ତେବେ କିଏ ଏହି ଖିର ଦାନ କରିପାରିବ ?

ଏହି ଖିର ଆମେ ସବୁ ଖିର ପ୍ରସ୍ତୁତ କାରୀ ମା ମାନଂକ ଠାରୁ ଗ୍ରହଣ କରିପାରିବା ନାହି . ଏହା ଗ୍ରହଣ କରିବା ପୁର୍ବରୁ ସେ ମା କୁ ବିଭିନ୍ନ ପରୀକ୍ଷା ଦେଇ ଗତି କରିବାକୁ ପଡିଥାଏ . ଏବେ ଭାବୁଥିବେ ସେ କି ପରୀକ୍ଷା ଦେବ ? ନା , ତାର ବିଭିନ୍ନ ଡାକ୍ତରି ପରୀକ୍ଷା କରାଯାଏ , ଯେପରିକି HIV , କିଛି ଯୌନ ସଂକ୍ରମିତ ରୋଗ ଓ ହେପାଟାଇଟିସ୍ B ଓ C . ଏସବୁ କରିବାର ମୁଖ୍ୟ କାରଣ ହେଉଛି ଏହି ଖିର ଖାଇବା ଦ୍ବାରା ଯେପରି ପିଲାକୁ କୌଣସି ପ୍ରକାର ସଂକ୍ରମଣ ନହୁଏ . କେବଳ ଏତିକି ନୁହେ ଯଦି କୌଣସି ମା କିଛି ବି ମାଦକ ଦ୍ରବ୍ୟ ଗ୍ରହଣ କରୁଥାଏ କିମ୍ବା ଧୁମ୍ରପାନ କରୁଥାଏ କିମ୍ବା କୌଣସି ରକ୍ତ ସଂକ୍ରମଣର ଶିକାର ହୋଇଥାଏ ତେବେ ମଧ୍ୟ ସେ ଖିର ଦାନ କରିପାରିବ ନାହି . ଏହା ଛଡା ସେହି ମାନଂକୁ ଠିକ କରାଯାଏ ଯାହାର ପ୍ରସବ ୬ ମାସ ମଧ୍ୟରେ ହୋଇଥିବ ଓ ପିଲା ଖିର ଛାଡି ନଥିବା ଦରକାର .

ମା ଖିର ପାଇଁ ସୁପାରିଶ୍ :-

ଏକ ପିଲା ପାଇଁ ସବୁଠୁ ଭଲ ସୁପାରିଶ୍ ହେଉଛି ମା ଖିର . କିନ୍ତୁ ଯେତେବେଳେ କୌଣସି କାରଣରୁ ଏହାର ଅଭାବ ଦେଖାଦିଏ କିମ୍ବା ମିଲେ ନାହି ତେବେ ଦାତା ଖିର ଦେବା ସବୁଠୁ ଭଲ . ଯାହାକି ସମୟ ପୁର୍ବରୁ ଜନ୍ମ ଓ ଦୁର୍ବଳ ପିଲା ପାଇଁ ସବୁଠୁ ଭଲ ଉପକାରୀ . ଯଦି କୌଣସି ପିଲା ସଂକ୍ରମଣ ଶିକାର ହୋଇଥିବା ମା ଠାରୁ ଖିର ଖାଉଥାଏ ତେବେ ତାକୁ ଏହି ଖିର ଦେବା ଭଲ . ଏହା ଛଡା ଏହି ଖିର ସେହି ପିଲା ମାନଂକୁ ଦିଆଯାଏ ଯୋଉ ପିଲାର ଜୀବନ ପ୍ରତି ବିପଦ ଥାଏ . ଏହି ଖିର ଦେବା ପୁର୍ବରୁ କିମ୍ବା ଦେବା ପରେ ମାତା ପିତା ମାନଂକ ଠାରୁ ଲିଖିତ ଭାବେ ନିଆଯାଏ . ନୁୟ କରି ମା ହୋଇଥିବା ମା ମାନଂକୁ ଏହି ଖିର ବିସୟରେ କୁହାଯାଇ ଏହାର ଫାଇଦା ବିସୟରେ ବୁଝାଯାଏ . କିନ୍ତୁ ଯଦି ସେ ରାଜି ହୁଏ ତେବେ ଯାଇ ଏହା ପିଲାକୁ ଦିଆଯାଏ .

ଶେଷକଥା :-

 

ଯେ କୌଣସି ପିଲା ଯାହାର ମା କିଛି ବି କାରଣରୁ ଖିର ତାର ପିଲାକୁ ଦେଇପାରେ ନାହି ତା ପାଇଁ ଏହି ଖିର ସବୁଠୁ ଭଲ ଉପାୟ . କାରଣ ଏକ ପିଲା ପାଇଁ ତାର ବୃଧି ଓ ବିକାଶ ସବୁଠୁ ଅଧିକ ଗୁରୁତ୍ବପୁର୍ଣ୍ଣ ନାକି ବଜାରରେ ମିଳୁଥିବା ଖାଦ୍ୟ ବା ଶିଶୁ ଖିର . ତେଣୁ ପ୍ରଥମେ ବୁଝନ୍ତୁ ଦେଖନ୍ତୁ  ଓ ତା ପରେ ନିଜେ ବାଛନ୍ତୁ ନିଜ ପିଲାର ଭବିଷ୍ୟତ କିପରି କରିବାକୁ ଚାହୁଁଛନ୍ତି .