୬ମାସ ପରେ ସ୍ତନ୍ୟପାନର ଗୁରୁତ୍ବ ଓ ଏହାର ସୁଫଳ

୬ମାସ ପରେ ସ୍ତନ୍ୟପାନର ଗୁରୁତ୍ବ ଓ ଏହାର ସୁଫଳ

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ପ୍ରଥମ ୬ ମାସ ଯାଏ ପିଲା ପାଇଁ ସ୍ତନ୍ୟପାନ କେତେ ଗୁରୁତ୍ବପୁର୍ଣ୍ଣ ଆପଣ ସମସ୍ତେ ଜାଣିଛନ୍ତି . ମା ଖିର ପିଲାକୁ ବୃଧି ଓ ବିକାଶ ଦେଇଥାଏ . ମା ଖିର ଭିଟାମିନ୍ , ରୋଗ ପ୍ରତିରୋଧକରେ ଭରପୁର୍ ଥାଏ ଯାହାକି ପିଲାକୁ ଶକ୍ତି ଦେବା ସହ ସହ ବିଭିନ୍ନ ରୋଗରୁ ରକ୍ଷା କରିଥାଏ . କିନ୍ତୁ ୬ ମାସ ପରେ ଯଦି ସ୍ତନ୍ୟପାନ ବନ୍ଦ କରିଦିଅନ୍ତି ତେବେ ଜାଣିଛନ୍ତି କି ଏହାର ପ୍ରଭାବ କଣ ହେବ .

ବହୁତ ଉପଦେଶଦାତା କହିବେ ଆପନଂକୁ ଯେ ୬ ମାସ ଯେ ସ୍ତନ୍ୟପାନ କରାଇବାକୁ . କିନ୍ତୁ ଏହି ସମୟ ପରେ ସ୍ତନ୍ୟପାନ ଦ୍ବାରା ଉଭୟ ମା ଓ ପିଲାକୁ ହେଉଥିବା ଫାଇଦା ବିଷୟରେ କିଛି ଜାଣିଛନ୍ତି କି ? ଯଦି ନା ମନେରଖନ୍ତୁ ଏହା ଉଭୟ ମା ଓ ପିଲା ପାଇଁ ଫଳପ୍ରଦ ହୋଇଥାଏ . ଏକ ସୁସ୍ଥ ଓ ସୁନ୍ଦର ବୃଧି ଓ ବିକାଶ ପାଇଁ ପିଲାକୁ ଅଧିକ ଆଉ ସଠିକ୍ ପରିମାଣର ପୋଷଣ ଓ ଭିଟାମିନ୍ ଦରକାର . ତେଣୁ ୬ ମାସ ପରେ କଠିନ ଖାଦ୍ୟ ସହ ସ୍ତନ୍ୟପାନ ଜାରି ରଖିବା ନିହାତି ଦରକାର .

କଣ କଠିନ ଖାଦ୍ୟ ଯଥେଷ୍ଟ  ହେଉ ନାହି ପିଲା ପାଇଁ ?

୬ମାସ ପରେ ପିଲାକୁ ଅଲଗା ଖାଦ୍ୟ ତଥା କଠିନ ଖାଦ୍ୟ ଦେବା ଦରକାର . କାରଣ ଏହି ସମୟରେ ପିଲାର ପୋଷଣ ଯୁକ୍ତ ଆବଶ୍ୟକ ବଢିଥାଏ . ଆମେରିକାର ଶିଶୁ ବିଶେସଜ୍ଞ ସଂସ୍ଥା ଅନୁସାରେ ପ୍ରଥମ ୬ ମାସ କେବଳ ମା ଖିର ଦେବା ଉଚିତ୍ . ଆଉ ଏହି ସମୟ ପରେ ପିଲାକୁ ତୁରନ୍ତ କଠିନ ଖାଦ୍ୟ ଦେବା ଉଚିତ୍ . କାରଣ ମା ଖିରର ଅଭାବ ଦୁର କରିବା ପାଇଁ ଅଲଗା ଖାଦ୍ୟ ଦେବା ଉଚିତ୍ . କିନ୍ତୁ କଠିନ ଖାଦ୍ୟ ଦେବା ସହ ସ୍ତନ୍ୟପାନ ବନ୍ଦ କରିବା ଉଚିତ୍ ନୁହ , ସ୍ତନ୍ୟପାନ ୧୨ ମାସ ବା ତା ପର ପର୍ଯ୍ୟନ୍ତ ଜାରି ରଖିବା ଦରକାର . ଯଦି ସମ୍ଭବ ହୁଏ ତା ପରେ ମଧ୍ୟ ଜାରି ରଖନ୍ତୁ ଯଦି କିଛି ସ୍ବାସ୍ଥ୍ୟଗତ ସମସ୍ୟା ନହୁଏ .

୬ମାସ ପରେ ସ୍ତନ୍ୟପାନର ଫାଇଦା ଅତୁଳନିୟ . ସେଥିପାଇଁ WHO ଓ UNICEF ଭଳି ସ୍ବାସ୍ଥ୍ୟ ସଂସ୍ଥା ସ୍ତନ୍ୟପାନକୁ ଯଥା ସମ୍ଭବ ଲମ୍ବା କରିବାକୁ ବିଭିନ୍ନ କାର୍ଯକ୍ରମ ଦ୍ବାରା ସଚେତନ କରୁଛନ୍ତି . WHO ସ୍ତନ୍ୟପାନ ୧ ବର୍ଷ ଯାଏ କରିବାକୁ ଉପଦେଶ ଦେଉଥିବା ବେଳେ UNICEF ଏହାକୁ ୨ ବର୍ଷ ଯାଏ କରିବାକୁ ଉପଦେଶ ଦେଉଛନ୍ତି . ଯେତେ ଦିନ ଯାଏ ସ୍ତନ୍ୟପାନ ସମ୍ଭବ ଜାରି ରଖନ୍ତୁ କାରଣ ଏହା ଉଭୟ ମା ପିଲା ପାଇଁ ବହୁତ ଉପକାରୀ .

୬ମାସ ପରେ ସ୍ତନ୍ୟପାନ ପିଲାକୁ କିପରି ଉପକାର କରେ ?

ପୋଷଣ ଯୋଗାଇବା :-

ମା ଖିର ଭିଟାମିନ୍ , ଖଣିଜ ଲବଣ ଓ ପୋଷଣରେ ଭରପୁର୍ ଥାଏ . ଏହି ସବୁ ପିଲାର ପୋଷଣ ପାଇଁ ଦରକାର ହୁଏ , ଯାହାକି ପିଲାର ଶୀଘ୍ର ବୃଧି ପାଇଁ ସହାୟକ ହୁଏ . ସ୍ତନ୍ୟପାନ ଦ୍ବାରା ପିଲାର ବେକ ମାଂଶପେଶୀ ଓ ବେକ ହାଡ ସୁଦୃଢ ହୋଇଥାଏ .

ବୋଧଶକ୍ତି ବା ବୁଝିବା ଶକ୍ତିରେ ବୃଧି :-

ସ୍ତନ୍ୟପାନ କେବଳ ପୋଷଣ ଯୋଗାଏ ନାହି , ଏହା ମସ୍ତିସ୍କ ବୃଧି ଓ ବିକାଶରେ ସହାୟକ କରେ . ସ୍ତନ୍ୟପାନର ଅଧିକାଂଶ ଫଳ ୫ ବର୍ଷ ବୟସ ପରେ ଜଣା ପଡିଥାଏ . ପିଜେ କୁଇନ୍ ଓ ତାଂକ ସାଥୀ କରିଥିବା ଗବେଷଣାରୁ ଏହା ଜଣା ପଡିଛି ଯେ ପିଲାର ମସ୍ତିସ୍କ ବୃଧିରେ ଦରକାର ହେଉଥିବା DHA ପୋଷଣ ମା ଖିରରେ ମିଳିଥାଏ . ଯାହାକି ଗାଇ ଖିର ବା ଅନ୍ୟ କୌଣସି ପ୍ରକାର ଶିଶୁ ଖାଦ୍ୟରେ ମିଳେ ନାହି .

ରୋଗ ପ୍ରତିରୋଧକ ଶକ୍ତିରେ  ବୃଧି :-

କଣ ଆପଣ ନିଜ ପିଲାର ଶୁସ୍ଥ ଶରୀର ପାଇଁ କିମ୍ବା ଇଛା କରୁଛନ୍ତି କି ଶିଶୁକୁ ଥଣ୍ଡା , ଜ୍ବର , କଫ ବା ବିଭିନ୍ନ ପ୍ରକାର ସାଧାରଣ ସଂକ୍ରମଣରୁ ରକ୍ଷା କରିବାକୁ ଚାହୁଁଛନ୍ତି କି ତେବେ ଯଥା ସମ୍ଭବ ମା ଖିର ଖାଇବାକୁ ଦିଅନ୍ତୁ . ଯଦି ପାରୁଛନ୍ତି ୨ ବର୍ଷ ଯାଏ ମଧ୍ୟ ସ୍ତନ୍ୟପାନ ଜାରି ରଖନ୍ତୁ . କାରଣ ମା ଖିରରେ ଏପରି ରୋଗ ପ୍ରତିରୋଧକ ଥାଏ ଯାହାକି ପିଲାକୁ ଏହି ସବୁ ବିରୁଧରେ ଲଢିବାକୁ ଶକ୍ତି ଦେଇଥାଏ . ଯଦିବା କୌଣସି ସଂକ୍ରମିତ ରୋଗ ହୁଏ ତେବେ ଯଦି ସ୍ତନ୍ୟପାନ ଜାରି ରଖିଥାନ୍ତି ତେବେ ଏହା ବହୁ ଶୀଘ୍ର ଠିକ ହୋଇଯାଏ . ସ୍ତନ୍ୟପାନ କେବଳ ଶିଶୁ ମୃତୁ ହାର କମ କରେ ନାହି ଏହା ଶିଶୁ ବଢିଲା ପରେ ତାକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ଯଥା ଡାଇବେଟିସ୍ , ମେଦବହୁଲତା , ଆସ୍ତମା ଭଳି ରୋଗରୁ ରକ୍ଷା କରିଥାଏ .

ହଜମ ଶକ୍ତି ବୃଧି କରିଥାଏ :-

ନିୟମିତ ସ୍ତନ୍ୟପାନ ଦ୍ବାରା କୋସ୍ଥ କାଠିନ୍ୟ ଦୁର କରିବା ସହ ହଜମ ଶକ୍ତି ବୃଧି କରିଥାଏ . ସେଥିପାଇଁ ସ୍ତନ୍ୟପାନ କେବେ ବନ୍ଦ କରିବା ଉଚିତ୍ ନୁହ ସେଥି ପାଇଁ ୬ ମାସ ପରେ କଠିନ ଖାଦ୍ୟ ଦେବା ପରେ ହଠାତ ସ୍ତନ୍ୟାପନ ବନ୍ଦ କରିବା ଉଚିତ୍ ନୁହ . ଯଦିବି ପୋଷଣ ପାଇଁ ସ୍ତନ୍ୟପାନ ନକରୁଛନ୍ତି ତେବେ ଖାଦ୍ୟ ଭାଂଗୀବା ପାଇଁ ସ୍ତନ୍ୟପାନ କରାନ୍ତୁ .

ଦାନ୍ତ ଉଠିବା ବା ବୃଧିର ଅସୁବିଧା ଦୁର କରିଥାଏ :-

ସ୍ତନ୍ୟପାନ ଦ୍ବାରା ଶିଶୁର ଦାନ୍ତ ଜନିତ ସମସ୍ତ ଅସୁବିଧା ଦୁର ହୋଇଯାଇଥାଏ ଓ ସଠିକ୍ ସମୟରେ ଦାନ୍ତ ଉଠିଥାଏ ମଧ୍ୟ . ଦାନ୍ତ ଉଠିବା ସମୟରେ ପିଲାଟି ପ୍ରାୟତଃ କଠିନ ଖାଦ୍ୟ ଖାଇବା ବନ୍ଦ କରିଦିଏ . ତେଣୁ ଏହି ସମୟରେ ଯଦି ସ୍ତନ୍ୟପାନ ଜାରି ରଖନ୍ତି ତେବେ ପିଲାର ପୋଷଣକୁ ନେଇ କିଛି ଚିନ୍ତା ରୁହେ ନାହି .

୬ମାସ ପରେ ସ୍ତନ୍ୟପାନ ଆପନଂକୁ କିପରି ସହାୟତା କରେ ?

ବନ୍ଧନ ବା ନିବିଡତା :-

ସ୍ତନ୍ୟପାନ କରାଇବା ସମୟରେ ଆପନଂକୁ ଏକ ଖାସ୍ ଅନୁଭବ ହୋଇଥାଏ . ଏହା ଏକ ସ୍ବତନ୍ତ୍ର ଅନୁଭବ ଯାହାକି ଆପଣ ଯଦି ୨ ବର୍ଷ ଯାଏ ସ୍ତନ୍ୟପାନ ଜାରି ରଖନ୍ତି ତେବେ ମଧ୍ୟ ପରିବର୍ତନ ହୁଏ ନାହି . ଏହା ହେଉଛି ସେହି ଏକମାତ୍ର ପ୍ରାକୃତିକ ବନ୍ଧନ ଯାହା କେବେ ଅଲଗା ହୋଇପାରିବ ନାହି ଆପଣ ଦୁଇ ଜଣକ ମଧ୍ୟରେ .

କ୍ୟାନସର ବା କର୍କଟର ଆଶଂକା କମ କରିଥାଏ :-

ଜଣେ ମା ହିସାବରେ ଆପନଂକୁ ଏହି ସମୟରେ ସବୁଠୁ ବଡ ଭୟ ହେଉଛି ସ୍ତନ କର୍କଟ . ଏହା ଛଡା ଗର୍ଭାଶୟ କର୍କଟହେବାର ମଧ୍ୟ ଆଶଂକା ଥାଏ . କିନ୍ତୁ ଆପଣ ଯଦି ନିୟମିତ ସ୍ତନ୍ୟପାନ କରାଉଥାନ୍ତି ତେବେ ଏହାର ଆଶଂକା ବହୁତ କମ ହୋଇଯାଏ . ଯାହାକି ଆପନଂକୁ ଶୁସ୍ଥ ରଖିବାରେ ସହାୟକ ହୁଏ .

ପ୍ରସବ ପରବର୍ତୀ ଚାପକୁ ଦୁର କରିଥାଏ :-

ବିଭିନ୍ନ ଗବେଷଣାରୁ ଜଣାପଡିଛି ଯେ ପ୍ରସବ ପରବର୍ତୀ ଚାପ ଅଧିକାଂଶ ମା ମାନଂକୁ  ଅସୁବିଧାରେ ପକାଇଥାଏ . କାରଣ ଏହା ମେଦ ବାହୁଲତ ଭଳି ରୋଗକୁ ସୃଷ୍ଟି କରିବା ସହ ଅନ୍ୟ ବିଭିନ୍ନ ପ୍ରକାର ରୋଗକୁ ଜନ୍ମ ଦେଇଥାଏ . କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣ ୬ ମାସ ପରେ ଯଦି ସ୍ତନ୍ୟପାନ ଜାରି ରଖନ୍ତି ତେବେ ଏଥିରୁ ଆପଣ ରକ୍ଷା ପାଇପାରିବେ . ତେଣୁ ସ୍ତନ୍ୟାପନ ନିୟମିତ ଭାବେ ଜାରି ରଖନ୍ତୁ .

ଏହା ଶସ୍ତା ଅଟେ :-

ଅନ୍ୟ ଖିର ବା ଶିଶୁ ଖାଦ୍ୟ ତୁଳନାରେ ଏହା ମାଗଣା କହିଲେ ଚଳେ . କାରଣ ଏଥି ପାଇଁ କିଛି ଖର୍ଚ ନଥାଏ . ଏହା ଛଡା ଶିଶୁ ଖାଦ୍ୟ ଦ୍ବାରା ହେଉଥିବା ବିଭିନ୍ନ ଆଲର୍ଜୀ ବା ସଂକରମଣରୁ ରକ୍ଷା କରିଥାଏ .

୬ମାସ ପରେ ସ୍ତନ୍ୟାପାନରେ ହେଉଥିବା କିଛି ଅସୁବିଧା :-

୬ ମାସ ପରେ ସ୍ତନ୍ୟପାନ ଉଭୟ ମା ଓ ପିଲା ପାଇଁ  ଉପକାରୀ ହୋଇଥାଏ . କିନ୍ତୁ ବେଳେବେଳେ ଲାଗେ ଯେ ଏହା ଠିକ ନୁହ , ତେଣୁ ଆପନଂକୁ ଏହା ବନ୍ଦ କରିବାକୁ ହେବ . ଜୀବନର ଅନ୍ୟ ସବୁ ଘଟଣା ଭଳି ଖୁସି ବହୁତ କମ ଦିନ ରହିଥାଏ . କିନ୍ତୁ ୬ ମାସ ପରେ ସ୍ତନ୍ୟପାନ ଜନିତ ସମସ୍ତ ସମସ୍ୟା ଠିକ କରାଯାଇ ପାରିବ . ତେଣୁ ଆପଣ ଏହାର ଯଥେଷ୍ଟ ଫାଇଦା ନେଇ ପାରିବେ . ତଥାପି ଆସନ୍ତୁ ଜାଣିବା କିଛି ଅସୁବିଧା ବିସୟରେ –

ସର୍ବସାଧାରଣରେ ସ୍ତନ୍ୟପାନ :-

ଲମ୍ବା ସ୍ତନ୍ୟପାନର ଅର୍ଥ ଆପନଂକୁ ମାତୃତ୍ବ ଛୁଟି ପରେ ସ୍ତନ୍ୟପାନ କରିବାକୁ ପଡିବ . ବେଳେବେଳେ ଆପନଂକୁ ସାଧାରଣ ପରିବେଶରେ ସ୍ତନ୍ୟପାନ କରିବାକୁ ପଡିପାରେ . ଏହା ଅଧିକାଂଶ କ୍ଷେତ୍ରରେ ଭୟାନକ ହୋଇଥାଏ . ବର୍ତମାନ ସମୟରେ ଲୋକ ମାନଂକର ବ୍ୟବହାର ଆପନଂକୁ ଆହୁରି ଅଧିକ ଭୟଭିତ କରିପାରେ . କିନ୍ତୁ ଆପନଂକୁ ଏଥି ପାଇଁ ଭୟ କରନ୍ତୁ ନାହି କାରଣ ଆଜୀକାଲି ବହୁତ ଜାଗାରେ ସ୍ତନ୍ୟପାନ ପାଇଁ ନିର୍ଧିଷ୍ଟ ଜାଗା ରଖା ଯାଇଛି . ଯଦି ଆପଣ କିଛି ସ୍ଥାନ ପାଉ ନାହାନ୍ତି ତେବେ ଏକ କମ୍ବଳ ଦ୍ବାରା ନିଜକୁ ଘୋଡାଇ ସ୍ତନପାନ ଜାରି ରଖନ୍ତୁ .

କାମୁଡା ଓ କଟା ବା କ୍ଷତର ଭୟ :-

ପିଲାର ଦାନ୍ତ ଉଠିଗଲା ପରେ ସ୍ତନ୍ୟପାନ ଦ୍ବାରା ସ୍ତନରେ କ୍ଷତ ବା ଆଘାତ ହେବା ସମ୍ଭାବନା ଥାଏ . ଏହା ସେପରି କିଛି ବଡ କ୍ଷତ ନୁହେ . କିନ୍ତୁ ମା ମାନେ ଏହାକୁ ଅନ୍ୟ ଭାବେ ନେଇଥାନ୍ତି . ଯଦି ପିଲାମାନେ  ସ୍ତନ କାମୁଡିଥାନ୍ତି ତେବେ ଏହା ହୁଏତ ସେ ଆଉ ଖାଇବାକୁ ଚାହୁଁ ନଥାଏ ଅଥବା ସଠିକ୍ ଜାଗାରେ ନଥାଏ ଖାଇବା ପାଇଁ . ଏହି ପରିସ୍ତିତିରେ ପିଲାକୁ ଠିକ ସ୍ଥାନରେ ରଖି ଖାଇବାକୁ ଦିଅନ୍ତୁ .

ସେବାରେ ଆଘାତ ବା ବାଧା ସୃଷ୍ଟି ହେବା :-

ସ୍ତନ୍ୟପାନର ୬ ମାସ ଯାଏ ଏହା ଏକ ସାଧାରଣ ଅସୁବିଧା . କାରଣ ଏହି ସମୟରେ କିପରି ପିଲାର ଯତ୍ନ ନେବେ ମା ମାନେ ନିଶ୍ଚିନ୍ତ ନଥାନ୍ତି . ନିଜେ ସ୍ତନ୍ୟପାନ ଛାଡିବା ପୁର୍ବରୁ ମଧ୍ୟ ଶିଶୁ ଖିର ଖାଇବାକୁ ମନ କରିନଥାଏ . ଶିଶୁ ଯତ୍ନରେ ବାଧା ମାନେ ମା ଅସୁସ୍ଥ ଥାଇପାରେ . ଏହାର କାରଣ ମା ର କିଛି ସଂକ୍ରମଣ ହୋଇପାରେ ଓ ଏହା ଛଡା ଶିଶୁ ଦାନ୍ତ ଦ୍ବାରା ଆଘାତ ମଧ୍ୟ ଏହାର କାରଣ ହୋଇପାରେ .

ଯଦି ଏହି ଭଳି ଅସୁବିଧା ସୃଷ୍ଟି ହୁଏ ତେବେ ପିଲାର ଖାଇବା ସମୟ ପରିବର୍ତନ କରନ୍ତୁ . ପିଲାଟି ଯେତେବେଳେ ହାଲିଆ ହୋଇଯାଇଥାଏ କିମ୍ବା ଶୋଇବାକୁ ଯାଉଥାଏ ସେହି ସମୟରେ ଖାଇବାକୁ ଦିଅନ୍ତୁ ଓ ଯେତେବେଳେ ପିଲାଟି ଆବଶ୍ୟକ କରୁଛି ସେତେବେଳେ ଖାଇବାକୁ ଦିଅନ୍ତୁ . କିନ୍ତୁ ଏପରି କରିବା ଅପେକ୍ଷା ଏହାର କାରଣ ଖୋଜି ଚିକିସ୍ଛା କରନ୍ତୁ  ସମୟ ହାତରୁ ଯିବା ଆଗରୁ .

ଶେଷକଥା :

ସ୍ତନ୍ୟପାନ ହେଉଛି ଏପରି ଏକ ଅଭ୍ୟାଷ ଯାହା ପିଲାକୁ ସଠିକ୍ ବୃଧି ଦେଇଥାଏ . ଏହାର ଆହୁରି ଏକ ଫାଇଦା ହେଉଛି ଏହା ଆପନଂକୁ ମଧ୍ୟ ଉପକାର ଦେଇଥାଏ . ଯଦି ଏହାକୁ ଆପଣ ଏହାକୁ ସଠିକ୍ ଭାବେ କରିପାରିଲେ ତେବେ ଆପନଂକର ବହୁତ ଟଂକା ଖର୍ଚରୁ ରକ୍ଷା ପାଇଯିବେ .