ସ୍ତନ୍ୟପାନ ଓ ଥର୍ଶ୍ (THRUSH )- ଏକ କବକ ଜାତୀୟ ସଂକ୍ରମଣ

ସ୍ତନ୍ୟପାନ ଓ ଥର୍ଶ୍ (THRUSH )- ଏକ କବକ ଜାତୀୟ ସଂକ୍ରମଣ

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଥର୍ଶ୍ (THRUSH ) କଣ ?

ଏହା ହେଉଛି ଏକ କବକ ଜାତୀୟ ସଂକ୍ରମିତ ରୋଗ , ଯାହାକି ସାଧାରଣତଃ ସ୍ତନ୍ୟପାନ କରୁଥିବା ମା ମାନଂକ ଠାରେ ଦେଖାଯାଏ . ଏହା କ୍ୟାନଡିଡା ଆଲବିକାନସ୍ ନାମକ କବକ ଦ୍ବାରା ହୋଇଥାଏ . ଏହି ଜାତୀୟ କବକ ସାଧାରଣତଃ ମନୁଷ୍ୟ ଶରୀରର ଚର୍ମ ଓ ପାଟିରେ ଥାଏ . କିନ୍ତୁ ଅନ୍ୟ ଭଲ ଓ ଉପକାରୀ ବ୍ୟାକ୍ଟେରିଆ ଉପସ୍ତିତି ଯୋଗୁ ନିୟନ୍ତ୍ରଣରେ ଥାଏ .

କେଉଁଠି ହୁଏ ?

ଯଦି ଉପକାରୀ ବ୍ୟାକ୍ଟେରିଆ ପରିମାଣ କମ ହୋଇଯାଏ କିମ୍ବା ସେମାନେ କୌଣସି କାରଣରୁ ମରିଜାନ୍ତି ତେବେ ଏହି କବକ ବୃଧି ପାଇଥାନ୍ତି . ଏମାନେ ବଢିବା ଦ୍ବାରା ଏକ ଧଳା ଆବରଣ ପାଟି , ଓଠ ଓ ମା ମାନଂକ କ୍ଷେତ୍ରରେ ବକ୍ଷ ବା ଚୁଚୁକରେ ଦେଖାଯାଏ .

କେଉଁଥୀ ପାଇଁ ହୁଏ ?

ଏହା ସାଧାରଣତଃ ମା ମାନଂକ କ୍ଷେତ୍ରରେ ଅଣବ୍ୟାକ୍ଟେରିଆ ଔଶଧ ଯୋଗୁ ହୋଇଥାଏ . କାରଣ ଏହି ଔଶଧ ସବୁ ଯୋଉଥୀ ପାଇଁ ବ୍ୟବହାର ହୁଏ ତା ପାଇଁ କାମ କରିଥାଏ ଓ ତାହା ସହ ଅନ୍ୟ ଉପକାରୀ ବ୍ୟାକ୍ଟେରିଆକୁ ମଧ୍ୟ ମାରିଦିଏ . ଯାହାଫଳରେ ଏହି କବକ ଗୁଡିକ ବିନା ବାଧାରେ ବଢି ଚାଲନ୍ତି .

ଏହା ଫଳରେ କଣ ହୁଏ ?

ଏହା ଦ୍ବାରା ସାଧାରଣତଃ ପିଡା ହୋଇଥାଏ . ତେଣୁ ମା ମାନେ ପିଲାକୁ ଖାଇବାକୁ ଦେବାକୁ ଅନିଛା ସତ୍ବେ ଦୁରେଇ ଯାଆନ୍ତି . ଏହା ଦ୍ବାରା ପିଲାଟି ଜଲଦୀ ଖିର ଛାଡି ଦେଇଥାଏ . ଏହା ପିଲାର ଖାଇବା ମଧ୍ୟ କମ କରିଦିଏ , ଯାହା ଦ୍ବାରା ତାର ପାଟିରେ ଓ ଓଠରେ ଫାଟ ଶୃଷ୍ଟି ହୁଏ .

ମା ମାନଂକ ଠାରେ ଏହାର ଲକ୍ଷଣ ସବୁ କଣ ?

-> ଏହି ରୋଗ ବେଳେ ସବୁଠୁ ସାଧାରଣ ଅସୁବିଧା ହେଉଛି ମାର ଚୁଚୁକରେ ବିନ୍ଧା ବା ପିଦା ହେବା . ଯାହା ଦ୍ବାରା ସେ ପିଲାକୁ ସଠିକ୍ ଭାବେ ଖାଇବାକୁ ଦେଇପାରେ ନାହି . ଏହା ଛଡା ସ୍ତନ ଓ ଚୁଚୁକର ଚର୍ମରେ କୁଣ୍ଡେଇ ହୋଇଥାଏ . ଯାହା ଦ୍ବାରା ସ୍ତନ ଆଖପାଖରେ ନାଲି ଚିନ୍ହ ହୋଇଯାଏ .

-> ଏହା ଛଡା ସ୍ତନରେ କିଛି ଗଦା ହେଲା ଭଳି ମଧ୍ୟ ଅନୁଭବ ହୁଏ . ଯାହା ଦ୍ବାରା ଅଧିକ କଷ୍ଟ ହୋଇଥାଏ . ଏହା ଫଳରେ ଚୁଚୁକ ଓ ଏହାର ଆଖ ପାଖ ସୁଖିଲା ପଡିଯାଏ . ଆହୁରି ମଧ୍ୟ ଏହା ଏକ ସ୍ତନରୁ ଅନ୍ୟକୁ ଧିରେ ଧିରେ ଯାଇଥାଏ . ଚୁଚୁକ ସାଧାରଣତଃ ବହୁତ ପ୍ରତିକ୍ରିୟାଶିଳ ହୋଇଥାଏ , ତେଣୁ ଏମିତିକି ଗାଧୋଇଲା ବେଳେ କିମ୍ବା ଲୁଗାପଟା ପରିବର୍ତନ୍ ବେଳେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ . ଏହା ଛୁନ୍ଚି ଭଳି ତିଖନ୍ନ ହୋଇଥାଏ . କିଛି କିଛି ନାରୀ କ୍ଷେତ୍ରରେ ଏହା ପ୍ରସବ ଯନ୍ତ୍ରଣା ଠାରୁ ଅଧିକ କଷ୍ଟ ଦାୟକ ହୋଇଥାଏ .

-> ସାଧାରଣତଃ ଏହି ଯନ୍ତ୍ରଣା ସ୍ତନ୍ୟପାନ ସମୟରେ ଓ ଏହା ପରେ ମଧ୍ୟ ହୋଇଥାଏ . କିଛି ସମୟରେ ଏହା କେବଳ ସ୍ତନରେ ହୋଇନଥାଏ ବରଂ ଶରୀରର ଅନ୍ୟ ସ୍ତାନରେ ମଧ୍ୟ ହୋଇଥାଏ . ଏହା ଗର୍ଭନିରୋଧକ ବଟିକା ଖାଇବା କିମ୍ବା ଅନ୍ୟ କିଛି ବଟିକା ନିଜ ଅନୁସାରେ ଖାଇବା ଦ୍ବାରା ମଧ୍ୟ ହୋଇଥାଏ .

ଶିଶୁ ବା ପିଲା ଠାରେ ଦେଖାଯାଉଥିବା ଲକ୍ଷଣ ସମୁହ କଣ ?

-> ସାଧାରଣତଃ ପିଲାର ଜିଭ ଓ ପାଟିରେ ଧଳା ରଂଗର ଆବରଣ ଦେଖା ଯାଇଥାଏ . ବେଳେବେଳେ ଆବରଣ ଜାଗାରେ ଧଳା ଦାଗ ମଧ୍ୟ ଦେଖାଯାଏ . କିନ୍ତୁ ଆପଣ ଯଦି ଏହାକୁ ବାହାରକରିବାକୁ ଚେଷ୍ଟା କରନ୍ତି କିମ୍ବା ହାତରେ ଛୁଅନ୍ତି ତେବେ ଏଥିରୁ ରକ୍ତ ବାହାରିଥାଏ . କାରଣ ଏହି ଧଳା ଦାଗ ଚାରିପାଖେ ନାଲି ରଂଗର ଆବରଣ ଥାଏ . ଏହା ପିଲାକୁ ବହୁତ କଷ୍ଟ ଦେଇଥାଏ ଓ ଚିଡ଼ ଚିଡା କରିଦିଏ . ଖାସ୍ କରି ଖାଇବା ବେଳେ ଏହା ବହୁତ କଷ୍ଟ ଦେଇଥାଏ ଯାହାକି ପିଲାକୁ ଖାଇବାରୁ ବଂଚିତ କରିଥାଏ . ଏହା ଛଡା ପିଲା ଠାରେ ଆଉ କିଛି ଦେଖା ଯାଏ ନାହି .

-> କିନ୍ତୁ ବେଳେବେଳେ ଏହା ପିଲାର ଡାଇପରକୁ ନେଇ ମଧ୍ୟ ହୋଇଥାଏ . ଯାହା ଦ୍ବାରା ପିଲାର ତଳଭାଗ ଖାସ୍ କରି ଡାଇପର ପିନ୍ଧିଥିବା ସ୍ତାନ ନାଲି ଦେଖାଯାଏ . ଏହା ଛୋଟ ଛୋଟ ନାଲି ଦାଗ ହୋଇପାରେ କିମ୍ବା ଲଗାତର ଭାବେ ନାଲି ନାଲି ଦାଗ ହୋଇଥାଏ . କିନ୍ତୁ ଯଦି ନିୟମିତ ତେଲ ମାଲିସ୍ ଦ୍ବାରା ଏହା କମ ନହୁଏ ତେବେ ଥର୍ଶ୍ (THRUSH ) ବୋଲି ଜାଣନ୍ତୁ . ବେଳେ ତେଲ ମାଲିସ୍ ଦ୍ବାରା ଏହା ଅଧିକ ମଧ୍ୟ ହୋଇଥାଏ . କାରଣ କିଛି କବକ ତେଲାକୁ ନିଜ ଖାଦ୍ୟ ରୁପେ ଗ୍ରହଣ କରିଥାନ୍ତି .

ପିଲା ଠାରେ ଥର୍ଶ୍ (THRUSH ) ହେବାର କାରଣ କଣ ?

  • ଏହା ସାଧାରଣତଃ ବିଭିନ୍ନ କାରଣରୁ ହୋଇଥାଏ . କିନ୍ତୁ ଜଲଦୀ ମା ଖିର ଛାଡି ବୋତଲ ଖିର ବା ଶିଶୁ ଖାଦ୍ୟ ଆଡକୁ ଯିବା ମୁଖ୍ୟ କାରଣ ହୋଇଥାଏ . କାରଣ ଏହା ଦ୍ବାରା ପିଲାର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଏ .
  • ଏହା ଛଡା ଅନ୍ୟ ଶାନ୍ତକାରୀ ପଦାର୍ଥ ପ୍ରତି ଧ୍ୟାନ ବଢିବା ମଧ୍ୟ କିଛି ମାତ୍ରାରେ ଏହାର କାରଣ ହୋଇଥାଏ .
  • କିନ୍ତୁ ମା କ୍ଷେତ୍ରରେ ଏହାର ବିଭିନ୍ନ କାରଣ ହୋଇପାରେ . ସେଗୁଡିକ ହେଉଛି କମ ରୋଗପ୍ରତିରୋଧକ ଶକ୍ତି , ଡାଇବେଟିସ୍ ମାଲିଏଟସ୍ , ଶକ୍ତି ପ୍ରଦାନକାରୀ ପଦାର୍ଥ ଗ୍ରହଣ , ଗର୍ଭନିରୋଧକ ବଟିକା ଓ ଆନେମିଆ ଇତ୍ୟାଦି ଦ୍ବାରା ହୋଇଥାଏ .

ଥର୍ଶ୍ (THRUSH )ର ଉପଚାରିତା କଣ ?

  • ପ୍ରତିଥର ସ୍ତନ୍ୟପାନ ପୁର୍ବରୁ ଓ ପରେ ଭଲ ଭାବେ ହାତ ସଫା କରନ୍ତୁ . ଶିଶୁର ଡାଇପର ବଦଳାଇବା ପୁର୍ବରୁ ଓ ପରେ , ବାଥରୁମ୍ ଯିବା ପରେ ସାବୁନରେ ଭଲ ଭାବେ ହାତ ସଫା କରନ୍ତୁ .
  • ଗ୍ରୀନ ଚା ନିୟମିତ ପିଅନ୍ତୁ ତାକି ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହି କବକର ବୃଧି କମ ହୋଇଥାଏ .
  • ଅଧିକ ସର୍କରା ଜାତୀୟ ଖାଦ୍ୟା କମ ଖାଆନ୍ତୁ . କାରଣ ଏହା ଦ୍ବାରା କ୍ୟାନଡିଡା ସଂକ୍ରମଣ ଅଧିକ ହୋଇଥାଏ .

ଥର୍ଶ୍ (THRUSH )ର ଚିକିସ୍ଛା କଣ ?

  • ଏହାର ପ୍ରାଥମିକ ସୋପାନ ହେଉଛି ସଠିକ୍ ଯତ୍ନ , ସଠିକ୍ ଖାଦ୍ୟ ଓ ପାନୀୟ . ଯଦି କିଛି ଡାକ୍ତରି ଆବଶ୍ୟକତା ହୁଏ ତେବେ ସର୍ବଦା ବିଶେସଜ୍ଞ ପରାମର୍ଶ ନିଅନ୍ତୁ . କାରଣ ସେ ଆପନଂକୁ ସଠିକ୍ ବଟିକା କିମ୍ବା କ୍ରିମ୍ ଦେବ ଯାହାକୁ ଆପଣ ବ୍ୟବହାର କରିପାରିବେ . ଅନ୍ୟଥା ଏହା ପୁନର୍ବାର ହେବାର ବହୁତ ଆଶଂକା ଥାଏ .
  • ସଠିକ୍ ଯତ୍ନ କହିଲେ ବାରମ୍ବାର ହାତ ସଫା କରିବା , ପିଲାର ଡାଇପର ବଦଳାଇବା ଇତ୍ୟାଦି . ସର୍ବଦା ଚୁଚୁକ ପାଖ ସ୍ତାନକୁ ସୁଖିଲା ରଖନ୍ତୁ ଓ ନିଜ ତଉଲିଆ ସମସ୍ତଂକ ଠାରୁ ଅଲଗା କରନ୍ତୁ .ଯାହା ଦ୍ବାରା ସେମାନେ ଯଦି କୌଣସି ସଂକ୍ରମଣର ଶିକାର ହୁଅନ୍ତି ତେବେ ଆପଣ ସୁରକ୍ଷିତ ରହିବେ . ଗାଧୁଆ ଘର ସର୍ବଦା ସଫା ରଖନ୍ତୁ ଦରକାର ହେଲେ ଏସିଡ଼ ବା ଫିନାଇଲ୍ ବ୍ୟବହାର କରନ୍ତୁ .
  • ଯଦିବା ସଂକ୍ରମିତ ହୋଇଯାଇଛନ୍ତି ତେବେ ଚିନ୍ତା କରନ୍ତୁ ନାହି . ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ପ୍ରଚୁର ପାଣି ପିଅନ୍ତୁ . ଖାଦ୍ୟରେ ସର୍କରା ଭାଗ ସମ୍ପୁର୍ଣ୍ଣ କମ କରିଦିଅନ୍ତୁ . ବାହାରେ ମିଳୁଥିବା ମୃଦୁପାନିୟା କିମ୍ବା ଜୁସ୍ ବନ୍ଦ କରିଦିଅନ୍ତୁ କାରଣ ଏହା ସଂକ୍ରମଣକୁ ବଢାଇଦେଇପାରେ . ପିଲାକୁ ଯଥା ସମ୍ଭବ କମ ପରିମାଣର ବୋତଲ ଖିର ଦିଅନ୍ତୁ କିମ୍ବା ସମ୍ପୁର୍ଣ୍ଣ ନଦେଲେ ମଧ୍ୟ ଭଲ .
  • କିଛି ଉପକାରୀ ବ୍ୟାକ୍ଟେରିଆ ଅପକାରୀ ବିରୁଧରେ ଲଢିବା ସହ ଆମକୁ ଥର୍ଶ୍ (THRUSH )ରୁ ରକ୍ଷା କରିଥାଏ . ଲାକ୍ଟୋବାଲିସିସ୍ ବଟିକା ଏଥି ଲାଗି ଉପକାରୀ ହୋଇଥାଏ .
  • ଯଦି ମା ଓ ପିଲା ମଧ୍ୟରୁ କେହି ଜଣେବି ସଂକ୍ରମିତ ହୋଇଥାଏ ତେବେ ଉଭୟ ଚିକିସ୍ଛା ହେବା ଦରକାର କାରଣ ଏହା ଅନ୍ୟ ଜଣକୁ ହେବା ବହୁତ ସମ୍ଭାବନା ଥାଏ . ଯଦି ଏହାର ଲକ୍ଷଣ କମ ନହୁଏ ତେବେ ଯଥା ଶୀଘ୍ର ଡାକ୍ତର ପରାମର୍ଶ କରନ୍ତୁ .

ଶେଷକଥା :

ଥର୍ଶ୍ (THRUSH ) ଉଭୟ ମା ଓ ପିଲାକୁ ବିଶ୍ବବ୍ୟାପି ହୋଇଥାଏ . ଏଥିରୁ ମୁକ୍ତି ପାଇବାର ସହଜ ଉପାୟ ହେଉଛି ଓ ସବୁଠୁ ଭଲ ଉପାୟ ହେଉଛି ଯତ୍ନରେ ରହିବା ଓ ସଠିକ୍ ଖାଦ୍ୟ ଖାଇବା . ଏହି ପନ୍ଥା କେବେଳ ଏହି ରୋଗରୁ ନୁହ ବରଂ ଅନେକ ରୋଗ ବା ସଂକ୍ରମଣରୁ ରକ୍ଷା କରିଥାଏ . ତେଣୁ ସଜାଗ ରୁହନ୍ତୁ ଶୁସ୍ଥ ରୁହନ୍ତୁ .