ଆପଣ ସ୍ତନ୍ୟପାନ କରାଉଛନ୍ତି କି ?

ଆପଣ ସ୍ତନ୍ୟପାନ କରାଉଛନ୍ତି କି ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଆପଣ ଚା, କଫି , ଚକୋଲାଟ, ମୃଦୁପାନିୟକୁ ଭାଲପାନ୍ତି କି ?

ଯଦି ଉଭୟ ପ୍ରଶ୍ନର ଉତ୍ତର ହ ତେବେ ଆପଣ କ୍ୟାଫିନ (ଉତ୍ତେଜକ ବା ମାଦକ ପଦାର୍ଥ )ବିଷୟରେ ଜାନିନାହାନ୍ତି ଜାହାକି ଆପନଂକୁ ଓ ଶିଶୁର କ୍ଷତି କରି ପାରେ. ଆପଣ ଭାବୁଥିବେ କି ଏହା ଚଳିବ କାରଣ ଆପଣ ଆଗରୁବି ପିଉଥିଲେ . କିନ୍ତୁ ବର୍ତମାନ ତାହା ନୁହେ କାରଣ ଏହା କେବଳ ଆପନଂକର ନୁହେ ଶିଶୁର ବି କ୍ଷତି କରେ. ବର୍ତମାନ ଜାଣନ୍ତୁ ଏହା କିପରି ଶିଶୁର କ୍ଷତି କରେ –

କାରଣ କ୍ୟାଫିନ ଆପନଂକ ବକ୍ଷ ଖିର କୁ ନିସୃତ ହୋଇଥାଏ ଯାହାକି ସିଧାସଳଖ ଶିଶୁଟି ଗ୍ରହଣ କରିଥାଏ . ଆପଣ ଜାନିନାହାନ୍ତି କି ଆପନଂକ ଶିଶୁବି କଫି ପିଉଛି ଯାହାକି କ୍ୟାଫିନରେ ପରିପୁର୍ଣ . ଶିଶୁ ମାନେ ବହୁତ ସନ ହୋଇଥାନ୍ତି କଫିକୁ ହଜମ କରିବା ପାଇଁ . ସମୟ ଆସିଲେ ପିଲାଭି କଫି ପସନ୍ଦ କରିବ କିନ୍ତୁ ବର୍ତମାନ ନୁହ . ସମ୍ବେଦନଶୀଳତା

କ୍ୟାଫିନର ଅଧା ହଜମ ସମୟ
ବୟସ ଅଧା ହଜମ ସମୟ
ନବଜାତ ଶିଶୁ ୯୭.୫ ଘଣ୍ଟା ବା ୪ ଦିନ
୩ ରୁ ୫ ମାସର ଶିଶୁ ପାଖାପାଖି ୧୪ ଘଣ୍ଟା
୬ ମାସରୁ ଅଧିକ ଶିଶୁ ୨ ରୁ ୩ ଘଣ୍ଟା
କିଶୋର ୪ ରୁ ୫ ଘଣ୍ଟା

ଏଥିରୁ ଜାଣି ହେଉଛି ଯେ କ୍ୟାଫିନ କେତେସମୟ ନିଏ ଅଧା ହଜମ ହେବା ପାଇଁ . ଯାହାକି ଦେଖାଉଛି କି ଏକ ନବଜାତ ଶିଶୁ ପାଖାପାଖୀ ୪ ଦିନ ସମୟ ଲାଗେ . ଯୋଉଠିକି ଏକ କିଶୋର୍ ପାଇଁ ୪ ଘଣ୍ଟା ଲାଗେ . ସମସ୍ତ ଶିଶୁ ପାଖେ ଏକ ପ୍ରକାର ସମ୍ବେଦନଶୀଳତା ଦେଖାଯାଏ ନାହି .

ସ୍ତନ୍ୟପାନ କରାଉଥିବା ମା ମାନେ କଫି ପିଇ ପାରିବେ କିନ୍ତୁ ସଂଯମରେ ଓ ବେଳେବେଳେ . କାରଣ ୬ ମାସରୁ କମ୍ ଶିଶୁ ମନେ ଅଧିକ ସମ୍ବେଦନଶୀଳତା ୬ ମାସରୁ କମ ଶିଶୁ ତୁଳନାରେ . ଯୋଉ ମା ମାନେ ଗର୍ଭାବସ୍ଥା ସମୟରେ ଚା କଫି ଟ୍ୟାଗ କରିଥାନ୍ତି ସେମାନନକ ଶିଶୁ ଅଧିକ ସମ୍ବେଦନଶୀଳ ହୋଇଥାନ୍ତି .

ଅନ୍ୟ ବିପଦ ସମୁହ :

୧. ବାରମ୍ବାର ଚା ବା କଫି ପିଇବା ଦ୍ବାରା ମା ଖିରରେ ଲୌହ ପରିମାଣ କମ୍ କରିଥାଏ . ଲୌହ ଏକ ଶିଶୁ ପାଇଁ  ନିତାନ୍ତ ଆବଶ୍ୟକ କାରଣ ଏଥିରେ ଅମ୍ଲଜାନ ବି ଶିଶୁକୁ ମିଳିଥାଏ.

୨. କ୍ୟାଫିନ ଶିଶୁର ଶକ୍ତି ବୃଧି କରେ କିନ୍ତୁ ଅଧିକ ପରିମାଣ ପିଲାକୁ ଚିଡ଼ଚିଡା କରିଦିଏ ଓ ପିଲାର ଶୋଇବାରେ ଅଶୁବିଧା ଶୁଷ୍ଟି କରେ . ଯାହାକି ଶିଶୁର ବୃଧି ସହ ମାର ଶୋଇବରେ ଅସୁବିଧା କରେ ମାକୁ ଦୁଖ ଦିଏ .

କେମିତି ଜାଣିବାଯେ କ୍ୟାଫିନର ପରିମାଣ ଅଧିକ ହେଉଛି ବୋଲି ?

ଯଦିବା କ୍ୟାଫିନର କେବଳ ୧ଶତକଡା ଶିଶୁ ଶରୀରକୁ ଯାଇଥାଏ ଓ ତାହା ପ୍ରାୟତ ଖାଇବାର 1 ଘଣ୍ଟା ପରେ ପ୍ରଭାବ୍ ପକାଇଥାଏ , ଏହା ଶିଶୁ ତ ନିଜର ହରକତ୍ ଦ୍ବାରା ଜଣାଇବ . ଆପଣ ଦେଖିବେକି ପିଲାଟି ସାଧାରଣ ଠାରୁ ଅଧିକ ଚିଡ଼ଚିଡା ଭାବ ପ୍ରକାଶ୍ କରେ . ବିଭିନ୍ନ ଶିଶୁ କ୍ଷେତ୍ରରେ ସମ୍ବେଦନଶୀଳତା ଅନୁସାରେ କ୍ୟାଫିନ ପ୍ରଭାବ୍ ପକାଇଥାଏ . ପ୍ରତିଦିନ ୫ କପ୍ ଚା ବା କଫି କିମ୍ବା ୫୦୦ ମିଲିଗ୍ରାମର ଚା ବ କଫି ଶିଶୁ ଉପରେ ପ୍ରଭାବ୍ ପକାଏ . ତେଣୁ ଦିନକୁ ୩୦୦ ରୁ ୭୫୦  ମିଲିଗ୍ରାମ କମ୍ ଚା ବା କଫି ପିଈବା ଦରକାର .

ଏହା ମାର କ୍ୟାଫିଂ ହଜମ କରିବା ସକତୀ ଉପାତରେ ନିର୍ଭର କରେ . ଜଣେ ଗର୍ଭବତୀ ମା ପାଇଁ ସର୍ବାଧିକ ପରିମାଣ ଚା ବା କଫିର ହେଉଛି ୩୦୦ ମିଲୀଗ୍ରାମ୍ ବା 2 କପ୍ . କ୍ୟାଫିନ କେବଳ ଚା ବା କଫିରେ ନଥାଏ ଏହା ଚକୋଲାଟ୍ , ମୃଦୁ ପନୀୟରେ ମଧ୍ୟ କ୍ୟାଫିଂ ମିଲେ .ଯଦି ଆପଣ ଏହି ସବୁରୁ ଟିକେ ଟିକେ ବି ଗ୍ରହଣ କରନ୍ତି ତେବେ ଏହା ବଡ ପରିମାଣର କ୍ୟାଫିନ୍ରେ ପରିଣତ ହୋଇଯାଏ .

କଣ କରିବେ ଯଦି ଅଧିକ କ୍ୟାଫିନ୍ ଗ୍ରହଣ କରିଦେଇଛନ୍ତି ତ ?

ଅଧିକ ପରିମାଣର କ୍ୟାଫିନ ହୋଇଗଲେ ଚିନ୍ତାର କୌଣସି ବିସୟା ନାହି , ଚା କଫିର ପରିମାଣ କମ୍ କରିଦିଅନ୍ତୁ .ଯଦି ଶିଶୁ ପ୍ରତିକ୍ରିୟା କରୁଛି ତେବେ କିଛିଦିନ ସମ୍ପୁର୍ଣ ବନ୍ଦ କରିଦିଅନ୍ତୁ ସବୁକିଛି ଠିକ ହୋଇଯିବ୍.

କ୍ୟାଫିନ ବଦଳରେ କଣ ନେବେ ?

ମା ହେବାକିମ୍ବା ମାର କରତବ୍ୟ କରିବା କିଛି ସହଜ କାମ ନୁହେ . ଏଥିପାଇଁ ଶକ୍ତିର ଆବଶ୍ୟକତା  ଅଛି କିନ୍ତୁ ତାହା ପାଇଁ ଅନ୍ୟ କିଛି ଖାଇବା ଦରକାର . ସ୍ତନ୍ୟପାନ ଦ୍ବାରା ଆପନଂକୁ ଶୋସ ମଧ୍ୟ ଲାଗିଥାଏ ତେଣୁ ଏହି ଠାରେ ଅନ୍ୟ ପାନିୟା ନେବା ଉଚିତ୍ .

ଏହା ଜାଗାରେ ଆପଣ ଖାଲି ପାଣୀ , ଲେମବୁପାଣୀ , ଗରମ ଖିର ପିଇବା ଉଚିତ୍ ହେବ. ଯଦି ଆପଣ ଗରମ ପାନିୟା ପଶନ୍ଦ କରନ୍ତି ତେବେ ଗରମ ଥିବା ଓ କମ ଚିନୀ କିମ୍ବା ବିନା ଚିନୀ ବାଲା ପାନୀୟ ଗ୍ରହଣ କରିବା ଉଚିତ୍.

ଏହା ଛଡା ହର୍ବାଲ୍ ଚା କିମ୍ବା ପ୍ୟାକଟରେ କ୍ୟାଫିନର ପରିମାଣ ଦେଖି ଗ୍ରହଣ କରିବା ଉଚିତ୍ . ତଥାପି ଯଦି ଆପଣ ବେଳେବେଳେ ଚା ବା କଫି ନେବାକୁ ଚାହୁଁଛନ୍ତି ତେବେ କିଛି ଅଶୁବିଧ ନାହି . ଏହା ଛଡା ଆପଣ ଯଦି ଚା ପିଇବାର ସମୟ ୫ ମିନିଟ୍ରୁ ୧ ମିନିଟ୍କୁ କମାଇ ଦେଇ ପାରିବେ ତେବେ ଏହା ବହୁତ୍ ଫଳପ୍ରଦ ହେବ . ଅନ୍ୟ ଉପାୟରେ ଯଦି ଆପଣ ସ୍ବାଦକୁ କିଛି କମ୍ କରିପାରିବେ ତେବେ ଓ ଅଧା ଚାମଚ୍ କଫି ବ୍ୟବହାର କରନ୍ତି ତେବେ ବହୁତ୍ ଲାଭବାନ୍ ହେବେ .

ଶେଷକଥା

ଆପନଂକୁ ଚା କଫି ସମ୍ପୁର୍ଣ ଛାଡିବାକୁ ପଡିବ ନାହି , ଏହାକୁ କେବଳ କିଛି ମାସ ଓ ପରିମାଣ ରେ ପରିବର୍ତନ୍ ଆଣିବାକୁ ହେବ . କାରଣ ଶିଶୁ ଯେତେ ବଡ଼ ହୋଇ ହୋଇ ଯିବା ତାର ମା ଖିର ଉପରୁ ନିର୍ଭର କମି କମି ଯିବା ଆପଣ ଚ, କଫି , ଅନ୍ୟ ମୃଦୁପାନିୟକୁ ଆରମରେ ଉପଭୋଗ କରିପାରିବେ . କିନ୍ତୁ ଏହାକୁ ତୁରନ୍ତ ଛାଡନ୍ତୁ ନାହି କାରଣ ମୁଣ୍ଡ ବିନ୍ଧା ସହ ଅନ୍ୟ ରୋଗର କାରଣ ହୋଇପାରେ .

ଜଣେ ମା ହିସାବରେ ପିଲାର ସ୍ବାସ୍ଥ୍ୟ ଓ ଆବଶ୍ୟକତା ସବୁଠୁ ଅଧିକ ଦରକାରୀ. ମନେ ରଖନ୍ତୁ ଏହାକୁ ସମ୍ପୁର୍ଣ ବନ୍ଦ କରନ୍ତୁ ନାହି ଯାହାକି ବିଭିନ୍ନ ଅସୁବିଧାର କାରଣ ହେବ. ଏହାକୁ କିଛି ପରିମାଣର ନେବା ଯାହାକି ଶିଶୁଟି ଗ୍ରହଣ କରି ସାହି ପାରିବ ବା ହଜମ କରିପାରିବ .  ଯେ କୌଣସି ଜିନିଷର ଅଧିକ ପରିମାଣ ବିସ ହୋଇଥାଏ ତେଣୁ ବେଲ ଥାଉ ଥାଉ ସୁଧୁରି ଯାନ୍ତୁ ଓ ସୁନ୍ଦର ଜୀବନ ବିତାନ୍ତୁ .