ସ୍ତନ୍ୟପାନ ସମୟରେ ହେଉଥିବା କିଛି ଅସୁବିଧା

ସ୍ତନ୍ୟପାନ ସମୟରେ ହେଉଥିବା କିଛି ଅସୁବିଧା

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ମାତୃତ୍ଵ ହେଉଛି ନାରୀ ଜୀବନର ଏକ  ସଫଳତା . ସେଥିପାଇଁ ସ୍ତନ୍ୟପାନ ହେଉଛି ଏକ ଅଭିନ୍ନ ପନ୍ଥା ଯାହାକି ଘରର ନୂତନ ସଦସ୍ୟର ଦେଖାଶୁଣା କରିବା ପାଇଁ . ଏହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ ଏକ ପିଲାର ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ.

ଏହା ଏପରି ଏକ ଆନନ୍ଦ ଯାହା ନିଜ ସହ କିଛି ନ କିଛି ଅସୁବିଧା ନେଇ ଆସେ.ସେଠି ମଧ୍ୟରୁ କିଛି ସାଧାରଣ ପ୍ରଚଳିତ ଅସୁବିଧା ଯାହାକି ଏକ ମା ସମୁଖୀନ ହୋଇଥାଏ-

  1. ମାସଟାଇଟିସ

               ->ଏହା ଏକ ଚିକିତ୍ସା(ମେଡିକାଲ) ଗତ ଅସୁବିଧା ଯାହା ଦ୍ୱାରା ବକ୍ଷର ଆକାର ବଢିଯାଏ ଏବଂ ଏହାର ତାପମାତ୍ରା ସାଧାରଣ ତାପମାତ୍ରାଠୁ ଅଧକିଆ ହୋଇଯାଏ.

               ->ଏହି ରୋଗ ଦ୍ୱାରା କ୍ଷୀର ନାଳ ଗୁଡିକ ରୁଦ୍ଧ ହୋଇଯାଏ ଓ କ୍ଷୀରକୁ ବାହାରକୁ ଆସିବାକୁ ଦିଏନାହିଁ.

               ->ଏହା ଏକ ଭୁତାଣୁ ଜନିତ ରୋଗ ଯାହାକୁ ସ୍ୱତନ୍ତ୍ର ଭାବେ ସାମ୍ନା କରିବାକୁ ହୁଏ କାରଣ ଏହାର ଲକ୍ଷଣ ସମୂହ                                                

 ଭୁତାଣୁ ଜନିତ ସଂକ୍ରମିତ ରୋଗ ସହ ସମାନ ଯାହାକି ଅଧିକ ଅସୁବିଧା ସୃଷ୍ଟି କରିପାରେ.

ଏହାର କିଛି ଲକ୍ଷଣ ଯାହାଦ୍ୱାର ଜାଣିହେବ କିଏ ଏହି ରୋଗର ଆକ୍ରାନ୍ତ ହୋଇଛି କି ନ –

              ->ତଳି ପକା ଭଳି ଲାଲ ଦାଗ .

              ->ଜ୍ୱର .

              ->ଆପଣଙ୍କୁ ସର୍ଦି ହେଲା ଭଳି ଲାଗିବ.

              ->ହାଲିଆ ଓ ଅସୁସ୍ଥତା ଲାଗିବ ଇତ୍ୟାଦି.

ଯଦି ଆପଣ ଏହିସବୁ ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତେବେ ଚିନ୍ତାର କୌଣସି କାରଣ ନାହିଁ . ଏଥିରୁ ଉପଶମ ପାଇବା ପାଇଁ କିଛି ଉପାୟ ମଧ୍ୟ ଅଛି ଯଥା –

             ->ସ୍ତନ୍ୟପାନ ରଖନ୍ତୁ .

             ->ଆରମ୍ କରନ୍ତୁ ଓ କିଛି ଅଧିକ  ଶୁଅନ୍ତୁ .

             ->ଉଷୁମ ପାଣିରେ କପଡା ଓଦା କରି ସେକ ଦେବା ଦ୍ୱାରା କ୍ଷୀର ବାହାରିବା ସହଜ ହୋଇଥାଏ.

             ->ଦାୟୀ କିମ୍ବା କେହି ଜଣାଶୁଣା ପରିଜନଙ୍କଠୁ ଶିଶୁ ଠିକ ପୋଜିସନ ବିଷୟରେ ବୁଝିବାକରଣ ଏହା ବହୁତ ମାତ୍ରରେ କ୍ଷୀର ବାହାରିବାର ମୁଖ୍ୟ କାରଣ ହୋଇଥାଏ.

             ->ଯଦି ଶିଶୁକୁ ଖାଇବା ଦେବା ପରେବି ବକ୍ଷ ଭରା ଭରା ଲାଗେ ତେବେ ଏହାକୁ ହାତଦ୍ଵାରା ବାହାରକରିବା ଉଚ୍ଚିତ ହେବ .

             ->ଜୀବାଣୁ ନଷ୍ଟ କରିବା ପାଇଁ କିଛି ଆଣ୍ଟିବାଓଟିକ୍ସ ଡ଼କ୍ଟର ପରାମର୍ଶ କରି ନେବା ଉଚିତ.

             ->ସେହି ବକ୍ଷଟିକୁ ମାଲିସ କରନ୍ତୁ .

  1. ଶିଶୁର ସ୍ଥାନ

ଏହାର ଶିଶୁର ସ୍ଥାନ କହିଲେ ସ୍ତନ୍ୟପାନ ସମୟରେ ତାର ସ୍ଥାନକୁ ବୁଝାଏ. ଅନେକ ମା ମାନଙ୍କ ପାଇଁ ଏହା ବହୁତ ଅସୁବିଧା ସୃଷ୍ଟି କରେ. ଅନେକ ଲୋକକଥା ଅନୁସାରେ ଚର୍ମ କୁ ଚର୍ମ ସଂଯୋଗରେ ହିଁ ସବୁଠୁ ଲାଭଦାୟକ ଉଭୟଙ୍କ ପାଇଁ. ଏହା ପାଇଁ ଏକ ମା କୁ ତାର ବସ୍ତ୍ରକୁ ପେଟ ଯାଏ ଖାଲି କରି ଓ ଶିଶୁର ନାପକିନକୁ ଚଡି ସବୁ ବସ୍ତ୍ର କାଢି ଛାତିରେ ଲଗାଇ ଆୟୁଜିକି ଆରମ୍ଭରେ ବସିଆକୁ ହେବ.

3.ଅଧିକ/ପ୍ରଚୁର ବକ୍ଷ କ୍ଷୀର

ବହୁତ ମା ମାନଙ୍କର ଅଧିକ କ୍ଷୀର ପ୍ରସ୍ତୁତ ହୋଇଥାଏ ଯାହାକି ଶିଶୁର ଆବଶ୍ୟକତାଠୁ ଯଥେଷ୍ଟ ଅଧିକ . ଏହା ଦ୍ୱାରା ବକ୍ଷରେ କ୍ଷତ ଓ ଆକାର ବୃଦ୍ଧି ହୋଇଥାଏ.

ଏଥିରୁ ଉପଶମ ପାଇଁ ଆପଣ କୌଣସି ଏକ ବକ୍ଷରୁ କ୍ଷୀର 3 ରୁ 4 ଘଣ୍ଟା ଯାଏ ଦେବାକୁ ହେବ ଓ 4 ଘଣ୍ଟା ପରେ ଅନ୍ୟ ପଟରୁ . କିମ୍ବା ପ୍ରତ୍ୟେକ ପଟକୁ ପ୍ରତି 2 3 ମିନଟରେ ଥରେ ପରିବର୍ତନ କଲେ କିଛି ଉପଶମ ମିଳିଥାଏ.

4.କ୍ଷତ ଭରା ଚୁଚୁକ

ସ୍ତନ୍ୟପାନ ବେଳେ କ୍ଷତ ଚୁଚୁକ ଏକ ସାଧାରଣ ସମସ୍ୟା .ଏହା ବିଭିନ୍ନ କାରଣରୁ ହୋଇଥାଏ , ଯଥା

     ->ଯଦି ଶିଶୁ ଚୁଚୁକାକୁ ଠିକସେ ପାଟିରେ ଧରି ପାରେ ନାହିଁ     

     ->ଯଦି ଶିଶୁର ଜିଭତଳ କଠିନ ହୋଇଥାଏ

     ->ଯଦି ଚୁଚୁକ ସଂକ୍ରମିତ ହୋଇଥାଏ

     ->ଚର୍ମ ସଂକ୍ରମଣ ହୋଈଥିରେ(thrush )

ଏହାକୁ ଆପଣ କିଛି କ୍ରିମ ବା ଲୋସନ ମାଲିସ କରି ଠିକ କରିପାରିବ. ଯଦି ନହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ହେବ .

  1. ଭୁତାଣୁ ଜନିତ ଚର୍ମ ସଂକ୍ରମଣ

ଯଦି ସ୍ତନ୍ୟପାନର ଏକ ଘଣ୍ଟା ପରେବି ବକ୍ଷରେ ପୀଡା ଅନୁଭବ ହୁଏ ତେବେ ଜାଣିବାଯେ ସଂକ୍ରମଣ ହୋଇଛି ବୋଲି. ଏହା କ୍ୟାଣ୍ଡିଡା ନାମକ ଭୁତାଣୁ ଦ୍ୱାରା ହୋଇଥାଏ. ଯଦି ମା କିମ୍ବା ଶିଶୁ କେହି ଜଣେ ଅଧିକ ଆଣ୍ଟିବାଇଓଟିକ୍ସ  ନେଇଥାଏ ତେବେ ଏହି ରୋଗ ହୋଇଥାଏ. ଏହା ବହୁତ ଉପକାରୀ ଭୁତାଣୁକୁ ମାରିଦିଆ ଯାହା ଦ୍ୱାରା ସଂକ୍ରମଣ ସହଜ ହୋଇଥାଏ. ଏହା ଏକ କ୍ରିମ ମାଲିସ ଦ୍ୱାରା ଠିକ ହୋଇଥାଏ କିମ୍ବା ଡାକ୍ତରଙ୍କ ପରାମର୍ଶ ସହ କିଛି ମେଡିସିନ ଦ୍ୱାରା ଠିକ ହୋଇଥାଏ.  

୬. ଚାପ ବ ମାନସିକ ଉତ୍ତେଜନା

ଚାପ ଓ ଉଦ୍ବେଗ ଅମ ଜୀବନରେ ଏକ ଗୁରୁତବପୁର୍ଣ ଭୁମିକ ଗ୍ରହଣ କରିଥାଏ. ଅଧିକ ଚିନ୍ତା ଆମକୁ ମାନସିକ ଚିନ୍ତା ବ ଉତ୍ତେଜନା ଦେଇଥାଏ . ସିଶୁ ଜନ୍ମ ପରେ ଆମ ଶରୀରରେ  ହରମୋନ୍ ର କ୍ଷରଣ ଉପର ତଳ ହୋଇଥାଏ .ଯାହାକି ଅମ ଶରୀରରେ ଅଧିକ ଉଦ୍ବେଗ ସୃଷ୍ଟି କରେ .

ଏହାର ବିଭିନ୍ନ କାରଣ ରହିଚୀ , ଯଥା :

->ସିଶୁ ଜନ୍ମ ପରେ ଦେଖାଦେଉଥିବା ସ୍ପୃତିହିନତା.

->estrogen ଓ progesterone ହରମୋନର କ୍ଷରଣ ଶିଶୁ ଜନ୍ମ ପରେ କମିଯାଏ , ଯାହାକି ମା ବାରମ୍ବାର ମୁଡ଼ ପରିବର୍ତନର କାରଣ ହୋଇଥାଏ.

->ଶିଶୁର ପୃଷ୍ଟିକର ଖାଦ୍ୟ କୁ ଚାପ ଓ ଉଦ୍ବବେଗ ମାର ଚାପକୁ ବଢ଼ାଇଥାଏ .

->ବିଭିନ୍ନ ବ୍ୟକ୍ତି ମାନଙ୍କର ଭାବବିହ୍ୱଳ ଯୁକ୍ତ କୋଳାହଳ ମଧ୍ୟ ମାକୁ ଚାପରେ ପକାଏ.

ଅତ୍ୟଧିକ ଚାପ ସିଧାସଳଖ ଭିର ପ୍ରସ୍ତୁତି ଉପରେ ପ୍ରଭାବ ପକାଏ ଯାହାକି ଆବଶ୍ୟକ ପରିମାଣକୁ ହ୍ରାସ କରେ.

ଚାପ ସହ କିପରି ଲଢ଼ିବେ ?

ଏହାକୁ ସାମ୍ନା କରିବା ଓ ଲଧିବ ପାଇଁ ବିଭିନ୍ନ ଉପାୟ ଅଛି , ଯଥା –

->ଜୀବନ ପ୍ରତି ସକାରାତ୍ମକ ଚିନ୍ତାଧାରା ରଖିବା

->ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କର ଛୋଟ ବିସ୍ମୟକୁ ସଠିକ ପରିମାଣର ଭିଟାମିନ,ପୃଷ୍ଟି ଦେବା ସହ ଏକ ଅତୁଟ ବନ୍ଧନ ପିନ ସ୍ତନ୍ୟପାନ ହେଉଛି ଏକମାତ୍ର ପନ୍ଥା.

->ଏକ ସନ୍ତୁଳିତ ପୋଷଣ ନିଅନ୍ତୁ ଯାହାକି ଫଳ ଓ ପନିପରିବା ଯୁକ୍ତ ହୋଇଥିବା ଦରକାର.

->ନିଜର ଖାଦ୍ୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଧ୍ୟାନ ଦିଅନ୍ତୁ.

->ଯଥେଷ୍ଟ ପରିମାଣ ସମୟ ପାଇଁ ଶୁଅନ୍ତୁ.

୭. ବକ୍ଷ ଫୁଲିବା

ବକ୍ଷ ଫୁଲିବା ଏକ ସାଧାରଣ ଅସୁବିଧା. ଏହା ଏକ ସଂକେତ ଦିଏଯେ ବକ୍ଷ ଖିରରେ ପୁର୍ଣ ଅଛି . ଆଗକାଳରେ ଏହାକୁ ସ୍ତନ୍ୟପାନର ପୂର୍ବାବସ୍ଥା ବୋଲି ମାନୁଥିଲେ କିନ୍ତୁ ଏହା ଏକ ରୋଗ ବା ଖରାପ ବୋଲି ଜାଣିନଥିଲେ.

ଏହା କାହିଁକି ହୁଏ ?

->ଯଦି ସ୍ତନ୍ୟପାନ ସମୟରେ ଶିଶୁକୁ ଅଧା ଢ଼ାଳିବା ଅବସ୍ଥାରେ ନରଖିଅ ତେବେ ଏହା ହୋଇଥାଏ .

->ଶିଶୁକୁ ଚୁଚୁକ ପାଖେ ଏପରି ରଖନ୍ତୁ ଯେପରିକି ସେ ବାଳ ଭାବେ ପାଟିରେ ଧରିପାରିବେ.  ଶିଶୁକୁ ନିୟମିତ ଭାବେ କହିବାକୁ ଦିଅନ୍ତୁ ଯାହାଦ୍ୱାରା କି ବକ୍ଷ ଫୁଲିବାକୁ ଏଡାଇ ଦେଇପାରିବ.

8.ଅନିୟମିତ କ୍ଷୀର ପ୍ରବାହ

କ୍ଷୀର ଗ୍ରନ୍ଥିରେ କିଛି ପୋରକ ବା ନଳୀବାଟ ରହିଛି . ଯଦି ଏହି ନଳୀରୁ କ୍ଷୀର ଭଲଭାବେ ନିର୍ଗତ ହୁଏନାହିଁ ତେବେ ଏହା ନାଳି (duct)କୁ ବନ୍ଦ କରିଦିଏ , ଯାହାକି ଅନିୟମିତ ଭାବେ କ୍ଷୀର ନିର୍ଗତ କରାଏ.

ଏହାକୁ ଦୂର କରିବାର ଏକ ସହଜ ଉପାୟ ହେଲା ଢିଲା ବା ବଡ ଅନ୍ତବସ୍ତ୍ର ପରିଧାନ କରିବା ଯାହାଦ୍ୱାରା କ୍ଷୀର ଆରାମରେ ନିର୍ଗତ ହେଇପାରିବ.

->ଯେକୌଣସି ଅସୁଵିଧା ପାଇଁ କିଛି ନା କିଛି ଉପାୟ ଅଛି , ତେଣୁ ଭୟଭୀତ ନହୋଇ ଶିଶୁର ଫିଟ୍ନେସସ ଉପରେ ଧ୍ୟାନ ଦେବା ଉଚିତ .