କଣ ଆପନଂକ ପିଲା ଭିଟାମିନ୍ ଓ କ୍ୟାଲସିୟମ୍ ଅନୁପୁରକ ଖାଦ୍ୟ ଆବଶ୍ୟକ କରୁଛି କି ?

କଣ ଆପନଂକ ପିଲା ଭିଟାମିନ୍ ଓ କ୍ୟାଲସିୟମ୍ ଅନୁପୁରକ ଖାଦ୍ୟ ଆବଶ୍ୟକ କରୁଛି କି ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଭିଟାମିନ୍ D ଅଭାବରୁ ହେଉଥିବା ରିକେଟସ୍ ରୋଗ ଅଧିକ ସମୟରେ ରେଚନ ପ୍ରଣାଳୀରେ ଅସୁବିଧା ବା ଏହାର କମ କାର୍ଯ୍ୟ ଯୋଗୁ ହେଇଥାଏ ବୋଲି କୁହାଯାଏ ଓ ଏଥି ଯୋଗୁ ଭାରତରେ ସବୁଠୁ ଅଧିକ ଶିଶୁ ମୃତୁ ହୋଇଥାଏ ବୋଲି ଏକ ପରୀକ୍ଷାରୁ ବାଲସୁବ୍ରମାନିଆ କେ ନିଶ୍ଚିନ୍ତ କରିଛନ୍ତି .

ଭାରତ ହେଉଛି ଏପରି ଏକ ଜଣା ବହୁଳ ଦେଶ ଯୋଉଠିକୀ ଭିଟାମିନ୍ Dର ଅଭାବ ବହୁତ ହୋଇଥାଏ ଯାହାକି  କମ କ୍ୟାଲସିୟମ୍ ଗ୍ରହଣର କାରଣ ହୋଇଥାଏ , ଯାହାକି ଗର୍ଭାବସ୍ତା ସମୟରେ ଶିଶୁ ପାଖକୁ ଖାଦ୍ୟ ପରିବହନରେ ଅସୁବିଧା କରାଇଥାଏ , ତେଣୁ ଏହା ଦ୍ବାରା ଭୃଣ ବୃଧିରେ ବାଧା ସୃଷ୍ଟି ହୋଇଥାଏ .

ଖଣିଜ ଲବଣ ଓ ଭିଟାମିନର ଅନୁପୁରକ ଖାଦ୍ୟ ପିଲା ପାଇଁ ପ୍ରଥମ ବର୍ଷ ଆବଶ୍ୟକ ହୋଇନଥାଏ . ପ୍ରଥମ ୬ ମାସ ଯାଏ ଶିଶୁକୁ ମା ଖିର ଛଡା କିଛି ଆବଶ୍ୟକ ହୋଇନଥାଏ କାରଣ ଏଗୁଡିକ ଏହି ସମୟରେ ଉପକାର ବଦଳରେ ଅପକାର କରିଥାଆନ୍ତି . ମା ଖିର ସବୁଠୁ ଭଲ ଉସ୍ଛ ହୋଇଥିଲେ ମଧ୍ୟ ପୋଷଣ ପାଇଁ ଏହା କିନ୍ତୁ ଯଥେଷ୍ଟ ପରିମାଣର ଭିଟାମିନ୍ କିମ୍ବା ପୋଷକ ଦେଇପାରିନଥାଏ ୬ ମାସ ପରେ . ଏହା ଛଡା ଏହା ମାର ଖାଦ୍ୟ ଉପରେ ମଧ୍ୟ ନିର୍ଭର କରେ . ତେଣୁ ୬ ମାସ ପରେ ଶିଶୁକୁ ବିଭିନ୍ନ ପୋଷକ ଓ ଭିଟାମିନ୍ ଆବଶ୍ୟକ ହୋଇଥାଏ . ଯଦି ମା ଭଲ ଖାଦ୍ୟ ଖାଇଥାଏ ତେବେ ମଧ୍ୟ ଏହା ମା ଖିର ଦ୍ବାରା ଶିଶୁ ପାଖକୁ ଯାଇଥାଏ .

ଭିଟାମିନ୍ A :-

ଏହା ମା ଖିରରେ ଅଭାବ ଦେଖାଦେବା ବହୁତ କମ କାରଣ ମା ଖିରରେ ଯଥେଷ୍ଟ ପରିମାଣର ଏହି ଭିଟାମିନ୍ ମିଳିଥାଏ . ତେଣୁ ସ୍ତନ୍ୟପାନ ଜାରି ରଖିବା ସବୁଠୁ ଭଲ .

ଭିଟାମିନ୍ B୧ ( ଥାୟାମାଇନ ):-

ଯୋଉ ପିଲାର ପ୍ରାକୃତିକ ଉପାୟରେ ବା ନିୟମିତ ଭାବେ ପ୍ରସବ ହୋଇଥାଏ ତାର ଶରୀରରେ ଯଥେଷ୍ଟ ପରିମାଣର ଏହି ଭିଟାମିନ୍ ଥାଏ . ଯାହା ଦ୍ବାରା ପିଲାକୁ ଏହାର ଆବଶ୍ୟକତା ପଡେ ନାହି . କିନ୍ତୁ ଯଦି ମା ପାଖେ ଏହାର ଅଭାବ ଥାଏ ତେବେ ପିଲାକୁ ଏହାର ଅବଶ୍ୟ ପଡିଥାଏ .

ଭିଟାମିନ୍ B୨( ରିବୋ ଫ୍ଲାବିନ ) :-

ଏହା ସ୍ତନ୍ୟପାନ କରୁଥିବା ପିଲା ମାନଂକ ଠାରେ ବହୁତ କମ ଦେଖାଯାଏ . କାରଣ ଏହା ପିଲାକୁ ମା ଠୁ ମିଳିଥାଏ ଭିଟାମିନ୍ B୧ ଭଳି .

ଭିଟାମିନ୍ B୬ :-

ଯେତେବେଳେ ମାର ଖାଦ୍ୟ ଯଥେଷ୍ଟ ପରିମାଣର ଭିଟାମିନ୍ B୬ ଧାରଣ କରିଥାଏ ସେତେବେଳେ ତାକୁ ଏହାର ଅଭାବ ହୁଏ ନାହି . କିନ୍ତୁ ଯଦି ଏପରି ହୁଏ ତେବେ ପିଲାକୁ ଅଲଗା ଖାଦ୍ୟରୁ ଏହାର ଆବଶ୍ୟକତା ପୁରା କରିବାକୁ ପଡିଥାଏ . ଯଦି ମା ପାଖେ ଏହା ଅଭାବ ଥାଏ ତେବେ ମାକୁ ନିଜ ଖାଦ୍ୟରେ ଏହାର ଉସ୍ଛ ମିଶାଇ ଖାଇବାକୁ ପଡିବ .

ଭିଟାମିନ୍ C :-

ଯଦି ପିଲାକୁ ଏହାର ଅଭାବରେ ସ୍କରଭି ଭଳି ରୋଗ ହୁଏ ତେବେ ଯାଇ ତାକୁ ଏହି ହିତାମିଂ ଅଧିକ ଦରକାର ହୁଏ .ନଚେତ୍ ଏହା ପିଲାକୁ ମା ଖିରରୁ ଯଥେଷ୍ଟ ପରିମାଣରେ ମିଳିଥାଏ . ଯୋଉ ମା ମାନେ ନିୟମିତ ଭାବେ ସ୍ତନ୍ୟପାନ କରାନ୍ତି ସେମାନଂକୁ ଦିନକୁ ୧୨୦ ମିଲିଗ୍ରାମ ଦରକାର ହୁଏ . ଯଦି ମା ମାଦକ ଦ୍ରବ୍ୟ କିମ୍ବା ଧୁମ୍ରପାନ କରୁଥାଏ ତେବେ ତାକୁ ଦିନକୁ ୧୫୫ ରୁ ୧୬୦ ମିଲିଗ୍ରାମ ଦରକାର ହୁଏ . ତେଣୁ ଭିଟାମିନ୍ C ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ସ୍ତନ୍ୟପାନରେ କୌଣସି ଅସୁବିଧା ହୁଏ ନାହି .

ଭିଟାମିନ୍ E :-

ଏହା ସ୍ତନ୍ୟପାନ କରାଉଥିବା ମା ବା ପିଲା କ୍ଷେତ୍ରରେ ବହୁତ କମ ଦେଖା ଦିଏ . କାରଣ ଏହା ମା ଖିରରେ ଯଥେଷ୍ଟ ପରିମାଣରେ ମିଳିଥାଏ .

ଫ୍ଲୋରାଇଡ୍ :-

ବର୍ତମାନ ଯାଏ ଏକ ପିଲାକୁ ଫ୍ଲୋରାଇଡ୍ ଯୁକ୍ତ ଖାଦ୍ୟ ଦରକାର ବୋଲି କିଛି ପ୍ରମାଣ ନାହି ଯାହାକି ତାର ଦାନ୍ତ ବୃଧି ଓ ବିକାଶରେ ସହାୟକ ହୁଏ . କାରଣ ଏହା ମା ଖିରରେ ସଠିକ୍ ପରିମାଣରେ ମିଳିଥାଏ . କିନ୍ତୁ ଯଦି ପିଲାକୁ ଏହା ଦରକାର ହୁଏ ତେବେ ୬ ମାସ ପରେ ହିଁ ଏହା ଦିଅନ୍ତୁ ନାକି ତା ଆଗରୁ ଓ ତାହା ବି ଯଦି ପିଲା ଗ୍ରହଣ କରୁଥିବା ତରଳ ପଦାର୍ଥରେ ଏହାର ଅଭାବ ଦେଖାଦିଏ ତେବେ . ଏହା ଛଡା ଫ୍ଲୋରାଇଡ୍ ପାଣିରେ ଯଥେଷ୍ଟ ପରିମାଣରେ ମିଳିଥାଏ ତେଣୁ ପିଲାକୁ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ ଓ ବିନା ଡାକ୍ତର ପରାମର୍ଶରେ ଏହାର ଅନ୍ୟ ଉପାୟ ଗ୍ରହଣ କରନ୍ତୁ  ନାହିଁ .

ଫୋଲିକ୍ ଏସିଡ଼( ଫୋଲେଟ୍ ) :-

ସ୍ତନ୍ୟପାନ ଦ୍ବାରା ଖିର ଖାଉଥିବା ପିଲାର ଏହା ଅଭାବ ହୁଏ ନାହି . ତେଣୁ ଏଥି ପାଇଁ କୌଣସି ଅଲଗା ଖାଦ୍ୟର ଆବଶ୍ୟକ ହୋଇନଥାଏ .

ଭିଟାମିନ୍ K :-

ଜନ୍ମ ସମୟରେ ଏହାର ଅଭାବ ଥାଏ ଯାହାକି ରକ୍ତ ଜମାଟ ପାଇଁ ଦରକାର ହୁଏ . ଯଦି ଏହାର ଅଭାବ ହୁଏ ତେବେ ଏହା ଦ୍ବାରା ଭିଟାମିନ୍ K ଅଭାବ ଜନିତ ରକ୍ତ କ୍ଷରଣ ହୁଏ ଯାହାକୁ ଆମେ VKDB ବୋଲି ଜାଣିଛୁ . ଏହାକୁ ଦୁର କରିବା ପାଇଁ ମା କୁ ତାର ଖାଦ୍ୟରେ ଅଧିକ ପରିମାଣର ଭିଟାମିନ୍ K ଖାଇବା ଦରକାର . ପିଲାର ଜନ୍ମ ପରେ ମାଂଶପେଶୀରେ ୦.୫ ରୁ ୧ ମିଲିଗ୍ରାମର ଏକ ଇଂଜେକସନ୍ ଦେବା ଦ୍ବାରା ପିଲାକୁ ରକ୍ତସ୍ରାବ ଭଳି ରୋଗଠୁ ଦୁରେଇ ରଖିହେବ .

ଜିଂକ୍ :-

ଅଲଗା ଖାଦ୍ୟ ପଦାର୍ଥ ଯାହାକି ଜିଂକରେ ଭରପୁର୍ ତାହା ଦରକାର ହୁଏ ନାହି ପିଲା ପାଇଁ . କାରଣ ଏହା ଦହି ଓ ମାଂଶରେ ଥାଏ . ଭୋକ ନଲାଗିବା , କମ ହଲଚଲ୍ ହେବା , ଓଜନ ନବଢିବା ଇତ୍ୟାଦି ଜିଂକ୍ ଅଭାବର ଲକ୍ଷଣ . ସମୟ ପୁର୍ବରୁ ଜନ୍ମ ପିଲାମାନଂକର ଏହି ରୋଗ ହେବାର ବହୁତ ସମ୍ଭାବନା ଥାଏ .

କ୍ୟାଲସିୟମ୍ :-

ମା ଖିରରୁ ମିଳୁଥିବା କ୍ୟାଲସିୟମ୍ ପାଇବା ପରେ ପିଲାକୁ ଆଉ ଅଲଗା ଆବଶ୍ୟକ ହୁଏ ନାହି ୬ ମାସ ପର୍ଯ୍ୟନ୍ତ . କିନ୍ତୁ ୬ମସ ପରେ କିଛି ଅଲଗା ଶିଶୁ ଖାଦ୍ୟ ଦରକାର ହୋଇଥାଏ . କିନ୍ତୁ ଏହାର ବି କୌଣସି ପ୍ରମାଣ ନାହି ଯେ ଯଦି ଅଧିକ କ୍ୟାଲସିୟମ୍ ମିଳେ ପିଲାକୁ ତେବେ ତାର ହାଡ ଯୁକ୍ତ ସମସ୍ୟା ଅଧିକ ଦିନ ବା ସବୁଦିନ ପାଇଁ ଦୁର ହୋଇଯିବ ବୋଲି .

କ୍ୟାଲସିୟମ୍ ହେଉଛି ଏକ ଏପରି ଏକ ଉପାଦାନ ଯାହାକି ପିଲାର ହାଡ଼ ବୃଧି , ବିକାଶ ଓ ସୁଦୃଢ଼ତା ପାଇଁ ନିତାନ୍ତ ଆବଶ୍ୟକ . ଏହା ଛଡା ମାଂଶପେଶୀ ଓ ସ୍ନାୟୁ ଗୁଡିକ ସଠିକ କାମ ପାଇଁ ମଧ୍ୟ ଦରକାର ହୁଏ ଓ ହାର୍ଟକୁ ମଧ୍ୟ ସୁସ୍ଥ ରଖେ . ଯୋଉ ପିଲା ସଠିକ୍ ପରିମାଣର କ୍ୟାଲସିୟମ୍ ପାଇଥାଏ ତାର ହାଡ଼ ସଠିକ୍ ଭାବେ ବୃଧି ହେବା ସହ ସୁଦୃଢ ହୋଇଥାଏ . ତେଣୁ ଏହାକୁ ଜନ୍ମରୁ ଧ୍ୟାନରେ ରଖିବା ଭଲ .

କ୍ୟାଲସିୟମ୍ ଓ ଭିଟାମିନ୍ D ଅଭାବରେ ପିଲାକୁ ରିକେଟସ୍ ଭଳି ରୋଗ ହୋଇଥାଏ . ତେବେ ଆସନ୍ତୁ ଜାଣିବା କିଛି ପ୍ରକୃତିକ ଉପାଦାନ ଜହାଠୁ ଆମକୁ କ୍ୟାଲସିୟମ୍ ମିଳିଥାଏ :-

  • ଖିର
  • ଦହି
  • ଛେନା
  • କୋବି ବା ବନ୍ଧା କୋବି ଓ ଅନ୍ୟ ସବୁଜ ପନିପରିବା
  • ଚିନାବାଦାମ
  • ଧଳା ଓ ନାଲି ଶିମ୍ବ
  • କମଳା , ପିଜୁଳି
  • ଗୋଲ ମରିଚ

ତେଣୁ ସବୁଠୁ ସହଜ ହେଉଛି ଆମେ ପିଲାକୁ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା , ଯଦି ଏଥିରେ କିଛି ଅସୁବିଧା ହେଉଛି ତେବେ ଡାକ୍ତର ପରାମର୍ଶ କରି ଅନ୍ୟ ଶିଶୁ ଖାଦ୍ୟ ଦେବା ଉଚିତ୍ . ଏହାର ସଠିକ୍ ପରିମାଣ ହେଉଛି :-

  • ଦିନକୁ ୨୦୦ ମିଲିଗ୍ରାମ ୬ ମାସ ଯାଏ
  • ୨୬୦ ମିଲିଗ୍ରାମ ୬ ରୁ ୧୨ ମାସ ଯାଏ

ଭିଟାମିନ୍ D :-

ଆମେ ଜାଣିଲେ ଯେ ପିଲାର ହାଡ ପାଇଁ କ୍ୟାଲସିୟମ୍ କେତେ ଜରୁରୀ . କିନ୍ତୁ ଏହାକୁ ଗ୍ରହଣ କରିବା ପାଇଁ ଭିଟାମିନ୍ D ଆବଶ୍ୟକ . ତେଣୁ ଏହାର ଅଭାବରେ ରିକେଟସ୍ ହେବା ସହ ହାଡ଼ ଦୁର୍ବଳ ମଧ୍ୟ ହୋଇଥାଏ .

ଭିଟାମିନ୍ D  ଅଭାବ ଏକ ପିଲାର କେତେବେଳେ ହୋଇଥାଏ ଓ କଣ ଅସୁବିଧା ହୋଇଥାଏ :

  • ସୁର୍ଯ୍ୟ କିରଣକୁ ଆସନତୁ ଓ ପିଲାକୁ ଆଣନ୍ତୁ ଯଦି ସେ ଅଧିକାଂଶ ସମୟ ଘରେ ରହୁଥାଏ .
  • ଯଦି ଉଭୟ ମା ଓ ପିଲାର ଶ୍ୟାମଳ ବର୍ଣ୍ଣ ହୋଇଥାଏ ତେବେ ସେମାନଂକୁ ଅଧିକ ସୁର୍ଯ୍ୟ କିରଣ ଦରକାର ଏହାର ଅଭାବ ଦୁର କରିବା ପାଇଁ .
  • ଯଦି ମା ପାଖରେ ଏହି ଭିଟାମିନ୍ ଅଭାବ ଥାଏ ତେବେ ସେ ଅଧିକ ଭିତାମୀନ D ଯୁକ୍ତ ଖାଦ୍ୟ ଖାଇବା ଦରକାର କାରଣ ଏହା ନହେଲେ ମା ଖିରରେ ଏହାର ଅଭାବ ପିଲାର କ୍ଷତି କରିଥାଏ .

ଏହି ଭିଟାମିନ୍ ପାଇବାର ପ୍ରାଥମିକ ଓ ସହଜ ଉପାୟ ହେଉଛି ସୁର୍ଯ୍ୟ କିରଣ . ଏହା ଛଡା ଏକ ପିଲା ପାଇଁ ଏହାର ଉସ୍ଛା ହେଉଛି ଜନ୍ମ ପୁର୍ବରୁ ଯତ୍ନ . ତେଣୁ ଗର୍ଭବତୀ ମହିଳା ମାନେ ଗର୍ଭବତୀ ହେବାର ୨ ୩ ମାସରୁ ଯଥେଷ୍ଟ ପରିମାଣର ଭିଟାମିନ୍ D ଯୁକ୍ତ ଖାଦ୍ୟ ଖାଇବା ଦରକାର . ପିଲାକୁ ୬ ମାସ ହେବା ପରେ ତାକୁ ମା ଖିର ଛଡା ଅନ୍ୟ ଭିଟାମିନ୍ D ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ . ଭିଟାମିନ୍ D ଯୁକ୍ତ ଖାଦ୍ୟ ଛଡା ଆପଣ ଅଣ୍ଡା ଦ୍ବାରା ମଧ୍ୟ ଏହାର ଆବଶ୍ୟକତା ପୁରଣ କରିପାରିବେ . କିନ୍ତୁ ପିଲା ମାନେ ଯୋଉ ଖାଦ୍ୟ ଖଆନ୍ତି ସେଥିରୁ ଯଥେଷ୍ଟ ଭିଟାମିନ୍ D ମିଳୁ ନଥିବାରୁ ଡାକ୍ତର ବା ବିଶେସଜ୍ଞ ପରାମର୍ଶ ନେବା ଦରକାର .

ଏହା ଛଡା ମା ଖାଦ୍ୟରେ ଭିଟାମିନ୍ D ଯୁକ୍ତ ଖାଦ୍ୟ ମିଶାଇବା କିମ୍ବା ସୁର୍ଯ୍ୟ କିରଣକୁ ଦେହରେ ପଡିବାକୁ ଦେବା ଦ୍ବାରା ମଧ୍ୟ ପିଲାଟି ମାଖିର ଦ୍ବାରା ଏହା ପାଇଥାଏ . ୨୦୦୪ ମସିହାରେ ଏକ ପରୀକ୍ଷଣରୁ ଏହା ଦେଖା ଯାଇଛି ଯେ ଦିନକୁ ୨୦୦୦ ରୁ ୪୦୦୦ IU ଉଭୟ ମା ଓ ପିଲାର ଭିଟାମିନ୍ ଆବଶ୍ୟକତାକୁ ପୁରା କରିଥାଏ .

ଭାରତରେ ଏକ ପରୀକ୍ଷାରୁ ଜଣାଯାଇଛି ଯେ ଅଧିକାଂଶ ଭିଟାମିନ୍ ଅଭାବ ୩ ମାସର ପିଲା ପାଖେ ଓ ଏହି ସମୟରେ ମା ପାଖରେ ଦେଖାଯାଏ . ଯାହା ଦ୍ବାରା ରିକେଟସ୍ ହେବାର ବହୁତ ସମ୍ଭାବନା ଥାଏ . କିଛି ପିଲା ଯିଏକି କେବଳ ମା ଖିର ଖାଏ ବେଳେବେଳେ ତାକୁ ଅନ୍ୟ ଭିଟାମିନ୍ D ଯୁକ୍ତ ଖାଦ୍ୟ ଦରକାର ପଡିପାରେ . କିନ୍ତୁ ଯୋଉ ଶିଶୁ ଦିନକୁ ୩୨ ଆଉନସ୍ରୁ ଅଧିକ ଖିର ଖାଇଥାଏ ତାକୁ ଅନ୍ୟ ଖାଦ୍ୟ ଆବଶ୍ୟକ ହୁଏ ନାହି . କିନ୍ତୁ ଡାକ୍ତର ପାଖରୁ ପରୀକ୍ଷା କରିନେବା ଭଲ . କିନ୍ତୁ ମନେରଖନ୍ତୁ ଯେତେବେଳେ ପିଲାକୁ ତରଳ ଜାତୀୟ ଭିଟାମିନ୍ D ଦେଉଛନ୍ତି ସେତେବେଳେ ଯେପରି ଏହା ଦରକାର ଠାରୁ ଅଧିକ ନହୁଏ . କାରଣ ଏହା ଦ୍ବାରା ଓଲଟା ଅଧିକ ଖରାପ ହେବାର ସମ୍ଭାବନା ଥାଏ .

ଶେଷକଥା :-

ମା ର ଖାଦ୍ୟକୁ ଏକାଧିକ ଭିଟାମିନ୍ ଯୁକ୍ତ କରିବାକୁ ତାର ଖାଦ୍ୟ ଦ୍ବାରା ବହୁତ ଗବେଶଣା ଚାଲିଛି . କାରଣ ଏକ ସୁସ୍ଥ ପିଲା ଓ ମା ହିଁ ଏକ ସୁସ୍ଥ ଭବିଷ୍ୟତ ଅର୍ଥାତ୍ ଏକ ଭିଟାମିନ୍ ଅଭାବ ବିନା ଭବିଷ୍ୟତ ଗଢୀବାରେ ସହାୟକ ହୋଇଥାଏ . କିନ୍ତୁ ସର୍ବଦା ଭିଟାମିନ୍ ପାଇଁ ଅନ୍ୟ ଖାଦ୍ୟ ଦେବା ପୁର୍ବରୁ ଡାକ୍ତର ପରାମର୍ଶ କରିବା ଦରକାର . ଯଦି ସେ ମନା କରୁଛନ୍ତି ତେବେ ନଦେବା ଭଲ , କାରଣ ବି ଉପଦେଶରେ ଖାଇବାକୁ ଦେଇ ପରେ ଦୁଖଃ କରିବା ତୁଳନାରେ ନଦେବା ଭଲ .