କିଛି ଖାଦ୍ୟର ସୁଚନା ଯାହାକି ମା ଖିର ପରିମାଣ ବୃଧି କରିଥାଏ

କିଛି ଖାଦ୍ୟର ସୁଚନା ଯାହାକି ମା ଖିର ପରିମାଣ ବୃଧି କରିଥାଏ

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଉପକ୍ରମ :-

 ମା ଖିର ଏକ ଅତୁଳନୀୟ ଉପାଦାନ . ଏହାର ବୃଧିର କାରଣ ହେଉଛି ପିଲାର ଆବଶ୍ୟକତା ପୁରଣ କରିବା ଓ ମାକୁ ମାନସିକ ଶାନ୍ତି ଦେବା . କାରଣ କୌଣସି ମାର ମନ କେବେ ଭରୀ ନଥାଏ କି ତା ପିଲା ସମ୍ପୁର୍ଣ୍ଣ ବା ଭଲ ଭାବେ ଖାଇଛି ବୋଲି . ଅଧିକାଂଶ ସମୟରେ ମା ଖିର ଏକ ପିଲା ପାଇଁ ଯଥେଷ୍ଟ ହୋଇଥାଏ କିନ୍ତୁ କିଛି ସମୟରେ ଏହା ସମ୍ପୁର୍ଣ୍ଣ ପୋଷଣ ଦେଇପାରିନଥାଏ . ତେଣୁ ଅଏପରି କିଛି ଖାଦ୍ୟର ଆବଶ୍ୟକତା ଦରକାର ପଡିଥାଏ ଯାହାକି ମା ଖିର ପରିମାଣ ବୃଧି କରିବାରେ ସହାୟକ ହୋଇଥାଏ . କିନ୍ତୁ ମା ଖିର ପରିମାଣ ବୃଧି କରିବାର ସବୁଠୁ ସହଜ ଓ ସୁବିଧା ଉପାୟ ହେଉଛି ପ୍ରସବ ପରେ ପରେ ତୁରନ୍ତ ସ୍ତନ୍ୟପାନ ଆରମ୍ଭ କରିବା ଓ ନିୟମିତ ଭାବେ ଏହାକୁ ଜାରି ରଖିବା . କିନ୍ତୁ ଏହା କରିବା ପରେ ମଧ୍ୟ ଯଦି ଖିର ପରିମାଣ ବୃଧି ନହୁଏ କୌଣସି ସ୍ବାସ୍ଥ୍ୟ ଗତ ସମସ୍ୟା ଯୋଗୁ ତେବେ କିଛି ପ୍ରାକୃତିକ ଉପାୟରେ ତିଆରି ହେଉଥିବା ଖାଦ୍ୟ ଯାହାକି ଏଥିରେ ସହାୟକ ହୁଏ ତାର ଦରକାର ହୋଇଥାଏ .

ଖାଦ୍ୟ ସମୁହ ଯାହାକି ମା ଖିର ବୃଧି କରିଥାଏ :

ଜଳ ଓ ଅନ୍ୟ ମୃଦୁ ପାନୀୟ :-

ସଠିକ୍ ଖିର ପ୍ରସ୍ତୁତ ପାଇଁ ଆପନଂକ ଶରୀରରେ ସର୍ବଦା ପ୍ରଚୁର ଜଳୀୟ ଅଂଶ ରହିବା ଦରକର . ତେଣୁ ଏହି ସ୍ତାନରେ କଣ କରିବ ଦରକାର . ଏଠି ଆପନଂକୁ ଯଥା ସମ୍ଭବ ଜଳ ପାନ କରିବା ଦରକାର . ଯଦି ଖାଲି ଜଳ ପିଇବାକୁ ଇଛା ହେଉନାହି ତେବେ ଚିନ୍ତା କରନ୍ତୁ ନାହି ଏହା ସ୍ତାନରେ ଆପଣ ଅଲଗା ମୃଦୁ ପାନୀୟ ମଧ୍ୟ ପିଇ ପାରନ୍ତି . କାରଣ ଏହା କେବଳ ମା ଖିର ପରିମାଣ ବୃଧି କରିନଥାଏ , ଏହା ମା ଶରୀର ମଧ୍ୟ ଶୁସ୍ଥ ରଖିବାରେ ସହାୟକ ହୋଇଥାଏ . ତେଣୁ ଯଥା ସମ୍ଭବ ଜଲପାନ କରନ୍ତୁ କିମ୍ବା ମୃଦୁ ପାନୀୟ ଗ୍ରହଣ କରନ୍ତୁ .

 ମେଥି ମଂଜି :-                                                                                                

   ମେଥି ମଂଜି ମଧ୍ୟ ମା ଖିର ପରିମାଣ ଓ ପ୍ରବାହକୁ ବୃଧି କରିଥାଏ . ଆପଣ ଭାବୁଥିବ  ମେଥି ମଂଜି କିପରି ଏହା କରେ ? ଆସନ୍ତୁ ଜାଣିବା ଏହି ବିସୟରେ . ଏହାକୁ ପାଣିରେ ୭ ରୁ ୮ ଘଣ୍ଟା ଯାଏ ଭିଜାଇ ଦିଅନ୍ତୁ  ଓ ଏହା ପରେ ସେହି ପାଣିକୁ ପିଅନ୍ତୁ. ଏହା ଦ୍ବାରା କେବଳ ଖିର ପରିମାଣ ବଧେ ନାହି ଏହା ସହ ପ୍ରସବ ଯୋଗୁ ହେଉଥିବା ମାର କିଛି ରୋଗ ମଧ୍ୟ ଦୁର ହୋଇଥାଏ ଯଥା କୋଷ୍ଠକାଠିନ୍ୟ ଭଳି ରୋଗ . ମନେରଖନ୍ତୁ  ସ୍ତନ୍ୟପାନ ପୁର୍ବରୁ ପାଣି ପିଇବାକୁ କେବେ ଭୁଲିବେ ନାହି . ଏହା ଛଡା ତରକାରୀରେ ବ୍ୟବହାର କରି ଖାଇପାରିବେ ମଧ୍ୟ .

ପାନ ମଧୁରି :-                                                                                                  

ଏହା ମଧ୍ୟ ମା ଖିର ବୃଧି କରିବାରେ ସହାୟକ ହୁଏ . ଏହାସହ ଏହାର ଅହୁରୀ ଉପକାରିତା ଅଛି . ତାହା ପୁଣି କଣ . ଏହାକୁ ଖାଇବା ଦ୍ବାରା ପିଲାର ପେଟ ରୋଗ ଦୁର ହେବା ସହ ହଜମ ଶକ୍ତି ମଧ୍ୟ ବୃଧି ହୋଇଥାଏ .   କୋଷ୍ଠକାଠିନ୍ୟ ଭଳି ସମସ୍ୟା ସମୟରେ ସ୍ବାଶକ୍ରିୟା ସଠିକ୍ ରଖିବାରେ ସହାୟକ ହୋଇଥାଏ . ଏହାକୁ ଖାଲିରେ ବା ତରକାରୀରେ ବ୍ୟବହାର କରି ଖାଇପାରିବ ମଧ୍ୟ .

ଗାଜର :-

ଏହାକୁ ଖାଲିରେ ଧୋଇକରି କିମ୍ବା ସକାଳ ଜଳଖିଆରେ ଏହାର ଜୁସ୍ କରି ପିଇ ପାରିବେ . କରନେହ ଖିର ପ୍ରସ୍ତୁତ କାରୀ ପଦାର୍ଥ ଧାରଣ କରିଥାଏ ଯାହା ଫଳରେ ଖିର ଅଧିକ ପ୍ରସ୍ତୁତ ହୋଇଥାଏ . ଏହା ଛଡା ମା ପାଇଁ ଏହା ବିଭିନ୍ନ ରୋଗ ଯଥା ହୃଦ ରୋଗ , ହୃଦଘାତ ଓ କ୍ୟାନସର ନହଲୀ ରୋଗରୁ ରକ୍ଷା କରିଥାଏ .

ଜିରା ମଂଜି :-

ଏହା ମା ଖିର ପରିମାଣ ବୃଧି କରିବା ସହ ହଜମ ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଧି କରିଥାଏ . ଏହାକୁ ଆପଣ ବିଭିନ୍ନ ଜଲଖିଆ କିମ୍ବା ତରକାରୀରେ ସ୍ବାଦ ପାଇଁ ମଧ୍ୟ ବ୍ୟବହାର କରିପାରିବେ .

ରସୁଣ :-

ରସୁଣ ହେଉଛି ଏକ ସବୁଠୁ ଅଧିକ ଜଣାଶୁଣା ଖାଦ୍ୟ ପଦାର୍ଥ ଯାହାକି ମା ଖିର ପରିମାଣ ବୃଧି କରିବାରେ ସହାୟକ ହୁଏ . ଏଥିରେ ଥିବା ପୋଷଣ ଖିର ପରିମାଣ ବୃଧି କରିବା କିଛି ରୋଗରୁ ମଧ୍ୟ ରକ୍ଷା କରିଥାଏ , ଯଥା ଥଣ୍ଡା , ଇସନଫୁଲିଆ ଭଳି ରୋଗରୁ ରକ୍ଷା କରିଥାଏ .

କଖାରୁ ମଂଜି :-

ଏହା ଶରୀରକୁ ଆବଶ୍ୟକ ପରିମାଣର ଭିଟାମିନ୍ ଯୋଗାଇଥାଏ ଯାହାକି ଖିର ପରିମାଣ ବୃଧି କରିଥାଏ . ଏହା ଛଡା ମା କୁ ଏହା ହଜମ ପ୍ରକ୍ରିୟାରେ ସାହାର୍ଯ୍ୟ କରିଥାଏ . ଏହାକୁ ସାଲାଡ଼ରେ କିମ୍ବା ଗୁଣ୍ଡ କରି ମଧ୍ୟ ବ୍ୟବହାର କରିପାରିବେ .

ପୋସ୍ତ :-

ଏହା ସ୍ତନ୍ୟାପାନ କରୁଥିବା ମା ମାନଂକୁ ଆରାମ ଦେଇଥାଏ ଯାହାକି ଅଧିକ ଖିର ପ୍ରସ୍ତୁତରେ ସହାୟକ ହୋଇଥାଏ . ଏହା ସାବଧାନର ସହ ଖାନ୍ତୁ କାରଣ ଏହାର ଅଧିକ ପରିମାଣ ଆପନଂକ ପାଇଁ ଅସୁବିଧା କରିପାରେ . ଏହାକୁ ସ୍ବଳ୍ପ ପରିମାଣର ଖାନ୍ତୁ କିମ୍ବା ଗୁଣ୍ଡ କରି ସାଲାଡ଼ରେ ବ୍ୟବହାର କରନ୍ତୁ .

ଶାଗ :-

ଶଗରେ ବିଭିନ୍ନ ପ୍ରକାର ଭିଟାମିନ୍ ଓ ଖଣିଜ ଲବଣ ଥାଏ . ଯାହାକି ବହୁତ ଉପକାରୀ ହୋଇଥାଏ ଉଭୟ ଆପନଂକ ପାଇଁ ଓ ପିଲା ପାଇଁ . କାରଣ ପ୍ରସବ ପରେ ମାର ଯୋଉ ଲୌହ ଅଂଶ କମ ହୋଇଯାଏ ତାହା ଶାଗ ଖାଇବା ଦ୍ବାରା ଦୁର ହୋଇଥାଏ .  ଏହା ଛଡା ଶରୀରର ବିଭିନ୍ନ ପ୍ରକାର ବିଷାକ୍ତ ପଦାର୍ଥ ଅଲଗା କରିବାରେ ସାହାର୍ଯ୍ୟ କରିଥାଏ . ଏହାକୁ ଆପଣ ଯେକୌଣସି ଉପାୟରେ ଖାଇପାରିବେ ଯଥା ସାଲାଡ଼ ରୁପରେ , କିମ୍ବା ତରକାରୀ ରୁପେ , କିମ୍ବା ଭାଜିକୀ ଅଥବା ଜୁସ୍ କରି ମଧ୍ୟ ଗ୍ରହଣ କରିପାରିବେ .

କଳା ଜିରା :-

ଏହା ଏକ ଗୁରୁତ୍ବପୁର୍ଣ୍ଣ ଉସ୍ଛ ଯାହାକି ପୋଷଣ ଓ ଖଣିଜ ଲବଣରେ ଭରପୁର୍ ଥାଏ . ଜୌଥିପାଇଁକି ଏହା ଏକ ଗୁରୁତ୍ବପୁର୍ଣ୍ଣ ହୋଇଥାଏ ଖିର ପରିମାଣ ବୃଧି କରିବାରେ . ଏହାକୁ ଆପଣ ତରକାରୀ କିମ୍ବା ରୋଷେଇରେ ବ୍ୟବହାର କରିପାରିବେ କିମ୍ବା ଲଡୁ ମଧ୍ୟ କରିପାରିବେ .

ଜିରା :-

ଏହା ଆୟୁରବେଦିକ୍ ଔଶଧ ପାଇଁ ଅତ୍ଯନ୍ତ ଗୁରୁତ୍ବପୁର୍ଣ୍ଣ ଓ ରୋଷେଇ ପାଇଁ ମଧ୍ୟ . ଏହା ସ୍ତନ ମଧ୍ୟ ରକ୍ତ ପ୍ରବାହ ବୃଧି କରିଥାଏ . ଯାହା ଦ୍ବାରା ଖିର ପ୍ରସ୍ତୁତ ତ୍ବରାନିତ ହୋଇଥାଏ ଓ ଅଧିକ ଖିର ପ୍ରସ୍ତୁତ ହୋଇଥାଏ . ଏହାକୁ ସିଧା ଚୋବାଇକି କିମ୍ବା ପାଣିରେ ଭିଜାଇ ଖାଇପାରିବେ .

ଛତୁଆ :-

ଏହା ଶକ୍ତିର ଏକ ଗୁରୁତ୍ବପୁର୍ଣ୍ଣ ଉସ୍ଛ ଯାହାକି ହଜମ ପାଇଁ ସହଜ ହେବ ସହ ମା ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ . ଏହା ବହୁତ ଭଲ ଭାବେ ଜଣାଶୁଣା ଓ ପୁରାତନ କାଳରୁ ବ୍ୟବହାର ହୋଇଆସୁଛି . ଏଥିରୁ ଆପଣ ବିଭିନ୍ନ ଖାଦ୍ୟା ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ ଯଥା ଇଟଲୀ , ପୋହା ଇତ୍ୟାଦି .

ଯଅ :-

ଏହା ଶରୀରରେ ଜଲିୟ ଅଂଶ ସଠିକ ରଖିବାରେ ଓ ଶକ୍ତି ଦେବାରେ ଏକ ବହୁତ ଉପକାରୀ ଉପାଦାନ ଯାହାକି ଅଧିକ ଖିର ପ୍ରସ୍ତୁତ ପାଇଁ ନିହାତି ଆବଶ୍ୟକ . ଏହା ଛଡା ହଜମ, ଓଜନ କମ କରିବା ଓ ଅନ୍ୟ ରୋଗରୁ ରକ୍ଷା କରିବାରେ ସହାୟକ ହୁଏ . ଆପଣ ଏହାକୁ ବିଭିନ୍ନ ଉପାୟରେ କହିପାରିବେ ଯଥା ଗରମ କରି କିମ୍ବା ଜୁସ୍ କରି କିମ୍ବା ସବୁଠୁ ସହଜ ଉପାୟ ଏଥିରୁ ରୁଟି ତିଆରି କରି ଖାଇପାରିବେ .

ମିଠା ଆଳୁ :-

ଏହା ମଧ୍ୟ ବହୁତ ଗୁରୁତ୍ବପୁର୍ଣ୍ଣ ଏକ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମା ପାଇଁ . କାରଣ ଏଥିରେ ବିଭିନ୍ନ ଖଣିଜ ଲବଣ ସହ ଭିଟାମିନ୍ ମଧ୍ୟ ରହିଛି . ଏହା ଛଡା ଏଥିରେ ମ୍ୟାଗନେସିୟମ୍ ମଧ୍ୟ ରହିଛି . ଏହା ମା ପେଟକୁ ଆରମ୍ ଦେବ ସହ ଶକ୍ତି ଯୋଗାଇଥାଏ . ଏହାକୁ କୋଉ କୋଉ ଉପାୟରେ ଖାଇବେ ଆପଣତ ନିସ୍ଚିନ୍ତ ଜାଣିଥିବେ , ଯେମିତିକି ସିଝେଇକୀ , କିମ୍ବା ତରକାରୀରେ କିମ୍ବା ସୁପ୍ କରି ମଧ୍ୟ ଖାଇପାରିବେ .

ଲାଉ :-

ଏଥିରେ ପ୍ରଚୁର ପରିମାଣରେ ପୋଷଣ ଥାଏ ଯାହାକି ଅଧିକ ଖିର ପ୍ରସ୍ତୁତରେ ସହାୟକ ହୁଏ . ଖାଲି ଏତିକି ନୁହେ ଏହା ଶରୀରକୁ ଯଥେଷ୍ଟ ଜଳ ମଧ୍ୟ ଯୋଗାଇଥାଏ , ଯାହା ମଧ୍ୟ ଅଧିକ ଖିର ପ୍ରସ୍ତୁତରେ ସହାୟକ ହୁଏ . ଏହାକୁ ଆପଣ ତରକାରୀରେ କିମ୍ବା ଲେମ୍ବୁ ସହ ଜୁସ୍ କରି ଖାଇପାରିବେ .

କଲରା ଓ ପୋଇ :-                                                                                                          

 କଲରା ଓ ପୋଇ ପୋଷଣ ଓ ଖଣିଜ ଲବଣ ଛଡା ଫୋଲିକ୍ ଏସିଡ଼ ରେ ଭରପୁର୍ ଥାଏ ଯାହାକି ଖିର ପ୍ରସ୍ତୁତରେ ସାହାର୍ଯ୍ୟ କରେ . ଏହା ବ୍ୟତିତ ମା ର ପାକସ୍ତଳିର କାମକୁ ସହଜ କରିଥାଏ ଏହାର ବିଷାକ୍ତ ପଦାର୍ଥ ନଷ୍ଟ କରିଥାଏ . ଯାହାକି ମା କୁ ଶୁସ୍ଥ ରଖିଥାଏ . ଏହା ହଜମ ଶକ୍ତି ମଧ୍ୟ ବୃଧି କରିଥାଏ . ଏହା ସାଧାରଣତଃ ଡାଇବେଟିସ୍ ରୋଗିମାନଂକୁ ଦିଆଯାଇଥାଏ . ତେଣୁ ଡାଇବେଟିସରେ ପିଡିତ ମା ମାନଂକୁ ଏହା ଅଧିକ ପରିମାଣରେ ଦେଲେ ଅଧିକ ଉପକାରୀ ହୋଇଥାଏ ଓ ସେମାନଂକ ସ୍ବାସ୍ଥ୍ୟ ଠିକରହିଥାଏ .

ଶେଷକଥା :-

ଆପଣ ଭାବନ୍ତୁନି କି ଏତିକି ଖାଦ୍ୟା ଖାଇ ଦେଲେ ହୋଇଯିବ . କାରଣ ଏହା ହେଉଛି ଏକ ଛୋଟ ସୁଚନା . ଏହା ଛଡା ଆହୁରୀ ଅନେକ ଖାଦ୍ୟ ଆପନଂକୁ ଖାଇବାକୁ ପଡିବ . ଯାହା ଫଳ ସ୍ବରୁପ କେବଳ ଅଧିକ ଖିର ପ୍ରସ୍ତୁତ ହେବ ନାହି ଆପଣ ଓ ଶିଶୁ ଉଭୟ ଶୁସ୍ଥ ଶବଳ ରହିବେ . ତେଣୁ ଅନ୍ୟ ଜିନିଷ ବା ଅଯଥା ଖାଦ୍ୟ ନଖାଇ ଶୁସ୍ଥ ଖାଆନ୍ତୁ ଓ ଶୁସ୍ଥ ରୁହନ୍ତୁ ଓ ସବୁଠୁ ଗୁରୁତ୍ବପୁର୍ଣ୍ଣ ଶିଶୁକୁ ଶୁସ୍ଥ ରଖନ୍ତୁ .