ଶିଶୁ ପୋଷକ , ଓଜନ ବୃଧି , କିଶୋର ଆଗମନର ବ୍ୟାଧି ବା ରୋଗ

ଶିଶୁ ପୋଷକ , ଓଜନ ବୃଧି , କିଶୋର ଆଗମନର ବ୍ୟାଧି ବା ରୋଗ

 

କଥାରେ ଅଛି ମା ହେବା ପରେ ସବୁଠୁ ବଡ ଓ ସାଧାରଣ ପ୍ରଶ୍ନ ଯାହାକି ସବୁବେଳେ ସମସ୍ତ ଲୋକ ଆପନଂକୁ ପଚାରିଥାଆନ୍ତି ତାହା ହେଉଛି ପିଲାର ଓଜନ କେତେ ଓ ପିଲାର ବୃଧି ,ବିକାଶ କିପରି ହେଉଛି . ଅଧିକାଂଶ ଲୋକ ଏହା ବିଶ୍ବାଶ କରନ୍ତି ଯେ ପିଲାର ଓଜନ ବୃଧି ହେଉଛି ତାର ସ୍ବାସ୍ଥ୍ୟର ଉନ୍ନତିର ଲକ୍ଷଣ . ତେଣୁ ଏହା ହେଉଛି ଏକ ଉପାୟ ଯାହାକି ସବୁ ଲୋକମାନେ ଦେଖିଥାଆନ୍ତି ଓ ଏକ ମା’କୁ ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ . ପ୍ରଥମ ୬ ମାସରେ ପିଲାର ଓଜନ ସବୁଠୁ ଅଧିକ ବୃଧି ହୋଇଥାଏ .

ଭାରତୀୟ ଶିଶୁ ବିଶେସଜ୍ଞ ଅନୁସାରେ ଅପପୃଷ୍ଟି ହେଉଛି ଏକ ବଡ ସମସ୍ୟା ଯାହାକି ବିକାଶଶୀଳ ଦେଶ ମାନଂକରେ ଅଧିକ ଦେଖାଦିଏ ଓ ଏହା ଶିଶୁ ମୃତୁର ମୁଖ୍ୟ କାରଣ ହୋଇଥାଏ ଏହି ଦେଶ ମାନଂକରେ . ବିଶ୍ବର ସମସ୍ତ କମ ଓଜନ ପିଲା ମାନଂକ ମଧ୍ୟରୁ ପ୍ରାୟତଃ ଅଧା ପିଲା କେବଳ ଭାରତରେ ଦେଖା ଯାଆନ୍ତି . ଏହା ଛଡା ଭାରତରେ ୩ ବର୍ଷରୁ କମ ପିଲା ମାନଂକ ମଧ୍ୟରେ ୪୭ % କମ ଓଜନ ହେଇଥାନ୍ତି ଓ ୪୬% ପିଲା ଅତି କମ ଓଜନର ହୋଇଥାନ୍ତି .

ପିଲାର ଧିର ବୃଧି ଓ ବିକାଶ ସାଧାରଣ ୬ ମାସ ପରେ ଯେତେବେଳେ ମା ଖିର ସହ ଅନ୍ୟ ଖାଦ୍ୟ ଆରମ୍ଭ ହୋଇଥାଏ ସେତେବେଳେ କମ ହୋଇଥାଏ . ଯଦି ଖାଦ୍ୟ କମ ପରିମାଣ ବା ସଠିକ୍ ଭାବେ ପୋଷକ ଯୁକ୍ତ ହୋଇନଥାଏ ତେବେ ଏହା କମ ବିକାଶର କାରଣ ହୋଇଥାଏ . ଏହି ତଥ୍ୟ କର୍ନାଟକରେ ଏକ ଗବେଷଣାରୁ ଦେଖା ଯାଇଛି ଯେ ୬ ମାସରୁ କମ ପିଲା ମାନଂକ ମଧ୍ୟରେ କେବଳ ୬ % ପିଲା କମ ଓଜନ ହୋଇଥାଏ ଯେତେବେଳେ ୬ ରୁ ୧୧ ମାସ ପିଲା ମାନଂକ ମଧ୍ୟରୁ ୩୯ % ପିଲା କମ ଓଜନ ବିଶିଷ୍ଟ ହୋଇଥାଏ .

କିନ୍ତୁ ଏହାର କାରଣ କେବଳ ପିଲାର ଖାଦ୍ୟ କମ ବା ଅସନ୍ତୁଳିତ ଖାଇବା ଯୋଗୁ ହୋଇନଥାଏ . ଏହାର ଅନ୍ୟତମ ମୁଖ୍ୟ କାରଣ କମ ଜ୍ଞାନ ଯୋଗୁ ମଧ୍ୟ ହୋଇଥାଏ ଯାହାକି କେତେ ପରିମାଣ ଖାଇବା , କୋଉ ଖାଦ୍ୟ ଖାଇବା ଇତ୍ୟାଦି ଅପପୃଷ୍ଟିର କାରଣ ହୋଇଥାଏ . ଏହା କେବଳ ପୃଷ୍ଟିକର ଖାଦ୍ୟ ଅଭାବ ଥିବା ଘରେ ନୁହ , ଏହା ସେ ପରିବାରରେ ମଧ୍ୟ ହୋଇଥାଏ ଯୋଉଠି ଏହାର କୌଣସି ଅଭାବ ନଥାଏ କିନ୍ତୁ କିଶୋର ମାନଂକ କ୍ଷେତ୍ରରେ ଏହା ସଠିକ୍ ପରିମାଣରେ ଥାଏ .

ତେବେ ଶିଶୁ ବୃଧି ଓ ବିକାଶ କିପରି ବଢାଇବା ବା ସଠିକ୍ ଭାବେ କରିପାରିବା , ଆସନ୍ତୁ ଜାଣିବା ?

ଏହା ମୁଖ୍ୟତଃ ଆମେ ଖାଇବା ଅଭ୍ୟାସ ବଦଳାଇ କରିପାରିବା .ଏହା ଛଡା କିଛି ସଚେତନ ଯୁକ୍ତ ବାର୍ତା ବାଣ୍ଟିବା ଦ୍ବାରା ମଧ୍ୟ ଅମେ ବହୁତ ଲୋକ ମାନଂକର ଚିନ୍ତା ଧାରା ବଦଳାଇ ପିଲାର ସଠିକ୍ ଯତ୍ନ ନେବାରେ ସହାୟତା କରିପାରିବା . କିଛି ଭଣ୍ଡାରୀ ଓ କଲେଜ୍ ମାନଂକରେ ହୋଇଥିବା ଗବେଷଣା ଅନୁସାରେ ଭାରତରେ ସବୁଠୁ ଅଧିକ ଧ୍ୟାନ ଦିଆଯାଉଥିବା ଉପାୟ ହେଉଛି ସିକ୍ଷା . କାରଣ ଏହା ଦ୍ବାରା ପିଲାର ପୋଷକ ଓ ପୃଷ୍ଟିସାର ଉପରେ ମା’ର ଧାରଣା ବୃଧି ପାଇଥାଏ . ଯାହା ଦ୍ବାରା ଶିଶୁ ମୃତୁ , ତରଲ ଝାଡା ଆଦି କମିବା ସହ ଶକ୍ତି ଗ୍ରହଣ ବୃଧି ପାଇଥାଏ .

ଆପନଂକ ପିଲା ପାଇଁ ସବୁଠୁ ଭଲ ପୋଷକ କଣ ?

ମା ଖିର ହେଉଛି ସବୁଠୁ ସହଜ ଓ ସବୁଠୁ ଭଲ ଉପାୟ ପିଲାକୁ ସମସ୍ତ ପୋଷକ ଓ ପୃଷ୍ଟିସାର ଦେବା ପାଇଁ . ଏହା କେବଳ ପିଲାକୁ ବୃଧିରେ ସହାୟକ ହୁଏ ନାହି , ଏହା ଛଡା ପିଲାକୁ ରେଚନ ପ୍ରକ୍ରିୟାରେ ହେଉଥିବା ଅସୁବିଧା , ଅନ୍ତତନ୍ତ୍ରରେ ହେଉଥିବା ଅସୁବିଧା ଓ ରୋଗ ପ୍ରତିରୋଧକ ଶକ୍ତି ବୃଧିରେ ମଧ୍ୟ ସହାୟକ ହୁଏ ଓ ସବୁଠୁ ଗୁରୁତ୍ବପୁର୍ଣ୍ଣ ହେଉଛି ଏହା କେବଳ ପିଲା ଛୋଟ ଥିବା ବେଳେ ନୁହ ଏହା ପିଲା ବଡ ହେଲା ପରେ ମଧ୍ୟ ସହାୟକ ହୋଇଥାଏ . ଏହା ଛଡା ସ୍ତନ୍ୟପାନ ପିଲାକୁ ଅନ୍ୟ ଭିଟାମିନ ଖାଦ୍ୟ ପ୍ରତି ମଧ୍ୟ ଆଗ୍ରହୀ କରାଇଥାଏ . ଏହା ଛଡା ମା ଖିର ପିଲାକୁ ସମସ୍ତ ଏନଯାଇମ୍ କ୍ଷରଣ , ଫ୍ୟାଟି ଏସିଡ଼ ପ୍ରସ୍ତୁତ , ଅପକାରୀ ଅନୁଯିବ ମାରିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ବୃଧି କରିବାରେ ମଧ୍ୟ ସହାୟକ ହୋଇଥାଏ . ତେଣୁ ଜନ୍ମର ପ୍ରଥମ ୬ ମାସ କେବଳ ମା ଖିର ଖାଇବାକୁ ସମସ୍ତ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି .

 

ଏକ ସୁସ୍ଥ ନବଜାତ ଶିଶୁ କେତେ ଓଜନ ହେବା ଆବଶ୍ୟକ ?

ଯୋଉ ପିଲାମାନେ ୩୮ ରୁ ୪୦ ସପ୍ତାହ ପରେ କିମ୍ବା ସଠିକ୍ ସମୟରେ ଜନ୍ମ ହୋଇଥାଆନ୍ତି ସେମାନେ ସାଧାରଣତଃ ୨.୭ ରୁ ୪ କିଗ୍ରା ଓଜନ ହୋଇଥାଏ . ଏଥି ପାଇଁ ସବୁଠୁ ଗୁରୁତ୍ବପୁର୍ଣ୍ଣ ହେଉଛି କିଛି ବାହ୍ୟ ଉପାଦାନ ଯେପରିକି ପିଲାର ଲିଂଗ , ଗର୍ଭାବସ୍ତା ସମୟ  , ଗର୍ଭାବସ୍ତା ସମୟରେ ମାର ସ୍ବାସ୍ଥ୍ୟ , ଏହି ସମୟରେ ମା ଖାଉଥିବା ପୋଷକ ସମୁହ ଓ ମା ବାପା ମାନଂକର ଯତ୍ନ ଓ ଜନ୍ମ ସମୟରେ ପିଲାର ଓଜନ ଉପରେ ନିର୍ଭର କରିଥାଏ .

କିନ୍ତୁ କିଛି ପିଲା ଯିଏକି ଏହି ସବୁ ତଥ୍ୟ ବାହାରେ ଜନ୍ମ ହୋଇଥାନ୍ତି ସେମାନେ ମଧ୍ୟ ସୁସ୍ଥ ହୋଇଥାନ୍ତି . ଜୋ ମାନେ ଶିଶୁ ଖାଦ୍ୟ ଖାଇଥାନ୍ତି ସେମାନଂକ ପିଲାର ଓଜନ ପ୍ରାୟତଃ ୫ % କମ ହୋଇଥାଏ . ଏହା ଛଡା ସବୁ ପିଲାଂକର ଓଜନ ସାଧାରଣତଃ ୭ ରୁ ୧୦% କମ ହୋଇଥାଏ .         

ତେବେ ଆପଣ କିପରି ପିଲାର ଖାଦ୍ୟ ପରିମାଣ ଜାଂଚ କରିବେ ?

ସାଧାରଣତଃ ପିଲା ମାନେ ଡାକ୍ତର ଖାନ୍ରେ ଓଜନ ହୋଇଥାନ୍ତି . କିନ୍ତୁ କିଛି ପିଲା ପୁଣି ୪୮ ରୁ ୭୨ ଘଣ୍ଟା ମଧ୍ୟରେ ଓଜନ ହୋଇଥାଏ ଡାକ୍ତର ଖାନା ଛାଡିବା ଆଗରୁ ହୋଇଥାଏ . ଏହା ପରେ ଏକ ସପ୍ତାହ ଓ କିଛି ସମୟରେ ୨ ସପ୍ତାହ ପରେ ଓଜନ ହୋଇଥାଏ . ଏହା ଛଡା ଯଦି ପିଲାର ସ୍ବାସ୍ଥ୍ୟ ଠିକ ନଥିଲେ ଓଜନ ବୃଧି ପରୀକ୍ଷା ବାରମ୍ବାର କରନ୍ତୁ .

ଜନ୍ମର ଏକ ସପ୍ତାହ ପରେ ପିଲାଟି ଦିନକୁ ୫ ରୁ ୭ ଥର ପିନ୍ଧିଥିବା କପଡା ଖରାପ୍  କରିଥାଏ . କିନ୍ତୁ ଏହା ସମୟ ସହ ପରିବର୍ତନ ହୋଇଥାଏ . ଯଦି ପିଲାଟି ବାହାରେ ମିଳୁଥିବା ପାଉଡର ଓ ଶିଶୁ ଖାଦ୍ୟ ଖାଉଥାଏ ତେବେ ଏହି ସଂଖ୍ୟା କମ ହେବାର ସମ୍ଭାବନା ଅଛି .

ଏହା ଛଡା ଶିଶୁର ଖାଦ୍ୟ ଗ୍ରହଣ ପରେ ଖୁସି ଲାଗୁଛି କି ନା ସର୍ବଦା ଧ୍ୟାନ ରଖନ୍ତୁ . କିନ୍ତୁ ଏହାର ମାନେ ନୁହ ଅଧିକ ଖାଦ୍ୟ ଖାଇବାକୁ ଦେବେ . ତେଣୁ ଏହା ମଧ୍ୟ ନିଶ୍ଚିନ୍ତ କରନ୍ତୁ ଯେ ପିଲାଟି ଯେପରି ସର୍ବଦା ଖାଇବାକୁ ଆଗ୍ରହ ପ୍ରକାଶ କରେ . ଯଦି ଏହାକୁ ନେଇ କୌଣସି ଅସୁବିଧା ଅଛି ତେବେ ଡାକ୍ତର ପରାମର୍ଶ କରନ୍ତୁ .

ଜନ୍ମରୁ କମ ଓଜନ କିପରି ଏକ ଶିଶୁକୁ ହଇରାଣ କରିଥାଏ ଆସନ୍ତୁ ଜାଣିବା ?

ଏକ ଗବେଷଣାରୁ ମିଳିଛି ଯେ ପିଲାର କମ ଓଜନ ବିଭିନ୍ନ ରୋଗର କାରଣ ହୋଇଥାଏ ଯଥା ଇନ୍ସୁଲିନକୁ ବାଧା ଦେବା , ହୃଦ ରୋଗ ବାହାରିବା , ଡାଇବେଟିସ୍ , ମେଦ ବହୁଲତା , ଡିସିପିଡେମିଆ , ସ୍ତନ କର୍କଟ , ପାକସ୍ତଲିରେ ସଂକ୍ରମଣ , କେଶ ଝାଡିବା , ଗର୍ଭାଶୟରେ ସଂକ୍ରମଣ ଆଦି ବହୁତ କାରଣ ହୋଇଥାଏ . ଏହି ଗବେଷଣା କାରଲସ୍ ଆନ୍ଟୋନିଓ  ଓ ତାଂକ ଦଳ ଏଭଳି ପରୀକ୍ଷା ଦ୍ବାରା ଏହି ସବୁ ତଥ୍ୟ ବାହାର କରିଥିଲେ ବ୍ରାଜିଲ ରାଜ୍ୟ ପୁରସ୍କାର ମଧ୍ୟ ଜିତିଥିଲେ ଏଥିପାଇଁ .

କିନ୍ତୁ ସବୁଠୁ ଗୁରୁତ୍ବପୁର୍ଣ୍ଣ ଗବେଷଣା ବାର୍କର ଓ ସାଥୀ ମାନେ କରି ପାଇଥିଲେ ଯେ ଜନ୍ମ ବେଳେ ଥିବା ଓଜନ ଶିଶୁ ମୃତୁ ଓ ହୃଦ ରୋଗ ସହ କମ ପରିମାଣର ସମ୍ବନ୍ଧ ରଖିଥାଏ . କମ ଓଜନ ହୋଇଥିଲେ ପ୍ରଥମ ୨ ରୁ ୩ ବର୍ଷ ଜାଏ ୨ ପ୍ରକାର ଡାଇବେଟିସ୍ ଓ କମ ବୃଧି ବିକାଶ ସହ ଜଡିତ ଥାଏ .

ତେବେ ପିଲାର କମ ଓଜନ ସହ ଜନ୍ମକୁ କିପରି ଦୁର କରିବେ ?

ଏହା କେବଳ ଏକ ମା ଦ୍ବାରା ହେଇପାରିବ . ଯଦି ମା’ଟି ତାର ଗର୍ଭାବସ୍ତାରେ ପିଲାର ପ୍ରକୃତ ଯତ୍ନ ନେବା ସହ ସଠିକ୍ ପରିମାଣର ପୋଷକ, ପୃଷ୍ତିସାର ଓ ଭିଟାମିନ ଖାଇଥାଏ ତେବେ ଏଥିରୁ ମୁକ୍ତି ମିଳିଥାଏ .

 

ତେବେ ଆସନ୍ତୁ କିଛି ଉପାୟ ଜାଣିବା କମ ଓଜନ ଯୁକ୍ତ ସମସ୍ୟା ଦୁର କରିବା ପାଇଁ ?

ସଠିକ୍ ସମୟରେ ମାତୃତ୍ବର ଯତ୍ନ :-> ଏହା କରିବା ଅତ୍ୟନ୍ତ ଆବଶ୍ୟକ କାରଣ ଏହାର ଅଭାବରେ ଡାଇବେଟିସ୍ , ପୃକ୍ଲାମପ୍ସିଆ ( ଯାହାକି ଏକ ଅବସ୍ତା ଯୋଉଥିରେ ପ୍ଲାସେଣ୍ଟ ଭୃଣ ପାଖକୁ ପୋଷକ ଯିବାକୁ ଦିଆ ନାହୀ .

ନିଜ ଜୀବନ ଶୈଳୀରୁ ଏକ ବଡ ପରିବର୍ତନ କରନ୍ତୁ ?

ଏହା ଆପଣ ଜାଣିଛନ୍ତି ଯେ ପିଲାମାନେ  ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବା ସହ ପିଲାର ଓଜନ କମ କରିଥାଏ ଧୁମ୍ରପାନ ଓ ମାଦକ ଦ୍ରବ୍ୟ . ତେଣୁ ଆଗରୁ ଏହାକୁ ବନ୍ଦ କରିଦେବା ଓ ଏହାକୁ ବର୍ଜନ କରିବା ବୁଧିବାନର କାମ ହେବ .

ସ୍ବାସ୍ଥ୍ୟଗତ ସମସ୍ୟାଠୁ  ଦୁରେଇ ରଖନ୍ତୁ :-> ନୁଆ କରି ମା ହେବାକୁ ଥିବା ନାରୀକୁ ଅଧିକାଂଶ ସମୟରେ ଡାଇବେଟିସ୍ , ଉଚ ରକ୍ତ ଚାପ ହେବାର ଅଧିକ ସମ୍ଭାବନା ରୁହେ .

ସୁସ୍ଥ ଖାଦ୍ୟ ଓ ଏକ ସଂତୁଲିତ ପୋଷକ ଖାଆନ୍ତୁ :-> ଗର୍ଭାବସ୍ତା ଓ ମୋତାପଣ ଦୁରେଇବା ପାଇଁ କମ ଖାଇବା ଏକ ଉପାୟ ନୁହେ ଓ ଏହା ଖାସ୍ କରି ଗର୍ଭାବସ୍ତା ଆରମ୍ଭ ବେଳେ . ଏହି ସମୟରେ ମାକୁ କେବେବି କମ ଖାଇବା ଆବଶ୍ୟକ ନାହି . ତେଣୁ ଯେତେ ଖାଇବାକୁ ଇଛା ହଉଛି ସେତେ ଅଧିକ ଖାଆନ୍ତୁ . ଫୋଲିକ୍ ଏସିଡ଼ର ଅଭାବ ଦ୍ବାରା ପିଲାର ଓଜନ କମ ହେବା ସହ ସମୟ ପୁର୍ବରୁ ଜନ୍ମ ହେବା ବହୁତ ଚିନ୍ତାର କାରଣ ହୋଇଥାଏ . ତେଣୁ ଫୋଲିକ୍ ଏସିଡ ହେଉଛି ଏକ ଉପାୟ ଯାହାକୁ ମା ମାନେ ସର୍ବଦା ସୁସ୍ଥତା  ବଜାୟ ରଖନ୍ତୁ ଧ୍ୟାନ ରଖନ୍ତୁ

ଶେଷକଥା :-

ଏହାର ପ୍ରକୃତ ଅର୍ଥ ଉପରେ ସର୍ବଦା ଧ୍ୟାନ ରଖିବା ଆବଶ୍ୟକ . ତେଣୁ ଅଧିକାଂଶ ସମୟରେ ଏହା ହେଉଛି ସବୁଠୁ ବଡ କାର୍ଯ୍ୟ . ଯଦି ତେବେ ଏହା କିଛି ପ୍ରଶ୍ନର ଉତ୍ତର କାମରେ ଧ୍ୟାନ ଦେବା ଆବଶ୍ୟକ . ତେଣୁ ସର୍ବଦା କିଛି ସାଧାରଣ ପ୍ରଣାଳୀ ଅବଲମ୍ବନ କରନ୍ତୁ ଯାହା ଦ୍ବାରା ପିଲାଟି ସୁସ୍ଥ ରହିବା ଓ ଆମ ଭବିଷ୍ୟତ ସଠିକ୍ ହେବ .  ତେଣୁ ମାତୃତ୍ବ କୁଆଡେ ଗଲେ ଦେଖ ଓ ଏକ ଏକ ଉପାୟ ଯାହାକୁ ମା ମାନେ ସର୍ବଦା ସୁସ୍ଥତା ବଜାୟ ରଖନ୍ତୁ ଧ୍ୟାନ ରଖନ୍ତୁ ଓ ମାତୃତ୍ବକୁ ଉପଭୋଗ କରନ୍ତୁ .