ଚାଲିବା ଆରମ୍ଭ କରିଥିବା ଶିଶୁର ତରଳ ଝାଡାର ଚିକିସ୍ଛା

ଚାଲିବା ଆରମ୍ଭ କରିଥିବା ଶିଶୁର ତରଳ ଝାଡାର ଚିକିସ୍ଛା

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଜନ୍ମର ପ୍ରଥମ କିଛି ମାସ ଯାଏ ଶିଶୁର ମଳ ସାଧାରଣତଃ ପତଳା ରହିଥାଏ . ଯଦି ଆପନଂକ ଶିଶୁର ମଳରେ ଅଧିକ ଜଳିୟ ଅଂଶ ଦେଖାଯାଏ ତେବେ ପିଲାଟି ହୁଏତ ତରଳ ଝାଡାର ଶିକାର ହୋଇଥାଇପାରେ .ତେବେ କିପରି ଜାଣିବେ ଯେ ଆପନଂକ ଶିଶୁକୁ ତରଳ ଝାଡା ହୋଇଛି କି ନା , ଯଦି ହୋଇଛି ତେବେ କଣ କରିବେ . କିଛି ଚିନ୍ତା କରିବାର କାରଣ ନାହିଁ , ଆସନ୍ତୁ ଜାଣିବା କଣ କରିବେ . ଯଦିବା ବିକଶିତ ଦେଶ ମାନଂକରେ ତରଳ ଝାଡା ହେତୁ ଶିଶୁ ମୃତୁ ବହୁତ କମ ବା ନାହି କହିଲେ ଚଳେ କିମ୍ବା ବିକାଶଶିଳ ଦେଶ ମାନଂକରେ ଅଧିକ ଖରାପ୍ ପରିସ୍ଥିତିର ତରଳ ଝାଡା ଆକ୍ରାନ୍ତ ଶିଶୁର ବିନା ଚିକିସ୍ଛାରେ ମୃତୁ ହୋଇଛି .

ତେବେ ଏହା ଅଧିକ ଖରାପ୍ ବୋଲି କିପରି ଜାଣିବେ ?

ସାଧାରଣତଃ ଏହା ମଳର ତରଳ ଅଂଶକୁ ଦେଖି ଆମେ କହିପାରିବା କିମ୍ବା ସବୁଠୁ ଗୁରୁତ୍ବପୁର୍ଣ୍ଣ ହେଉଛି କେତେ ଥର ବା ସମୟରେ ହେଉଛି ଦେଖି ଜାଣିପାରିବା . ଏହା ସାଧାରଣତଃ କଠିନ ଖାଦ୍ୟ ବା ଅନ୍ୟ ଖାଦ୍ୟ ଖାଇବା ଆରମ୍ଭ କରିଥିବା ପିଲାମାନଂକ ପାଖେ ଦେଖାଯାଏ . କାରଣ ସେମାନଂକ ହଜମ ପ୍ରକ୍ରିୟା ଏତେ ଜଲଦୀ ବା ହଠାତ୍ ଅନ୍ୟ ଖାଦ୍ୟକୁ ଗ୍ରହଣ କରିପାରେ ନାହି , ଯାହା ଲାଗି ଏଭଳି ସଟିଟି ଉପୁଜିଥାଏ . କିନ୍ତୁ ସମସ୍ତ ପିଲା ଅଲଗା ଧରଣର . କିନ୍ତୁ ପରୀକ୍ଷାରୁ ଦେଖା ଯାଇଛି ଯେ ଯେତେବେଳେ ଶିଶୁ ମାନଂକୁ ନୁଆ ଖାଦ୍ୟ ଦିଆଯାଏ ସତେବେଳେ ସେମାନେ କିଛି ସମୟ ବା ଦିନ ଲାଗି ଏହାର ଶିକାର ହୋଇଥାନ୍ତି .

ଏହାର କାରଣ କଣ ?

ଭୁତାଣୁ ଜନିତ ସଂକ୍ରମଣ :-

 ଏହି ପରିସ୍ତିତିରେ ରୋଟା ଭୁତାଣୁ ନାମକ ଏକ ଭୁତାଣୁ ଯୋଗୁ ଚୋତା ପିଲାମାନଂକୁ ତାରଳ ଝଡ ହୋଇଥାଏ . ଯେହେତୁ ପିଲା ମାନଂକର ହଜମ ପ୍ରଣାଳୀ ଠିକ ହୋଇନଥାଏ ତେଣୁ ଏହା ହେବାର ବହୁତ ସମ୍ଭାବନା ଥାଏ .

ପରଜୀବୀ ଜୀବ :-

ପରଜୀବୀ ସଂସ୍ପର୍ଶରେ ଆସିବା ଦ୍ବାରା ମଧ୍ୟ ଏହା ହୋଇଥାଏ . କାରଣ ଏହା ହେବା ଦ୍ବାରା ପୁର ଶରୀର ଏହି ପରଜିବିକୁ ମାରିବାକୁ ଲାଗିଯାଏ . ତେଣୁ ଏହି ପରିସ୍ତିତିରେ ଭୁତାଣୁ ସଂକ୍ରମଣ ହୋଇ ଥାଏ ଯାହାକି ତରଳ ଝାଡା ଓ ଜ୍ବର ସୃଷ୍ଟି କରେ . ଯଦି ଶିଶୁଟି ଅନ୍ୟ ଜାଗାକୁ କିମ୍ବା ଏପରି ସ୍ତାନକୁ ଯାଏ ଯୋଉଠି ସେ ଅନ୍ୟ ଚାଲିବା ଆରମ୍ଭ କରିଥିବା ପିଲାମାନଂକ ସହ ମିଶେ ତେବେ ମଧ୍ୟ ଏହା ହେବାର ସମ୍ଭାବନା ଅଛି . କାରଣ ଏମିତି କ୍ଷେତ୍ରରେ ସାଧାରଣତଃ କମ ସ୍ବାସ୍ଥ୍ୟରକ୍ଷା ନୀତି ଆପଣା ଯାଇଥାଏ . ଯାହା ଦ୍ବାରା ଚାଲିବା ଆରମ୍ଭ କରିଥିବା ପିଲାମାନଂକ କ୍ଷେତ୍ରରେ ତରଳ ଝାଡା ଏକ ସାଧାରଣ ରୋଗ .

ଖାଦ୍ୟ ଅସହିସ୍ନନୁତା ବା ଘୃଣା ଭାବ :-

ଦୁଗ୍ଧ ସର୍କରା ଜାତୀୟ ଖାଦ୍ୟ ପ୍ରତି ସାଧାରଣତଃ ପିଲାମାନେ ଘୃଣା ଭାବ ଦେଖେଇଥାନ୍ତି . ଯାହାକି କିଛି ମାତ୍ରାରେ ତରଳ ଝାଡା କରାଇଥାଏ . ଯଦି ସ୍ତନ୍ୟପାନ ସମୟରେ ବା ଖିର ଖାଉଥିବା ବେଳେ ଯଦି ମା ପିଲା ଘୃଣ କରୁଥିବା ଖାଦ୍ୟ ଖାଉଥାଏ ତେବେ ମଧ୍ୟ ପିଲାକୁ ଏହି ରୋଗ ହେବାର ସମ୍ଭାବନା ଥାଏ . ଏହା ଛଡା ଦୁଗ୍ଧ ଜାତୀୟ ପ୍ରୋଟିନ ଖାଦ୍ୟରୁ ଏହା ହେବ ଏକ ସାଧାରଣ କଥା .

ରୋଗଜିବାଣୁ ନଷ୍ଟ କାରୀ ପଦାର୍ଥ ବା ଔଶଧ :-

ଏହାକୁ ଯୋଉ ପିଲା ମାନେ ଗ୍ରହଣ କରନ୍ତି ସେମାନେ ମଧ୍ୟ ତରଳ ଝାଡାର ଶିକାର ହୋଇଥାନ୍ତି . କାରଣ ଏହା କିଛି ଉପକାରୀ ବ୍ୟାକ୍ଟେରିଆକୁ ମାରିଦିଏ ଯାହା ଦ୍ବାରା ପେଟ ଖରାପ ହେବା ସହ ତରଳ ଝାଡା ହୋଇଥାଏ .

କିପରି ଯତ୍ନ ନେବେ ଏହି ପରିସ୍ତିତିରେ ?

ତରଳ ଝାଡା ଏକ କମ ବା ମୃଦୁ ଚିନ୍ତା କରିବା ଅବସ୍ତା ବା ରୋଗ . ଏହା କେବେଳ କିଛି ବାଟ ଆଗକୁ ଯାଇଥାଏ ଓ ଖାସ୍ କରି ଏହି ପିଲା ମାନଂକ କ୍ଷେତ୍ରରେ ହୋଇଥାଏ .

ତରଳ ଝାଡା ଏକ ରୋଗ ଯାହାକି ନିଜେ ନିଜେ ଠିକ ହୋଇଯାଇଥାଏ ଓ ତାହାବି ବିନା କିଛି ଚିକିସ୍ଚାରେ ଠିକ ହୋଇଯାଇଥାଏ .  ଯାହାବି ଚିକିସ୍ଛା କଲେ ବି ଏହି ଭୁତାଣୁ ଶରୀରରେ ପ୍ରାୟତଃ ୧ ସପ୍ତାହ କିମ୍ବା ୨ ସପ୍ତାହ ରହିଥାଏ . କିନ୍ତୁ ଆପଣ ଯଦିଭି  ଏହି ସଂକ୍ରମଣର ଶିକାର ହୋଇଥାନ୍ତି ତେବେ ମଧ୍ୟ ଏହାର ଚିକିସ୍ଛା କରି ଭଲ ହୋଇପାରିବ .

ତରଳ ପଦାର୍ଥ ହେଉଛି ଆପନଂକ ସାଥୀ :

ତରଳ ଝାଡା ଦ୍ବାରା ସର୍ବଦା ଶରୀରରୁ ଜଳ କମ ହୋଇଯାଇଥାଏ , ଯାହାକି ପରେ ଜୀବନ ପ୍ରତି ବିପଦ ସୃଷ୍ଟି କରେ . ତେଣୁ ଜଳ ବା ତରଳ ପଦାର୍ଥ ଯଥେଷ୍ଟ ପରିମାଣରେ ଗ୍ରହଣ କରନ୍ତୁ ଓ ପିଲାକୁ ମଧ୍ୟ ଦିଅନ୍ତୁ . ଏହି ପରିସ୍ତିତିରେ ଜଳ ହେଉଛି ସବୁଠୁ ଉପକାରୀ କିନ୍ତୁ ଆପଣ ଅନ୍ୟ ତରଳ ପଦାର୍ଥ ଯେପରିକି ପନିପରିବା ବା ଫଳ ସୁପ୍ ମଧ୍ୟ ଦେଇ ପାରିବେ . ଯଦି ଏହି ସବୁକୁ ଖାଇବାକୁ ପିଲାଟି ମନା କରୁଛି ତେବେ ଖାଲି ଜଳ ସ୍ତାନରେ ଖିର ଦିଅନ୍ତୁ କାରଣ ଏହା କିଛି ପୋଷଣ ମଧ୍ୟ ଦେଇଥାଏ .

ଖାଦ୍ୟ ଖୁଆଇବା ବନ୍ଦ କରନ୍ତୁ ନାହି :-

ଶିଶୁଟି ତରଳ ଝାଡାର ଶିକାର ହୋଇଥିଲେ ମଧ୍ୟ ଖାଦ୍ୟ ଖାଇବା ନିହାତି ଆବଶ୍ୟକ . ଯଦି ପିଲାର ମଳ ଅଳ୍ପ ତରଳ ହୋଇଥାଏ ତେବେ ଖିର ଦେବା ଜାରି ରଖନ୍ତୁ କିମ୍ବା ଖିର ଜାତୀୟ ପଦାର୍ଥ ଖାଇବାକୁ ଦିଅନ୍ତୁ . ଯଦି ପିଲାଟି ବାରମ୍ବାର ଏହାର ଶିକାର ହେଉଛି ତେବେ ତାକୁ ଶ୍ବେତଶାର ଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ ଯେପରିକି ଗହମ ଜାତୀୟ ପଦାର୍ଥ , ସିଝା ଆଲୁ ଇତ୍ୟାଦି .

କାହାଠୁ ଦୁରରେ ରହିବେ ?

ପିଲାକୁ କାରବନ୍ ଯୁକ୍ତ ସୋଡା ବା ଜୁସ୍ ଦିଅନ୍ତୁ ନାହି କାରଣ ଏଗୁଡିକ ମାତ୍ରାଧିକ ସର୍କରାରେ ତିଆରି ହୋଇଥାନ୍ତି . ଏହି ସ୍ତାନ ବା ଖାଲି ପାଣି ଦେବା ଅପେକ୍ଷା ଖିର ଦିଅନ୍ତୁ . କରନ୍ ଏଥିରୁ ପିଲାକୁ କିଛି ପୃଷ୍ଟିସାର ବା ପୋଷଣ ମିଳିଥାଏ . ତେଣୁ ସର୍ବଦା ମନେ ରଖନ୍ତୁ ଯେପରି ପିଲାର ଶରୀରରେ କେବେ ଜଳର ଅଭାବ ନହୁଏ .

ତରଳ ଝାଡା କିପରି ବନ୍ଦ କରିବେ ?

ଏଥି ପାଇଁ ପ୍ରଥମେ ଜାଣିବାକୁ ହେବ ଯେ ଏହା କାହିଁକି ହୋଇଛି . ତେଣୁ ପିଲାର ଚତୁଃପାର୍ଶ୍ବରେ ପରିବେଶ ସଫା ରଖିବାକୁ ହେବ . ଏହା ଛଡା ଧ୍ୟାନ ରଖନ୍ତୁ ଯେ ସେ ପାଟିରେ କଣ ସବୁ ପଶଉଛି ଓ ତାର ହାତ ଯେପରି ସଫା ରୁହେ ସର୍ବଦା ଓ ଆପନଂକ ହାତ ମଧ୍ୟ ଯେପରି ସଫା ରୁହେ .

କିନ୍ତୁ ଏମତି କିଛି ସମୟ ଆସେ ସତର୍କ ରହିବା ଦ୍ବାରା ବି ପିଲାଟି ରୋଗର ଶିକାର ହୋଇଯାଏ . କିନ୍ତୁ ଚିନ୍ତା କରନ୍ତୁ ନାହି କାରଣ ଶିଶୁଟି ସର୍ବଦା ତରଳ ଝାଡାର ଶିକାର ହୁଏ ନାହି , ଏହା ଅନ୍ୟ ସଂକ୍ରମଣ ହୋଇଥାଇପାରେ . ଏକ ସଫା ସୁତୁରା ଓ ସୁସ୍ଥ ଅଭ୍ୟାସ ଦ୍ବାରା ଯେ କୌଣସି ସଂକ୍ରମଣରୁ ପିଲାକୁ ରକ୍ଷା କରିପାରିବା .

ଏହା ଛଡା ଆପଣ ଅନ୍ୟ କିଛି ପଦକ୍ଷେପ ମଧ୍ୟ ନେଇ ପାରିବେ ଯାହା ଦ୍ବାରା ଆପଣ ପିଲାକୁ ଶାନ୍ତ ବା ଖୁସି କରିବା ପାଇଁ . କାରଣ ବାରମ୍ବାର ମଳ ଆସିବା ଦ୍ବାରା ପିଲା ମଧ୍ୟ ଚିଡ଼ ଚିଡା ହୋଇଯାଏ . କିନ୍ତୁ ଧ୍ୟାନ ରଖନ୍ତୁ ଯେ ପ୍ରତି ମଳ ପରେ ଯେପରି ତାକୁ ସଫା କରି ତେଲ ମାଲିସ୍ କରନ୍ତି .

ଡାକ୍ତର ପରାମର୍ଶ କରିବେ କି ନାହି ?

ବେଳେବେଳେ ଏହା ଅଧିକ ଖରାପ୍ ହୋଇଯାଏ . ଏହି ପରିସ୍ତିତିରେ ଆପଣ ଡାକ୍ତର ପରାମର୍ଶ କରିପାରିବେ . ହେଲେ ଏହା ଅଧିକ ବୋଲି କିପରି ଜାଣିବେ ?

ଆସନ୍ତୁ ଜାଣିବା କିଛି ତଥ୍ୟ:-

  • ଲଗାତର ୧୨ ଘଣ୍ଟା ଯାଏ ପରିସ୍ରା ନହେବା କିମ୍ବା କାନ୍ଦୁଥିଲେ ଲୁହ ନାସିବା
  • ମଳରେ ରକ୍ତ ଆସିବା
  • ବାରମ୍ବାର ବାନ୍ତି ହେବା
  • ଅଧିକ ଜ୍ବର
  • ଯଦି ଏହା ୨ ସପ୍ତାହରୁ ଅଧିକ ଲାଗିରହେ
  • ମଳରେ ଯଦି ଲାଳ ପଡେ

ଶେଷକଥା :

ସାଧାରଣତଃ ତରଳ ଝାଡା ଶିଶୁ ମାନଂକ କ୍ଷେତ୍ରରେ ଏକ ସାଧାରଣ କଥା . ତେଣୁ ହଠାତ୍ କିଛି ଅଧିକ ଚିନ୍ତା କରନ୍ତୁ ନାହିଁ . କାରଣ ଏହା ପିଲାର ନୁତନ ଖାଦ୍ୟ ଗ୍ରହଣ କରିବା ପ୍ରକ୍ରିୟାରେ ହେଉଥାଇପାରେ . ଯଦି କିଛି ଘଣ୍ତମଦଷରେ ୩ ରୁ ୪ ଥର ଝାଦ ହୁଏ ତେବେ ଯାଇ ଚିନ୍ତା କରନ୍ତୁ .

ଏହା କୌଣସି ବଡ ରୋଗ ବା ସଂକ୍ରମଣ ନୁହେ . କିନ୍ତୁ ଯଦି ଏହା ଅଧିକ ଖରାପ୍ ହୁଏ ତେବେ ଏହା ଏକ ଜୀବନ ହାନୀକାରୀ ରୋଗ ହୋଇଯାଏ ଖାସ୍ କରି ଶିଶୁ ପାଇଁ . ତେଣୁ ଏହି ସମୟରେ ଶିଶୁର ସଠିକ୍ ଯତ୍ନ ନେବା ଦରକାର . ତେଣୁ ଯଦି ଏପରି କିଛି ଆପଣ ସନ୍ଦେହ କରନ୍ତି ତେବେ ବିନା ଦ୍ବିଧାରେ ଡାକ୍ତର ପରାମର୍ଶ କରନ୍ତୁ .