ଗର୍ଭାବସ୍ଥା ସମୟରେ କଣ ସଂପୂରକ ନେବା କଥା ?

ଗର୍ଭାବସ୍ଥା ସମୟରେ କଣ ସଂପୂରକ ନେବା କଥା ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଗର୍ଭାବସ୍ଥା ସମୟ ରେ ପୁଷ୍ଟିକର ଖାଦ୍ୟ ଖାଇବା ବହୁତ ମହତ୍ଵପୁର୍ଣ | ଯଦି ଆପଣଙ୍କର ଆହାର ରେ ଅତ୍ୟାବଶ୍ୟକ ପୁଷ୍ଟିକର ନାହିଁ ତାହାଲେ ଆପଣଙ୍କର ସନ୍ତାନ ଭଲ ସେ ବିକଶିତ କରିବ ନାହିଁ | ଦୁର୍ଭାଗ୍ୟବଶ ବହୁତ ସାରା ସ୍ରୋତ ଅଛି ଯେଉଁଠୁ ଆପଣଙ୍କୁ ଓଲଟା ସୂଚନା ମିଳିପାରିବ |

ସଂପୂରକ ଏକ ସୁସ୍ଥ ଆହାର ର ପ୍ରତିନିଧି ନୁହେ, କିନ୍ତୁ ସାମାନ୍ୟତଃ ଗର୍ଭାବସ୍ଥା ସମୟରେ ଖାଦ୍ୟରୁ ସବୁ ପୁଷ୍ଟିକର ଉଚିତ ମାତ୍ରା ରେ ମିଳେନାହିଁ | ବଢେ ଆମ ମାଟି ରେ ଏତେ ପୁଷ୍ଟିକର ନାହିଁ ଯେତେ ଥିବା କଥା ବା ଆମ ପାଖରେ ପରିବା ଆଉ ଭିଟାମିନର ଅନ୍ତର୍ଗହଣ ପାଇଁ ସମୟ ନାହିଁ |

ଗର୍ଭାବସ୍ଥା ର ପ୍ରତି ପାଦ ରେ ଭିଟାମିନ ଗୁଡିକ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଆପଣଙ୍କ ଶିଶୁ ର ବିକାଶ କୁ ସାହାରା ଦିଏ | ସଂପୂରକର ଅପର୍ଯ୍ୟାପ୍ତ ଅନ୍ତର୍ଗ୍ରହଣ ଆପଣଙ୍କ ଶିଶୁ ଆଉ ଆପଣ ପାଇଁ ବହୁତ ସମସ୍ୟା ସୃଷ୍ଟି କରିପାରିବ, ଆଉ ଆପଣଙ୍କ ଗର୍ଭାବସ୍ଥା ଉପରେ ବିପରୀତ ପ୍ରଭାବ ପକେଇପାରିବ | ଘାଆ ସଂକ୍ରମଣ, ଅସାମୟିକ ଲେବର ଏବଂ ମୃତଶିଶୁ ଜନନ କିଛି ସାମାନ୍ୟ ସମସ୍ୟା ଯାହା ଭାରତୀୟ ମା ମାନଙ୍କୁ ସହିବାକୁ ପଡେ ଆଉ ଏକ ବଡ ଭାଗ ସଂପୂରକର ଅପର୍ଯ୍ୟାପ୍ତ ଅନ୍ତର୍ଗ୍ରହଣ ପାଇଁ ହୁଏ – ସହାୟତାପ୍ରାପ୍ତ ବା ସରକାର ଦ୍ୱାରା ଦିଆଯାଇଥିବା ବି |

ସଂପୂରକ ଅନ୍ତର୍ଗ୍ରହଣ ଭିଟାମିନ ଏକାଗ୍ର ରୂପ ରେ ମହିଳାଙ୍କ ରକ୍ତର ଜଳୀୟ ଅଂଶରେ ପ୍ରତିଫଳିତ ହୁଏ | ଡାକ୍ତର ମାନଙ୍କ ଅନୁସାରେ ଆଇରନ୍, ଫୋଲେଟ୍ ଏବଂ ଭିଟାମିନ – ଡ଼ି  ଆଉ କିଛି କମ ସୀମା ରେ କାଲ୍ସିଅମ୍ ଆଉ ଆୟୋଡିନ ହେଉଛି ସବୁଠୁ ସାମାନ୍ୟ ଆହରୀ ଅଳ୍ପତା ଯାହା ଗର୍ଭବତୀ ମହିଳାଙ୍କ ପାଇଁ ମହତ୍ଵପୁର୍ଣ |

କଣ ନେବା କଥା ?

ଫୋଲେଟ୍

ଫୋଲେଟ୍ (ପ୍ରାକୃତିକ ରୂପ ) ଏକ ସଂପୂରକ ଯାହା ସ୍ନାୟୁ ନଳୀ ଦୋଷର ନିବାରଣ ପାଇଁ ମହତ୍ୱପୁର୍ଣ | ପ୍ରତି ଦିନ ଜନ୍ମପୂର୍ବ ଭିଟାମିନ ୬୦୦-୮୦୦ mg ଫୋଲେଟ୍ ରୁ ଗଠିତ ଥିବା କଥା | ଏହା ବହୁତ ଶସ୍ତା ଏବଂ ସହଜ ରେ ମିଳିଯାଏ ଯେମିତି କି ସବୁ ଗର୍ଭବତୀ ମହିଳା ୟାକୁ ନେଇପାରିବେ |

ପ୍ରୋବାୟୋଟିକ୍

ଗର୍ଭାବସ୍ଥା ରୋଧକ୍ଷମ ପ୍ରଣାଳୀ କୁ ଦମନ କରିଦିଏ | ସେଥିପାଇଁ, ନିୟମିତ ଭାବେ ପ୍ରୋବାୟୋଟିକ୍ ନେଲେ ଏହା ସୁନିଶ୍ଚିତ କରେ କି ଯୋନିର ଡେଲିଭେରୀ ବେଳେ ଆପଣଙ୍କ ଶିଶୁ ତା ପରିମାଣର ଗୁଣକାରକ ବୀଜାଣୁ ନେଇଯିବ | ପ୍ରୋବାୟୋଟିକ୍ ଗୁଡିକ କାନର ସଂକ୍ରମଣ ଏବଂ ଅସୁସ୍ଥତ ହେବାର ବିପଦ ବି କମ କରିଦିଏ | ଆଗେର, ମାର କୋଷ୍ଠକାଠିନ୍ୟ କମ କରିବାରେ ପ୍ରୋବାୟୋଟିକ୍ ସାହାଯ୍ୟ କରେ |

ଜନ୍ମପୂର୍ବ ଭିଟାମିନ୍ ଗୁଡିକ

ଜନ୍ମପୂର୍ବ ଭିଟାମିନ୍ ଗୁଡିକ ହେଲା ଏକାଧିକ ଭିଟାମିନ୍ ଯାହା ଗର୍ଭାବସ୍ଥା ସମୟରେ ଆପଣଙ୍କର ଅଣୁ ପୁଷ୍ଟିକରର ବଢିଥିବା ଦାବିକୁ ମିଶିପାରେ | ଏହା ପ୍ରୀକ୍ଲାମ୍ପ୍ସିଆର ବିପଦ କୁ କମ କରିଦିଏ ଯାହା ଆପଣଙ୍କର ଶିଶୁର ଅସାମୟିକ ଜନ୍ମ କରେଇଦିଏ | ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସେତିକି ନିଅନ୍ତୁ ଯେତେ ପରିମାଣ ଆପଣଙ୍କୁ ନିର୍ଦ୍ଧାରିତ କରାଯାଇଅଛି |

ଭିଟାମିନ୍ଡ଼ି

ଗର୍ଭାବସ୍ଥା ସମୟରେ ଭିଟାମିନ୍-ଡ଼ି ବହୁତ ମହତ୍ଵପୁର୍ଣ | ଭିଟାମିନ୍-ଡ଼ିର ସ୍ତର ଯାଞ୍ଚ କରିବା ଆଉ ଅଳ୍ପତା ଥିଲେ ସଠିକ ପରିମାଣର ଭିଟାମିନ୍-ଡ଼ି ନେବା ଗୋଟେ ମା ପାଇଁ ବହୁତ ମହତ୍ଵପୁର୍ଣ | ଇଷ୍ଟତମ ସ୍ୱାସ୍ଥ୍ୟ ପାଇଁ ଆଦର୍ଶ ପରିସର ହେଲା ୫୦-୮୦ mg/ml | ବାହାରିଥିବା ଗବେଷଣାରୁ ଜଣା ପଡିଛିକି ଭିଟାମିନ୍-ଡ଼ି ଗର୍ଭାବସ୍ଥା ସମ୍ଵନ୍ଧିତ ସମସ୍ୟା ଯେମିତିକି ଜେଷ୍ଟେସ୍ନାଲ୍ ମଧୁମେହ ,ପ୍ରୀକ୍ଲାମ୍ପ୍ସିଆ ଏବଂ ନୀଚ ଓଜନ ଵାଲା ନବଜାତ ଆଦି ର ବିପଦ କମ କରିଦିଏ | ସନ୍ତାନର ହାଡ ଏବଂ ଉଦ୍ଦୀପକ ଜୀବରସ ବିକାଶ ଭିଟାମିନ୍-ଡ଼ି ଉପରେ ନିର୍ଭର କରେ ଏବଂ ମା ର ରୋଧକ୍ଷମତା ବି ବଢେଇଦିଏ |

ଡାକ୍ତରମାନଙ୍କ ଅନୁସାରେ ସନ୍ତାନ ମାନେ ମାର କ୍ଷୀର ରୁ ଭିଟାମିନ୍-ଡ଼ି ପାଇପାରିବେ ଯଦି ମାକୁ ୫୦୦୦ ଇଉ/ପ୍ରତିଦିନ ମିଳୁ ଅଛି ( ଯାହା କି ମୁହଁ, ଗୋଡ,ହାତ ଏବଂ ପିଠି ଉପରେ ୩୦ମିନଟ ବା ଅଧିକ ଖରା ସହିତ ସମାନ) |

ଭିଟାମିନ୍ବି

ଏହା ଭିଟାମିନ୍-ବି କମ୍ପ୍ଲେକ୍ସ ହିସାବ ରେ ବି ଜଣା ଯାଏ | ସଂପୂର୍ଣ୍ଣ ବି କମ୍ପ୍ଲେକ୍ସର ଆଠଟା ଭିଟାମିନ୍ ଗୁଡିକ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମହତ୍ଵପୁର୍ଣ ଭାଗ ଦେଉଅଛି ଯେଭେ ଆପଣଙ୍କ ଶିଶୁ ବିକାଶଶୀଳ ହେଉଛି | ପ୍ରଥମ ଏବଂ ତୃତୀୟ ତ୍ରିମାସ ରେ ଅଧିକାଂଶ ସ୍ତ୍ରୀଲୋକ ଥକି ଯାନ୍ତି ; ଭିଟାମିନ୍-ବି ସମ୍ପନ୍ନ ଖାଦ୍ୟ ପ୍ରାକୃତିକ ବଳ ବଢ଼େଇବାରେ ସାହାଯ୍ୟ କରେ |

ଭିଟାମିନ୍-ବି୧୨ ସ୍ନାୟୁତନ୍ତ୍ରର ସ୍ୱାସ୍ଥ୍ୟ ବନେଇ ରଖିବାପାଇଁ ମହତ୍ଵପୁର୍ଣ, କିନ୍ତୁ ଏହା ବିଶ୍ୱାସ କରାଯାଏ କି ଗର୍ଭାବସ୍ଥା ସମୟ ରେ ଫୋଲିକ୍ ଏସିଡ୍ ସହିତ ମିସେଇଦେଲେ,  ଭିଟାମିନ୍-ବି୧୨ ସଂପୂରକ ଆପଣଙ୍କ ଶିଶୁର ମେରୁଦଣ୍ଡ ବା କେନ୍ଦ୍ରୀୟ ସ୍ନାୟୁତନ୍ତ୍ରର ଦୋଷ ହେବାର ସଂଯୋଗ ନିରୋଧ କରିବାରେ ସାହାଯ୍ୟ କରିବ |

ଭିଟାମିନ୍ସି 

ଆପଣ ଆଉ ଆପଣଙ୍କ ସନ୍ତାନକୁ ପ୍ରତିଦିନ ଭିଟାମିନ୍-ସି ଦରକାର କାରଣ ଶରୀର ପାଇଁ କୋଲାଜେନ୍ ବନେଇବା ଆବଶ୍ୟକ, ଏକ ପୁଷ୍ଟିସାର ଗଢନ ଯାହା ଉପାସ୍ଥି,ପେଶୀରଜ୍ଜୁ,ହାଡ ଏବଂ ଉପର ଚମଡା ରେ ଥାଏ |  ତନ୍ତୁ ମରାମତ, ଘାଆ ଶୁଖିବା, ହାଡ ବିକାଶ ଏବଂ ମରାମତ ଆଉ ସୁସ୍ଥ ତ୍ୱଚା ପାଇଁ ବି ଭିଟାମିନ୍-ସି ମହତ୍ଵପୁର୍ଣ | ଭିଟାମିନ୍-ସି ଆପଣଙ୍କ ଶରୀରକୁ ସଂକ୍ରମଣ ସହିତ ଲଢେଇ କରିବାରେ ସାହାଯ୍ୟ କରେ ଆଉ କୋଷିକା କୁ ସୁରକ୍ଷିତ ରଖେ |

ମ୍ୟାଗ୍ନେସିୟମ୍

କଠୋର ମ୍ୟାଗ୍ନେସିୟମ୍ ଅଳ୍ପତା ପ୍ରୀକ୍ଲାମ୍ପ୍ସିଆକୁ , ଜରାୟୁର କମ ବୃଦ୍ଧି ବା ମୃତ୍ୟୁକୁ ମାର୍ଗ ଦେଇପାରେ | ଗର୍ଭାବସ୍ଥା ସମୟରେ ଉଚିତ ମ୍ୟାଗ୍ନେସିୟମ୍ ସ୍ତର ମାର ପୁନଃ ପ୍ରାପ୍ତି ପାଇଁ ସାହାଯ୍ୟ କରେ ଏବଂ ଶିଶୁ କୁ ଗର୍ଭଫୁଲ ପୁଷ୍ଟିକର ନେବାକୁ ସାହାଯ୍ୟ କରେ |  ମ୍ୟାଗ୍ନେସିୟମ୍ ଖାଦ୍ୟରୁ ପାଇବା କଷ୍ଟ ସେଥିପାଇଁ ସଂପୂରକ ପାଇଁ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

ଓମେଗା

ଓମେଗା-୩, ମୁଖ୍ୟତଃ ମାଛ ତେଲରେ , ସନ୍ତାନର ବିକାଶ ପାଇଁ ସହାୟକ, ବିଶେଷତଃ ମସ୍ତିସ୍କ ର ବିକାଶ | ଅସାମୟିକ ଜନ୍ମ ନିରୋଧ କରିବାରେ ବହୁତ ବଡ ଭାଗିଦାର | ମା ହିସାବରେ ଓମେଗା-୩ ଆପଣଙ୍କ ପାଇଁ ବହୁତ ମହତ୍ଵପୁର୍ଣ ଯେହେତୁ ସେ ଆପଣଙ୍କର ଧମନୀ ଏବଂ ମାନସିକ ସ୍ୱାସ୍ଥ୍ୟ କୁ ସାହାରା ଦିଅନ୍ତି |

ଆୟୋଡିନ

ଅବଟୁଗ୍ରନ୍ଥି ଉଦ୍ଦୀପକ ଜୀବରସର ସଂଶ୍ଳେଷଣ ପାଇଁ ଆୟୋଡିନ ଦରକାର ହୁଏ, ଯାହା ଜୀବନ ଚକ୍ର ସାରା କୋଷିକା ଉପାପଚୟର ବନ୍ଦୋବସ୍ତ ପାଇଁ ଦରକାର ହୁଏ | ଗର୍ଭବତୀ ମହିଳା ଏବଂ ଛୋଟ ପିଲାମାନଙ୍କ ଭିତରେ ଆୟୋଡିନ ଅଳ୍ପତା ବହୁତ ଗଂଭୀର | ଗର୍ଭାବସ୍ଥା ସମୟରେ, ଆୟୋଡିନ ଅଳ୍ପତା ଜରାୟୁ ବିକାଶ ଉପରେ ବିପରୀତ ପ୍ରଭାବ ପକାଏ | ଅଧିକ ଆୟୋଡିନ ଅଳ୍ପତା ଶାରୀରିକ ଏବଂ ମାନସିକ ବିକାଶ ଉପରେ ରୋକ ଲଗେଇଦବ, ଏକ ଦଶା ଯାହାକୁ କୁହନ୍ତି କ୍ରେଟିନିଜ୍ମ୍ | ଏହା ଶିଶୁରେ ବିପରୀତ ପରିଣାମ କୁ ଦୂର କରିବାପାଇଁ ଗର୍ଭାବସ୍ଥା ସମୟରେ ଆୟୋଡିନ ସଂପୂରକର ମହତ୍ଵପୁର୍ଣ ପ୍ରଦର୍ଶନ କରୁ ଅଛି |

କାଲ୍ସିଅମ୍

ଜରାୟୁ ର କଙ୍କାଳୀୟ ବିକାଶ ପାଇଁ କାଲ୍ସିଅମ୍ ଦରକାର ହୁଏ | କାଲ୍ସିଅମ୍ ର ହାଡ ଆଉ ଜରାୟୁର ମିନେରାଲ ବିକାଶ ଉପରେ ପ୍ରଭାବ ଛଡା, ଗର୍ଭାବସ୍ଥା ସମୟରେ କାଲ୍ସିଅମ୍ ସଂପୂରକ ନେଲେ ଉଚ୍ଚ ରକ୍ତ ଚାପର ବିପଦ ୩୦% କମ କରିଦିଏ |

ଭିଟାମିନ୍ ଏବଂ ମିନେରାଲ ସଂପୂରକର ପରିମାଣ

ମେଦ ଦ୍ରବଣୀୟ ଭିଟାମିନ୍
ଭିଟାମିନ୍-ଏ  ୭୦୦
ଭିଟାମିନ୍-ଡ଼ି  ୫
ଭିଟାମିନ୍-ଇ ୧୫
ଭିଟାମିନ୍-କେ  ୯୦
ଜଳ ଦ୍ରବଣୀୟ ଭିଟାମିନ୍
ଭିଟାମିନ୍-ସି ୮୫
ଭିଟାମିନ୍-ବି୬  ୧.9
ଭିଟାମିନ୍-ବି୧୨  ୨.୬
ଫୋଲେଟ୍  ୬୦୦
ମିନେରାଲ
କାଲ୍ସିଅମ୍ ୧୦୦୦
ଆଇରନ୍ ୨୭
ଜିଙ୍କ  ୧୧

ଏହା ଗର୍ଭବତୀ ମହିଳାଙ୍କ ଉପରେ ଆଧାରିତ

ବୟସ ୨୫୪୦ ବର୍ଷ  

ସାମାନ୍ୟ ଓଜନ ବିଏମଆଇ ଶ୍ରେଣୀ : ୧୮.୨୪. (ସମ୍ପୂର୍ଣ ଓଜନ ବୃଦ୍ଧି ୨୫୩୫ ପାଉଣ୍ଡ )

ଟିପ୍ପଣୀ: ଆଇରନ୍ ଆଉ କାଲ୍ସିଅମ୍ ଏକା ସହିତ ଭଲ ସେ ମିଶନ୍ତିନି, ସେଥିପାଇଁ ଅଧିକାଂଶ ଡାକ୍ତର କାଲ୍ସିଅମ୍ ସମ୍ମିଳତ କରନ୍ତିନି | କିନ୍ତୁ ଯଦି କାଲ୍ସିଅମ୍ କୁ ସଂପୂରକ ହିସାବ ରେ ନାଉଛନ୍ତି ତାହାଲେ ଆଇରନ୍ ସହିତ ନେବେ ନାହିଁ |

ଭିଟାମିନ୍-ଏ ଅଧିକ ମାତ୍ରା ରେ ନେବା କଥା ନୁହେ | ଭିଟାମିନ୍-ଏ ଯକୃତ, ମାଂସ. ଫୀସହ ଏବଂ ଅଣ୍ଡା ଭଳି ଖାଦ୍ୟ ରେ ମିଳେ | ଏହା ଅନ୍ନ ରେ ବି ଥାଏ ଯାହା ମାନେ ଭିଟାମିନ୍-ଏ ଖାଦ୍ୟ ରୁ ହିଁ ବହୁତ ମାତ୍ରା ରେ ମିଳିଯିବ | କିଛି ସଂପୂରକ ନେବା ପୂର୍ବ ରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

ଭିଟାମିନ୍-ଇ ପାଇଁ ବି ଏକା  କଥା | ସଂପୂରକ ନେବା ପୂର୍ବ ରୁ ଡାକ୍ତରଙ୍କ ପରାମର୍ଶ ନେବେ କାରଣ ଜୋ ସ୍ତ୍ରୀଲୋକ ଏହା ନିୟନ୍ତି ତାଙ୍କ ଶିଶୁ ର ହୃଦୟ ଦୋଷ ବାହାରେ |

ଭିଟାମିନ୍-କେ ର ଅଧିକ ଅନ୍ତର୍ଗ୍ରହଣ ଶିଶୁ ର କାମଳରୋଗ ହେବାର ସଂଯୋଗ ବଢେଇଦିଏ |

ସନ୍ତାନ କରିବା ଗୋଟେ ଜୀବନ ପରିବର୍ତନ କରିଦେଲା ଵାଲା ନିଷ୍ପତ୍ତି | ଏକ ମା ହିସାବରେ ଏହା ଆପଣଙ୍କର ଦାୟିତ୍ୱ କି ଆପଣ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ସବୁ ପୁଷ୍ଟିକର ସ୍ୱୀକାର କରିବେ | ସ୍ୱାସ୍ଥ୍ୟ ଅଧିକାରୀ ମାନେ ଉପଦେଶ ଦେଇଛନ୍ତି କି ଜନ୍ମପୂର୍ବ ସଂପୂରକ ସୁସ୍ଥ ଗର୍ଭାବସ୍ଥା ପାଇଁ ଆବଶ୍ୟକ | କିଛି ବି ଅଣୁ ପୁଷ୍ଟିକର,ଜଡ଼ୀବୁଟୀ ବା ଅଲଗା ସଂପୂରକ ନେବା ପୂର୍ବ ରୁ ଡାକ୍ତରଙ୍କ ପରାମର୍ଶ ନେବେ |