ଶିଶୁ ଯତ୍ନରେ ତେଲ ଜାତୀୟ ପଦାର୍ଥ ବା ଖାଦ୍ୟର ଭୁମିକା କଣ ?

ଶିଶୁ ଯତ୍ନରେ ତେଲ ଜାତୀୟ ପଦାର୍ଥ ବା ଖାଦ୍ୟର ଭୁମିକା କଣ ?

 

ଶିଶୁ ଯତ୍ନରେ ତେଲ ଜାତୀୟ ପଦାର୍ଥ ବା ଖାଦ୍ୟର ଭୁମିକା କଣ ?

  • ତେଲ ଜାତୀୟ ଖାଦ୍ୟ ଗୁଡିକ ହେଉଛି ଚର୍ବୀ ଯାହାକି ଶରୀରରେ ମିଶେ ନାହି . ଏହା ଆମ ଶରୀରରେ ବିଭିନ୍ନ ପ୍ରକାରର ମିଳିଥାଏ ଯଥା ଚର୍ବୀ , ଫ୍ୟାଟି ଏସିଡ଼ , ଚର୍ବୀରେ ମିଶୁଥିବା ଭିଟାମିନ , କିଛି ଖାସ୍ ପ୍ରକାର ହରମୋନ , ମହୁସିଠା ଇତ୍ୟାଦି . ଏଗୁଡିକ ଆମ ଶରୀରର କୋଷ ଗଠନ , ହରମୋନ କ୍ଷରଣ ଓ ଶରୀର ତାପମାତ୍ରା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ . କିନ୍ତୁ ଏହାର ମୁଖ୍ୟ କାମ ହେଉଛି ଶରୀରରେ ଶକ୍ତି ଗଛିତ ରଖିବା . ଶିଶୁର ଖାଦ୍ୟରେ ଏହା ହେଉଛି ଶକ୍ତିର ଏକ ଗୁରୁତ୍ବପୁର୍ଣ୍ଣ ଭାଗ . ତେଣୁ ଏହା ପିଲାର ଶାରୀରିକ ଓ ମାନସିକ ବୃଧି ବହୁତ ସହାୟକ ହୋଇଥାଏ .

ମା ଖିରରେ ଏହାର ଭୁମିକା କଣ ?

  • ଏହା ମା ଖିରର ୩ ରୁ ୫ % ଭାଗ ହୋଇଥାଏ ଯାହାକି ଓ ପିଲାକୁ ଆବଶ୍ୟକ ହେଉଥିବା କ୍ୟାଲୋରୀ ଓ ଶକ୍ତିର ଅଧା ଭାଗ ଦେଇଥାଏ . ସାଧାରଣତଃ ଖାଦ୍ୟର ରୁଚି ଓ ସ୍ବାଦ ଏହା ଉପରେ ନିର୍ଭର କରିଥାଏ ଓ ଖାଦ୍ୟର ମହକ ମଧ୍ୟ ଏହା ଯୋଗୁ ହୋଇଥାଏ . ଖାଦ୍ୟରେ ଥିବା ଲିପିଡ଼ ଆମକୁ ଆବଶ୍ୟକ ହେଉଥିବା ଫ୍ୟାଟି ଏସିଡ଼ ଯୋଗାଇଥାଏ . ଯାହା ଦ୍ବାରା ଚର୍ବୀରେ ମିଶୁଥିବା ଭିଟାମିନ ଗ୍ରହଣ କରିବାରେ ସହାୟକ ହୁଏ . ଏହା ପିଲାର ଓଜନ ବୃଧି , ମସ୍ତିସ୍କ ବିକାଶ ଓ ଆଖିର ବିକାଶରେ ସହାୟକ ହୋଇଥାଏ .

ମା ଖିରରେ ମିଳୁଥିବା ବିଭିନ୍ନ ଲିପିଡ଼ର କାମ କଣ ଆସନ୍ତୁ ଜାଣିବା ?

  • ବୈଜ୍ଞାନିକ ମାନେ ବହୁତ ପ୍ରକାର ଲିପିଡ଼ ମା ଖିରରେ ପାଇଛନ୍ତି . କିନ୍ତୁ ସେ ସବୁର ଉପକାରିତା ବିଷୟରେ ଜଣ ପଡିନାହୀ . ସେଥିପାଇଁ ଏବେ ଗବେଷଣା ଜାରି ରହିଛି . କିନ୍ତୁ କିଛି ଲିପିଡ଼ ରହିଛି ଯାହାର ଉପକାରିତା ଜଣ ପଡିଛି ଆସନ୍ତୁ ଜାଣିବା ଟା ବିଷୟରେ :-

ଟ୍ରାଇଗ୍ଲିସେରିଡ଼ -> ଏହା ହେଉଛି ମା ଖିରରେ ମିଳୁଥିବା ପ୍ରାଥମିକ ଲିପିଡ଼ . ଯାହାକି ମା ଖିରରେ ମିଳୁଥିବା ଚର୍ବୀର ୯୮ % ହୋଇଥାଏ . ଏହା ସାଧାରଣତଃ ଶକ୍ତି ସରଂକ୍ଷଣ ପାଇଁ ଦାୟୀ ରୁହନ୍ତି . ଏହି ଶକ୍ତି ଏକ ରସାୟନିକ ବନ୍ଧନ ଦ୍ବାରା ଯୋଡି ହୋଇ ରହିଥାଏ .  ଯେତେବେଳେ ଏହି ବନ୍ଧନ ଭାଂଗୀ ଜାଏ ସେତେବେଳେ ଏହି ଶକ୍ତି ନଷ୍ଟ ହୋଇଯାଏ . ଯାହାକି ବେଳେବେଳେ ପିଲାକୁ ଦୁର୍ବଳ କରିଦିଏ .

କୋଲେଷ୍ଟରଲ୍ -> ଏହା ଏକ ପ୍ରକାର ହରମୋନ ଓ ଭିଟାମିନ ମିଶା ଏକ ଯୌଗିକ ଅଟେ . ଏହା ସାଧାରଣତଃ ମସ୍ତିସ୍କ ଓ ସ୍ନାୟୁ କୋଷ ବିକାଶରେ ସହାୟକ ହୋଇଥାଏ  ଯାହାକି ଶରୀରକାର୍ଯ୍ୟ କ୍ଷମତା ବଢାଇଥାଏ . ବିଭିନ୍ନ ଗବେଷଣାରୁ ଜଣା ପଡିଛି ଯେ ଯୋଉ ପିଲା ମା ଖିର ଠିକସେ ଖାଉଥାନ୍ତି ସେମାନେ ସଠିକ୍ ପରିମାଣର କୋଲେଷ୍ଟରଲ୍ ଧାରଣ କରିଥାନ୍ତି ଯାହାକି ଶରୀରର ଭଲ ବୃଧିରେ ସହାୟକ ହୋଇଥାଏ . କିନ୍ତୁ କିଶୋର ବା ଯୁବକ ମାନଂକ କ୍ଷେତ୍ରରେ LDL କୋଲେଷ୍ଟରଲ୍ ପରିମାଣ ସଠିକ୍ ନରହିଲେ କିମ୍ବା କମିଗଲେ ଏହା ହୃଦ୍ ରୋଗକୁ ବଢିବାରେ ସହାୟକ ହୋଇଥାଏ . ଏହା ସାଧାରଣତଃ ସେହି ଯୁବକ ମାନଂକୁ ହୋଇଥାଏ ଯିଏ ପିଲା ପରି ସ୍ତନ୍ୟପାନ କରିଥାଏ .

ଡୋକୋସାହେକ୍ସାନୈକ୍ ଏସିଡ଼ (DHA ) -> ଏହା ଏକ ଲମ୍ବା ଚେନ୍ ଭଳି ଗଠିତ . ଏହା ମୁଖ୍ୟତଃ କେନ୍ଦ୍ରୀୟ ସ୍ନାୟୁ କୋଷ ବୃଧି ଓ ବିକାଶରେ ସହାୟକ ହୁଏ . ଏହା ଖାସ୍ କରି ସମୟ ପୁର୍ବରୁ ଜନ୍ମ ପିଲାର ଦୃଷ୍ଟି ଶକ୍ତି ବୃଧି କରିବାରେ ସହାୟକ ହୋଇଥାଏ . ଯେହେତୁ ଜନ୍ମର ପ୍ରଥମ ବର୍ଷ ପିଲାର ମସ୍ତିସ୍କ ଭିତରେ କିଛି ସ୍ନାୟୁ କୋଷ ସଂଯୋଗ ସ୍ବତଃ ହୋଇଥାଏ ଯାହାକି ପ୍ରତି ସେକେଣ୍ଡ୍କୁ ୪୦୦୦୦ ଥର ନିର୍ଗତ ହୋଇଥାଏ . ଏହା ସ୍ନାୟୁକୋଶର ଏକ ଗୁରୁତ୍ବପୁର୍ଣ୍ଣ ଅଂଶ ହେବା ସହ ବିଭିନ୍ନ ବାର୍ତା ମସ୍ତିସ୍କ ଜାଏ ପହଂଚାଇବାରେ ସହାୟକ ହୋଇଥାଏ . ଏହା ଛଡା ପ୍ରାରମ୍ଭିକ ଅବସ୍ତାରେ ମସ୍ତିସ୍କ , ସ୍ନାୟୁ ଓ ଦୃଷ୍ଟି ଶକ୍ତି ବୃଧିରେ ସହାୟକ ହୋଇଥାଏ ଓ ଏହାକୁ ଆମେ ଅନ୍ୟ କୌଣସି ଫ୍ୟାଟି ଏସିଡ଼ ସହ ପରିବର୍ତନ କରିପାରିବା ନାହି .

ଆର୍କିଓଦୋନିକ୍ ଏସିଡ଼ (ARA )-> ଏହାର ଉପକାରିତା ବିସୟରେ କିଛି ଜନାପଡିନାହୀ . ଏହା ହୁଏତଃ ଶରୀର ବୃଧି ଓ ବିକାଶରେ ସହାୟକ ହୁଏ .

ଯୌଗିକ ଲିପିଡ଼ -> ଏହା ପିଲାର ମସ୍ତିସ୍କ , ଚର୍ମ , ପେଟ ଓ ଅନ୍ତନଳି ବୃଧି ଓ ବିକାଶରେ ସହାୟକ ହୋଇଥାଏ . ଏହା ପିଲାର ମସ୍ତିସ୍କରେ ମିଳିଥାଏ . ଏହା ଅନ୍ତତନ୍ତ୍ର ବା ଅନ୍ତନଲୀରେ ହେଉଥିବା ସଂକ୍ରମଣରୁ ରକ୍ଷା କରିଥାଏ . ଏହା ବହୁତ ସମୟରେ ପିଲାକୁ ନେକ୍ରୋତାଇଜିଂଗ୍ ଏନଟେରୋ କୋଲିସିସ୍ ଭଳି ରୋଗ ମଧ୍ୟ ଏହାର ଦ୍ବାରା ହୋଇଥାଏ .

ହେଲେ ଆପଣ କିପରି ଜାଣିବେ ଯେ ପିଲାଟି ସଠିକ୍ ପରିମାଣର ଲିପିଡ଼ ପାଉଛି ବୋଲି ?

  • ମା ଖିରରେ ଚର୍ବୀର ପରିମାଣ ସବୁବେଳେ ସମାନ ନଥାଏ . ଏହା ସର୍ବଦା ପରିବର୍ତନ ହୋଇଥାଏ . ଯେତେବେଳେ ମା ପ୍ରଥମେ ଖିର ଖାଇବାକୁ ଦେବାକୁ ଆରମ୍ଭ କରେ ସେତେବେଳେ ଖିର ମୋଟା ଥାଏ ଓ ଏହି ଚର୍ବୀ କମ ଥାଏ . କିନ୍ତୁ ଧିରେ ଧିରେ ଏହା ବଢିଥାଏ ଖିର ପତଳା ହେବା ସହ . ପିଲାଟି ଯେତେ ଅଧିକ ଖାଇବା ଖିର ସେ ସେତେ ଅଧିକ ଚର୍ବୀ ପାଇଥାଏ . ସମୟ ପୁର୍ବରୁ ଜନ୍ମ ପିଲା ପାଇଁ ପ୍ରସ୍ତୁତ ହେଉଥିବା ଖିର ଅଧିକ ୩୦ % ଚର୍ବୀ ଓ ଲିପିଡ଼ ସହ ଆସିଥାଏ . ତେଲୀୟ ମାଛ, ବାଦାମ , ଖିର ଜାତୀୟ ପଦାର୍ଥ ଓଁ ପନିପରିବାରୁ  ଆସିଥାଏ . ତେଣୁ ଯେତେ ସମ୍ଭବ ଏହି ଖାଦ୍ୟ ସବୁ ଖାଇବା ଦରକାର .

ହେଲେ ମା ଖିରରେ ଏହାର ପରିମାଣ କିପରି ବୃଧି କରିବେ ?

  • ସପ୍ତାହକୁ ୨ ରୁ ୩ ଥର ମାଛ ଖାନ୍ତୁ କିନ୍ତୁ ମନେ ରଖନ୍ତୁ ଏହି ମାଛ ଯେପରି ଅନ୍ୟ ମିଶ୍ରଣରେ ନଥାଏ ଯେପରିକି ମରକୁରୀ ଆଦି . DHA ହେଉଛି ଏକମାତ୍ର ଉସ୍ଛା ଯୋଉଥିରେ ସାମୁଦ୍ରିକ ମାଛ ଓ ମାଇକ୍ରୋ ଆଲଜୀ ମିଳିଥାଏ . ତେଣୁ ଏହି ମାଛରୁ ୨ ୩ ଭାଗ ଯେପରିକି ପ୍ରତି ଭାଗ ୨୨୮ ରୁ ୩୪୦ ଗ୍ରାମ  ହୋଇଥିବା ଦରକାର .ଖାଦ୍ୟରେ ଚର୍ବୀ ଓ ଶ୍ବେତସାର ଭାଗ ମା ଖିର ର ଫ୍ୟାଟି ଏସିଡ଼ ତିଆରି କରିଥାଏ . ତେଣୁ ୫୦ % ଭାଗ ଶ୍ବେତସାର ଯାହାକି ୨୮୮ ଗ୍ରାମ ଓ ୩୦ % ଚର୍ବୀ ଜାତୀୟ ଖାଦ୍ୟ ଯାହାକି ୭୭ ଗ୍ରାମ ଓ ୨୦ % ପ୍ରୋଟିନ ଯାହାକି ୧୧୫ ଗ୍ରାମ ହେବା ଦରକାର . କିନ୍ତୁ ଅନ୍ୟ ହାନିକାରକ ଚର୍ବୀକୁ ମା ଖିରରୁ ଦୁରେଇ ରଖିବାକୁ କେକ୍ ପାଉରୁଟି , ଅନ୍ୟ ଫାଷ୍ଟ ଫୁଡ୍ , ଆଳୁ ଚିପସ୍ , ବର୍ଗର୍ ଆଦି ଖାଇବା କମ କରନ୍ତୁ .

ତେଲ  ଯୁକ୍ତ ମାଛ ଖାଇବା ଠିକ ହେବ କି ?

ବିଶେସଜ୍ଞ ମାନେ ଏହାକୁ ଗ୍ରହଣ ନକରିବାକୁ ପରାମର୍ଶ ଦିଅନ୍ତି .

ପ୍ରଥମତଃ ଯଦି ସ୍ତନ୍ୟପାନ କରାଉଥିବା ମା ମାନେ ଏହାକୁ ପ୍ରତିଦିନ ଗ୍ରହଣ କରନ୍ତି ତେବେ ପିଲା ପାଖରେ ଏହାର ପ୍ରଭାବ ଆକାରରେ ARA ପରିମାଣ କମ ଦେଖାଯାଏ .

ଦ୍ବିତୀୟତଃ DHA ମାଛରେ ଥିବା ଅନ୍ୟ ପୋଷକ ଯଥା କୋଲିନ ସହ ମିଶି ଶିଶୁର ମସ୍ତିସ୍କ ବିକାଶରେ ସହାୟକ ହୋଇଥାଏ .

ତୃତୀୟତଃ ମାଛ ଭିଟାମିନ D , ସେଲେନିୟମ୍ , ପ୍ରୋଟିନ , ଭିଟାମିନ B ର କିଛି ଭାଗ , ଅନ୍ୟ ପୋଷକ ଯାହାକି ପିଲାର ମସ୍ତିସ୍କ ବିକାଶରେ ସହାୟକ ହୋଇଥାଏ . କିନ୍ତୁ ଯଦି କେବଳ ତେଲ ଯୁକ୍ତ ମାଛ ଖାଇବା ତେବେ ଏହି ସବୁ ପିଲାକୁ ମିଳିବା ନାହି .

ଶେଷକଥା :-

ମା ଖିରରେ ଲିପିଡ଼ ହେଉଛି ଏକ ଗୁରୁତ୍ବପୁର୍ଣ୍ଣ ଭାଗ . ଏପରିକି ଏକ ସୁସ୍ଥ ମା’ର ଖିରରେ ୫୦ ରୁ ୬୦ ଭାଗ ଶକ୍ତିରେ ଭରପୁର୍ ଥାଏ . ମା ଖିର ଏକ କିଶୋର ଖାଉଥିବା କୋଲେଷ୍ଟରଲ୍ ତୁଳନାରେ ଏକ ଶିଶୁକୁ ୬ ଗୁଣ ଅଧିକ କୋଲେଷ୍ଟରଲ୍ ଦେଇଥାଏ . କିନ୍ତୁ ଯଦି ଏକ ମାର ଅଧିକ ପିଲା ଥାନ୍ତି ତେବେ ଏହାର ପରିମାଣ ଧିରେ ଧିରେ କମିଯାଏ . ଏହାକୁ ଦୁର କରିବାକୁ ହେଲେ ମାକୁ ନିୟମିତ ଏକ ସଂତୁଲିତ ଖାଦ୍ୟ ଖାଇବାକୁ ପଡିବ .