ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣ ଓ ତାର ପ୍ରତିକାର

ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣ ଓ ତାର ପ୍ରତିକାର

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଏହାର ଲକ୍ଷଣ କଣ ?

ବହୁତ ସମୟ ବା ଅଧିକାଂଶ ସମୟ ଏପରି ହୁଏ କି ଯେତେବେଳେ ମା ପିଲାର ଯତ୍ନ ନେବାକୁ ଚେଷ୍ଟା କରେ ସେ ଶିଶୁର ବ୍ୟବହାରକୁ ନେଇ ଚିନ୍ତିତ ବା ବୁଧିବଣା ହୋଇଯାଏ . ଏହା ସାଧାରଣତଃ ବିଭିନ୍ନ କାରଣରୁ ହୋଇଥାଏ ଯେମିତିକି ଥଣ୍ଡା , କଫ କିମ୍ବା ଅଧିକ ଖିର ଢୋକିବାକୁ ଚେଷ୍ଟା କଲେ . ତେଣୁ ଏହି ସମୟରେ ହୁଏତ ସେ ନିଜକୁ ସ୍ତନ ବା ବକ୍ଷ ଠାରୁ ଦୁରେଇ ନବାକୁ ଚେଷ୍ଟା କରନ୍ତି କିମ୍ବା ଚୁଚୁକକୁ କାମୁଡି ଦିଅନ୍ତି . ଏହି ସମୟରେ ସେ ବହୁତ ଜୋରେ କାନ୍ଦିଥାନ୍ତି କିମ୍ବା ଖିରକୁ ପାଟିରୁ ବାହର କରିଦିଅନ୍ତି . ଯଦି କେବଳ ଶିଶୁ ପାଟିରୁ ଖିର ବାହାରିବା ଛଡା ଆପନଂକ ସ୍ତନରୁ ମଧ୍ୟ ଖିର ନିସୃତ ହେଉଥାଏ ତେବେ ହୁଏତ ଆପଣ ଏହି ସମସ୍ୟାର ଶିକାର ହୋଇଛନ୍ତି କିମ୍ବା ଏହା ମଧ୍ୟ ଦେଇ ଗତି କରୁଛନ୍ତି .

ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣ କଣ ?

ଖିରର ନିମ୍ନଗାମୀ ହେବା ମାନେ ହେଉଛି ଖିର ଏକ ନିର୍ଧିଷ୍ଟ ପଥରେ ବାହାରକୁ ଆସିବାକୁ ଚେଷ୍ଟା କରିବା , ଯାହା ଦ୍ବାରା ଶିଶୁକୁ ସହଜ ହୁଏ ସ୍ତନ୍ୟପାନ ପାଇଁ . ଏହାର ଅର୍ଥ ହେଉଛି ବକ୍ଷରେ ଖିର ପ୍ରସ୍ତୁତକାରୀ ମାଂଶପେଶୀ ଗୁଡିକ ଠିକ ଭାବେ କମ କରୁଛି ଓ ସେମାନଂକ ପାଖରେ ଥିବା ଦରକାରୀ ଓ ଆବଶ୍ୟକ ଜିନିଷ ଗୁଡିକୁ ବାହାରକୁ ଆସିବାକୁ ସହଯୋଗ କରୁଛନ୍ତି . ଏହି କୋଷ ଗୁଡିକ ସଂକୋଚନ ହେବାର ଅର୍ଥ ହେଉଛି ଖିର ବିଭିନ୍ନ ରନ୍ଧ୍ର ମଧ୍ୟ ଦେଇ ଶେଷରେ ଚୁଚୁକ ଦେଇ ପିଲାର ପାଟିକୁ ଆସିଥାଏ , ଯାହାଦ୍ବାରା ପିଲାଟି ଖାଇପାରେ . ଏହି ପ୍ରକ୍ରିୟା ହେଉଛି ଶିଶୁର ଚୁଚୁମିବା ଓ ଚୁଚୁକର ଉଦ୍ଦୀପନାର ଫଳ ଯାହାକି ସ୍ତନ୍ୟପାନର କିଛି କ୍ଷଣ ବା ୧ ରୁ ୨ମିନିଟ୍ ମଧ୍ୟରେ ହୋଇଥାଏ .

ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣ ଯେତେବେଳେ ଖିର ଜୋରରେ ବା ଦୃତ ଗତିରେ ନିସୃତ ହୁଏ ସେତେବେଳେ ହୋଇଥାଏ . ଯାହା ଫଳରେ ଏକାଥରକେ ଅଧିକ ଖିର ନିଶ୍ରଣ ହୋଇଯାଏ . କିନ୍ତୁ ଆପନଂକୁ ଧ୍ୟାନ ଦେବାକୁ ହେବ ଯେ ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣ ଅଧିକ ଖିର ଯୋଗାଇବା ଠାରୁ ଅଲଗା . ତେଣୁ ଏହା ଖିର ନିସୃଣର ଗତି ଉପରେ ସମ୍ପୁନ୍ନ ନିର୍ଭର କରେ ନାକି ଏହାର ପରିମାଣ ଉପରେ ନିର୍ଭର କରେ କିମ୍ବା ପରିମାଣରୁ ଆମେ ନିଶ୍ଚିନ୍ତ ହୋଇପାରିବା . କିନ୍ତୁ କିଛି ସମୟରେ ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣ ଅଧିକ ଖିର ଅଧିକ ଖିର ଯୋଗାଣ ଦ୍ବାରା ମଧ୍ୟ ହୋଇଥାଏ , କାରଣ ଅଧିକ ଖିର ଯୋଗାଣରୁ ହିଁ ଏହା ହୋଇଥାଏ ବା ଆରମ୍ଭ ହୋଇଥାଏ .

ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣ କାରଣ କଣ ?

ଏହାର କୌଣସି ନିର୍ଧିଷ୍ଟ କାରଣ ଜଣ ନଥିଲେ ମଧ୍ୟ , ଅଧିକ ଖିର ଯୋଗାଣ ଯୋଗୁ ପ୍ରାୟତଃ ହୋଇଥାଏ . ଅନ୍ୟଥା ଅକ୍ସିଟୋସିନ ହରମୋନର ମାତ୍ରାଧିକ କ୍ଷରଣ କିମ୍ବା ଏହା ପ୍ରତି ଶରୀରର ପ୍ରତିକ୍ରିୟା ଯୋଗୁ ହୋଇଥାଏ .

ଯେତେବେଳେ ଶିଶୁ ବକ୍ଷ ସଂସ୍ପର୍ଶରେ ଆସିଥାଏ ସେତେବେଳେ ସ୍ନାୟୁ ମଧ୍ୟ ଦେଇ ଏକ ସୁଚନା ମସ୍ତିସ୍କକୁ ମିଳିଥାଏ , ଯାହାଫଳରେ  ୨ ଟି ହରମୋନ୍ କ୍ଷରଣ ହୋଇଥାଏ . ଯାହାକୁ ଆମେ ପ୍ରୋଲାକଟିନ ଓ ଅକ୍ସିଟୋସିନ ନାମରେ ଜାଣୁ . ଏବେ ଏ ୨ ଟି ପୁଣି କଣ ଆସନ୍ତୁ ଜାଣିବା . ପ୍ରୋଲାକଟିନ ଖିର ପ୍ରସ୍ତୁତ କାରୀ କୋଷ ଉପରେ କାମ କରେ ତେଣୁ ଏହା ଖିର ପ୍ରସ୍ତୁତ ପାଇଁ ଦାୟୀ . କିନ୍ତୁ ଅକ୍ସିଟୋସିନ ଖିରକୁ ତା କୋଷରୁ ବାହାରିବାରେ ସହାୟକ ହୁଏ ଯାହା ଦ୍ବାରା ଖିର ଶିଶୁ ପାଟିକୁ ଆସିବାରେ ସହଜ ହୁଏ . ଏହା ଛଡା ଅକ୍ସିଟୋସିନ ଖିର ନଳିକୁ ଚୌଡା ହେବାରେ ସହାୟକ ହୁଏ ଯାହା ଦ୍ବାରା ଖିର ସହଜରେ ପିଲା ପାଟି ପର୍ଯ୍ୟନ୍ତ ପହଂଚି ପାରିବ .

ଏହାର ଉପଚାର କଣ ?

ସର୍ବଦା ଜଣେ ମା ର ଶରୀର କିଛି ସମୟ ନେଇଥାଏ ପିଲାର ଆବଶ୍ୟକତା ସହ ଖାପ ଖୁଆଇବା ପାଇଁ . ଏହା ଥରେ ହୋଇଗଲା ପରେ ସବୁ କିଛି ଠିକ ହୋଇଯାଏ ଓ ପିଲାଟି ସଠିକ୍ ଭାବେ ଖାଇବାକୁ ଆରମ୍ଭ କରେ , ଯାହାକି ଖିର ନିସୃଣ ଗତିକୁ ଠିକ କରିଥାଏ .

ତେବେ ଆସନ୍ତୁ ଜାଣିବା ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣର କିଛି ପ୍ରତିକାର ଉପାୟ :

୧. ଶିଶୁର ସଂସ୍ପର୍ଶ ପ୍ରତି ଧ୍ୟାନ ଦିଅନ୍ତୁ :-

   ଯଦି ଶିଶୁର ସଂସ୍ପର୍ଶ ସଠିକ୍ ହୁଏ ତେବେ ସେ ଖିର ନିସୃଣର ଗତି ଓ ଖାଇବାର ଗତି ଉପରେ ସମାନତା ରକ୍ଷା କରିପାରିବ.

୨. ବିଭିନ୍ନ ସ୍ତାନରେ ରଖି ଖାଇବାକୁ ଦେବା :-

ସବୁଠୁ ଉଚିତ୍ ସ୍ତାନ ହେଉଛି ଯେତେବେଳେ ପିଲାର ମୁଣ୍ଡ ଓ ଗଳା ଚୁଚୁକର ଉପରି ଭାଗ ବା ଏହା ସିଧାରେ ରହିଥାଏ . କିନ୍ତୁ ଏହା ଛଡା ଆସନ୍ତୁ ଜାଣିବା କିଛି ଉପାୟ ଯାହା ଦ୍ବାରା ମଧ୍ୟ ଉପକାର ହୋଇଥାଏ .

 -> ଅଧା ଢଳିବା ଅବସ୍ତା : ଏହି ପରିସ୍ତିତିରେ ପିଲାଟି ଆପନଂକ ଛାତି ଉପରେ ଆପନଂକ ଆଡକୁ ମୁହାଁ କରି ରହିଥାଏ . ଏହାକୁ କିଛି ସାହାର୍ଯ୍ୟ କରିବା ପାଇଁ ଏକ ଅର୍ଧ ଢଳା ଚୌକି କିମ୍ବା ତକିଆର ସାହାର୍ଯ୍ୟ ନେଇପାରିବା . ଏହି ଅବସ୍ତାରେ ପିଲାର ଜିଭ ଆପନଂକ ସ୍ତନ ସହ ଭଲ ଭାବେ ଲାଗି ରହିଥାଏ .

-> ଚିତ୍ ହୋଇ ଶୋଇବା ଅବସ୍ତା : ଏହି ଅବସ୍ତାରେ ପିଲାଟି ଆପନଂକ ଉପରେ ରହିଥାଏ ଓ ପେଟକୁ ପେଟ ସଂଯୋଗ ହୋଇଥାଏ . ଏହା କରିବା ଦ୍ବାରା ପିଲାଟି ଭଲ ଯତ୍ନ ପାଇଥାଏ ସ୍ତନରୁ . ଏହା ମାଧ୍ୟାକର୍ଶଣ ଶକ୍ତି ବିରୁଧରେ କାମ କରେ ତେଣୁ ପିଲାର ପାଟିକୁ କମ ଖିର ପ୍ରବାହ ହୋଇଥାଏ .

->ଏକ ପାର୍ଶ୍ବକୁ ଶୋଇବା ଅବସ୍ତା : ଏହି ପରିସ୍ତିତିରେ ଆପଣ ଏକ ପାଖକୁ ନଇଁ ଶୋଇଜାନ୍ତୁ ଓ ପିଲାକୁ ପୁର ପାଖକୁ ଆଣନ୍ତୁ . ଏହା ସହ ପିଲାର ବେକ ପଛ ପାଖରେ ଓ କାନ୍ଧ ପାଖରେ ସାହାରା ପାଇ ନିଜ ହାତ ରଖନ୍ତୁ . ଏହି ଅବସ୍ତାରେ ପିଲା ପାଇଁ ଦରକାର ବେଳେ ସ୍ତନ ଠାରୁ ଦୁରେଇ ଯିବା ସହଜ ହୋଇଥାଏ ଅଥବା ଯେତେବେଳେ ଗତି ଅଧିକ ହୋଇଯାଏ ତ ସହଜ ହୁଏ ଦୁରେଇ ଯିବାକୁ ଓ ପରେ ପୁଣି ଖାଇବାକୁ . ଯାହା ଦ୍ବାରା ପିଲାକୁ ଅଧିକ ସହଜ ହୋଇଥାଏ ଗତିକୁ ନିୟନ୍ତ୍ରଣ କରିବାକୁ . ଏହା ହେଉଛି ସବୁଠୁ ସହଜ ଉପାୟ ଯାହା ଦ୍ବାରା ଉଭୟ ବକ୍ଷ ଓ ପିଲାର ପାଟିରୁ ଅଧିକ ଖିର ସହଜରେ ବାହାର କରିବାକୁ .  

->  ପିଲାକୁ ନିଜାଠୁ ଦୁରେଇ ଦିଅନ୍ତୁ : ପିଲାର ଅସୁବିଧାକୁ ତୁରନ୍ତ ଦୁର କରିବା ପାଇଁ ପିଲାକୁ ନିଜଠୁ କିଛି ସମୟ ଅଲଗା କରି ରଖନ୍ତୁ . ଯେତେବେଳେ ଅଧିକ ଖିର ନିସୃତ ହେଉଛି ତାକୁ ଏକ ପାତ୍ର ବା ତଉଲିଆ ଦ୍ବାରା ସଂଗ୍ରହ କରନ୍ତୁ ଯୋଉ ଯାଏ ଏହାର ଗତି ଧିର ନହୋଇଛି . ଏହା ସାଧାରଣତଃ ପିଲା ଯେତେବେଳେ ଢୋକିବାରେ ଅସୁବିଧା ଅନୁଭବ କରେ କିମ୍ବା କଫ ହୋଇଥାଏ ସେତେବେଳେ କରାଯାଏ . ଯେତେବେଳେ ଅଧିକ ଖିର ନିସୃଣ କମ ହୋଇଯାଏ କିମ୍ବା ଗତି କମ ହୋଇଯାଏ ପିଲାକୁ ପୁନର୍ବାର ପାଖକୁ ଆଣି ଖାଇବାକୁ ଦିଅନ୍ତୁ .

->ପିଲାକୁ ବାରମ୍ବାର ହାକୁଡି ମାରିବାକୁ ଦିଅନ୍ତୁ ବା ସାହାର୍ଯ୍ୟ କରନ୍ତୁ : ଯଦି ପିଲାଟି ପାଟିରୁ ଖିର ବାହାର କରିଦେଉଥାଏ ତେବେ ହୁଏତ ସେ କମ ଖିର ଓ ଅଧିକ ବାୟୁ ବା ପବନ ଗ୍ରହଣ କରୁଥାଏ . ପ୍ରତି ଥର ଖାଇବା ଦେବା ପୁର୍ବରୁ ଓ ପରେ ହାକୁଡି ମରାନ୍ତୁ ତାକି ସେ ଗ୍ରହଣ କରିଥିବା ପବନ ବାହାରକୁ ବାହାରି ଆସୁ . ଏହା ଦ୍ବାରା ମଧ୍ୟ ପିଲର ହଜମ ଶକ୍ତି ବୃଧି ପାଇଥାଏ ଓ ସେ ଜଲଦୀ ହଜମ କରିଥାଏ ଖାଦ୍ୟକୁ .

-> ବାରମ୍ବାର ଖାଇବାକୁ ଦିଅନ୍ତୁ : ବାରମ୍ବାର ଖାଇବାକୁ ଦେବା ଦ୍ବାରା ୨ଟି ଖାଇବା ମଧ୍ୟରେ ଜମା ହେଉଥିବା ଖିର ପରିମାଣ କମ ହୋଇଥାଏ ଓ ପିଲାର ଖିର ଗ୍ରହଣ ପରିମାଣ ମଧ୍ୟ କମ ହୋଇଥାଏ . ବକ୍ଷରେ କମ ଖିର ରହିବା ଦ୍ବାରା ଖିର ନିସୃଣ ଗତିକୁ ଧିର କରିଦିଏ . ବାରମ୍ବାର ଖାଇବାକୁ ଦେବା ଦ୍ବାରା ପିଲାର ମଧ୍ୟ ଅଧିକ ଯତ୍ନ ନେଇପାରିବା .

->ବିଶେଷଜ୍ଞ ଠାରୁ ସାହାର୍ଯ୍ୟ ନିଅନ୍ତୁ : କିଛି ପରିସ୍ତିତିରେ ଆପନଂକ ଡାକ୍ତର ପରାମର୍ଶ ନିଅନ୍ତୁ ଯାହାକି ପିଲା ପାଇଁ ଅଧିକ ଉପକାରୀ ହେବ .

ଶକ୍ତିଶାଳୀ ବା ବଳପୁର୍ଣ୍ଣ ଭାବେ ବକ୍ଷରୁ ଖିର ନିସୃଣ ଉଭୟ ମା ଓ ପିଲା ପାଇଁ ଯତ୍ନରେ ବାଧା ଶୃଷ୍ଟି କରେ . କିନ୍ତୁ ଏହା ଅଧିକ ଗୁଣ ଯାଏ ରହେ ନାହି ଓ ଏହାର ସଠିକ୍ ଉପଚାର ମଧ୍ୟ ହୋଇପାରିବ . ତେଣୁ କୌଣସି ପରିସ୍ତିତିରେ ଏହାକୁ ଆପନଂକୁ କିମ୍ବା ପିଲାକୁ ଏହି ପ୍ରକାର ଯତ୍ନରେ କିଛି ବାଧା ଶୃଷ୍ଟି କରିବାକୁ ଦିଅନ୍ତୁ ନାହି . ତେଣୁ ସର୍ବଦା ଚାପ ବା ବଳ ନିଜ ପାଖେ ରଖନ୍ତୁ .