ଶିଶୁର ଭିଟାମିନ୍ ଅଭାବ ଓ ତାକୁ ଦୁର କରିବାର ଉପାୟ

ଶିଶୁର ଭିଟାମିନ୍ ଅଭାବ ଓ ତାକୁ ଦୁର କରିବାର ଉପାୟ

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ମାତା ପିତା ମନେ ସର୍ବଦା ପିଲାର ଶୁସ୍ଥ ଖାଇବାକୁ ନେଇ ଚିନ୍ତିତ ଥାନ୍ତି ଯେପରିକି ସେ ଠିକ ଭିଟାମିନ୍ ଓ ପୋସଣ ପାଉଛି କି ନା ? ଆହୁରି ଏହା ଏକ ବଡ଼ ଅସୁବିଧା ହୋଇ ଛିଡା ହୁଏ ଯେତେବେଳେ ସେମାନଂକୁ କେଉଁ ଭିଟାମିନ୍ କେତେବେଳେ ଦରକାର ସେ ବିସୟରେ କିଛି ଧାରଣ ନଥାଏ ଓ ଏହା ସହ ପିଲମ୍ନେ ବହୁତ କମ୍ ଖାଇଥାନ୍ତି . ଯାହାଦ୍ବାର ସଠିକ୍ ପରିମାଣର ଭିଟାମିନ୍ ମିଳେନାହୀ. କିଶୋର ମାନଂକ ତୁଳନାରେ ଶିଶୁର ବୃଧି ଓ ବିକାଶ୍ ଜଲଦୀ ହୋଇଥାଏ , ତେଣୁ ସେମାନଂକୁ ଅଧିକ ଓ ଠିକ ସମୟରେ ଭିଟାମିନ୍ର ଆବଶ୍ୟକତା ପଡିଥାଏ . ସବୁଠୁ ମୁଖ୍ୟ ପୋଷଣ ହେଉଛି ଭିଟାମିନ୍ .

ଭିଟାମିନ୍ କଣ ?

ଏହା ହେଉଛି କିଛି ପଦାର୍ଥର ମିଶ୍ରଣ ଯାହାକି ଶରୀରର ସଠିକ୍ ବୃଧିରେ ସହାୟକ ହୁଏ . ଏହା ରୋଗ ପ୍ରତିରୋଧକ ଶକ୍ତି ଓ କ୍ଷମତା ବଢାଇବାରେ ସାହାଯ୍ୟ କରେ . ସାଧାରଣତଃ ୧୩ ପ୍ରକାର ଭିଟାମିନ୍ ଅଛି ଯାହାକି ୨ ଭାଗରେ ବିଭକ୍ତ ହୋଇଅଛି

                      ୧.ଯାହା ଚର୍ବୀରେ ମିଶିଯାଏ

                      ୨.ଯାହା ଜଳରେ ମିଶିଯାଏ

ଏହି ପ୍ରକାର ଭେଦ ଭିଟାମିନ୍ ଗ୍ରହଣ କରିବାର ଉପାୟକୁ ନେଇ କରାଯାଇଛି , ଯାହାକି ଏକ ଶିଶୁ ପାଇଁ ସହଜ ହେବ ଓ ତାର ଖାଇବା ପ୍ରକ୍ରିୟାକୁ ନେଇ କରାଯାଇଛି .

୧.ଚର୍ବୀରେ ମିଶିଯାଉଥିବା ଭିଟାମିନ୍

   ଏହି ଭିଟାମିନ୍ ସବୁ ହେଉଛି  A , D ,E ,K ଯାହାକି ବିଭିନ୍ନ ଖାଦ୍ୟରେ ଥିବା ଚର୍ବୀରୁ ମିଳିଥାଏ . ଏହା ଶରୀରର ଅଂଗରେ ଯଥା ବୃକକ୍, ଚର୍ବୀ ଓ ମାଂଶପେଶୀରେ ଗଛିତ ହୋଇ ରୁହେ .

୨.ଜଳରେ ମିଶିଯାଉଥିବା ଭିଟାମିନ୍

  ଏହୀ ଭିଟାମିନ୍ ସବୁ ହେଉଛି C ଓ ୮ଟୀ ଭିଟାମିନ୍ B ବା ଭିଟାମିନ୍ B କମ୍ପ୍ଲେକ୍ସ . ଭିଟାମିନ୍ B କମ୍ପ୍ଲେକ୍ସ ଏକ ଶ୍ରେଣୀର ହୋଇଥିଲେବୀ ନିରଧିଷ୍ଟ କାମ ପାଇଁ ଅଲଗା ଅଲଗା ହୋଇଥାଏ . ଏହି ଭିଟାମିନ୍ ଗୁଡିକ ସିଧାସଳଖ ଜଳ ସହ ରକ୍ତରେ ମିଶିଥାଏ ଓ ଶରୀରରେ ରୁହେ ନାହି . ତେଣୁ ଏହି ଭିଟାମିନ୍ ବାରମ୍ବାର ଖାଇବାକୁ ଦେବା ଦରକାର .

ସମସ୍ତ ୧୩ଟୀ ଯାକ ଭିଟାମିନ୍ କାମ ଅଲଗା ହୋଇଥିଲେ ବି ଏକ ସହ ମିଶି ଶରୀର ବୃଧିରେ ସାହାଯ୍ୟ କରେ .

ଭିଟାମିନ୍ ପରିମାଣ କମ୍ ହେଲେ କାହିଁକି ଖରାପ ?

ଯେତେବେଳେ ଶରୀରକୁ ସଠିକ୍ ପରିମାଣର ଭିଟାମିନ୍ ମିଳିନଥାଏ , ସେତେବେଳେ ଶରୀର ପୋଶଣ ବିହିନ୍ନ ଅପାରଗତା ଦେଖାଇଥାଏ . ଯାହା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି କରିଥାଏ .

ଆସନ୍ତୁ ଜାଣିବା ଭିଟାମିନ୍ ଅଭାବରେ କଣ ହୁଏ :

ଭିଟାମିନ୍ ପ୍ରକାର ଶରୀରରେ ଆବଶ୍ୟକତା ଅଭାବଜନିତ ଅସୁବିଧା
ଭିଟାମିନ୍ A ଶୁସ୍ଥ ଆଖି , ଦାନ୍ତ,ହାଡ ,କୋଷ ଆଦି ତିଆରି ଓ ରୋଗ ପ୍ରତିରୋଧକ ବୃଧି ଅନ୍ଧାରକଣ , କମ ରୋଗ ପ୍ରତିରୋଧକ ଶକ୍ତି, ଶୁଖିଲା ଚର୍ମ
ଭିଟାମିନ୍ B1

ଥୀଆମାଇନ

ସ୍ବେତଶାରରୁ ଶକ୍ତି ତିଆରି, ସ୍ନାୟୁର ସଠିକ୍ କାମ ବେରିବେରୀ
ଭିଟାମିନ୍B2

ରିବୋଫ୍ଲାବିନ୍

ଶକ୍ତି ତିଆରି, ଲୋହିତ ରକ୍ତ କନିକା ପ୍ରସ୍ତୁତ ଆରିବୋ ଫ୍ଲାବିନୋସିସ୍
ଭିଟାମିନ୍B3

ନିଆସିନ୍

ଖାଦ୍ୟ ଭାନଗିବା , ସ୍ନାୟୁର ଠିକ କାମ , ଶୁସ୍ଥ ଚର୍ମ ପେଲାଗ୍ରା
ଭିଟାମିନ୍ B5

ପାନଟୋ ଥେନିକ୍ ଏସିଡ଼

ହରମୋନ୍ ଓ ଲୋହିତ ରକ୍ତ କନିକା ତିଆରି ପାରେସଥେସିଆ
ଭିଟାମିନ୍ B6

ପରିଡୋକସିନ୍

ଲୋହିତ ରକ୍ତ କନିକା , ମସ୍ତିସ୍କ କାମ , ରୋଗ ପ୍ରତିରୋଧକ ଆନେମିଆ , କନଭୋଲସନ୍
ଭିଟାମିନ୍ B7

ବାଇଓଟିନ

ଚର୍ବୀ, ପୋସକ , ସ୍ବେତଶାର ଭାନ୍ଗୀବା ,ଶୁସ୍ଥ ଚର୍ମ ଓ କେଶ ଫଟା ଚର୍ମ ଓ କେଶ ଝଡିବା
ଭିଟାମିନ୍ B9

ଫୋଲେଟ୍

ଲୋହିତ ରକ୍ତ କନିକା , ନୁତାନ୍ କୋଷ ବୃଧି , ପୋଷକ ହଜମ ମେଗାଲୋ ବଲାସଟିକ୍ ଏନେମିଆ
ଭିଟାମିନ୍ B12

କୋବାଲାମିନ

ଲୋହିତ ରକ୍ତ କନିକା , ସ୍ନାୟୁକୋଷର ସଠିକ୍ କାମ ମେଗାଲୋ ବଲାସଟିକ୍ ଏନେମିଆ
ଭିଟାମିନ୍ C କୋଲାଜେନ ତିଆରି, କ୍ଷତ ଭରିବା , ଲୌହ କନିକା ଗ୍ରହଣ କରିବା , ରୋଗ ପ୍ରତିରୋଧକ ସ୍କରଭି
ଭିଟାମିନ୍ D ଶୁସ୍ଥ ହାଡ଼ , କ୍ୟାଲସିୟମ୍ ଗ୍ରହଣ ରିକେଟସ୍
ଭିଟାମିନ୍ E ହଜମ ପ୍ରକ୍ରିୟା ଠିକ କରିବା , ରୋଗ ପ୍ରତିରୋଧକ ବୃଧି ପାଇବା ଠିକ ସମୟରେ ହଜମ ନହେବା ସହ ରୋଗ ପ୍ରତିରୋଧକ ହ୍ରାସ ପାଇବା
ଭିଟାମିନ K ରକ୍ତ ଜମାଟ, ଶୁସ୍ଥ ହାଡ଼ ରକ୍ତ ଜମାଟରେ ଅସୁବିଧା

କିପରି ଜାଣିବେ ଯେ ଭିଟାମିନ୍ କମ ଅଛି ବୋଲି ?

ଏହା ବିଭିନ୍ନ ଲକ୍ଷଣ ଓ ରକ୍ତ ପରୀକ୍ଷା ଦ୍ବାରା ଅମେ ଭିଟାମିନର ପରିମାଣ ଜାନିପାରିବା .

ଆସନ୍ତୁ ଜାଣିବା ବିଭିନ୍ନ ଲକ୍ଷଣ ସମୁହ :

ଭିଟାମିନ୍ ଅଭାବର ବିଭିନ୍ନ କାରଣ ରହିଛି କିନ୍ତୁ ଏହି ବିସୟରେ ଧାରଣାର ଅଭାବ ଯୋଗୁ ଅମେ ଜାନିପାରୁ ନାହି ଯେ ଭିଟାମିନ୍ କମ ଅଛି ବୋଲି . କିଛି ସାଧାରଣ କାରଣ ଗୁଡିକ ହେଲା କ୍ଲାନ୍ତି, ଶକ୍ତି ହିନତା, ଧ୍ୟାନ ହିନ ବା କମ୍ ଧ୍ୟାନ ଇତ୍ୟଦୀ .

ଭିଟାମିନ୍ A –ଅନ୍ଧାରକନା , ଶୁଖିଲା ଚର୍ମ, ଆଖି, କେଶ, ବାରମ୍ବାର ସଂକ୍ରମଣ ହେବ ଇତ୍ୟାଦି .

ଭିଟାମିନ B1 – ମାଂଶପେଶୀରେ ଦୁର୍ବଳତା , କ୍ଲାନ୍ତି

ଭିଟାମିନ୍ B2 – ଓଠରେ ଫାଟ , ଗଳା ବା ଜିଭରେ ସଂକ୍ରମଣ

ଭିଟାମିନ୍ B3 – ତରଳ ଝାଡା , କ୍ଲାନ୍ତି, ଡରମାଟିସ୍

ଭିଟାମିନ୍ B5 – ହାତ ଓ ପାଦରେ ପୋଡାଜଳା ହେବା, ବାନ୍ତି, ଚିଡ଼ଚିଡା ହେବା , ନିଦ ନହେବା

ଭିଟାମିନ୍ B6 – ଚର୍ମରେ ଫାଟ , ମାଂଶପେଶୀ ଦୁର୍ବଳ ହେବା , ଧ୍ୟାନ ହିନ ହେବା

ଭିଟାମିନ୍ B7 – ଚର୍ମ ରୋଗ, କେଶ ଝଡିବା , ବାନ୍ତି ଲାଗିବା , ମାଂଶପେଶୀରେ ଯନ୍ତ୍ରଣା , ଏନିମିଆ

ଭିଟାମିନ୍ B9 – ଗଳା ବସିଜିବା , କ୍ଲାନ୍ତି , ପାଟିରେ ସଂକ୍ରମଣ , ବୃଧିରେ ବାଧା

ଭିଟାମିନ୍ B12- ଗଳା ବସିଜିବା , ଓଜନ କମିବା , ବୃଧିରେ ବାଧା , ମସ୍ତିସ୍କ ବିକାଶରେ ବାଧା

ଭିଟାମିନ୍ C – ରକ୍ତ କ୍ଷରଣ , ପାଣି ଫୋଟକା ଭଳି ଫୋଟକା, ଆନଠୁ ଗନଠି ବିନ୍ଧା , ସହଜରେ ଆଘାତ ଲାଗିବା , କ୍ଷତ ଜଲଦୀ ନଭରିବା , ସୁଖିଲା ଚର୍ମ, ସଂକ୍ରମଣ ଜନିତ ରୋଗ .

ଭିଟାମିନ୍ D – ହାଡ଼ରେ ଯନ୍ତ୍ରଣା , ବୃଧିରେ ବାଧା, ମାଂଶପେଶୀରେ ଯନ୍ତ୍ରଣା , ଦାନ୍ତ ଓ ହାଡ଼ର ସଠିକ୍ ବୃଧି ନହେବା

ଭିଟାମିନ୍ E – ମାଂଶପେଶୀରେ କ୍ଲାନ୍ତି ବା ଯନ୍ତ୍ରଣା , ସହଯୋଗରେ ଅସୁବିଧା,  ଆଖିକୁ ସଠିକ୍ ଭାବେ ଦେଖା ନଯିବା .

ଭିଟାମିନ୍ K – ଅତ୍ୟଧିକ ରକ୍ତ ହାନୀ , ଏନେମିଆ ଇତ୍ୟାଦି .

ଏହା ଜାଣି ରଖିବା ଦରକାର ଯେ ସବୁ ଲକ୍ଷଣକୁ ଜାଣିବା ଅସମ୍ଭବ . ତେଣୁ ଖାଇବା ସମ୍ବନ୍ଧରେ ଡାକ୍ତର ପରାମର୍ଶ କରି ଖାଇବା ଦରକାର . ଯଦି ତ ପରେ ବି କିଛି ଲକ୍ଷଣ ଦେଖା ଯାଉଛି ତେବେ ରକ୍ତ ପରୀକ୍ଷ କରିନେବା ଦରକାର .

ରକ୍ତ ପରୀକ୍ଷା :

ରକ୍ତ ପରୀକ୍ଷା ଆମକୁ ଭିଟାମିନର ସଠିକ୍ ପରିମାଣ ବା ସ୍ତର ଜଣାଇଥାଏ . ଯାହା ଫଳରେ ଅମେ ଏହାର ସଠିକ୍ ଉପଚାର କରିପାରିବା . ରକ୍ତ ପରୀକ୍ଷାରେ ଯୋଉଥିରେ କି ଭିଟାମିନ୍ ପାଇଁ ପରୀକ୍ଷା କରାଯାଏ ସେଥିରେ ରକ୍ତରେ ଭିଟାମିନର ଏକ ଶୁସ୍ଥ ସାଧାରଣ ସ୍ତରକୁ ନେଇ ପରୀକ୍ଷା କରାଯାଏ. ଶୁସ୍ଥ ସ୍ତରର ତଳକୁ ଥିଲେ ଅମେ ଜାଣିବା ଯେ ଭିଟାମିନର ଅଭାବ ଅଛି .

ଭିଟାମିନର କମକୁ ଦୁର କରିବାର ଉପାୟ :

ଭିଟାମିନର ଅଭାବ ଦୁର କରିବା ଏକ ଗୁରୁତ୍ବପୁର୍ଣ କାମ ଅଟେ . ଏହା ତେବେ ସମ୍ଭବ ଯେବେ ଆମେ ଏହା ସବୁ କୋଉଠୁ ମିଳେ ଜାଣିଥିଲେ .

ଆସନ୍ତୁ ଜାଣିବା କୋଉ ଖାଦ୍ୟରୁ କୋଉ ଭିଟାମିନ୍ ମିଳେ :

ଭିଟାମିନ୍ A – ଗାଜର,କଖାରୁ, ଆଳୁ , ସବୁଜ ପନିପରିବା , ଖିର , ଅଣ୍ଡା , ମାଛ.

ଭିଟାମିନ୍ B1 – ସୁର୍ଯ୍ୟମୁଖୀ ମଂଜି, ମଟର୍, ବାଦାମ୍ , ମସୃମ୍ .

ଭିଟାମିନ୍ B2 – ଖିର, ଘିଅ , କଲିଜା , ଅଣ୍ଡା , ଚିନା ବାଦମ୍ , ଶାଗ

ଭିଟାମିନ୍ B3 – କୋବି, କୁକୁଡା ମାଂଶ , ମସୃମ୍, ବାଦାମ୍ , ସୁର୍ଯ୍ୟମୁଖୀ ମଂଜି ,

ଭିଟାମିନ୍ B5 – କୁକୁଡା କଲିଜା , ସାଲମନ୍ ମାଛ , ବିଲାତି ବାଇଗଣ , ଫୁଲ କୋବି .

ଭିଟାମିନ୍ B6 – ସୋୟା ପଦାର୍ଥ , ପିସ୍ତା ବାଦାମ୍ , ସୁର୍ଯ୍ୟମୁଖୀ ମଂଜି .

ଭିଟାମିନ୍ B7 – କଲିଜା , ଅଣ୍ଡା , ଗଜା ଶସ୍ୟ , ବନ୍ଧା କୋବି , ସୋୟାବିନ୍ , ଚିନା ବାଦାମ୍ .

ଭିଟାମିନ୍ B9 – ସବୁଜ ପତ୍ର ଥିବା ପରିବା ଯଥା ଶାଗ, କୋବି, ବିନ,କଦଳି , କମଲା .

ଭିଟାମିନ୍ B12 – ମାଛ, ମାଂଶ , ଅଣ୍ଡା , ପନିର୍ ,

ଭିଟାମିନ୍ C – ଖଟା ଜାତୀୟ ଖାଦ୍ୟ ଯଥା ଲେମ୍ବୁ,କମଲା, କ୍ୟାପସିକମ୍, ପିଜୁଳି,ଅମୃତ ଭଣ୍ଡା , ଫୁଲ କୋବି .

ଭିଟାମିନ୍ D – ଏହା ସୁର୍ଯ୍ୟକିରଣ ଉପସ୍ଥିତିରେ ଅମ ଦେହକୁ ଆସିଥାଏ . ଏହା ଛଡା ଅଣ୍ଡା , ଖିର, ମଶରୁମରେ ବି ମିଳିଥାଏ .

ଭିଟାମିନ୍ E – ଶାଗ, ଚିନା ବାଦାମ୍ , ଚିନ୍ଗୁଡି , ପିସ୍ତା ବାଦାମ୍ .

ଭିଟାମିନ୍ K – ଚିନଗୁଡି , ସୋରିଶ ଫୁଲ ଓ ଶାଗ  , ଫୁଲ କୋବି, ସୁର୍ଯ୍ୟମୁଖୀ ଫୁଲ .

ଭିଟାମିନ୍ ହେଉଛି ଏକ ଅତ୍ୟାବଶ୍ୟକ ପୋଷଣ ଯାହାକି ପିଲର ବୃଧି ଓ ବିକଶ୍ ପାଇଁ ନିତାନ୍ତ ଦରକାର . ସମୟ ଥାଇ ଏହାର ଅଭାବ ଖୋଜି ପାଇବା ଓ ଡାକ୍ତର ପରାମର୍ଶ କରିବା ଦ୍ବାରା ଶିଶୁର ସ୍ବାସ୍ଥ୍ୟ ଠିକ ରୁହେ ଓ ସ୍ବାସ୍ଥ୍ୟଗତ ଅସୁବିଧାକୁ ଦୁରେଇ ହବ  . ଦୃତଗାମୀ ସମାଜ ସହ ତାଳ ଦେଇ ଚାଲିବା ପାଇଁ ପିଲାଟି ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ କରେ , ତେଣୁ ଏକ ସୁସ୍ବାଦୁ ଖାଦ୍ୟ ଖାଇବାକୁ ଦେବ ଏକ ସବୁଠୁ ବାଡ ଅସୁବିଧା ହୋଇପାରେ କିନ୍ତୁ ଏହା ଅସମ୍ଭବ ନୁହେ .