ହୋଏ (whey) ପ୍ରୋଟିନ କଣ ? ଏହାକୁ ପିଲାକୁ ଦେବା ଆବଶ୍ୟକ କି ?

 ହୋଏ (whey) ପ୍ରୋଟିନ କଣ ? ଏହାକୁ ପିଲାକୁ ଦେବା ଆବଶ୍ୟକ କି ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଉପକ୍ରମ

ଏହା ଅନେକ ପ୍ରକାର ପ୍ରୋଟିନର ସମାହାର . ଯାହାକି ଛେନା ପ୍ରସ୍ତୁତ ବେଳେ ବାହାରିଥାଏ . ଖିର ବା ଏହି ଶ୍ରେଣୀର ଖାଦ୍ୟରୁ ମିଳୁଥିବା ଏକ ପ୍ରକାର ପ୍ରୋଟିନ ଯାହାକି ଦୁଗ୍ଧ ଜାତୀୟ ପଦାର୍ଥରୁ ମିଳିଥାଏ . ଏହା ଖିରରୁ ମିଳୁଥିବା ପୋଷଣର ପ୍ରୟ ୨୦ ଭାଗ ହୋଇଥାଏ . ଏହା ସାଧାରଣତଃ ମାଂଶପେଶୀ ତିଆରିରେ ସହାୟକ ହୁଏ କାରଣ ଏହା ଶରୀରରେ ଜଲଦୀ ମିଶିଯାଇଥାଏ ଓ ଅଧିକ ଆମିନୋ ଏସିଡ଼ ନିର୍ଗତରେ ସହାୟକ ହୁଏ . ଯାହାକି କସରତ ପରେ ଆପଣ ଆବଶ୍ୟକ କରନ୍ତି .  

ଏହାର ସମାହାର କଣ ବା କେଉଁଥିରେ ତିଆରି ଏହା ?

ଏହା ବିଟା-ଲାକ୍ଟୋଗ୍ଲୋବୁଲିନ୍ , ଆଲଫା ଲାକଟୋବୁମିନ୍ , ବୋଭିନ୍ ସିରମ୍ ଆଲବୁମିନ , ଇମୁନୋ ଗ୍ଲୋବୁଲିନ୍ର ସମାହାର .

ଆପଣ ଏବେ ଭାବୁଥିବେ ଏଗୁଡିକ କଣ . ଏହା ବିସୟରେ ତ ଆମେ କେବେ ଶୁଣି ନାହୁ . ଏହା ଦ୍ବାରା କଣ ହୁଏ ଇତ୍ୟାଦି ଇତ୍ୟାଦି . ଆସନ୍ତୁ ଜାଣିବା ଏହି ବିସୟରେ :-

ତେବେ ପ୍ରଥମେ କୁହନ୍ତୁ ଯେ କାହିଁକି ଏହାକୁ ସମ୍ପୁର୍ଣ୍ଣ ପ୍ରୋଟିନ ବୋଲି କୁହାଯାଏ ?

ଏହା ହେଉଛି ଖିର ଜାତୀୟ ଏକ ପ୍ରୋଟିନ ପାଉଡର . ଏହାକୁ ସମ୍ପୁର୍ଣ୍ଣ ପ୍ରୋଟିନ କୁହାଯାଏ କାରଣ ଏଥିରେ ଶରୀର ଗଠନ ପାଇଁ ସମସ୍ତ ପ୍ରୋଟିନ ଥାଏ . ଯାହକୁ ଆମେ ଆମିନୋ ଏସିଡ଼ ବୋଲି କହିଥାଉ . କିନ୍ତୁ କିଛି ଆମିନୋ ଏସିଡ଼ ଶରୀର ପ୍ରସ୍ତୁତ କରିପାରେ ନାହି ଯାହାକି ଅନ୍ୟ ଖାଦ୍ୟରୁ ଆସିଥାଏ . ଯେହେତୁ ଆମକୁ ଆବଶ୍ୟକ ହେଉଥିବା ସମସ୍ତ 9 ଟି ଆମିନୋ ଏସିଡ଼ ଏଥିରୁ ମିଳିଥାଏ ତେଣୁ ଏହାକୁ ସମ୍ପୁର୍ଣ୍ଣ ପ୍ରୋଟିନ ବୋଲି କୁହାଯାଏ . ଏଥିରେ ଦୁଗ୍ଧ ଶର୍କରା ମଧ୍ୟ କମ ପରିମାଣର ଥାଏ . ଏହା ଛଡା ଏଥିରେ ଗଲୁତାମାଇନ ମଧ୍ୟ ଥାଏ ଯାହାକି କସରତ ବେଳେ ଆବଶ୍ୟକ ହୁଏ . ଏତେ ସବୁ ଥିବା ସତ୍ବେ ଏହାକୁ ହଜମ କରବା ସହଜ ହୋଇଥାଏ .

ଏହା କୋଉଠୁ ମିଳିଥାଏ ?

୧. ରିକୋଟା ଛେନା :-

 ଏହା କେବଳ ହୋଏ (whey)ରୁ ତିଅରି ହୋଇଥାଏ ଓ ଏହା ଦୁଗଧର ପ୍ରକ୍ରିୟା କାରଣ ବେଳେ ବାହାରୁ ଥିବା ଅପଚୟ ପଦାର୍ଥରୁ ତିଆରି . ଏହା ଅତ୍ୟଧିକ ପରିମାଣର ଚର୍ବୀ ଓ ଏକ କପରେ ପ୍ରୋଟିନ ୨୮ ଗ୍ରାମ୍ ମିଳିଥାଏ . ଏହାକୁ ପାନିୟରୁ ଅଲଗା ମଧ୍ୟ କରି ହେବ ବାଦାମ ବା ସେକ୍ ମାଧ୍ୟମରେ . ଏହା ସବୁଠୁ ଅଧିକ ପ୍ରୋଟିନ ଥିବା ଖାଦ୍ୟ ମଧ୍ୟରୁ ଅନ୍ୟତମ .

୨. ଛେଳି ଖିର :-

   ଏହା ହେଉଛି ଅନ୍ୟ ଏକ ବିଶେଷ ଖାଦ୍ୟ ଯାହା ହୋଏ (whey) ପ୍ରୋଟିନ ଛଡା କେସିନରେ ମଧ୍ୟ ଭରପୁର୍ ଥାଏ . ଗାଇ ଖିର ଠାରୁ ଅଧିକ ସହଜରେ ହଜମ ହୋଇଯାଏ . କାରଣ ଏଥିରେ ଗାଇ ଖିର ଭଳି କିଛି ଖାସ୍ କେସିନ ପ୍ରୋଟିନ ନଥାଏ .

୩. ଗାଇ ଖିର :-

  ଗାଇ ଖିରରେ ୮୦% କେସିନ୍ ଥାଏ ଯାହା ଦ୍ବାରା ଏହାଉ ହଜମ କରିବା ସହଜ ହୋଇନଥାଏ . ତେଣୁ ଏଠି ଆପଣ ଏହାର ସମ୍ପୁର୍ଣ୍ଣ ଲାଭ ପାଇପାରିବେ .

୪. ବସା ଦହି :-

ଏହା ହେଉଛି ଅନ୍ୟତମ ଭଲ ଉତ୍ସ ହୋଏ (whey) ପ୍ରୋଟିନର . ଏହା ଛଡା ଏଥିରେ ଆପଣ କ୍ୟାଲସିୟମ୍ , ଇଛି ଉପକାରୀ ବ୍ୟାକ୍ଟେରିଆ ଓ ଶ୍ବେତସାର ଥାଏ . ଏହାକୁ ଆପଣ ସହଜରେ ନିଜା ଖାଦ୍ୟ ସହ ଖାଇପାରିବେ .

୫. ରିକୋଟା ଛଡା ଅନ୍ୟ ଛେନା :-

ଏହି ଛେନାରେ ମଧ୍ୟ ହୋଏ (whey)  କିଛି ପରିମାଣରେ ଥାଏ . ଚେନାର ଉପରେ ଭାଗରେ  ଆସୁଥିବା ହଳଦିଆ ଆବରଣ ହେଉଛି ପ୍ରକୃତ ହୋଏ (whey) ପ୍ରୋଟିନ . ଯାହାକି  ଦହି ପ୍ରସ୍ତୁତ ବେଳେ ଅଲଗା ହୋଇଯାଇଥାଏ .

ହୋଏ (whey) ପ୍ରୋଟିନର ଉପକାରିତା :-

ଏହା ଖାଇବା ଦ୍ବାରା ଅନେକ ଲାହ ମିଳିଥାଏ  ଓ ଧିରେ ଧିରେ ବୈଜ୍ଞାନିକ ମାନେ ଏହାର ଅହୁରୀ ଅଧିକ ଲାଭ ଆବିସ୍କାର କରୁଛନ୍ତି . ଏହାର ଅନେକ ଲାଭ କେବଳ ଗୋଟିଏ ପରୀକ୍ଷା ଦ୍ବାରା ନିର୍ନୟ କରାଯାଇଛି , ଯାହକୀ ଆଉ ଅଧିକ ପରୀକ୍ଷା ପ୍ରମାଣ ଆବଶ୍ୟକ କରୁଛି .

ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା =>

୧. ଓଜନ କମ କରିବାରେ ସହାୟକ ହୁଏ :-

 ଏହା ମାଂଶପେଶୀ ତିଆରି ଓ ଓଜନ କମ କରିବା ସହ ଅନେକ କାମରେ ସହାୟକ ହୁଏ . ୧୫୮ ଜଣଂକୁ ନେଇ କରାଯାଇଥିବା ଏକ ପରୀକ୍ଷଣରୁ ଜଣା ପଡିଛି ଯେ , ହୋଏ (whey) ଖାଉଥିବା ଲୋକ ଅଧିକ ଚର୍ବୀ ନଷ୍ଟ କରିବାରେ ସହାୟକ ହୁଏ ଅନ୍ୟ ଲୋକ ମାନଂକ ତୁଳନାରେ ଯିଏକି ଏକ ଶୁସ୍ଥ ଖାଦ୍ୟ ଖାଇଥାଏ .

୨. କ୍ୟାନସରରୁ ରକ୍ଷା କରିଥାଏ :-

  ଏହା କ୍ୟାନସର ଚିକିସ୍ଛାରେ ସହାୟକ ଓ ବ୍ୟବହୃତ ହୁଏ .

୩. କୋଲେଷ୍ଟରଲ୍ କମ କରିଥାଏ :-

  ନିକଟରେ ହୋଇଥିବା କିଛି ପରୀକ୍ଷଣରୁ ଜଣ ଯାଇଛି ଯେ ଏହା ଶରୀରରେ କୋଲେଷ୍ଟରଲ୍ ପରିମାଣ ମଧ୍ୟ କମ କରିଥାଏ .

ଏହାର ପାର୍ଶ୍ବ ପ୍ରତିକ୍ରିୟା କଣ ?

ଏହା ସାଧାରଣତଃ ବାନ୍ତି ଓ ମୁଣ୍ଡ ବ୍ୟଥା ମଧ୍ୟ କରାଇଥାଏ . କିନ୍ତୁ ଏହାର କମ ପରିମାଣ ଗ୍ରହଣ କଲେ କିଛି ଅସୁବିଧା ହୁଏ ନାହି .

ପିଲାମାନଂକ ପାଇଁ ସବୁଠୁ ଭଲ ହୋଏ (whey) ପ୍ରୋଟିନର କେଉଁଠୁ ମିଲେ ?

୧. ଗାଇ ଖିର :-

 ଗାଇ ଖିର ବା ଅନ୍ୟ ଜାତୀୟ ଖିର ଯୋଥିରେ ହୋଏ (whey) ପ୍ରୋଟିନର ମିଲେ ତାହା ଉଭୟ ଶିଶୁ ଓ ଅନ୍ୟ ପିଲା ପାଇଁ ମଧ୍ୟ ଉପକାରୀ ହୋଇଥାଏ . କିନ୍ତୁ ୧ବରଶରୁ କମ୍ ପିଲାକୁ ଗାଇ ଖିର ଦିଅନ୍ତୁ ନାହି . ଅନ୍ୟ ଶିଶୁ ଖାଦ୍ୟ ତୁଳନାରେ ଏହା କମ ଦାମ ହୋଇଥାଏ . ଯାହକୀ ଆବଶ୍ୟକ ହେଉନଥିବା କିଛି ଫ୍ୟାଟି ଏସିଡ଼ ଓ ଲୌହପରିମାଣ କମ ହୋଇଥାଏ . ୧ ବର୍ଷରୁ କମ୍ ପିଲା ପାଇଁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ ଓ ବହୁତ ସମୟ ଲାଗିଥାଏ .

୨. ମା ଖିର :-

 ଏଥିରେ ମଧ୍ୟ ହୋଏ (whey) ପ୍ରୋଟିନ ଥାଏ . ତେଣୁ ସର୍ବଦା ପିଲାକୁ ମା ଖିର ଦେବା ଉଚିତ୍ . ପୋଷଣ ଓ ପୃଷ୍ଟି ସାଧନ ଏକାଡେମୀ ପ୍ରଥମ ୬ ମାସ ଯାଏ ମା ଖିର ଦେବାକୁ କୁହେ . ଏହା ଛଡା ଯେତେବେଳେ ଅନ୍ୟ କଠିନ ଖାଦ୍ୟ ମଧ୍ୟ ଦିଆଯାଏ ସେତେବେଳେ ବି ସ୍ତନ୍ୟପାନ ଜାରିରଖିବାକୁ କୁହନ୍ତି . ଯାହାକି ଅତି କମରେ ୧୨ ମାସ ଯାଏ ମା ଖିର ଦେବା ଉଚିତ୍ ବୋଲି କୁହନ୍ତି . ତାଠୁ ଅଧିକ ସମୟ ଦେବା ମଧ୍ୟ ଭଲ କାରଣ ଏହା ସ୍ତନ କର୍କଟ ,  ଅଣ୍ଡକୋଷ କର୍କଟ , ଉଦାଶୀ , ଦ୍ବିତୀୟ ପ୍ରକାରର ଡାଇବେଟିସରୁ ରକ୍ଷା କରିଥାଏ .

୩. ଶିଶୁ ଖାଦ୍ୟ :-

  ଅଧିକାଂଶ ଶିଶୁ ଖାଦ୍ୟ ଗୁଡିକ ଖିରକୁ ନେଇ ତିଆରି ହୋଇଥାନ୍ତି . ଶିଶୁ ଖାଦ୍ୟ ତିଆରିରେ ସାଧାରଣତଃ ସମ୍ପୁର୍ଣ୍ଣ ଖିରରେ ନହୂଇ କିଛି ପରିମାଣର ପାଣି ମିଶହୀ ହୋଇଥାଏ  ଯାହାକି ଚର୍ମ କୋପ ବା ଚର୍ମ ପ୍ରଦାହ କମ କରିବାରେ ସହାୟକ ହୁଏ . ଯଦି କୌଣସି ପିଲା ଗାଲାକ୍ଟୋସେମିଆ ବା ଶ୍ବେତସାର ଅଭାବରେ ଥାନ୍ତି ତେବେ ତାଂକୁ ବିନା ହୋଏ (whey) ପ୍ରୋଟିନରେ ତିଆରି ଶିଶୁ ଖାଦ୍ୟ ସହାୟକ ହୁଏ .

୪. ହୋଏ (whey) ପ୍ରୋଟିନର କିଛି ଅନୁପୁରକ ଖାଦ୍ୟ :-

  ଅନେକ ପ୍ରକାର ଶିଶୁ ଖାଦ୍ୟ ହୋଏ (whey) ପ୍ରୋଟିନ ମିଶି ତିଆରି ହୋଇଥାଏ . କିନ୍ତୁ ଏହାକୁ ପିଲାକୁ ସର୍ବଦା ଦିଅନ୍ତୁ ନାହି . ଶିଶୁ ଖାଦ୍ୟ ସମସ୍ତ ପୋଷକ ଧାରଣ କରିଥିଲେ ମଧ୍ୟ ଏହାକୁ ପିଲାକୁ ଦେବା କିଛି ସମୟରେ ବିପଦ ପୁର୍ଣ୍ଣ ହୋଇପାରେ ଯାହାକି ବେଳେବେଳେ ମୃତୁର କାରଣ ହୋଇଥାଏ . ଏହା ଛଡା କିଛି ପୋଷକ ଯୁକ୍ତ ଶିଶୁ ଖାଦ୍ୟରେ ମାଦକ ଦ୍ରବ୍ୟ ମଧ୍ୟ ମିଶିଥାଏ , ଯାହାକି ଶିଶୁ ଓ ତାର ଭବିଷ୍ୟତ ପାଇଁ ବହୁତ ଖରାପ ହୋଇଥାଏ .

କଣ ହୋଏ (whey) ପ୍ରୋଟିନ ଶିଶୁ ପାଇଁ ଆବଶ୍ୟକ ଅଟେ କି ?

ଶିଶୁ ମାନେ ସେମାନେ ଖାଉଥିବା ଖାଦ୍ୟରୁ ପ୍ରାୟ ସମସ୍ତ ପୋଷଣ ପାଇଥାନ୍ତି . ଯଦି ଶିଶୁର ଓଜନ ସଠିକ୍ ଭାବେ ବଢୁଥାଏ ତେବେ ଏହା ଠିକ ଭାବେ କମ କରୁଛି ବୋଲି ଜାଣିବା . ଏହି ସ୍ତାନରେ ଏହାକୁ ନେଇ ଇଛି ଅସୁବିଧା ନାହି ମଧ୍ୟ . ୧ ରୁ ୩ ବର୍ଷ ବୟସ ପିଲାମାନେ ଦିନକୁ ପ୍ରାୟତଃ ୧୩ ଗ୍ରାମ ହୋଏ (whey) ପ୍ରୋଟିନ ଆବଶ୍ୟକ କରନ୍ତି . କିନ୍ତୁ କିଛି ମା ମାନେ ସମ୍ପୁର୍ଣ୍ଣ ନିସ୍ଚିନ୍ତ ହେବା ପାଇଁ ଏହା ଦେଇଥାନ୍ତି . କିନ୍ତୁ ଧ୍ୟାନ ରଖନ୍ତୁ ଏହା ଯେପରି ମୁଖ୍ୟ ଖାଦ୍ୟକୁ ଦୁର କରି ନହୁଏ .

ହୋଏ (whey) ପ୍ରୋଟିନକୁ କିପରି ବ୍ୟବହାର କରିବେ ?

 ସାଧାରଣତଃ ହୋଏ (whey) ପ୍ରୋଟିନ ବହୁ ଗୁଣ ସମ୍ପନ୍ନ ହୋଇଥାଏ . କାରଣ ଏହା ପାଉଡ଼ର ରୁପରେ ମଧ୍ୟ ମିଳିଥାଏ ଯାହାକୁ ଆପଣ ଯେ କୌଣସି ଖାଦ୍ୟ ସହ ମିସି କରିହେବ . ଆରମ୍ଭରେ ଆପଣ ୧ ଗ୍ଲାସ୍ ପାଣିରେ ୧ ଚାମଚ ନେଇଆରମ୍ଭ କରନ୍ତୁ . ଆପଣ ଏହାକୁ ଦହି ବା ଅନ୍ୟ ଖାଦ୍ୟ ଉପରେ ଛିନ୍ଚିକି ମଧ୍ୟ ଖାଇପାରିବେ .

ପିଲା ବା ଶିଶୁ ମାନଂକ ପାଇଁ କଣ ଏହା ସୁରକ୍ଷିତ କି ?

ଏହା ଅଧିକାଂଶ ଲୋକ ମାନଂକ ପାଇଁ ଭଲ ହୋଇଥାଏ କିନ୍ତୁ ସମସ୍ତ ଶିଶୁ ମାନଂକ ପାଇଁ ଏହା ସୁରକ୍ଷିତ ନୁହେ . କାରଣ ସମସ୍ତେ ଏହାକୁ ହଜମ କରିପାରନ୍ତି ନାହି . କିଛି ଶିଶୁ ଏହାର ପାଉଡର ଖାଇବାକୁ ନାପସନ୍ଦ କରନ୍ତି . ଏହି ଭଳି ସ୍ତିତି କମରୁ କିଛି ଆରମ୍ଭ କରି ଗଭୀର ଘଟଣା ମଧ୍ୟ ହୋଇପାରେ .

ଡାକ୍ତର ଅଲି ବ୍ରାଉନ କହିବା ଅନୁସାରେ ୬ ମାସରୁ କମ ପିଲା କ୍ଷେତ୍ରରେ ଏହା ଅସୁବିଧା ସୃଷ୍ଟି କରିଥାଏ . ଯଦି ପିଲାଟି ଏହା ପ୍ରତି ଘୃଣା ଭାବ ଦେଖାଉଛି ତେବେ ସେ ତରଳ ଝାଡା ଓ ଅସହିସ୍ନୁତତା ବଢ଼ିଯାଏ ତେବେ ସେ ଏହାକୁ ଖାଇବାକୁ ମନା କରିପାରେ . କିନ୍ତୁ ଯଦି ଏହା ଅଧିକ  ହୋଇଯାଏ ତେବେ ଓଠ ଫୁଲିବା ସହ ବିଭିନ୍ନ ଆଲର୍ଜୀ ବଢୀଜାଇଥାଏ.

ଶେଷକଥା :

ଯଦି ପିଲାଟି ଖିର ଜାତୀୟ ଖାଦ୍ୟ ପ୍ରତି କିଛି  ଅସହିସ୍ନୁତତା ନଥାଏ ତେବେ ସେ ଏହାକୁ ହଜମ କରିବା ସହ ଗ୍ରହଣ କରିଥାଏ. ଏହା ବୃଧିକୁ ଅଧିକ କରିଥାଏ ଓ ବୃଧି ହାରକୁ ମଧ୍ୟ ତ୍ବରାନିତ କରିଥାଏ . କିନ୍ତୁ ଅଧିକାଂଶ ପିଲା ମାନଂକ ପାଇଁ ଶିଶୁ ଖାଦ୍ୟ ବା ଅନ୍ୟ ପୋଷକ ଦରକାର ହୁଏ ନାହି . ଯଦି ଦେବାକୁ ଚାହୁଁଛନ୍ତି ତେବେ ଦେବା ପୁର୍ବରୁ ଡାକ୍ତର ପରାମର୍ଶ କରି ଦିଅନ୍ତୁ .