କେତେବେଳେ ଆପଣ ଶିଶୁସୁତ୍ର ଆରମ୍ଭ କରିପାରିବେ ?

କେତେବେଳେ ଆପଣ ଶିଶୁସୁତ୍ର ଆରମ୍ଭ କରିପାରିବେ ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ମାତୃତ୍ବ ଠାରୁ ଅଧିକ ଖୁସି ଆଉ କିଛି ନାହି ଏ ଦୁନିଆରେ . ଏହା ଏକ ନାରୀ କ୍ଷେତ୍ରରେ ବହୁତ କିଛି ପରିବର୍ତନ ଆଣିଥାଏ . ଯଥା ହରମୋନ୍ କ୍ଷରଣ ରେ ପରିବର୍ତନ୍ରୁ ଆରମ୍ଭ କରି ଶାରୀରିକ ପରିବର୍ତନ୍ ଯାଏ ବହୁତ୍ କିଛି ବଦଳି ଥାଏ ନାରୀର . ସବୁଠୁ ବାଦ ପରିବର୍ତନ୍ ହେଲା ମା ଖିର ନିସୃତ ହେବା ଯାହାକି ଗର୍ଭାବସ୍ଥାର ଶୋଡଶ ସପ୍ତାହରୁ ଆରମ୍ଭ ହୋଇଥାଏ. ସ୍ତନ୍ୟପାନ ସବୁ ମା ମାନଙ୍କ ପାଇଁ ଏକ ସାଧାରଣ କଥା .କିନ୍ତୁ କିଛି ନାରୀ ଯୋଉମାନେ ଯଥେଷ୍ଟ କ୍ଷୀର ପ୍ରସ୍ତୁତ କରିପାରନ୍ତି ନାହିଁ ସେମାନଙ୍କ ପାଇଁ ଖାଦ୍ୟ ସୂତ୍ର ହେଉଛି ଏକମାତ୍ର ଭରସା . ଶିଶୁସୁତ୍ର ମଧ୍ୟ ଖାଦ୍ୟାସୁତ୍ର ନାମରେ ପରିଚିତ ଅଟେ . ଯାହାକି ଗାଈ କ୍ଷୀରରୁ ତିଆରି ହୋଇଥାଏ ଓ ଶୁଦ୍ଧ କରାଯାଇ ଶିଶୁମାନଙ୍କର ଦରକାରୀ ଆବଶ୍ୟକତାକୁ ମେଣ୍ଟାଯାଇଥାଏ .ମା କ୍ଷୀରରୁ ଅନ୍ୟ କ୍ଷୀରକୁ ପରିବର୍ତନ କରୁଥିବା ଶିଶୁ ବା ଚଳିଆବା ଶିଖୁ ଥିବା ଶିଶୁ କ୍ଷେତ୍ରରେ ଏହା ଅତ୍ୟନ୍ତ ଆବଶ୍ୟକ ଯାହାକି ତାପାଇଁ ଏକମାତ୍ର ପନ୍ଥା ପୋଷଣ ପାଇବାର . ବଜାରରେ ବହୁତ ପ୍ରକାରର କ୍ଷୀର ଉପଲବ୍ଧ ଅଛି କିନ୍ତୁ ଆପଣଙ୍କୁ ସେଥିମଧ୍ୟରୁ ଉଚିତ ଓ ସଠିକ ପୋଷଣ ଯୁକ୍ତ କ୍ଷୀର ବାଛିବାକୁ ପଡିବ.

ଖାଦ୍ୟସୂତ୍ର ହେଉଛି ଏକ ପ୍ରକାର ପ୍ୟାକେଟରେ ମିଳୁଥିବା ପୋଷଣ ଯାହାକି ଶିଶୁର ବୃଦ୍ଧି ପାଇଁ ଆବଶ୍ୟକ ପଡିଥାଏ .

କିପରି ସଠିକ ଖାଦ୍ୟାସୂତ୍ରର ପ୍ୟାକେଟ ଖୋଜି ପାଇବେ ?

ବଜାରରେ ଦୁଇ ପ୍ରକାରର ଗାଇକ୍ଷୀର ମିଳୁଛି . ସେଥି ମଧ୍ୟରୁ ପ୍ରଥମେ ସେହି ପ୍ୟାକେଟକୁ ବାଛନ୍ତୁ ଯାହାକି WHEY ପୋଷଣରେ ପୁର୍ଣ ଥିବ. WHEY ହେଉଛି ଏକ ପ୍ରକାର ପୋଷଣ ଯାହାକି ଛେନାପାଣିରେ ଥାଏ ଓ ଗାଇକ୍ଷୀରରୁ ପ୍ରଚୁର ମିଳିଥାଏ.  ଏବଂ ଅନ୍ୟ କ୍ଷୀରରେ କେଶିନ ନାମକ ପୋଷଣ ମିଳିଥାଏ. କିନ୍ତୁ ପ୍ରଥମଟି ସହଜରେ ହଜମ ହୋଇଯାଏ ଶିଶୁ ଦ୍ୱାରା , ସେଥିପାଇଁ ଏହାକୁ ବ୍ୟବହାର କରିଆବ ଉଚିତ ଜଣକ.

କେତେବେଳେ ଖାଦ୍ୟାସୁତ୍ର ଆରମ୍ଭ କରିବା ଉଚିତ ହେବ ?

ଶିଶୁକୁ ଏକ ମାସରୁ ଅଧିକ ନହେବା ଯାଏ କିମ୍ବା ଖାଦ୍ୟ ସୂତ୍ର କିମ୍ବା ବାହାର ଜିନିଷରା ବ୍ୟବହାର ସମ୍ପୂର୍ଣ ନିଷେଧ . ଏହି ସମୟରେ ମାକ୍ଷୀର  ହେଉଛି ସବୁଠୁ ଶୁସ୍ଥ ଓ ପୋଷଣ ଯୁକ୍ତ . ବାହାର ଖାଦ୍ୟ ବା କ୍ଷୀର ଧୀରେ ଧୀରେ ଶିଶୁ ଖାଦ୍ୟରେ ମିଶାଇବା ଦରକାର ଯାହାକି ସପ୍ତାହକୁ ଥରେ ମା କ୍ଷୀର ସହ ଦେଲେ ଉଚିତ ହେବ. ବିଶେଷଜ୍ଞ କହିବା ଅନୁସାରେ ସପ୍ତାହକୁ ଥରେ ଦେଲେ ଏହା ଧୀରେ ଧୀରେ ଶିଶୁ ଖାଦ୍ୟ ସହ ମିଶିଥାଏ ଓ ଶିଶୁ ଉପରେ ଅଧିକ ପ୍ରଭାବ ପକାଇନଥାଏ.

ଜନ୍ମର ପରେ ପରେ କାହିଁକି ଖାଦ୍ୟ ସୂତ୍ରର ପ୍ରୟୋଗ କରିପାରିବି ନାହିଁ ?

ଏହି ଖାଦ୍ୟ ପୋଷଣରେ ପରିପୂର୍ଣ ହୋଇଥିଲେ ମଧ୍ୟ ସମ୍ପୂର୍ଣ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇପାରେ ନାହିଁ ଯାହାକି ମା କ୍ଷୀରରୁ ପିଲାକୁ ମିଲିଥାଏ . ତେଣୁ ମା କ୍ଷୀର ହେଉଛି ସବୁଠୁ ସହଜ ଉପାୟ ଶିଶୁକୁ ରୋଗ ପ୍ରତିରୋଧକରେ ପରିପୂର୍ଣ କରିବା ପାଇଁ. ପ୍ରଥମ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏକ ଶିଶୁ ପାଇଁ. ତେଣୁ ମା କ୍ଷୀର ସହ ଧୀରେ ଧୀରେ ଛ ମାସ ଯାଏ କିଛି କିଛି ବାହାର ଖାଦ୍ୟ ଦେବା ଦ୍ୱାରା ଶିଶୁକୁ କିଛି ପ୍ରଭାବ ପଡେ ନାହିଁ.

କେତେ ପରିମାଣର ଶିଶୁ ଖାଦ୍ୟ ମୋ ଶିଶୁକୁ ଦେବା ଦରକାର ?

ଶିଶୁଖାଦ୍ୟର 32 ଆଉନ୍ସ ଦିନକୁ ଦେବା ଦରକାର ଏହାଠୁ ଅଧିକ ହେଲେ ଶିଶୁ ଉପରେ କୁପ୍ରଭାବ ପଡିପାରେ . ଯେତେବେଳେ ଶିଶୁଖାଦ୍ୟରେ କିଛି କଠିନ ପଦାର୍ଥ ମିଶୁଛି ସେତେବେଳେ ଏହି ସୂତ୍ରକୁ ତୁରନ୍ତ କମାଇବାକୁ ପଡିବ . ଏହି ପରିସ୍ଥିତିରେ ଆପଣଙ୍କୁ ଶିଶୁ ବିଶେଷଜ୍ଞଠୁ ପରାମର୍ଶ ନେଇ ଦେଖିବାକୁ ହେବଯେ ଶିଶୁର ବୃଦ୍ଧି ଠିକସେ ହେଉଛି କି ନା ଯଦି ନା ତେବେ କେଉଁଥିରେ କମ ହେଉଛି .

ଖାଦ୍ୟସୁତ୍ରରେ କଣ କଣ ଗୁରୁତ୍ୱପୂର୍ଣ ପୋଷଣ ଦରକାର ?

ଯେକୌଣସି ଖାଦ୍ୟ ସୂତ୍ରରେ DHA ଓ ARA ପୋଷଣ ରହିବ ନିହାତି ଆବଶ୍ୟକ . ଏଗୁଡିକ ହେଉଛି ଭଲ ଚର୍ବି ଓ ରାସାୟନିକ ପ୍ରକ୍ରିୟା ସାପେକ୍ଷ ଅମ୍ଳ ଯାହାକି ମସ୍ତିସ୍କ ବୃଦ୍ଧି ଓ ଶିରାପ୍ରଶିରା ଗୁଡିକର ସଠିକ କାମରେ ସାହାର୍ଯ୍ୟ କରନ୍ତି . ଏହା ସହ ଏଗୁଡିକ ହୃତପିଣ୍ଡକୁ ଶୁସ୍ଥ ରଖିବାରେ ସାହାର୍ଯ୍ୟ କରନ୍ତି . ଏହିସବୁ ଅମ୍ଳରେ ଯୋଉ ଚର୍ବି ମିଳେ ତାହା ମାଛ ତେଲ ସହ ସମାନ ହୋଇଥାଏ . ଯେଉଁ ନିର୍ମାଣକାରୀ କମ୍ପାନୀ ଏହିସବୁ ଅମ୍ଳ ଶିଶୁ ଖାଦ୍ୟରେ ରଖନ୍ତି ସେମାନେ ମା କ୍ଷୀରକୁ ଅନୁକରଣ କରି ତିଆରି କରିଥାନ୍ତି ଯାହାକି ଶିଶୁ ପାଇଁ ଉପକାରୀ ହୋଇଥାଏ .

DHA -Docosahexaenoic Acid , ARA -Arachidonic Acid

ବଜାରରେ ବହୁତ ପ୍ରକାରର ଏହି ଖାଦ୍ୟ ମିଳୁଛି କିନ୍ତୁ ଆପଣଙ୍କୁ ନିଜର ଶିଶୁ ବିଶେଷଜ୍ଞଠୁ ପରାମର୍ଶ ନେଲେ ବହୁତ ଭଲ ହେବ ପିଲା ପାଇଁ . ଏଠାରେ କିଛି ଶିଶୁ ଖାଦ୍ୟ ସୂତ୍ର ବିଷୟରେ ଜାଣିବା :

1.ଗାଈ କ୍ଷୀର ମୁଖ୍ୟ ଉପାଦାନ ଥିବା ସୂତ୍ର

    ଏହି ଖାଦ୍ୟ ବହୁତ ଶିଶୁ ବ୍ୟବହାର କରନ୍ତି ଓ ଏହି ସୂତ୍ରରେ ଆଇରନ ପରିମାଣରେ ଭରୀ ରହିଥାଏ . ଏହା କୁହାଯାଏ ଯେ ଆଇରନ ଭରା ଖାଦ୍ୟ ବହୁତ ଉପକାରୀ ହୋଇଥାଏ ଶିଶୁ ପାଇଁ . ତେଣୁ ଏହାକୁ ଅଧିକ ଖାଇବା ଉଚିତ ଯଦି ଡାକ୍ତର ଅନ୍ୟ କିଛି ଖାଇବାକୁ କହିନଥାଏ ତେବେ .

2. ଗାଈ କ୍ଷୀର ସୂତ୍ର

     ଯୋଉ ଶିଶୁ ମାନେ ଦୁଗ୍ଧ ଶର୍କରା ଜାତୀୟ ଖାଦ୍ୟ ଖାଇ ପାରନ୍ତି ନାହିଁ ସେମାନଙ୍କୁ ଅଧିକ ଆଇରନ ଆବଶ୍ୟକ ହୋଇଥାଏ . ତେଣୁ ସେମାନେ ଏହି ଖାଦ୍ୟ ଖାଇବା ଦ୍ୱାରା ଆବଶ୍ୟକ ପରିମାଣର ଆଇରନ ମିଳିଥାଏ କାରଣ ଏହା ଆଇରନରେ ଭରପୁର ଥାଏ.

3.ଖାସ ସୂତ୍ର

   ଏହି ଧରଣର ଖାଦ୍ୟ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ ପାଇଁ ଆବଶ୍ୟକ ହୋଇଥାଏ ଓ ଯାହାର ଓଜନ ସମସ୍ୟା ଥାଏ ତା ପାଇଁ ମଧ୍ୟ ଏହା ଉପକାରୀ ହୋଇଥାଏ.

4.ଶିଶୁ ଖାଦ୍ୟ ପ୍ରତି ଆଲର୍ଜି ଥବା ଶିଶୁ ଖାଦ୍ୟ

    ବହୁତ ଶିଶୁ ପ୍ରୋଟିନ କୁ ହଜମ କରିପାରନ୍ତି ନାହିଁ. ଯାହାଦ୍ୱରା ତାଙ୍କୁ ପୋଷଣ ଠିକସେ ମିଳେନାହିଁ. ଏଥିରେ ପ୍ରୋଟିନକୁ ଭାଙ୍ଗି ଛୋଟ ଛୋଟ ଉପାଦନରେ ପରିଣତ କରାଯାଏ . ଯାହାକି ଶିଶୁକୁ ହଜମରେ ମଧ୍ୟ ସହଜ ହୋଇଥାଏ .

ଶିଶୁ ଖାଦ୍ୟ ବା ଖାଦ୍ୟ ସୂତ୍ରର ଉପକାରିତା କଣ ?

ଏହା ମା କ୍ଷୀରର ବଦଳରେ ବ୍ୟବହାର କରାଯାଏ. ଆଜିକାଲି ଏହା ବହୁତ ଭାବେ ବ୍ୟବହାର ହେଉଛି . ଆସନ୍ତୁ ଜାଣିବା ଏହାର କିଛି ଉପକାରିତା-

1.କର୍ମଶୀଳ ମା ମାନଙ୍କ ପାଇଁ ଏକ ଆଶୀର୍ବାଦ

   ଯେଉଁ ମା ମାନେ ପୁନର୍ବାର ସେମାନଙ୍କ କାମରେ ଯୋଗ ଦେବାକୁ ଚାହୁଁଥିବେ ମା କାମ କରୁଛନ୍ତି ସେମାନେ ସହଜରେ ଶିଶୁଖାଦ୍ୟ ଦେଇପାରିବେ ସେମାନଙ୍କ ପିଲାକୁ. ଯାହାଦ୍ୱାରା ସେମାନେ ଆରମରେ କାମ କରିପାରିବେ ଓ ସେହି ସମାନ ସମୟରେ ଶିଶୁର ପୋଷଣରେ କୌଣସି କମି ହେବ ନାହିଁ.

2.କ୍ଷୀର ପ୍ରସ୍ତୁତ ନକରିପାରୁଥିବା ମା ମାନଙ୍କ ପାଇଁ ଫଳପ୍ରଦ

    ନୂତନ କରି ମା ହୋଇଥିବା ନାରୀ ଯଦି କ୍ଷୀର ପ୍ରସ୍ତୁତ ନକରିପାରନ୍ତି ତେବେ ବ୍ୟସ୍ତ ହେବାର କିଛି ନାହିଁ କାରଣ ଶିଶୁ ଖାଦ୍ୟ ଦ୍ୱାରା ଆପଣଙ୍କ ଶିଶୁର ଆବଶ୍ୟକତା ପୁରଣ ହୋଇପାରିବ .

3.ପୋଷଣ

      ଶିଶୁ ଖାଦ୍ୟ ଗୁଡିକ ଏପରି ତିଆରି ହୋଇଥାଏ ଯାହାକି ଶିଶୁର ବୃଦ୍ଧି ଓ ବିକାଶ ପାଇଁ ସମସ୍ତ ଆବଶ୍ୟକ କୁ ପୁରା କରିଥାଏ. ସାଧାରଣତ ଏହି ଖାଦ୍ୟ ଆଇରନ ପୁରା ଥାଏ ଯାହାକି ଶିଶୁକୁ ରକ୍ତହୀନତାରୁ ରକ୍ଷା କରେ. ଏଥିରେ ମଧ୍ୟ ଏପରି ପୋଷାକ ରହିଛି ଯାହା ତରଳ ଝାଡା , ଖାଦ୍ୟ ପ୍ରତି ଥିବା ଆଲର୍ଜି ଓ ଅଭ୍ୟତାରିଣ ଅଂଗର ସଠିକ କାମରେ ସାହାର୍ଯ୍ୟ କରେ .

4.ସୁବିଧା

   ଏହା ଯେକୌଣସି ମାତା ପିତା ପାଇଁ ଏକ ଯତ୍ନବାନ ମାତା ବା ପିତା ହେବ ସହଜ ଶିଶୁ ଖାଦ୍ୟ ସାହାର୍ଯ୍ୟରେ . ଜୀଏବି ଶିଶୁ ସହ ଜଡିତ ସେ ଖାଇବା ବୋତଲ ସହ ଶିଶୁକୁ ଖାଇବାକୁ ଦେଇପାରିବ . ସାଧାରଣତ ସ୍ତନ୍ୟପାନ କରୁଥିବା ଶିଶୁ ଖାଦ୍ୟକୁ ଜଲ୍ଦି ହଜମ କରନ୍ତି ଅନ୍ୟ ଶିଶୁ ଖାଦ୍ୟ ଖାଉଥିବା ଶିଶୁ ତୁଳନାରେ .ତେଣୁ ଏହା କର୍ମଶୀଳ ମାତା ପିତା ପାଇଁ ସୁବିଧାଜନକ .

5.ପ୍ରକାର

  ବଜାରରେ ବହୁତ ପ୍ରକାର ଶିଶୁ ଖାଦ୍ୟ ମିଳୁଛି . ଆପଣଙ୍କ ଶିଶୁ ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ ତାହା ଶିଶୁ ବିଶେଷଜ୍ଞଠୁ ପରାମର୍ଶ ନେଇ ଆଣିବା ଉଚିତ.

ବଜାରରେ କେଉଁ କେଉଁ ଶିଶୁ ଖାଦ୍ୟ ମିଳୁଛି :

  • Enmafil Infant Formula
  • Gerber Good Start Gentle Formula Infant Formula
  • DSS Expert Care Neo Sure ready to Feed
  • Enfagrow Toddler Next Step Milk Drink

ଯେହେତୁ ଏତେ ପରିମାଣର ଶିଶୁ ଖାଦ୍ୟ ବଜାରରେ ମିଳୁଛି ତେଣୁ ଏହା ଏକ ସହଜ କାମ ଶିଶୁର ଯତ୍ନ ଏବେ . କିନ୍ତୁ ଶିଶୁକୁ ଶିଶୁ ଖାଦ୍ୟ ଦେବା ପୂର୍ବରୁ ଶିଶୁ ବିଶେଷଜ୍ଞଠୁ ନିଶ୍ଚିନ୍ତ ପରାମର୍ଶ ନିଅନ୍ତୁ .