ଗର୍ଭାବସ୍ଥାରେ କିପରି ସୁଷମ ଖାଦ୍ୟ ଖାଇବେ : “ଦୁହିଁଙ୍କ ପାଇଁ ଖାଦ୍ୟ ଖାଇବା”ର ଅର୍ଥ କଣ ?

ଗର୍ଭାବସ୍ଥାରେ କିପରି ସୁଷମ ଖାଦ୍ୟ ଖାଇବେ : “ଦୁହିଁଙ୍କ ପାଇଁ ଖାଦ୍ୟ ଖାଇବା”ର ଅର୍ଥ କଣ ?

 

ଯଦି ଆପଣ ଏକ ଶିଶୁର ଆସI କରୁଛନ୍ତି  ବା ଗର୍ଭଧାରଣ ପାଇଁ ଯୋଜନା କରୁଥାନ୍ତି ତା’ହେଲେ ଆପଣ ନିଶ୍ଚିତ ଏହା ଶୁଣିବାକୁ ପାଈଥିବେ ଯେ “ଦୁହିଁଙ୍କ ପାଇଁ” ଖାଇବାକୁ ହେବ I ଯଦିଓ ଏହା କଣ ତାହା ଆପଣ ଭଲଭାବରେ ବୁଝି ପାରୁଥିବେ ତଥାପି ଗର୍ଭାବସ୍ଥାରେ “ଦୁହିଁଙ୍କ ପାଇଁ “ଖାଇବାର କୌଣସି ଆବଶ୍ୟକତା ନାହିଁ I

ଗର୍ଭାବସ୍ଥାରେ ଓଜନ ବଢିବା

ଶିଶୁ ଏବଂ ମା’ ଦୁହିଁଙ୍କ ଭଲ ପାଇଁ ମା’ର ଗର୍ଭଧାରଣ ପୂର୍ବ ଓଜନ ତୁଳନାରେ ଓଜନ ବଢିବା ନିହାତି ଆବଶ୍ୟକ I ଗର୍ଭାବସ୍ଥାର ପ୍ରଗତିରେ ଦିନକୁ ଦିନ ଭ୍ରୁଣକୁ ଅଧିକ ପୋଷାକ ତତ୍ୱ ଆବଶ୍ୟକ I ଯଦି ଏହି ସମୟରେ ତୁମେ ଆବଶ୍ୟକ ହେଉଥିବା ପୋଷକ ତତ୍ୱ ଯୋଗାଇବ ନାହିଁ ତେବେ ଏହା ମା ଏବଂ ଶିଶୁ ଦୁହିଁଙ୍କୁ ଅନେକ ସ୍ୱାସ୍ଥ୍ୟ ଏବଂ ଉନ୍ନତିଗତ ସମସ୍ୟା ଆଡକୁ ଗତି କରାଇବ I

ଏକ ଆଦର୍ଶ ଓଜନ ବଢିବାର ନିୟମ  ହେଉଛି ନିଜର BMI ର ଗଣନା/ହିସାବ  କରିବା I ଏହା ଗର୍ଭାବସ୍ଥା ପୂର୍ବର ଓଜନ ଏବଂ ନିମ୍ନଲିଖିତ ନିର୍ଦେଶ ଅନୁସାରେ କରାଯାଇପାରେ I

ଯଦି କାମ ଓଜନ ହୋଇଥାଏ (BMI <୧୮.୫) ତେବେ ତୁମକୁ ଓଜନ ୧୩ ରୁ ୧୭ କି.ଗ୍ରା. ଓଜନ ଗର୍ଭାବସ୍ଥାରେ ବଢାଇବା ପାଇଁ ପଡିବ I ସେହିପରି ଅଧିକ ଓଜନ ହୋଇଥିଲେ (BMI ୨୫ ରୁ ୨୯ ହୋଇଥିଲେ) ଗର୍ଭାବସ୍ଥାର ବିଭିନ୍ନ ଅବସ୍ଥାରେ ୭ ରୁ ୧୧ କି.ଗ୍ରା.ପର୍ଯ୍ୟନ୍ତ ବଢ଼ାଇ ପାରିବ I ଯେଉଁ ନାରୀମାନେ ମୋଟାପଣର ଶିକାର ହୋଇଥାନ୍ତି (BMI >୩୦) ସେମାନେ ୫ ରୁ ୯ କି.ଗ୍ରା. ବଢ଼ାଇ ପାରିବେ I ଶେଷରେ ଯେଉଁ ନାରୀ ମାନଙ୍କର ଓଜନ ସାଧାରଣ ଭାବରେ ଠିକ ରହିଥାଏ (BMI ୧୮.୫ ରୁ ୨୪.୯) ସେମାନେ ୧୧ ରୁ ୧୫ କି,ଗ୍ରା. ପର୍ଯ୍ୟନ୍ତ ବଢ଼ାଇ ପାରିବେ I

“ଦୁହିଁଙ୍କ ପାଇଁ ଖାଇବା” ଅର୍ଥରେ ଯଦି ଅଧିକ ଭୋଜନ ଗ୍ରହଣ କରି ଓଜନ ଅତ୍ୟଧିକ ଭାବରେ ବଢିଥାଏ ତାହାହେଲେ ଏହା ମା ଏବଂ ଶିଶୁ ପାଇଁ ଅସ୍ୱାସ୍ଥ୍ୟକର ହୋଇଥାଏ ଏବଂ ଗର୍ଭାବସ୍ଥାର ପୂର୍ବ ସ୍ୱାସ୍ଥ୍ୟବସ୍ଥା କୁ ଫେରିବା ପାଇଁ କଷ୍ଟକର ହୋଇଥାଏ I

ଗର୍ଭାବସ୍ଥାରେ ଦୁହିଁଙ୍କ ପାଇଁ ଖାଇବା କଣ ଆବଶ୍ୟକ?

ବହୁ ନାରୀମାନଙ୍କର ଏହା ବିଶ୍ୱାସ ଥାଏ ଯେ ଗର୍ଭାବସ୍ଥାରେ ସେମାନେ ସାଧାରଣ ଭାବରେ ଭୋଜନର ମାତ୍ରା ଦୁଇଗୁଣ ବଢାଇବା ଦରକାର I ଏହା ମାତ୍ର ଏକ ପୁରୁଣା ଅନ୍ଧବିଶ୍ୱାସ ନୁହେଁ , ଏହା ଏକ ଖାଦ୍ୟ ଗ୍ରହଣ କରିବାର ବିପଦ ଜନକ ରାସ୍ତା I ତୁମକୁ ଗର୍ଭାବସ୍ଥାରେ ଅଧିକ ମାତ୍ରାରେ ପୋଷକ ତତ୍ୱ ଖାଇବାର ଆବଶ୍ୟକ ଅଛି ମାତ୍ର ବିଶେଷଜ୍ଞନ ମାନଙ୍କ ମତରେ ତୁମକୁ ମାତ୍ର ୩୦୦ କ୍ୟାଲୋରୀ ପ୍ରତିଦିନ ସେବନ କରିବା ପାଇଁ ପଡିବ I

ପ୍ରଥମ ତିନି ମାସରେ, ଯଦି ତୁମ ଖାଦ୍ୟ ଏକ ସୁଷମ ଖାଦ୍ୟ ହୋଇଥାଏ ଏବଂ ପୋଷକ ତତ୍ୱରେ ପୁର୍ଣ ହୋଇଥାଏ ତେବେ ତୁମକୁ ଅଧିକ କିଛି କ୍ୟାଲୋରୀର ଖାଦ୍ୟ ଖାଇବା ପାଇଁ ପଡିବ ନାହିଁ I ଦ୍ଵିତୀୟ ତିନି ମାସ ଅନ୍ତରାଳ ରେ ୩୪୦ କ୍ୟାଲୋରୀ ଅଧିକ ପ୍ରତ୍ୟେକ ଦିନ ଅଧିକ ଖାଇବା ପାଇଁ ଉପଦେଶ ଦିଆଯାଇଥାଏ I ତୃତୀୟ ତିନି ମାସ ଅନ୍ତରାଳରେ ପ୍ରେତ୍ୟେକ ଦିନ ୪୫୦ କ୍ୟାଲୋରୀ ଅଧିକ ସେବନ କରିବା ପାଇଁ ପଡିବ I ଏହା ସେହି ନାରୀ ମାନଙ୍କ ପାଇଁ ପ୍ରଯୁଜ୍ୟ ଯେଉଁ ମାନେ ସାଧାରଣ  BMI ବିଶିଷ୍ଟ.ଯଦି କମ ଓଜନର ଅଥବା ଅଧିକ ଓଜନ ବିଶିଷ୍ଟ ହୋଇଥାନ୍ତି ତାହେଲେ ଏକ ସ୍ୱାସ୍ଥ୍ୟକର ସୁଷମ ଖାଦ୍ୟ ସେବନ କରିବା ପାଇଁ ପଡିବ ଯାହାଦ୍ୱାରା ଆବଶ୍ୟକ ଅନୁସାରେ ଶରୀରର ଓଜନ ରହିଥାଏ I

ଏକ ସ୍ଵସ୍ଥ ଗର୍ଭାବସ୍ଥା ପାଇଁ କିପରି ଖାଦ୍ୟ ସେବନର ବିକଳ୍ପ ଆବଶ୍ୟକ?

ଏବେ ଆପଣ ମାନେ ଯେହେତୁ ଜାଣି ସାରିଥିବେ କି “ଦୁହିଁଙ୍କ ପାଇଁ ଖାଇବା” ର କୌଣସି ଆବଶ୍ୟକତା ନାହିଁ  I ଚାଲନ୍ତୁ ଜାଣିବା ଏକ ସ୍ୱାସ୍ଥ୍ୟକର ଗର୍ଭାବସ୍ଥା ପାଇଁ କେଉଁ ଆବଶ୍ୟକତା ଗୁଡିକୁ ପୁରାଣ କରିବାପାଇଁ ପଡିବ I ତୃତୀୟ ତିନି ମାସ ଅନ୍ତରାଳ ରେ ଯଦି ଦିନକୁ ଦୁଇ ଗ୍ଲାସ କ୍ଷୀର ଏବଂ ୨-୩ ଟି ରୁଟି ଖାଆନ୍ତି ତେବେ ଆବଶ୍ୟକ ପୋଷକ ତତ୍ୱର ପରିମାଣ ପୁରାଣ ହୋଇଥାଏ I

କିପରି ଆପଣ ଗର୍ଭାବସ୍ଥାରେ ଭଲ ଖାଦ୍ୟ ଖାଇ ପାରିବେ?  ନିମ୍ନଲିଖିତ ଉପାୟ ଗୁଡିକୁ ଅନୁସରଣ କରନ୍ତୁ I

୧.ଫଳ,ପନିପରିବା ଏବଂ ଶସ୍ୟ ଜାତୀୟ ଖାଦ୍ୟକୁ ପ୍ରାଥମିକତା ଦେବା ନିହାତି ଆବଶ୍ୟକ I ଏଗୁଡିକ ଘନ ପୋଷକ ତତ୍ୱ ଅଟନ୍ତି ଯେଉଁଥିରେକି ଫଲିକ ଅମ୍ଳ,ଭିଟାମିନ ସି ଏବଂ ଲୌହ ପରି ମହତ୍ଵପୁର୍ଣ ତତ୍ୱ ଗୁଡିକ ରହିଥାଏ ଯାହାକି ସ୍ଵସ୍ଥ ଏବଂ ନିରାପଦ ଗର୍ଭାବସ୍ଥା ପାଇଁ ନିହାତି ଆବଶ୍ୟକ I

୨.”ଦୁହିଁଙ୍କ ପାଇଁ ଖାଇବା”ର କୌଣସି ଆବଶ୍ୟକ ନାହିଁ I ତେଣୁ ଜଙ୍କ ଫୁଡ ନଖାଇବା ଆବଶ୍ୟକ ଯେଉଁଥିରେ କି କମ ପୋଷକ ତତ୍ୱ ଥାଏ ଏବଂ ଅଧିକ କ୍ୟାଲୋରୀଯୁକ୍ତ ହୋଇଥାଏ.ଏହିରେ ଅଧିକ ସର୍କରା ଏବଂ ଫ୍ୟାଟ ଥାଏ I

୩.ସାଧାରଣ ଭାବରେ ବ୍ୟବହୃତ ଖାଇବା ତେଲକୁ ବ୍ୟବହାର ନକରି ଅଲିଭ ଆୟେଲ ର ବ୍ୟବହାର କରନ୍ତୁ.ଏହାଦ୍ୱାରା ଫ୍ୟାଟ ର ସେବନ କମିବ ଯାହାକି ପିଲାର ଉନ୍ନତି  କରାଇବ I

୪.ନିଜର ଆହାରର ମାତ୍ର I କମ କରନ୍ତୁ ଏବଂ ଠିକ ମାତ୍ରାର କ୍ୟାଲୋରୀ ସେବନ କରନ୍ତୁ I

୫.ପର୍ଯ୍ୟାପ୍ତ ମାତ୍ରାରେ ପାଣି ଏବଂ ଫଳ ରସ ପିଅନ୍ତୁ ଯଦ୍ୱାରା ଆପଣ ସର୍ବଦା ହାଇଡ୍ରେଟେଡ଼ ହୋଇ ରହିବେ I

୬.ଯଦିଓ ମାଛ ଖାଇବା ନିହାତି ଆବଶ୍ୟକ ତଥାପି ସେହି ମାଛକୁ ନଖାଇବା ଦରକାର  ଯେଉଁଥିରେ କି ପାରଦର ମାତ୍ରI ଅଧିକ ଥାଏ I ଏହି ମାଛ ଗୁଡିକ ହେଲେ ସାର୍କ,କିଙ୍ଗ ମାକେରେଲ ଇତ୍ୟାଦି I

୭.କଞ୍ଚା ଅଥବା ଠିକ ଭାବରେ ରନ୍ଧାହୋଇନଥିବା ମାଛ ଅଥବା ମାଂସକୁ ଖାନ୍ତୁ ନାହିଁ I କଞ୍ଚା ମାଂସରେ ଅତ୍ୟଧିକ ବିଷାକ୍ତ ପଦାର୍ଥ ଥାଏ ଯାହାକି ଅନେକ ପ୍ରକାରରେ ସଂକ୍ରମଣ କରିଥାଏ I ଯେପରିକି ନରଭାଇରସ,ସାଲମୋନେଲା,ଲିସ୍ଟେରିଆ ଇତ୍ୟାଦି I ଗର୍ଭବତୀ ମାନଙ୍କୁ ଲିସ୍ଟେରିଆ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ I

ନିଷ୍କର୍ସ

ଯଦି ଏହାକୁ କିଛି ଶବ୍ଦରେ ସଂକ୍ଷେପରେ ଲେଖାଯାଏ ,ତାହେଲେ  ଏକ ସୁସ୍ଥ ଗର୍ଭାବସ୍ଥା ପାଇଁ ଭଲ ଖାଦ୍ୟବସ୍ଥା ଆପଣଙ୍କର ସାଧାରଣ ଖାଦ୍ୟାଭ୍ୟାସ ଠାରୁ ଅଲଗା ନୁହେଁ I ସର୍ବଦା ନିଜର ଓଜନ ଗର୍ଭାବସ୍ଥା ପୂର୍ବରୁ,ପରେ ଏବଂ ଗର୍ଭାବସ୍ଥା ସମୟରେ ମାପନ୍ତୁ I ଗର୍ଭାବସ୍ଥIରେ ସର୍ବଦା ସଠିକ ଓଜନ ବଢାଇବାର ନିୟମ ପାଳନ କରନ୍ତୁ I ଏହା ମଧ୍ୟ ନିଶ୍ଚିତ କରନ୍ତୁ କି ଅଧିକ କ୍ୟାଲୋରୀଯୁକ୍ତ ଏବଂ ଅତ୍ୟଧିକ ସଂସାଧିତ ଖାଦ୍ୟ ନଖା’ନ୍ତୁ I

ମନେରଖନ୍ତୁ,”ଦୁହିଁଙ୍କ ପାଇଁ ଖାଇବା” ର କୌଣସି ଆବଶ୍ୟକତା  ନାହିଁ I

ଏକ ସ୍ଵସ୍ଥ ଏବଂ ନିରାପଦ ଗର୍ଭଧାରଣ କରନ୍ତୁ I

Abhijit Panda, abhijitpanda9293@gmail.com