ପରିପୁରକ ଖାଦ୍ୟ ଓ ତାର ଆବଶ୍ୟକତା

ପରିପୁରକ ଖାଦ୍ୟ ଓ ତାର ଆବଶ୍ୟକତା

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ପିଲାର ଜନ୍ମ ଅବସ୍ତାରୁ ହିଁ ପରିବାରର ସମସ୍ତ ସଦସ୍ୟ ତାର ଯତ୍ନ ପ୍ରତି ଅଧିକ ଯତ୍ନବାନ ହୋଇଯାନ୍ତି , ଯେପରିକି ଶିଶୁକୁ ସମ୍ପୁର୍ଣ୍ଣ ପୋଷଣ ଓ ଆବଶ୍ୟକତା ମିଳୁ . ଆଉ ଏଥି ସବୁଠୁ ଅଧିକ ଗୁରୁତ୍ବ ରଖେ ମା . କାରଣ ମା ଖିରର କୌଣସି ତୁଳନା ନାହି ଓ ମା ଖିରରୁ ହିଁ ସବୁଠୁ ଅଧିକ ପୋଷଣ ଓ ଦରକାରୀ ଆବଶ୍ୟକତା ପୁରଣ ହୋଇଥାଏ . କିନ୍ତୁ ଶିଶୁର ବୟସ ବୃଧି ସଂଗେ ସଂଗେ ତାର ଆବଶ୍ୟକତା ମଧ୍ୟ ବୃଧି ପାଇଥାଏ . ତେଣୁ ଏଥି ପାଇଁ ମା ଖିର ଯଥେଷ୍ଟ ହୋଇନଥାଏ . କାରଣ ଶିଶୁର ବୟସ ବଢିବା ସହ ମା ଖିର ପରିମାଣ ମଧ୍ୟ କମ ହୋଇଥାଏ . ତେଣୁ ଏହି ସମୟରେ ପରିପୁରକ ଖାଦ୍ୟର ଆବଶ୍ୟକ ହୋଇଥାଏ .

ପରିପୁରକ ଖାଦ୍ୟ ଓ ଖାଇବା କଣ ?

ଯେତେବେଳେ ମା ଖିର ପରିମାଣ କମ ହୋଇଥାଏ ସେତେବେଳ  ସମୟରେ ଶିଶୁର ଆବଶ୍ୟକତା ପୁରଣ କରିବାକୁ ଅନ୍ୟ କଠିନ ଖାଦ୍ୟ ଓ ତରଳ ପଦାର୍ଥ ବା ଖାଦ୍ୟର ମଧ୍ୟ ଆବଶ୍ୟକ ହୋଇଥାଏ . ଏହି ଖାଦ୍ୟକୁ ପରିପୁରକ ଖାଦ୍ୟ କୁହାଯାଏ . କିନ୍ତୁ ଏହା ସହ ମା ଖିର ବନ୍ଦ କରନ୍ତୁ ନାହି , ଏହାକୁ ଯଥା ସମ୍ଭବ ଜାରି ରଖନ୍ତୁ .

ଏହା କେତେବେଳେ ଆରମ୍ଭ କରିବେ ?

ଏହା ପାଇଁ ସବୁଠୁ ଭଲ ସମୟ ହେଉଛି ଶିଶୁକୁ ୬ ମାସ ହେଲା ପରେ କିମ୍ବା ତାଠୁ ଅଧିକ ହେଲେ ମଧ୍ୟ ଭଲ . କିନ୍ତୁ ବିଭିନ୍ନ ସାମାଜିକ ଦୃଷ୍ଟି କୋଣରୁ ଯଦି ଦେଖିବା ତେବେ ଏହା ୬ ମାସରୁ ଆରମ୍ଭ ହୋଇଥାଏ କିନ୍ତୁ କିଛି କ୍ଷେତ୍ରରେ ଏହା ୧୮ ରୁ ୨୪ ମାସ ଯାଏ ମଧ୍ୟ ଲମ୍ବି ଥାଏ . କିନ୍ତୁ ଆମକୁ ସର୍ବଦା ଧ୍ୟାନ ରଖିବାକୁ ହେବଯେ ପରିପୁରକ ଖାଦ୍ୟ ସ୍ତନ୍ୟପାନ ସହ ସମାନ୍ତରାଳ ଭାବେ ଚାଲିବା ଦରକାର . ପରିପୁରକ ଖାଦ୍ୟ ଦେବା ସମୟରେ ମା ଖିର ବନ୍ଦ କରନ୍ତୁ ନାହି . ଯୋଉ ପର୍ଯ୍ୟନ୍ତ ମା ଖିର ନିସୃତ ହେଉଛି ସେ ଯାଏ ସ୍ତନ୍ୟପାନ ଜାରି ରଖନ୍ତୁ .

ଏହା ମଧ୍ୟ ହେଉଛି ସେହି ଗୁରୁତ୍ବପୁର୍ଣ୍ଣ ସମୟ ଯେତେବେଳେ ଅଧିକାଂଶ ପିଲା ମାନଂକ ଠାରେ ପୃଷ୍ଟିହୀନତା ଦେଖା ଯାଇଥାଏ . ତେଣୁ ଏହି ସମୟରେ ପିଲାର ପୋଷଣ ଯୁକ୍ତ ସମସ୍ତ ଆବଶ୍ୟକତା ପୁଅରଣ କରିବା ମାତା ପିତା ମାନଂକର ନିହାତି ଆବଶ୍ୟକ . ଆସନ୍ତୁ ଜାଣିବା ସେ ବିସୟରେ କିଛି ତଥ୍ୟ ତାକି କିପରି ପିଲାର ଆବଶ୍ୟକତା ପୁରଣ କରିବେ –

ସୋପାନ ସମୁହ :-

ପ୍ରାୟତଃ ସମସ୍ତ ଶିଶୁମାନଂକର କମ ବୟସ ତଥା ୬ ମାସରୁ ପରିପୁରକ ଖାଦ୍ୟ ଆବଶ୍ୟକତା ହୋଇଥାଏ . ତେଣୁ ଏଥି ପାଇଁ କିଛି ଧାରଣା ନିହାତି ଦରକାର . ଆସନ୍ତୁ ଜାଣିବା କିଛି ତଥ୍ୟ ଏହି ବିସୟରେ :-

୧. ପର୍ଯ୍ୟାପ୍ତ ବା ଯଥେଷ୍ଟ ପରିମାଣର ଓ ତାହା ବୟସ ଅନୁପାତରେ ଦରକାର ଅନୁସାରେ .

୨. ବାରମ୍ବାର ବା ନିୟମିତଭାବେ ସଠିକ୍ ସମୟ ବ୍ୟବଧାନରେ

୩. ସୁସଂଗତ ବା ଅନୁରୁପ ଭାବେ ଅଥବା ସମାନତା ଅବଲମ୍ବନ କରନ୍ତୁ

୪.ଅଲଗା ଅଲଗା  ପ୍ରକାର ଖାଦ୍ୟ ଦେବାକୁ ଚେଷ୍ଟା କରନ୍ତୁ

  ଯେହେତୁ ପରିପୁରକ ଖାଦ୍ୟ ହାତ ଦ୍ବାରା ତିଆରି ହୋଇଥାଏ ତେଣୁ ଏହାକୁ ତିଆରି କରିବା ସମୟରେ ସଚେତନ ରୁହନ୍ତୁ . ମାନେ ପରିପୁରକ ଖାଦ୍ୟ ତିଆରି ବେଳେ ହାତକୁ ଭାଲଭାବେ ସଫା କରନ୍ତୁ ଓ ଖାଦ୍ୟ ତିଆରି ପରିବେଶକୁ ମଧ୍ୟ ସଫା ରଖନ୍ତୁ . ସଫା ବା ପରିସ୍କାର ବାସନ କୁସନଵ ବୋତଲ ବ୍ୟବହାର କରନ୍ତୁ . କାରଣ ଏହା ଦ୍ବାରା ଶିଶୁ ବହୁତ ପ୍ରକାର ସଂକ୍ରମଣ ଜନିତ ରୋଗରୁ ରକ୍ଷା ପାଇଥାଏ . ତେଣୁ ଏଥି ଲାଗି ସୁବିଧା ଓ ଭଲ ହୋଇଥାଏ ଯଦି ପିଲା ପାଇଁ ଏକ ଅନ୍ୟ ସେଟ୍ ବାସନ କୁସନ ଘରେ ରଖନ୍ତି ତେବେ .

କେତେ ଖାଇବାକୁ ଦେବେ ?

ଆପଣ ମାନଂକୁ ସର୍ବଦା ଧ୍ୟାନ ଦେବାକୁ ହେବ ଯେ ଶିଶୁର ହଜମ ପ୍ରକ୍ରିୟା ବହୁତ ଧିର ଓ ପାକସ୍ତଳି ମଧ୍ୟ ବହୁତ ଛୋଟ ହୋଇଥାଏ ଏହି ସମୟରେ . ତେଣୁ ଏହି ସମୟରେ ଆବଶ୍ୟକ ଅନୁସାରେ ଖାଦ୍ୟ ବା ପୋଷଣ ଓ ତାବି ସଠିକ୍ ଓ ସ୍ବଳ୍ପ ପରିମାଣର ବାରମ୍ବାର ଦେବ ଦେବା ଉଚିତ୍ . ଯୋଉ ଖାଦ୍ୟ ପିଲାଟି ସହଜରେ ହଜମ କରିପାରେ ତାକୁ ବିନା ମସଲାରେ ତିଆରି କରି ଦେବା ଉଚିତ୍ . ତାକି ଶିଶୁ ପ୍ରତି କିଛି ପାର୍ଶ୍ବ ପ୍ରତିକ୍ରିୟା ପଡିବ ନାହି .

WHO କହିବା ଅନୁସାରେ ୬ ମାସ ପରେ ପରିପୁରକ ଖାଦ୍ୟ ଦେବା ଆରମ୍ଭ କରନ୍ତୁ ଓ ଦିନକୁ ୨ରୁ ୩ ଥର ୮ ମାସ ବୟସ ହେବା ଜାରି ରଖନ୍ତୁ . 9 ରୁ ୧୧ ମସ ବୟସ ସମୟରେ ଏହାର ବାରମ୍ବାରତା ଦିନକୁ ୩ ରୁ ୪ ଥରକୁ ବୃଧି କରନ୍ତୁ . ୧୨ ମାସ ବୟସ ପରେ ପରିପୁରକ ଖାଦ୍ୟ ଛଡା ଅନ୍ୟ କିଛି ହାଲୁକା ଭୋଜନ ଖାଇବାକୁ ଦିଅନ୍ତୁ ଓ ତାବି ଦିନକୁ ଥରେ କିମ୍ବା ଦୁଇ ଥର .ହାଲୁକା ଭୋଜନରେ ଆପଣ ବିସ୍କୁଟ୍ ମଧ୍ୟ ବ୍ୟବହାର କରିପାରିବେ .

୬ ରୁ ୧୨ ମାସ ଯାଏ କଣ ସବୁ ଖାଇବାକୁ ଦେବେ ?

ପରିପୁରକ ଖାଦ୍ୟର ସଠିକ୍ ରୁପ କେବଳ ଏହାର ପ୍ରାପ୍ୟ ଉପରେ ନୁହ ଏହାର ପ୍ରକାର ଉପରେ ମଧ୍ୟ ନିର୍ଭର କରେ , ଏହା ସହ ଏହାର ନିୟମିତତା ମଧ୍ୟ ବହୁତ ଗୁରୁତ୍ବପୁର୍ଣ୍ଣ ଭୁମିକା ନିର୍ବାହ କରେ . ଶିଶୁ ମାନଂକୁ ଖୁଆଇବା ପାଇଁ  ଯିଏ ଯତ୍ନ ନେଉଛି ସେ ସତର୍କ ହେବା ଦରକାର ଖାସ କରି ମା କୁ . କାରଣ ତାକୁ ପିଲାକୁ ଭୋକ ଲାଗୁଛି କି ନା ତାର ଲକ୍ଷଣ ପିଲାର ହାବଭାବରୁ ଜାଣିବାକୁ ହେବ ଓ ସଠିକ୍ ସମୟରେ ଖାଇବାକୁ ଦେବାକୁ ହେବ .

ବଜାରରେ ସାଧାରଣତଃ ବହୁତ ପ୍ରାକୃତିକ ଖାଦ୍ୟ ମିଳିଥାଏ ଯାହାକୁ ଶିଶୁ ଖାଦ୍ୟ ରୁପେ ବ୍ୟବହାର କରିହେବ ଖାସ କରି ୬ ରୁ ୧୨ ମାସ ବୟସ ପିଲା ମାନଂକ ପାଇଁ . ଘରେ ପ୍ରସ୍ତୁତ ହୋଇଥିବା ସିଝା ଓ ଚକଟା ଫଳ , କଦଳୀ , ଗାଜର ସମୁହ ପିଲା ମାନଂକ ପାଇଁ ପ୍ରଚୁର ପୋଷଣ ଯୋଗାଇଥାଏ . ତଟକା ଫଳ ରସ ସହ ଡାଲିମ୍ବ ବା ବେଦେନା ରସ ମଧ୍ୟ ବହୁତ ଉପକାରୀ ହୋଇଥାଏ . ଏହା ଛଡା ଅଧ କପ ବା ଗିଲାସ ଉସୁମ୍ ପାଣିରେ ଖିସମିସ୍ ଓ ତୁଲସୀ ପତ୍ର ପକାଇ ତାର ପାଣି ପିଲାକୁ ଦେଲେ ମଧ୍ୟ ବହୁତ ଉପକାରୀ ହୋଇଥାଏ .

ପିଲାର ଦ୍ବିପହର ବା ରାତ୍ରୀ ଭୋଜନ ପାଇଁ ଭାତ ଓ ଡାଲିକୁ ମିସାଇ ଚକଟି ମଧ୍ୟ ଦେଇପାରିବା . ଯଦି ଏଥିରେ ଟିକେ ଲୁଣ ଓ ଘିଅ ମିସାଇ ଦେବା ତେବେ ଏହା ପିଲା ପାଇଁ ସ୍ବାଦିଷ୍ଟ ହୋଇଯାଏ ଖାଇବାକୁ . କିନ୍ତୁ ମନେ ରଖନ୍ତୁ ଦିନକୁ ୧ ରୁ ୨ ପ୍ରକାର ଖାଦ୍ୟ ପ୍ରକାର ଖାଇବାକୁ ଦିଅନ୍ତୁ ସମସ୍ତ ପ୍ରକାର ନୁହେ .

ଯଦି ଏହି ସବୁ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ଅଭାବ ଥାଏ ତେବେ ମଧ୍ୟ କିଛି ଚିନ୍ତା କରନ୍ତୁ ନାହି କାରଣ ଏହା ବଜାରରେ ପ୍ରସ୍ତୁତ ହୋଇ ମିଳୁଛି . ସେଥି ମଧ୍ୟରୁ ସେରେଲାକ୍ , ଲାକ୍ଟୋଜେନ ଇତ୍ୟାଦି ଅନ୍ୟତମ . ଯେହେତୁ କିଛି ଶିଶୁ କିଛି ନିର୍ଧିଷ୍ଟ ଖାଦ୍ୟ ପ୍ରତି ଘୃଣ ଭାବ ପ୍ରକାଶ କରନ୍ତି ତେଣୁ ୧୨ ମାସ ପରେ ଅଣ୍ଡା ଓ ମାଂଶ ଆରମ୍ଭ କରିବା ଉଚିତ୍ .

୧ ବର୍ଷ ପରେ ବା ୧୨ ରୁ ୨୪ ମାସ ମଧ୍ୟରେ କଣ ଖାଇବାକୁ ଦେବେ ?

ବହୁତ ପିଲା ମାନଂକର ୧୨ ମାସ ବୟସ ବେଳକୁ ଦାନ୍ତ ଉଠିଜାଇଥାଏ , ଯାହ ଫଳରେ ସେମାନେ କିଛି ଚୋବାଇବାକୁ ବା କାମୁଡି ଖାଇବାକୁ ପସନ୍ଦ କରନ୍ତି . ତେଣୁ ଏହି ସମୟରେ ରୁଟି ସବୁଠୁ ଫଳପ୍ରଦ ହୋଇଥାଏ . ଏହା ଛଡା ଇଡଲୀ , ଦୋସା , ବିସ୍କୁଟ୍ , ପାଚିଲା କଦଳୀ , ସିଝା ଡାଲି ଓ ଭାତ ଚକଟା ସହ ଅମୃତଭଣ୍ଡା ସିଝ ବହୁତ ଉପକାରୀ ହୋଇଥାଏ . ପିଲାର ଦରକାର ଅନୁସାରେ ଖାଦ୍ୟ ପରିମାଣ ବୃଧି କରିବା ଉଚିତ୍ କିନ୍ତୁ ଏହା ସହ ମା ଖିର ଦେବାକୁ ବୁଲିବା ନାହି . ଏହା ଛଡା କିଛି ମା ମାନେ ଖାଲି ଫଳ ମଧ୍ୟ ଦେଇଥାନ୍ତି .

ପିଲାକୁ ସୁସ୍ବାଦୁ ଓ ଶୁସ୍ଥ ଖାଦ୍ୟ ଖାଇବାକୁ ପିଲା ଦିନୁ ଅଭ୍ୟାସ କରିବା ଉଚିତ୍ . ଯେହେତୁ ଆମେ ଏପରି ଏକ ଦେଶରେ ବସବାସ କରୁଛେ ଯେଉଁଠି ଯଥେଷ୍ଟ ପରିମାଣର ଫଳ ମିଳୁଛି ତେଣୁ ଏହି ସମୟରେ ଯଥା ସମ୍ଭବ ଫଳ ଦେବ ଉଚିତ୍ ହେବ ନାକି କାରଖାନାରେ ପ୍ରସ୍ତୁତ ଶିଶୁ ଖାଦ୍ୟ ଦେବା . ସର୍ବଦା ମନେରଖନ୍ତୁ ଏକ ମିଶ୍ରିତ ଖାଦ୍ୟ ହିଁ ଶିଶୁକୁ ସମ୍ପୁର୍ଣ୍ଣ ପୋଶଣ ଯୋଗାଇଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବୃଧି କରିଥାଏ ଯାହାକି ଏକ ଶୁସ୍ଥ ଶିଶୁ ଓ ଭବିଷ୍ୟତରେ ଏକ ଶୁସ୍ଥ ପିଲା ହୋଇଥାଏ .