ମା ଖିର ଓ ଏହାର ଗୁରୁତ୍ବ

ମା ଖିର ଓ ଏହାର ଗୁରୁତ୍ବ

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ସାରା ବିଶ୍ବରେ ମା ଖିର ହେଉଛି ଅତି ଉତ୍ତମ ପୋଷଣ ଏକ ଶିଶୁ ପାଇଁ . ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା (WHO) କୁହେ ଯେ ସ୍ତନ୍ୟପାନ ହେଉଛି ଏକ ଏପରି ପନ୍ଥା ଯାହାକି କେବଳ ପିଲାକୁ ନୁହେ , ଏହା ଉଭୟ ମା ଓ ଶିଶୁକୁ ଦୀର୍ଘ ସମୟ ପାଇଁ ସୁବିଧା ଦେଇଥାଏ ଓ ବିଭିନ୍ନ ରୋଗ ବୈରାଗ ସହ ଲଢିବା ପାଇଁ ସାହାର୍ଯ୍ୟ କରେ .

କିନ୍ତୁ ଏମତି କିଛି ସମୟ ଅସେ କିଛି କ୍ଷେତ୍ରରେ ମା ସ୍ତନ୍ୟପାନ କରାଇପାରେନାହୀ . ତେଣୁ ଏହି ଜାଗାରେ ବା ସମୟରେ ମା ଖିରକୁ ଗଛିତ ରଖିବା ହେଉଛି ସବୁଠୁ ଭଲ ଉପାୟ ପିଲାକୁ ସଠିକ୍ ପୋଷଣ ଦେବା ଠିକ ସମୟରେ .

ମା ଖିରକୁ ପୁଣି କିପରି ଗଛିତ ରଖିବେ ?

ଏହାକୁ ଚାପି ବା ଚିପୁଡିକୀ ବାହାର କରି ରଖିବା ଦରକାର .

କାହିଁକି ବାହାର କରିବେ ମା ଖିର ?

ନିସନ୍ଦେହରେ ସ୍ତନ୍ୟପାନ ହେଉଛି ଏକମାତ୍ର ଉପାୟ ଯାହା ଦ୍ବାରା କେବଳ ପିଲାକୁ ସଠିକ୍ ପୋଷଣ ମିଲେ ନାହି , ଏହା ସହ ମା ଓ ପିଲା ମଧ୍ୟରେ ଏକ ଅତୁଟ ବନ୍ଧନ ସୃଷ୍ଟି କରେ .

କିନ୍ତୁ କିଛି ସମୟ ଅଛି ଯେତେବେଳେ କି ସ୍ତନ୍ୟପାନ ସମ୍ଭବ ହୁଏ ନାହି . ସେମିତି କିଛି ସମୟ ବା ପରିସ୍ତିତି ଗୁଡିକ ହେଲା :

->ମା ବାହାରେ କାମରେ ଥାଇ ପାରେ .

->ପିଲାଟି ଡାକ୍ତରଖାନାରେ ଥାଇ ପାରେ , ମାଠୁ ଦୁରରେ .

->ନବଜାତ ଶିଶୁ ବେଳେବେଳେ ବକ୍ଷରୁ ଖିର ଖାଇ ପାରନ୍ତି ନାହି .

->ପିଲାଟି ଅନ୍ୟ କାହା ତତ୍ବାବଧାନରେ ଥାଇ ପାରେ .

->ମା ର ଖିର ନିସୃତ ନାଲି ଜାମ୍ ବା ଜାକି ହୋଇଯାଇଥାଇପାରେ .

->ମାର ଚୁଚୁକରେ କିଛି ସଂକ୍ରମଣ ହୋଇଥିଲେ.

->ଯଦି ମାର କମ ଖିର ପ୍ରସ୍ତୁତ ହେଉଥିବ.

->ବକ୍ଷ ଯଦି ରକ୍ତରେ ପରିପୁର୍ଣ୍ଣ ହୋଇଯାଏ ଖାଇବାକୁ ଦେବା ବେଳେ .

କିଛି ସୁରକ୍ଷା ବା ପୁର୍ବ ପ୍ରସ୍ତୁତି ମା ଖିର ବାହାର କରିବା ପୁର୍ବରୁ :

ମା ଖିର ବାହାର କରିବା ଆଗରୁ ଆମକୁ କିଛି ନିରାପତ୍ତା ଅବଲମ୍ବନ କରିବାକୁ ପଡିବ ଯାହା ଦ୍ବାରା କି ପିଲାକୁ କିଛି ସଂକ୍ରମଣ ହେବ ନାହି  . ସେଗୁଡିକ କିଛି ହେଲା :

->ଆମ ହାତକୁ ସାବୁନ୍ ଓ ଗରମ୍ ପାଣିରେ ଧୋଇବା .

->ଯୋଉ ବୋତଲ୍ ବା ପାତ୍ରରେ ଖିର ରଖିବା ତାକୁ ଭଲ ଭାବେ ସଫା କରିବା ଦରକାର .

->ଏହା ଧ୍ୟାନ ରଖିବା ଯେ ଯେପରି ଆମ ହାତ ବୋତଲ୍ ବା ପାତ୍ରରେ ଭିତରେ ନଲାଗେ .

->ବାହାରିଥିବା ମା ଖିରକୁ ତୁରନ୍ତ ଫ୍ରିଜରେ ରଖିବାକୁ ହେବ .

କିଛି କଥା ମନେରଖନ୍ତୁ ମା ଖିର ବାହାର କରିବା ପୁର୍ବରୁ :

->ଏକ ଆରାମ ଦାୟକ ସ୍ଥାନ ବାଛନ୍ତୁ ଓ ସେଠାରେ ଆଉଜିକୀ ବସନ୍ତୁ .

->ଖିର ବାହାର କରିବା ପୁର୍ବରୁ ଉସୁମ୍ ପାଣିରେ ଗାଧୋଇ ପଡନ୍ତୁ  କିମ୍ବା ଉସୁମ୍ ଖିର ପିଅନ୍ତୁ .

->ଏକ ଉସୁମ୍ କପଡା ନିଜ ବକ୍ଷ ଉପରେ ରଖନ୍ତୁ.

->ଖିର ବାହାର କରିବା ପୁର୍ବରୁ ଯାହା ହେଲେ କିଛି ଖାଦ୍ୟା ଖାଆନ୍ତୁ .

->ମନେ ରଖନ୍ତୁ ଏହା ଯେପରି କଷ୍ଟ ଦାୟକ କିମ୍ବା ଜବରଦସ୍ତି ନହୁଏ .

->ବେଳେବେଳେ ଯଦି ଆପଣ ପିଲା ବିଷୟରେ ଭାବୁଥିବେ କିମ୍ବା ପିଲା ପାଖରେ ଥିବ ତେବେ ଏହା କିଛି ପରିମାଣରେ ସାହାର୍ଯ୍ୟ କରେ .

ଖିର ବାହାର କରିବାର ଉପାୟ ସମୁହ :

୧.ହାତ ଦ୍ବାରା ବାହାର କରିବା

   ସାଧାରଣତଃ ଜଣେ ନୁତାନ୍ ମା କ୍ଷେତ୍ରରେ ପ୍ରାୟ ୧ ସପ୍ତାହ ଲାଗିଥାଏ ଠିକସେ ଖିର ନିସୃତ ହେବା ଲାଗିଥାଏ . ତେଣୁ ଏହି ସମୟରେ ଖିର ବାହାର କରିବା ସମ୍ଭବ ହୁଏ ନାହି କାରଣ ଯେତିକି ଖିର ମା ପ୍ରସ୍ତୁତ କରେ ତାହା ପିଲା ପାଇଁ ଦରକାର ହୁଏ ଓ ବେଳେବେଳେ କମ ହୋଇଯାଏ .

ଧିରେ ଧିରେ ପିଲାଟି ମା ବକ୍ଷ ସଂସ୍ପର୍ଶ ରେ ଅସିଲୟ ପରେ ଖିର ନିସୃତ ପରିମାଣ ବୃଧି ପାଇଥାଏ . ଏହା ଛଡା ଉଚିତ୍ ସମୟରେ ଓ ପିଲାକୁ ଖାଇବାକୁ ଦେବା ବି କିଛି ପରିମାଣରେ ଖିର ନିସୃତକୁ ବଢାଇ ଥାଏ . ହାତ ଦ୍ବାରା ଖିର ବାହାର କରିବା ଦ୍ବାରା ସ୍ତନର ଏକ ନିରଧିଷ୍ଟ ସ୍ଥାନରୁ ଖିର ନିର୍ଗତ ହୁଏ . କିନ୍ତୁ ଏହା ମାତ୍ର କିଛି ପରିସ୍ଥିତିରେ ସହାୟକ ହୁଏ ଯେପରି କି ଯଦି ଖିର ନାଲି ବନ୍ଦ ହୋଇ ଯାଇଥାଏ .

କିନ୍ତୁ ଜଣେ ମାକୁ ଭଲ ଭାବେ ଖିର ବାହାର କରିବାକୁ ହେଲେ ତାକୁ ବୟସ୍କା ନାରୀ ବା ନର୍ସ୍ ଠାରୁ ସିଖିବାକୁ ପଡିବ . ଆସନ୍ତୁ ଜାଣିବା କିଛି ତଥ୍ୟ ଯାହାକି ଆପନଂକୁ କିଛି ସାହାର୍ଯ୍ୟ କରିବ :

->ଏହା ପୁର୍ବରୁ ନିଜ ହାତକୁ ଭଲଭାବେ ସଫା କରନ୍ତୁ .

->ଗରମ୍ ପାଣିରେ ସିଝା ଯାଇଥିବା ବା ଫୁଟା ଯାଇଥିବା ବୋତଲ୍ ବା କପ୍ ସ୍ତନ ତଳେ ଧରନ୍ତୁ ଯାହା ଦ୍ବାରା ଆପଣ ସବୁ ଖିରକୁ ରଖି ପାରିବେ .

->ଆରମ୍ଭରେ ବକ୍ଷ ବା ସ୍ତନକୁ ଧିରେ ଧିରେ ମାଲିସ୍ କରନ୍ତୁ .

->ଗୋଟିଏ ପଟରୁ ଖିର ବାହାର କଲାବେଳେ ଅନ୍ୟ ପଟକୁ ବୁଢା ଓ ବିଶି ଆଂଗୁଠି ଦ୍ବାରା ଧରି ରଖନ୍ତୁ ଏକ c ଆକୃତି କରି.

->ଚୁଚୁକ ଚାରିପଟେ ଥିବା କଳା ଅଂଶକୁ ଧିରେ ଧିରେ ଆଂଗୁଠି ଦ୍ବାରା ମାଲିସ୍ କରନ୍ତୁ କିନ୍ତୁ ଏହାକୁ ଚିପନ୍ତୁ ନାହି ଯାହାକି ଖିର ନାଲି ବନ୍ଦ କରିଦେବ ଓ ଆପନଂକୁ କଷ୍ଟ ଦେବ.

->କିଛି କିଛି ସମୟ ଛାଡି ବଳ ପ୍ରୟୋଗ କରନ୍ତୁ , ଯାହାକି ଏକ ଧାରାରେ ହେବା ଦରକାର . କିନ୍ତୁ ଆଂଗୁଠିକୁ ଖାଲି ଘସନ୍ତୁ ନାହି .

->ପ୍ରଥମେ କିଛି ବୁନ୍ଦା ବାହାରିବ ଓ ପରେ ଧାର ବାହାରିବାକୁ ଲାଗିବ .

->ଯେତେବେଳେ ଧାର କମ ହେଇଯିବ ସେତେବେଳେ ଆଂଗୁଠିକୁ ଅନ୍ୟ ସ୍ଥାନକୁ ନିଅନ୍ତୁ ଓ ପୁଣି ଜାରୀ ରଖନ୍ତୁ .

->ଯେତେବେଳେ ଏକ ସାଇଡ୍ ବକ୍ଷରୁ ଖିର କମ ହୋଇଯାଉଛି ଅନ୍ୟ ପଟକୁ ଯାଆନ୍ତୁ . କିନ୍ତୁ ମନେରଖନ୍ତୁ ଅନ୍ୟ ପଟକୁ ଯିବା ଆଗରୁ ପ୍ରଥମ ପଟ ସମ୍ପୁର୍ଣ ଖାଲି ହେବା ଦରକାର .

->ଯଦି ମା କମ ଖିର ନିସୃତ ଯୋଗୁ ଏହା କରୁଥାଏ ତେବେ ଲଗାତର୍ ୨ ୩ଥର ଖାଲି କରିବା ଦରକାର .

୨.ପମ୍ପ୍ ଦ୍ବାରା ଖିର ବାହାର କରିବା

->ସ୍ତନ ପମ୍ପ୍ ସାଧାରଣତଃ ବହୁତ ପ୍ରକାର . ଯେମିତିକି

                       ହାତ ଚାଳିତ

                      ଇଲେକ୍ତ୍ରୀ ଚାଲିତ

ଏହା ଛଡା ଆପଣ କାହାଳୀ ଆକାରର ଯାହାକି ଆପନଂକ ଚୁଚୁକକୁ ଠିକ ହେଉଥିବ ଆଣି ମଧ୍ୟ ଖିର ବାହାର କରିପାରିବେ .

->ଦୁଇଟି କପ୍ ବ୍ୟବହାର କରନ୍ତୁ ଏକ ସମୟରେ ଯଦି ଆପନଂକର ଜାଆଲା ପିଲା ଥାନ୍ତି କିମ୍ବା ଅଧିକା ଖିର ପ୍ରସ୍ତୁତ ହେଉଥିଲେ .

->ସ୍ତନ ପମ୍ପ୍ ଗୁଡିକ ପିଲା ଜନ୍ମ ହେବାର ୪ ୫ ଦିନ ପରେ ବ୍ୟବହାର କରିବା ଉଚିତ୍ କାରଣ ସେ ଯେ ହାତ ଦ୍ବାରା କରିବା ପିଲା ପାଇଁ ଉଚିତ୍ ହେବ .

->କିନ୍ତୁ ମା କୁ ସ୍ତନ ପମ୍ପ୍ କିଣିବା ପୁର୍ବରୁ ଏହାକୁ ପରୀକ୍ଷା କରି ଦେଖିବା ନିହାତି ଜରୁରୀ ତାକି ଏହା ଠିକ ହେଉଛି କି ନା .

ସ୍ତନ ପମ୍ପ୍କୁ କିପରି ଭଲ ଭାବେ ରଖିବେ ଓ ବ୍ୟବହାର କରିବେ ?

ବ୍ୟବହାର ପୁର୍ବରୁ :

->ହାତକୁ ସାବୁନ୍ ଓ ଉସୁମ୍ ପାଣିରେ ସଫା କରନ୍ତୁ .

->ନୁଆ ପମ୍ପ୍ ହୋଇଥିଲେ ବି ତାକୁ ଭଲ ଭାବେ ଗରମ୍ ପାଣିରେ ଧୋଇବା ଦରକାର .

->ବ୍ୟବହାର ପତ୍ରିକା ଦେଖି ପମ୍ପ୍କୁ ଯୋଡିବା ବା ଏକାଠି କରିବା ଦରକାର .

->ଯଦି ଏହା ବିଦ୍ୟୁତ୍ ଚାଲିତ ପମ୍ପ୍ ହୋଇଥାଏ ତେବେ ଏହାକୁ ଯଥା ସମ୍ଭବ କମ ଚାପରେ ରଖିବା ଦରକାର .

->ଯେତେବେଳେ କପ୍କୁ ସ୍ତନରେ ଲଗାଉଛନ୍ତି  , ଧ୍ୟାନ ଦିଅନ୍ତୁ ଯେପରି ଚୁଚୁକ କପର ମଧ୍ୟ ଭାଗରେ ରୁହେ , ଯାହା ଦ୍ବାରା ଅଧିକାଂଶ ସ୍ପର୍ଶ ହୋଇପାରିବ .

->ହାତ ଚଳିତ ପମ୍ପ୍ ପାଇଁ ଧିରେ ଧିରେ ଚାପ ଦେଇ ଆରମ୍ଭ କରନ୍ତୁ .

->ବିଦ୍ୟୁତ୍ ଚାଲିତ ପମ୍ପ୍ ପାଇଁ କେବଳ ସୁଇଚ୍ ଅନ କରନ୍ତୁ .

ବ୍ୟବହାର ପରେ :

->ପମ୍ପର ପ୍ରତ୍ୟକ ଅଂଶକୁ ଭଲ ଭାବେ ସଫା ସବୁନ୍ ସହ ସଫା କରିବା ଓ ସଫା ବ୍ରଶ୍ ବି ବ୍ୟବହାର କରିପାରିବା . ଧ୍ୟାନ ରଖନ୍ତୁ ଯେମିତିକି ଘରେ ଅଲଗା କାମ ପାଇଁ ବ୍ୟବହୃତ ବ୍ରଶ୍ ଯେପରି ବ୍ୟବହାର ନହୁଏ .

->ପ୍ରତି ଅଂଶକୁ ଗରମ୍ ପାଣିରେ ଭିଜାନ୍ତୁ ଓ ସୁଖିଲା କପଡାରେ ପୋଛି ସୁଖାନ୍ତୁ .

->ସୁଖିଲା ପମ୍ପ୍କୁ ବାନ୍ଧି ବା ପ୍ୟାକ୍ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ .

ଖିରକୁ କିପରି ସାଇତି ରଖିବେ

ଏହାର ସବୁଠୁ ଭଲ ଓ ସହଜ ଉପାୟ ହେଉଛି ବାହାର କରିବା ମାତ୍ରେ ଫ୍ରିଜରେ ରଖିବା . ଯଦିବା ଫ୍ରିଜରେ ରଖିବା ଦ୍ବାରା କିଛି ପୋଷଣ ନଷ୍ଟ ହୋଇଯାଏ ତଥାପି ଏହା ସବୁଠୁ ଭଲ ଉପାୟ . ବାହାର ହୋଇଥିବା ଖିରକୁ ଭଲ ଭାବେ ସଫା ଓ ଗରମ୍ ହୋଇଥିବା ବନ୍ଦ ପାତ୍ର ବା ବୋତଲରେ ରଖିବା ଦରକାର . ଧ୍ୟାନ ରଖନ୍ତୁ ଯେପରି ପାତ୍ର କି ବୋତଲରେ କିଛି ଫାନକା ନରହୁ କାରଣ ଏହା ଖିର ନଷ୍ଟ କରିଦିଏ . ତାଜା ଖିରର ରଂଗକୁ ନେଇ କିଛି ଚିନ୍ତା କରନ୍ତୁ ନାହି କାରଣ ଏହା ବିଭିନ୍ନ ମା ମାନଂକ କ୍ଷେତ୍ରରେ ଅଲଗା ହୋଇଥାଏ . ଯଦି ଗଛିତ ଥିବା ଖିର ଉପରେ କିଛି ଆବରଣ ପଡିଯାଏ ତେବେ ଚିନ୍ତା କରନ୍ତୁ ନାହି କାରଣ ଏହା ଏକ ପ୍ରାକୃତିକ ଉପାୟ କିଛି ଖରାପ୍ ନୁହେ .

ଖିର ରଖିବାର କିଛି ଟିପ୍ପଣୀ :

କେଉଁଠି କେତେ ସମୟ ତାଜା ରୁହେ
ସାଧାରଣ ରୁମରେ (୨୫ ଡିଗ୍ରୀ ତାପମାତ୍ରା ) ପ୍ରାୟତଃ ୬ ଘଣ୍ଟା
ବରଫ ବାକ୍ସ ଭିତରେ ପ୍ରାୟତଃ  ୨୪ ଘଣ୍ଟା
ଫ୍ରିଜ୍ (୪ ଡିଗ୍ରୀରୁ କମ ତାପମାତ୍ରା ) ୨ ରୁ ୫ ଦିନ
ଫ୍ରିଜର୍ ୨ ସପ୍ତାହ
ଫ୍ରିଜର୍ ଯାହାର ଅଲଗା କବାଟ ଥାଏ ୩ ମାସ
ଗଭୀର ଫ୍ରିଜର୍ ୬ ରୁ ୧୨ ମାସ

ଗଛିତ ଖିରକୁ କିପରି ଗରମ୍ କରି ଶିଶୁକୁ ଖାଇବାକୁ ଦେବା ?

ତାଜା ଖିରକୁ ବାହାରିବା ମାତ୍ରେ ଖାଇବାକୁ ଦେଇପାରିବା . କିନ୍ତୁ ଯୋଉ ଖିର ପିଲାଟି ପରେ ଖାଇବା ତାକୁ ଫ୍ରିଜରେ ଗଛିତ ରଖିବାକୁ ହେବ . ତାହାକୁ ପରେ ଉସୁମ୍ କରି ପିଲାକୁ ଖାଇବାକୁ ଦେଇପାରିବା.

ଗଛିତ ଖିରକୁ କିପରି ଉସୁମ୍ କରିବେ ?

->ଗଛିତ ଥିବା ଖିର ବୋତଲକୁ ଶିଶୁକୁ ଖାଇବାକୁ ଦେବା ପୁର୍ବରୁ ଗରମ୍ ପାଣିରେ ବୁଡାଇ ଖାଇବାକୁ ଦିଅନ୍ତୁ .

->ଅତ୍ୟଧିକ ଥଣ୍ଡା ହୋଇଯାଇଥିଲେ ଚାଲୁଥିବା ଗରମ୍ ପାଣିରେ ବୁଡାଇ ଖାଇବାକୁ ଦିଅନ୍ତୁ .

->ଖିରକୁ ୧୦ ମିନିଟ୍ରୁ ଅଧିକ ଗରମ୍ କରନ୍ତୁ ନାହି କାରଣ ଏହା କିଛି ପୋଷଣ ନଷ୍ଟ କରିଦିଅନ୍ତି.

->ମା ଖିରକୁ କେବେବି ଗ୍ୟାସ୍ ଚୁଲା କିମ୍ବା ଓଭେନରେ ଗରମ୍ କରନ୍ତୁ ନାହି କାରଣ ଏହା ପୋଷଣ ନଷ୍ଟ କରିବା ସହ ପିଲର ପାଟିକୁ ଜଳାଇ ଦିଏ .

->ଯୋଉ ଖିର ଗରମ୍ ହୋଇଛି ଓ ବ୍ୟବହାର ହେଲା ନାହି ତାକୁ ତୁରନ୍ତ ଫିଂଗୀ ଦେବା ଉଚିତ୍ .

->ଯେ କୌଣସି ପରିସ୍ଥିତିରେ ଠାରେ ଗରମ୍ ହୋଇଥିବା ଖିରକୁ ଆଉ ଥରେ ଗରମ୍ କରନ୍ତୁ ନାହି କିମ୍ବା ପିଲାକୁ ଖାଇବାକୁ ଦିଅନ୍ତୁ ନାହି .

ଥଣ୍ଡାରେ ଥିବା ମା ଖିର :

->ଥଣ୍ଡା ଥିବା ଖିର ଯଦି ବ୍ୟବହାର ନହୁଏ ତେବେ ତାକୁ ଆଉ ଥରେ ଅଧିକ ଥଣ୍ଡାରେ ୨୪ ଘଣ୍ଟା ପାଇଁ ରଖିପାରିବା .

->ଏହା ଅର୍ଥ ଥଣ୍ଡା ଖିର ବୋତଲ୍କୁ ଗରମ୍ ପାଣିରେ ବୁଡାଇ ତୁରନ୍ତ ଖାଇବାକୁ ଦିଅନ୍ତୁ ବଳକା ଖିର ଫିଂଗୀ ଦିଅନ୍ତୁ .

->ଥଣ୍ଡା ଖିରକୁ ଆଉ ଠାରେ ମାତ୍ର ଗରମ୍ କରନ୍ତୁ ତ ଠୁ ଅଧିକା ନୁହେ .

->ଗରମ୍ ହୋଇଥିବା ଖିରକୁ ଭୁଲରେବି ପୁନର୍ବାର ଗରମ୍ କରନ୍ତୁ ନାହି .

କିନ୍ତୁ ଶେଷରେ ପିଲାକୁ ଖାଇବାକୁ ଦେବା ଆଗରୁ କିଛି ଖିର ନିଜ ପାପୁଲିରେ ପକାଇ ଦେଖାନ୍ତୁ କେତେ ଗରମ ଅଛି . ଆପଣ ଦୁରରେ ଥିଲେ ମଧ୍ୟ କିଛି ଚିନ୍ତା କରନ୍ତୁ ନାହି , ଉପରେ ଥିବା ସମସ୍ତ ଉପାୟ ଅବଲମ୍ବନ କରନ୍ତୁ ଆପନଂକ ଖୁସି ସମସ୍ତ ପ୍ରକାର ପୋଷଣ ଠିକ ସମୟରେ ଠିକ ପରିମାଣର ପାଇପାରିବ ଓ ଆପଣ ନିଶ୍ଚିନ୍ତରେ ଆପନଂକ କାମ କରିପାରିବେ .