ଶିଶୁର ଭୋକ ବା କ୍ଷୁଧା ମରିଗଲେ ବା କମ ହୋଇଗଲେ କଣ କରିବେ ?

ଶିଶୁର ଭୋକ ବା କ୍ଷୁଧା ମରିଗଲେ ବା କମ ହୋଇଗଲେ କଣ କରିବେ ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ନିଜ ପିଲାକୁ କୋଳରେ ଧରି ଖେଳିବା ଛଡା ଆଉ ଏପରି କିଛି ନାହି ଯାହା ଅଧିକ ଖୁସି ପିତା ମାତାନକୁ ଦେଇପାରିବ . ଏହା ଛଡା ପିଲାଟି ସଠିକ୍ ଭାବେ ନଖାଇବାଠୁ ଅଧିକ କଷ୍ଟ କିଛି ଦିଏ ନାହି . ବାପା ମା ମାନେ ସର୍ବଡା ଏକ ପାଦ ଆଗକୁ ଚିନ୍ତା କରିଥାନ୍ତି ପିଲର ଖାଇବାକୁ ନେଇ ତାକି ତାକୁ ସଠିକ୍ ଓ ସମ୍ପୁର୍ଣ୍ଣ ପୋଷଣ ମିଳିପାରିବ . ଯାହାକି ତାକୁ ଏକ ଶୁସ୍ଥ ମଣିଷ ତିଆରି କରିବାରେ ସାହାର୍ଯ୍ୟ କରିବ . ପୋଷଣ ବୃଧିର ମୁଲଦୁଆ ପକାଇଥାଏ .

କ୍ଷୁଧାରେ କ୍ଷତି କହିଲେ କଣ ବୁଝ ବା ଭୋକ ମରିବା କହିଲେ କଣ ବୁଝ ?

ବାରମ୍ବାର ଖାଦ୍ୟ ଖାଇବାର ଇଛା କମିବା ହେଉଛି ଏହାର ଏକ ଲକ୍ଷଣ . କିନ୍ତୁ ଆପଣ ଯଦି ଲକ୍ଷ୍ୟ କରିବେ ଦେଖିବେ କିଶୋର୍ ମାନଂକର ଖାଇବାର ଏକ ନିର୍ଧିଷ୍ଟ ସମୟ ବା ପ୍ରଣାଳୀ ଥାଏ ଖାଇବାର କିନ୍ତୁ ଶିଶୁ ମାନଂକର ସେପରି କିଛି ନଥାଏ .ଏହା ତାନଂକର ଥରକୁ ଥର ପରିବର୍ତନ୍ ହୁଏ . ଆଉ ଏହା ସମସ୍ତେ ଜାଣନ୍ତି କି ପିଲା ମାନେ ହେଉଛନ୍ତି ନିଜର ରାଜା , ଯେତେବେଳେ ଇଚ୍ଛ ହୁଏ ବା ହେବ ଯାଇ ଖାଇବ .

ଭୋକ ବା କ୍ଷୁଧା କମ ହେବାର ବିଭିନ୍ନ କାରଣ ଅଛି . ବେଳେବେଳେ ତା ପାଇଁ ଆଖ ପାଖର ଦୁନିଆକୁ ଜାଣିବାକୁ ଇଛା ବା ଆଗ୍ରହ ଅଧିକ ଥାଏ , ସେତେବେଳେ ସେ ଠିକସେ ଖାଏ ନାହିଁ . ଏପରି କିଛି ସମୟ ଆସେ ଏବେ ପିଲାର କମ ଖାଇବା ଦ୍ବାରା ଅଧିକ ପୋଷଣ ଦରକାର ହେବା ସହ , ବାନ୍ତି ହେବା , ପିଲାଟି ଚିଡ଼ ଚିଡା ହେବା , କଫ ଓ ଖାଇବା ପ୍ରତି ଘୃଣ ଭାବ ଆସିଯାଏ .

ଭୋକ ନଲାଗିବା କିମ୍ବା କମ୍ ଭୋକ ଲାଗିବାର କାରଣ କଣ ?

୧. ପିଲାର ବୃଧିର ହାର

   ଏକ ପିଲାର ଶରୀର ବୃଧି ହାର ସବୁଠୁ ଅଧିକ ଜନ୍ମ ରୁ ୬ ମାସ ମଧ୍ୟରେ ହୋଇଥାଏ . ଏହା ୬ ରୁ ୧୨ ମାସ ମଧ୍ୟରେ କିଛି ମାତ୍ରାରେ କମିଯାଏ ଓ ୧୨ ରୁ ୧୮ ମାସ ମଧ୍ୟରେ ଆହୁରି କମ ହୋଇଯାଏ . ଏହା ଏକ ବଡ କାରଣ ହୋଇପାରେ ପିଲାର କମ ଖାଦ୍ୟ ଖାଇବା କିମ୍ବା ଭୋକ ନଲାଗିବାର ମୁଖ୍ୟ କାରଣ ଯାହାକି ପିଲାକୁ ୧୨ ମାସ ହେବା ପରେ ହୋଇଥାଏ . ଏହି ପରିସ୍ଥିତିରେ ଏକ ମାକୁ ଅଳ୍ପ ପରିମାଣର ଖାଦ୍ୟ ବାରମ୍ବାର ଦେବାକୁ ପଡିଥାଏ ଯାହା ଦ୍ବାରା ପିଲାକୁ ସମ୍ପୁର୍ଣ ପୋଷଣ ଯୋଗାଇଥାଏ .

୨. ଦାନ୍ତ ଉଠିବା

  ଅଧିକାଂଶ ପିଲାମାନଂକର ୮ ରୁ ୧୦ ମଧ୍ୟରେ ଦାନ୍ତ ଉଠିବା ଆରମ୍ଭ ହୋଇଥାଏ , ଯାହାକି ୫ ରୁ ୭ ମାସରେ ହେବା କଥା .  ତେଣୁ ସେମାନଂକୁ କଠିନ ଖାଦ୍ୟ ଖାଇବାରେ ଅସୁବିଧା ହୋଇଥାଏ . ଯାହା ଦ୍ବାରା ସେମାନଂକ ଭୋକ କମି କମି ଯାଏ . ଏଥି ପାଇଁ ଗାଜର୍, ଆଳୁ , କଖାରୁ , କଦଳୀ ଓ ଭାତ ସିଝ ବା ଚକଟା ଦେବା ଉଚିତ୍ ହୋଇଥାଏ କାରଣ ଏହାକୁ ସେମାନଂକୁ ଚୋବାଇବାକୁ ପଡ଼ିନଥାଏ ଯାହାକି ସେମାନଂକ କଷ୍ଟ ଦୁର କରିବାରେ ସହାୟକ ହୁଏ .

୩. ତରଳ ପଦାର୍ଥ ଗ୍ରହଣର ପରିମାଣ

    ଅଧିକ ପରିମାଣର ତରଳ ପଦାର୍ଥ ଯଥା ଖିର , ପାଣି କିମ୍ବା କିଛି ଅନ୍ୟ ଜୁସ୍ ଗ୍ରହଣ କରିବା ଦ୍ବାରା ପିଲର ପେଟ ଭାରୀ ରହିଥାଏ  ସର୍ବଦା ଯାହାକି କମ ଖାଇବାର କାରଣ ହୋଇଥାଏ . ପ୍ରଥମ ୬ ମାସ ଯାଏ ମା ଖିର ପିଲା ଶରୀରର ଜଳୀୟ ଅଂଶ ଠିକ ରଖିବାରେ ସହାୟକ ହୋଇଥାଏ . ଥରକରେ ଅଧିକ ପରିମାଣର ଖିର ମାତ୍ରା କମ କରିବା ଓ ଏହାକୁ ବାରମ୍ବାର କରିବା ଦ୍ବାରା ଅନ୍ୟ ଖାଦ୍ୟ ପ୍ରତି ପିଲାର ଆଗ୍ରହ ବଢିଥାଏ .

୪. ଦୁର୍ବଳତା

   ସବୁଠୁ ବଡ ଓ ଖରାପ କାରଣ ହେଉଛି ସଂକ୍ରମଣ ଜନିତ ରୋଗ ହେବା . ଯଦି ପିଲାକୁ ଭୁତାଣୁ କିମ୍ବା ବାକ୍ଟେରିଆ ଜନିତ ରୋଗ ଯଥା ଥଣ୍ଡା , କାନ ,ନାକ , ଗଳା ଆଦି ସବୁରେ ଯଦି ସଂକ୍ରମଣ ହୁଏ , ତେବେ ଏହା ପିଲାକୁ କଷ୍ଟ ଦେଇଥାଏ ଯାହାକି କମ ଖାଦ୍ୟ ଖାଇବାର କାରଣ ହୋଇଥାଏ . ଯଦି ଦୁର୍ବଳତା ଯୋଗୁ ପିଲାର ବ୍ୟବହାରରେ ପରିବର୍ତନ ଆସୁଛି ତେବେ ଡାକ୍ତର ପରାମର୍ଶ କରନ୍ତୁ . କିଟ ପତଂଗ ଦ୍ବାରା ମଧ୍ୟ ସଂକ୍ରମଣ ହୋଇଥାଏ ଯଥା ମଶା , ମାଛି ଦ୍ବାରା . ତେଣୁ ଠିକ ସମୟରେ ଏହାକୁ ଦୁର କରିବା ପିଲା ପାଇଁ ଶୁସ୍ଥ ପରିବେଶ ତିଆରି କରେ .

ଏନିମିଆ ମଧ୍ୟ ଏକ ମୁଖ୍ୟ କାରଣ ପିଲାର କମ କମ ଖାଦ୍ୟ ଖାଇବାରେ . ତେଣୁ ଏହି ପରିସ୍ତିତିରେ ଶିଶୁ ବିଶେଷଜ୍ଞ ପରାମର୍ଶ କରିବା ନିହାତି ଆବଶ୍ୟକ .

୫. ଖାଦ୍ୟ କୁ ନାପସନ୍ଦ କରିବା

   କୌଣସି ଶିଶୁକୁ ଏକ ନୁତନ ଖାଦ୍ୟ ଗ୍ରହଣ କରିବା ଓ ଆପଣେଇବାରେ ସମୟ ଲାଗିଥାଡେ . ଏମିତିକି କିଛି ପିଲା କିଛି ଖାଦ୍ୟକୁ ଗ୍ରହଣ କରନ୍ତି ନାହି . ଧର୍ଯ୍ୟ , ବାରମ୍ବାର ପ୍ରଚେଷ୍ଟା କରିବା , ସଠିକ୍ ବାତାବରଣ ସୃଷ୍ଟି କରିବା , ପିଲା ଯେପରି ନିଜେ ଖାଏ ସେଥିପ୍ରତି ଧ୍ୟାନ ଦେବା ଦରକାର . କାରଣ ଏସବୁ ପିଲାକୁ ଅଧିକ ଖାଇବାକୁ ପ୍ରେରଣା ଦେଇଥାଏ .

ଆହୁରି ମଧ୍ୟ ସବୁଦିନ ଏକ ପ୍ରକାର ଖାଦ୍ୟ ପିଲାର ଖାଇବା ପରିମାଣକୁ କମ୍ କରିଦିଏ. ସେଥିପାଇଁ ବିଭିନ୍ନ ଖାଦ୍ୟ ଦେବାକୁ ଚେଷ୍ଟା କରନ୍ତୁ ଓ କିଛି ଏପରି ଖାଦ୍ୟ ଦିଅନ୍ତୁ ଯାହାକି ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ . କାରଣ ଏହା ଶିଶୁ ପେଟରେ ଅଧିକ ସମୟ ରହିଥାଏ ଯାହା ଦ୍ବାରା ପିଲାଟିର ପେଟ ଅଧିକାଂଶ ସମୟ ଭାରିଲା ଲାଗିଥାଏ .

କମ ଖାଇବା କିମ୍ବା ଭୋଆ ନଲାଗିବାକୁ ନେଇ କେତେବେଳେ ଚିନ୍ତା କରିବା ଦରକାର ?

ମନେରଖନ୍ତୁ କମ ଖାଇବା ବା ଭୋକ ନଲାଗିବା ଏକ ଶିଶୁ ବା ପିଲା ପାଇଁ ଏକ ସାଧାରଣ କଥା କିମ୍ବା ଏହା ସ୍ବଳ୍ପ ସମୟ ପାଇଁ ରହିଥାଏ . କିନ୍ତୁ ଯଦି ଏହା ୧ ସପ୍ତାହ ଯେ ଲାଗିରହେ ତେବେ ଡାକ୍ତର ପରାମର୍ଶ କରନ୍ତୁ . କାରଣ ଯଦି ପିଲାକୁ ଜ୍ବର , କିମ୍ବା ଚର୍ମରେ କିଛି ଅସୁବିଧା କିମ୍ବା ତାର ଆଭ୍ଯନ୍ତରିଣ ଅଂଗରେ କିଛି ଅସୁବିଧା ହୋଇଥେ ତେବେ ସେ କିଛି କହିପାରେ ନାହି କିନ୍ତୁ ଏହା ତାର ଖାଦ୍ୟରେ ପ୍ରଭାବ ପକାଇଥାଏ . ତେଣୁ ଜଣେ ମା କୁ ଧର୍ଯ୍ୟର ସହ କାମ କରିବାକୁ ପଡିବ ଓ ନିଖୁଣ ଭାବେ ପିଲାର ବ୍ୟବହାର ପରିବର୍ତନକୁ ଲକ୍ଷ କରିବାକୁ ପଡିବ . ଏହା ଦ୍ବାରା ଶିଶୁର ପସନ୍ଦ ଓ ନାପସନ୍ଦ ଜଣାପଡେ ଯାହା ତାର ଖାଦ୍ୟ ପରିମାଣ ଠିକ କରିବାରେ ସହାୟକ ହୁଏ .

ଖାଦ୍ୟର ପରିମାଣ କିପରି ବଢାଇବେ ?

ସାଧାରଣତଃ ଏହା ବିଭିନ୍ନ ଖାଦ୍ୟ ଖାଇବାକୁ ଦେବା ଦ୍ବାରା ହୋଇଥାଏ . ଧାତବ ପଦାର୍ଥ ଯୁକ୍ତ ଖାଦ୍ୟ ଶରୀରରେ ହାଇଡ୍ରୋଦ୍କ୍ଲୋରିକ୍ ଏସିଡ଼ ସୃଷ୍ଟି କରେ ଯାହା ହଜମ ପ୍ରକ୍ରିୟା ଶକ୍ତି ବଢାଇଥାଏ . ଉଦା – କୁକୁଡା ମାଂଶ . ତେଣୁ ପିଲାକୁ ବାରମ୍ବାର ଭୋକ ଲାଗିଥାଏ . ଖାଦ୍ୟ ଦେବା ମଝିରେ ଏମିତି ସମୟ ଦିଅନ୍ତୁ ଯାହାକି ପିଲାକୁ ହଜମ କରିବାକୁ ସଠିକ୍ ସମୟ ଦେବ . ଏପରି ଖାଦ୍ୟ ଦିଅନ୍ତୁ ଯାହାକି ଭୋକ କରାଇବାରେ ସହାୟକ ହୁଏ ଯଥା ଜୁଆନୀ,ତୁଲସୀ ପତ୍ର ଇତ୍ୟାଦି . ପାଣିରେ ଜୁଆନୀ ଓ କିଛି ତୁଲସୀ ପତ୍ର ପକାଇ ଗରମ୍ କରି ଦିଅନ୍ତୁ . ୧୮ ମାସରୁ ଅଧିକ ପିଲା ପାଇଁ କିଛି ମଂଜି ମଧ୍ୟ ଖାଦ୍ୟରେ ବ୍ୟବହାର କରିପାରିବେ .

ଏହି ସବୁ ଛଡା ମା କୁ ବାରମ୍ବାର ଓ ସ୍ଥିର ଭାବେ ସର୍ବଦା ଏକ ସୁସ୍ବାଦୁ ଖାଦ୍ୟ ଦେବାକୁ ପଡିବ . କାରଣ ଏକ ଭଲ ଅଭ୍ୟାସ ସର୍ବଦା ଫଳପ୍ରଦ ହୋଇଥାଏ ଓ ଅଧିକ ସମୟ ଯାଏ କାମ କରିଥାଏ . ଆହୁରି ମଧ୍ୟ ଏହା ଶିଶୁକୁ ଅଧିକ ପୋଷଣ ଓ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ . ଯାହା ଦ୍ବାରା ଶିଶୁକୁ କୌଣସି ରୋଗ ସହଜରେ ହୋଇନଥାଏ ଓ ଏକ ଶିଶୁ ଏକ ଶୁସ୍ଥ ଜୀବନ ବିତାଇଥାଏ .