ମା ଖିର କେତେବେଳେ ଆସେ ?

ମା ଖିର କେତେବେଳେ ଆସେ ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

ଗର୍ଭଧାରଣ ନିଜ ସହ ମା ପାଇଁ ବହୁତ କିଛି ପ୍ରଶ୍ନ ଓ ଚିନ୍ତା ଆଣି ଆସିଥାଏ . କାରଣ ଗର୍ଭଧାରଣ ସମୟରେ ଶରୀରରେ ବହୁତ କିଛି ପରିବର୍ତନ ଆସିବା ସହ ବହୁତ କିଛି ଆପନଂକ ଠାରୁ ଆଶା କରିଥାଏ ଶରୀର . ତେଣୁ ଏହି ବିଷୟରେ କିଛି ଜାଣିଥିବା ଦ୍ବାରା ଆପନଂକୁ ବହୁତ କିଛି ସାହାର୍ଯ୍ୟ ଓ ସୁବିଧା ହୋଇଥାଏ . ସବୁ ମଧ୍ୟରୁ ସବୁଠୁ ବଡ ଚିନ୍ତାର ବିସୟ ହେଉଛି ସ୍ତନ୍ୟପାନ . ଆସନ୍ତୁ ସେ ବିସୟରେ କିଛି ଜାଣିବା ତାକି ମା ଖିର କଣ , କେତେବେଳେ ପ୍ରସ୍ତୁତ ହୁଏ ଓ କାହିଁକି ହୁଏ . ଯାହା ଦ୍ବାରା ଆମେ ପିଲାର ସଠିକ୍ ଯତ୍ନ ନେଇପାରିବା .

ଖିର ପ୍ରସ୍ତୁତ ଓ ନିସୃତ କେତେବେଳେ ଆରମ୍ଭ ହୁଏ ?

 ଆପନଂକ ଶରୀର ଆପଣ ଗର୍ଭଧାରଣ କରିବା ସମୟରୁହିଁ ଖିର ପ୍ରସ୍ତୁତ କରିବା ଆରମ୍ଭ କରିଥାଏ . ସ୍ତନ୍ୟପାୟୀ ପ୍ରାଣୀ ମାନଂକର ଗ୍ରନ୍ଥି ଖିର ପ୍ରସ୍ତୁତ କରିବାକୁ ଲାକ୍ଟୋଜେନେସିସ୍ କୁହାଯାଏ . ଗର୍ଭାବସ୍ଥା ସମୟରେ ଓ ପ୍ରସବର ପ୍ରଥମ କିଛି ଦିନ ମଧ୍ୟରେ ଖିର ପ୍ରସ୍ତୁତ ଓ ନିସୃତ ବିଭିନ୍ନ ପ୍ରକାର ହରମୋନ୍ ଦ୍ବାରା ହୋଇଥାଏ . ଆସନ୍ତୁ ଜାଣିବା କିଛି ହରମୋନ୍ ବିସୟରେ ଯାହାକି ଏଥିରେ ମା ମାନଂକୁ ସହାୟତା କରେ :

->ପ୍ରୋଲାକଟିନ :-ଖିର ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରେ

->ଅକ୍ସିଟୋସିନ୍ :-ଖିରକୁ ସ୍ତାନନ୍ତର ହେବାରେ ସହାୟକ ହୁଏ . ସ୍ତନରୁ ଖିର ବାହାରିବାରେ ସହାୟକ ହୁଏ .

ପ୍ରସବ ବା ପିଲା ଜନ୍ମ ସମୟରେ ହେଉଥିବା କିଛି ନିର୍ଧିଷ୍ଟ ଘଟଣା ଜାଣିବା ଆସନ୍ତୁ :

->ଅଧିକ ପ୍ରୋଲକ୍ଟିନ ହରମୋନ୍ କ୍ଷରଣ

->ଲାହିନାଡ ଅଲଗା କରିବା

->ପ୍ରୋଜେସ୍ତେରୋନ , ଇସ୍ତରୋଜେନ ଇତ୍ୟାଦି ହରମୋନ୍ କ୍ଷରଣ ହଠାତ୍ କମିଯିବା

ଆସନ୍ତୁ ଜାଣିବା କିଛି ସଂକେତ ଯାହା ଖିର ନିସୃଣର ସଂକେତ ଦିଏ :-

->କୋଲୋସ୍ତ୍ରମ୍ ବା ପ୍ରଥମ ଖିର  :-

    ପିଲା ଜନ୍ମ ହେବାର ପ୍ରଥମ କିଛି ଦିନ ଯୋଉ ଖିର ପ୍ରସ୍ତୁତ ହୋଇଥାଏ ତାହାକୁ କୋଲୋସ୍ତ୍ରମ୍ ବା ପ୍ରଥମ ଖିର  କୁହାଯାଏ . ଏହାକୁ ତରଳ ସୁନା ମଧ୍ୟ କୁହାଯାଏ . ଏହା ହଳଦିଆ ରଂଗର ହୋଇଥାଏ ଆଉ ଅଳ୍ପ ପରିମାଣର ହୋଇଥାଏ କିନ୍ତୁ ବହୁତ ଭିଟାମିନ୍ , ଖଣିଜ ଲବଣ ଓ ରୋଗ ପ୍ରତିରୋଧକରେ ଭରପୁର ହୋଇଥାଏ . ଏହା ବିକଶିତ ମା ଖିର ତୁଳନାରେ କମ ପରିମାଣର ଚର୍ବୀ , ସର୍କରା କମ ଥିବାରୁ ପିଲା ମାନଂକୁ ହଜମ କରିବାରେ ସହଜ ହୁଏ . ଏହା ମଧ୍ୟ ପିଲାକୁ ସଠିକ୍ ପରିମାଣର ମଳ କରାଇବାରେ ସହାୟକ ହୁଏ ଯାହାକି କଲ ରଂଗର ହୋଇଥାଏ . ଏହା ଯୋଗୁ ଏହି ସମୟରେ ପିଲା ମାନଂକର ସବୁଠୁ ବଡ ସତ୍ରୁ ରୋଗ ତଥା ଜନ୍ଡିସ୍ ଠାରୁ ଦୁରରେ ରଖେ .

କୋଲୋସ୍ତ୍ରମ୍ ଗର୍ଭାବସ୍ଥାର ଦ୍ବିତୀୟ ତ୍ରୟୀମାସିକ ସମୟରେ ଆରମ୍ଭ ହେଉଥିଲେ ମଧ୍ୟ ଏହାର ପରିମାଣ ପ୍ରସବ ପରେ ହେଉଥିବା ପରିମାଣ ସହ କୌଣସି ସମ୍ବନ୍ଧ ନଥାଏ . ଗର୍ଭାବସ୍ଥା ସମୟରେ ସବୁ ମା ମାନେ ଏହା କ୍ଷରଣ କରନ୍ତି ନାହି . ତେଣୁ ଏଥି ପାଇଁ ଚିନ୍ତା କରିବାର କିଛି ନାହି .

->ବିକଶିତ ଖିର :-

 ମାର ସ୍ତନ ଧିରେ ଧିରେ ବିକଶିତ ଖିର ପ୍ରସ୍ତୁତ କରେ ଓ ତାହା ଆପଣ ପ୍ରସବର ୪ ୫ ଦିନ ପରେ ନିଜେ ଜାଣିପାରିବେ . କାରଣ ୪ ୫ ଦିନ ପରେ ଆପଣ ସ୍ତନ ଧିରେ ଧିରେ ପୁରା ହେବା ଭଳି ଲାଗିବ . କିଛି ମା ମାନେ ଏଥିରେ ବିଳମ୍ବ ଅନୁଭବ କରିପାରନ୍ତି . ତେଣୁ ଏଥି ପାଇଁ କିଛି ଚିନ୍ତା କରିବାର କାରଣ ନାହି . ଏହି ଖିର ବିକଶିତ ବୋଲି ଆପଣ ଜାଣିପାରିବେ ଏହାକୁ ଦେଖି . କାରଣ ଏହା ସମୟରେ ମା ଖିରେ ଧିରେ ଧିରେ ପତଳା ହେବାକୁ ଲାଗିଥାଏ . ପ୍ରଥମ ୨ ସପ୍ତାହ ଯାଏ ଏହା ପତଳା ହେବା ସହ ଫେଣ ଭଳି ହୋଇଥାଏ . ଏଥିରେ ଧିରେ ଧିରେ ଚର୍ବୀର ପରିମାଣ ଓ ସର୍କରା ପରିମାଣ ବଢିଥାଏ .

କୋଲୋସ୍ତ୍ରମ୍ ବା ପ୍ରଥମ ଖିର  ହରମୋନ୍ ଦ୍ବାରା ହେଉଥିବା ସମୟରେ ଆପନଂକ ସ୍ତନ ପିଲାର ଦରକାର ଅନୁସାରେ ଖିର ପ୍ରସ୍ତୁତ କରିଥାଏ .

କମ ଖିର ପ୍ରସ୍ତୁତ ହେବାର କିଛି କାରଣ ସମୁହ :-

କମ ଖିର ପ୍ରସ୍ତୁତ ଆଜିକାଲି ସମୟରେ ଏକ ମୁଖ୍ୟ ସମସ୍ୟା ଭାବେ ବାହାରିଛି . କିଛି ମା ମାନେ ବିଳମ୍ବରେ ଖିର ପ୍ରସ୍ତୁତ କରିଥାନ୍ତି ତ କିଛି ମା ମାନେ କମ ଖିର ପ୍ରସ୍ତୁତ କରିଥାନ୍ତି . ଏହି ଭଳି ହେବାର କିଛି କାରଣ ଗୁଡିକ ହେଲା :-

->ଜନ୍ମ ସମ୍ବନ୍ଧର କିଛି ତଥ୍ୟ

      ଚିନ୍ତା ଯୁକ୍ତ ପ୍ରସବ ବା ଶଲ୍ୟ ଚିକିସ୍ଛା ବା ଅପରେସନ୍ ଦ୍ବାରା ପ୍ରସବ ମଧ୍ୟ କିଛି ପରିମାଣରେ ଏହାକୁ ପ୍ରଭାବିତ କରିଥାଏ . ଯଦି ନାହି ନାଡର କିଛି ଅଂଶ ଯଦି ଆପନଂକ ଗର୍ଭାଶୟରେ ରହିଯାଏ ଏବେ ମଧ୍ୟ ଏହା ଖିର୍ ପ୍ରସ୍ତୁତକୁ ପ୍ରଭାବିତ କରିଥାଏ କାରଣ ଏହା ପ୍ରୋଜେସ୍ତେରନ୍ ନାମକ ହରମୋନକୁ କମ କରିବାକୁ ଦେଇନଥାଏ ଯାହାର କମ ପରିମାଣ ଖିର ପ୍ରସ୍ତୁତକୁ ବଢାଇଥାଏ .

->ସ୍ତନ୍ୟପାନକୁ ନେଇ କିଛି ତଥ୍ୟ ବା କାରଣ :-

     କମ ବା ବିରଳ ଚିକିସ୍ଛା ସହ କମ ଥର ସ୍ତନ୍ୟପାନ କରିବା ଦ୍ବାରା ମଧ୍ୟ କମ ଖିର ପ୍ରସ୍ତୁତ ହୋଇଥାଏ . କାରଣ ଏହା ଦ୍ବାରା ସ୍ତନରେ ଖିର ଭରୀ ରହିଥାଏ ଯାହା ଫଳରେ ବିଭିନ୍ନ ଖିର ପ୍ରସ୍ତୁତ କାରୀ ଗ୍ରନ୍ଥି କମ ଖିର ତିଆରି କରିବା ପାଇଁ ସନ୍ଦେଶ ପାଇଥାଏ . ତେଣୁ ସ୍ତନ ଯେତେ ପରିମାଣର ଖାଲି ରହିବ ସେତେ ଅଧିକ ଖିର ପ୍ରସ୍ତୁତ ହେବ କିମ୍ବା ଯଦି ସ୍ତନ ଯେତେ ଭରୀ ରହିବ ସେତେ କମ ଖିର ପ୍ରସ୍ତୁତ ହେବ . ଏହା ଛଡା ଅନ୍ୟ ଖାଦ୍ୟ ଯଥା ଶିଶୁ ଖାଦ୍ୟ ବା ଡବା ଖିର ଦେବା ଦ୍ବାରା ପିଲାଟି କମ ପରିମାଣର ମା ଖିର ଖାଇଥାଏ ଯାହା ଦ୍ବାରା ସ୍ତନ ସର୍ବଦା ଭରପୁର୍ ରହିଥାଏ ତେଣୁ କମ ଖିର ପ୍ରସ୍ତୁତ ହୋଇଥାଏ .

->କିଛି ଚିକିସ୍ଛା ବା ସ୍ବାସ୍ଥ୍ୟ ଗତ ସମସ୍ୟା :-

      ମେଦବହୁଳତା , ଡାଇବେଟିସ୍ ଭଳି ରୋଗ ଦ୍ବାରା ମଧ୍ୟ କମ ଖିର ପ୍ରସ୍ତୁତ ହୋଇଥାଏ . କାରଣ ଏହା ଦ୍ବାରା ଇନ୍ସୁଲିନ୍ ଭଳି ହରମୋନ୍ କମ ପ୍ରସ୍ତୁତ ହୋଇଥାଏ ଯାହାକି ଖିର ପ୍ରସ୍ତୁତରେ ବହୁତ ବଡ ଭୁମିକା ଗ୍ରହଣ କରିଥାଏ . ବିଭିନ୍ନ ହରମୋନର ପରିମାଣରେ ପରିବର୍ତନ ଦ୍ବାରା ଖିର ପ୍ରସ୍ତୁତ ପ୍ରଭାବିତ ହୋଇଥାଏ . ଯଥା ହରମୋନ୍ ଗ୍ରନ୍ଥିରେ ଅସୁବିଧା , ଗର୍ଭାଶୟରେ ଅସୁବିଧା ମଧ୍ୟ ଖିର ପ୍ରସ୍ତୁତରେ ବାଧା ସୃଷ୍ଟି କରିଥାଏ .

ଏକ ସ୍ବାସ୍ଥ୍ୟ ଗତ ଅବସ୍ଥା ଯେତେବେଳେ ଗ୍ରନ୍ଥ କୋଷ ପରିମାଣ କମ ହୋଇଥାଏ ସେତେବେଳେ ମଧ୍ୟ ଏକ ମା ଖିର ପ୍ରସ୍ତୁଟରେ ଅସୁବିଧାର ସମୁଖିନ୍ନ ହୋଇଥାଏ . ପୁର୍ବରୁ ଯଦି ସ୍ତନରେ କିଛି ଅପରେସନ୍ ବା ଆଘାତ ହୋଇଥାଏ ତେବେ ଏହା ମଧ୍ୟ କମ ଖିର ପ୍ରସ୍ତୁତ ହେବାର କାରଣ ହୋଇଥାଏ . କିନ୍ତୁ ଏହି ସବୁ ସମସ୍ୟା ଦ୍ବାରା ମଧ୍ୟ ସ୍ତନ୍ୟପାନରେ କିଛି ଅସୁବିଧା ହୁଏ ନାହି କାରଣ ସମସ୍ତ ମା ମାନଂକ କ୍ଷେତ୍ରରେ ଏହା ସମାନ ହୋଇନଥାଏ .

ଯଦି ଖିର ପ୍ରସ୍ତୁତ ନହୁଏ ତେବେ କଣ କରିବେ ?

 ପିଲା ଜନ୍ମ ବା ପ୍ରସବ ହେବାର କିଛି ସମୟ ପୁର୍ବରୁ ଯଦି ସ୍ତନରେ କୋଲୋସ୍ତ୍ରମ୍ ରହିବାର ମାନେ ନୁହଯେ ଖିର ସମ୍ପୁର୍ଣ୍ଣ ଭାବେ ନଥିବ . କିନ୍ତୁ ଯଦି ବିଳମ୍ବ ହୁଏ ତେବେ ଡାକ୍ତର ଠାରୁ ପରାମର୍ଶ ନେବା ଦରକାର ଯାହା ଦ୍ବାରା ପ୍ରକୃତ କାରଣ ଜଣା ପଡିବ . କାରଣ ଆମକୁ ଧ୍ୟାନ ରଖିବାକୁ ପଡିବ ଯେ ଯେପରି ପିଲାର ଖାଇବାରେ କିଛି ଅସୁବିଧା ନହୁଏ . ସ୍ତନ୍ୟପାନ ସମୟରେ ଯେପରି ଚର୍ମ ଠୁ ଚର୍ମ ଲାଗିବା ସମ୍ପୁର୍ଣ୍ଣ ହୁଏ ଧ୍ୟାନ ରଖିବାକୁ ହେବ କାରଣ ଏହା ଅଧିକ ହରମୋନ୍ କ୍ଷରଣରେ ସହାୟକ ହୁଏ ଯାହାକି ଖିର ପ୍ରସ୍ତୁତକୁ ତ୍ବରାନିତ କରିଥାଏ . ଏହା ଛଡା ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ ଯେପରିକି ଆପଣ ପିଲାର ଯତ୍ନ ସଠିକ୍ ଭାବେ ନେଇପାରିବେ . ଚିନ୍ତା ଗ୍ରସ୍ଥ ରହିବା କିମ୍ବା ସଠିକ୍ ଖାଦ୍ୟ ନଖାଇବା ଆପନଂକ ଚିନ୍ତାକୁ ବଢାଇଥାଏ . ତେଣୁ ନିଜର ଧ୍ୟାନ ନେବା ନିହାତି ଆବଶ୍ୟକ .

କାହାକୁ ପଚାରିବେ ବା କାହାର ପରାମର୍ଶ ନେବେ ?

 ବିଭିନ୍ନ ପ୍ରକାର ଲୋକ ସେମାନଂକର ଅଭିଜ୍ଞତାକୁ ନେଇ ବିଭିନ୍ନ ପ୍ରକାର ପରାମର୍ଶ ଦେବେ ,ତେଣୁ ଏହି ପରିସ୍ତିତିରେ ଆପଣ କଣ କରିବେ କାହାର ପରାମର୍ଶ ନେବେ . ଏହି ପରିସ୍ତିତିରେ କେବଳ ଡାକ୍ତରଂକ ପରାମର୍ଶ ନେବା ଦରକାର . ଯଦି ଆପନଂକୁ ସନ୍ଦେହ ଅଛି ଯେ ସଠିକ୍ ପରିମାଣର ଖିର ପ୍ରସ୍ତୁତ ହେଉଛି କିନ ତେବେ ସ୍ତ୍ରୀ ରୋଗ ବିଶେସଜ୍ଞ କିମ୍ବା ଶିଶୁ ରୋଗ ବିଶେସଜ୍ଞଠାରୁ ଉପଦେଶ ନିଅନ୍ତୁ ଓ ସେମାନଂକ ସହ ସହଯୋଗ କରନ୍ତୁ ଯେପରିକି ଠିକ ପରିମାଣର ଖିର ପ୍ରସ୍ତୁତ ହେବା ଓ ପିଲାର ସଠିକ୍ ଯତ୍ନ ନେବା ପାଇଁ .

ପିଲାକୁ ସଠିକ୍ ଭାବେ ଖିର ଓ ଖାଇବାକୁ ଦେବା ସାଧାରଣତଃ ସବୁ ମା ମାନଂକର ଚିନ୍ତାର କାରଣ ହୋଇଥାଏ କିନ୍ତୁ ମନେରଖନ୍ତୁ ଏହାକୁ ଦୁର କରାଯାଇପାରିବ . ତେଣୁ ପ୍ରସବ ପୁର୍ବରୁ ଏହି ବିସୟରେ କିଛି ସବୁ ଜ୍ଞାନ ବା ଧାରଣା ଆପନଂକୁ ବହୁତ ସହାୟକ ହୋଇଥାଏ ପ୍ରସବ ପରେ .ତେଣୁ ଆପନଂକୁ ଏହି ସବୁ ବିଷୟରେ କିଛି ଜ୍ଞାନ ଥିବା ଦରକାର ପ୍ରସବ ପୁର୍ବରୁ .