ଶିଶୁ ମାନଂକ ଖାଇବାରେ ସୁଖ୍ମ ପୋଷକ  ମାନଂକର କଣ ଆବଶ୍ୟକତା ଅଛି ?

ଶିଶୁ ମାନଂକ ଖାଇବାରେ ସୁଖ୍ମ ପୋଷକ  ମାନଂକର କଣ ଆବଶ୍ୟକତା ଅଛି ?

 

ଏହିଆର୍ଟିକିଲ୍ ବର୍ତ୍ତମାନ ଆଇଏପି ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା ଅଧୀନରେ ଅଛି; ଏହାସଂପାଦିତ ହୋଇନାହିଁ କିମ୍ବା ଏ ଯାଏ ଅନୁମୋଦିତ ହୋଇନାହିଁ ଏବଂ ଏଥିରେ ବୈଷୟିକ ଓଭାଷାଗତ ତ୍ରୁଟି ଥାଇପାରେ ।

                      ଜନ୍ମର ପ୍ରଥମ ୬ ମାସ ଯାଏ ଶିଶୁର ପ୍ରଥମ ଖାଦ୍ୟ ହେଉଛି ମା ଖିର . କାରଣ ମା ଖିରରେ ପ୍ରଥମ ୬ ମାସ ଯାଏ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ପୋଷଣ , ଭିଟାମିନ୍, ଖଣିଜ ଲବଣ , ଚର୍ବୀ ଓ ଶ୍ବେତଶାର ଇତ୍ୟାଦି ଭରପୁର୍ ଥାଏ . କିନ୍ତୁ ପିଲାଟି ଯେତେବେଳେ ବଢିବାକୁ ଆରମ୍ଭ କରେ ସେତେବେଳେ ସେ ଅଧିକ ପୋଷଣ ଓ ଭିଟାମିନ୍ ଆବଶ୍ୟକ କରିଥାଏ . ଆଉ ଏହି ଆବଶ୍ୟକ ତାର ସାରା ଜୀବନ ଉପରେ ଯେମିତି ମାନସିକ , ଶାରୀରିକ ଭାବେ ଓ ସମାଜିକ ଭାବେ ପ୍ରଭାବ ପକାଇଥାଏ . ତେଣୁ ଏହି ପରିସ୍ତିତିରେ ସୁଖ୍ମ ପୋଷକ ମାନେ କିଛି ଗୁରୁତ୍ବପୁର୍ଣ୍ଣ ଭୁମିକା ନିର୍ବାହ କରିଥାନ୍ତି . ସୁଖ୍ମ ପୋଷକ ମାନେ କିଛି ଅଳ୍ପ ପରିମାଣରେ ଦରକାର ହୁଏ କିନ୍ତୁ ସେମାନେ ମଣିଷ ଶରୀରର ସଠିକ୍ ବୃଧି ଓ ବିକାଶ ପାଇଁ ଗୁରୁତ୍ବପୁର୍ଣ୍ଣ ଭୁମିକା ଗ୍ରହଣ କରନ୍ତି . ଏମାନେ ହେଲେ ବୋରୋନ୍ , ଲିଥିୟମ୍ , ଲୌହ , ସୋଡିୟମ୍ , ଇତ୍ୟାଦି ହେଉଛି କିଛି ଉଦାହରଣ . ଏହା ସହ ଭିଟାମିନ୍ ବି, ଭିଟାମିନ୍ ଡି , ଭିଟାମିନ୍ କେ ଓ ଅନ୍ୟ କିଛି ପ୍ରକାର ଭିଟାମିନ୍ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଅଟେ .

                        ସୁଖ୍ମ ପୋଷକ ମାନେ ଶରୀରରେ ସମସ୍ତ ବିପାକ ପ୍ରକ୍ରିୟା ଓ ହୃତପିଣ୍ଡ , ଧମନୀ ଆଦିର ବୃଧି ବିକାଶ ପାଇଁ ଦାୟୀ . ଏହା ଛଡା ଏଗୁଡିକ ପିଲାର ଦୃତ ବୃଧି ଓ ବିକାଶ ପାଇଁ ବହୁତ ସହାୟକ ହୁଅନ୍ତି .ତେଣୁ ଏଗୁଡିକ ବହୁତ ଉପକାରୀ ଓ ଗୁରୁତ୍ବପୁର୍ଣ୍ଣ ହୋଇଥାନ୍ତି ଯାହାକୁ ପିଲାର ଖାଦ୍ୟରୁ ଅଲଗା କରିବା ପ୍ରାୟତଃ ଅସମ୍ଭବ .

କିଛି ଗୁରୁତ୍ବପୁର୍ଣ୍ଣ ସୁଖ୍ମ ପୋଷକ  ଓ ତାର କାର୍ଯ୍ୟ :-

                            ସାଧାରଣତଃ ୪୦ ପ୍ରକାର ସୁଖ୍ମ ପୋଷକ  ଅଛି ଯାହାକି ବିଭିନ୍ନ ପୋଷଣ , ଭିଟାମିନ୍, ଖଣିଜ ଲବଣ ଓ କିଛି ରସାୟନିକ ପଦାର୍ଥ ଯାହାକି ସୁଖ୍ମ ପୋଷକ  ଭାବେ ଜଣା ସୁନା.

ଲୌହ :-

ଏହା ସାଧାରଣତଃ ହିମୋଗ୍ଲୋବିନ୍ ପ୍ରସ୍ତୁତ ପାଇଁ ଆବଶ୍ୟକ . ଯାହାକି ମଣିଷ ଶରୀରର ରକ୍ତରେ ଏକ ଗୁରୁତ୍ବପୁର୍ଣ୍ଣ ଉପାଦାନ . କାରଣ ଏହା ଶରୀରର ବିଭିନ୍ନ ଅଂଶକୁ ରକ୍ତ ସହ ଅମ୍ଲଜାନ ପହଂଚାଇବାରେ ସହାୟକ ହୁଏ . ଏହାର ଅଭାବ ଏକ ଗୁରୁତର ଅବସ୍ତା କାରଣ ଏହାର ଅଭାବରେ ବିଭିନ୍ନ ଅଂଗ କମ କରିବା ବନ୍ଦ କରିଦିଏ ଓ କିଛି ଅନ୍ତରୀଣ ଅଂଗ ଭଂଗୀ ଯାଇଥାଏ ବେଳେବେଳେ .

ପ୍ରଥମ ୬ ମାସ ଯାଏ ମା ଖିର ପିଲାକୁ ସମ୍ପୁର୍ଣ୍ଣ ଲୌହ ଯୋଗାଇଥାଏ . କିନ୍ତୁ ୬ ମାସ ପରେ ପିଲାଟି ଯେତେବେଳେ ଅଲଗା କଠିନ ଖାଦ୍ୟ ଖାଇବା ଆରମ୍ଭ କରେ ସେତେବେଳେ ତାର ଶରୀର ଦୃତ ଗତିରେ ବୃଧି କରିଥାଏ . ତେଣୁ ତାକୁ ଅଧିକ ପରିମାଣର ଲୌହ ଦରକାର ହୁଏ . ତେଣୁ ଏପରି ଖାଦ୍ୟ ଦିଅନ୍ତୁ ପିଲାକୁ ଯୋଉଥିରୁ ତାକୁ ସଠିକ୍ ପରିମାଣର ଲୌହ ମିଳିପାରିବ . ଏକ ୧୨ ମାସ ବା ୧ ବର୍ଷର ଶିଶୁ ପାଇଁ ଦିନକୁ ୧୧ ମିଲିଗ୍ରାମର ଲୌହ ଆବଶ୍ୟକ ହୋଇଥାଏ . ତେଣୁ ତାକୁ କୋବି , ଆଳୁ , ସୋୟାବଡି , ପୋଇ ଓ ବିଭିନ୍ନ ଶାଗ ଇତ୍ୟାଦି ଖାଇବାକୁ ଦିଅନ୍ତୁ . ଯାହା ଦ୍ବାରାକି ତାକୁ ସଠିକ୍ ପରିମାଣର ଲୌହ ତା ଖାଦ୍ୟରୁ ହିଁ ମିଳିପାରିବ . କଠିନ ଖାଦ୍ୟ ଖାଇବାର କିଛି ମାସ ପରେ ଆପଣ ତାକୁ ମାଛ ବା ମାଂଶ ମଧ୍ୟ ଦେଇପାରିବେ .

କ୍ୟାଲସିୟମ୍ :-

ଆପଣ ଜାଣିଛନ୍ତି କ୍ୟାଲସିୟମ୍ ସର୍ବଦା ଶୁସ୍ଥ ହାଡ ପାଇଁ ଦରକାର . କିନ୍ତୁ ତାର ମାନେ ନୁହ ଯେ ସମସ୍ତ ପ୍ରକାର କ୍ୟାଲସିୟମ୍ ଏହା କରିଥାଏ . ଏହା ଛଡା କ୍ୟାଲସିୟମ୍ ଦାନ୍ତ , ମାଂଶପେଶୀ ଓ ସ୍ନାୟୁ କୋଷର ବୃଧି ଓ ବିକାଶ ପାଇଁ ଆବଶ୍ୟକ ହୁଏ . ଏତଦ୍ ବ୍ୟତିତ ଖାଦ୍ୟକୁ ଗ୍ରହଣ ଓ ରକ୍ତ ଜମାଟ ବାନ୍ଧିବାରେ ମଧ୍ୟ ସହାୟକ ହୁଏ .

ପ୍ରାଥମିକ ଅବସ୍ତାରେ କିଛି ବର୍ଷ ଯାଏ ପିଲାମାନେ ଅଧିକ କ୍ୟାଲସିୟମ୍ ଦରକାର କରିଥାନ୍ତି . ତା ପରେ ୧୧ ରୁ ୧୫ ବର୍ଷ ବୟସ ସମୟରେ ପିଲା ମାନେ ଦୃତ ବିକାଶ କରିଥାନ୍ତି ଶାରୀରିକ ଭାବେ . ତେଣୁ ଦିନକୁ ପ୍ରାୟତଃ ୭୦୦ ମିଲିଗ୍ରାମର କ୍ୟାଲସିୟମ୍ ଏକ ପିଲା ପାଇଁ ଆବଶ୍ୟକ ହୁଏ .

କ୍ୟାଲସିୟମ୍ ଅଭାବରେ ସାଧାରଣତଃ ପିଲା ମାନଂକୁ ରିକେଟସ୍ ଓ ଦୁର୍ବଳ ହାଡ ହୋଇଥାଏ . ଯାହା ଦ୍ବାରା ତାର ନିତିଦିନ ଜୀବନ ଜାପନ ପ୍ରଭାବିତ ହୋଇଥାଏ . କ୍ୟାଲସିୟମ୍ ସାଧାରଣତଃ ଆମକୁ ଖିର , ଛେନା , ଦହି , ବିନ , ଛତୁଆ କିମ୍ବା ଏହି ଭଳି ଖାଦ୍ୟରେ ଅଧିକ ମିଳିଥାଏ .

ଜିଂକ୍ ବା ଦସ୍ତା :-

ଏହାକୁ ଆମେ ବହୁତ ସମୟ ଶରୀର ବୃଧି ଓ ବିକାଶର ଆବଶ୍ୟକତାଠୁ ଦୁରେଇ ଦେଇଥାଉ କିନ୍ତୁ ଏହାର ଗୁରୁତ୍ବ ବହୁତ ଅଧିକ . କାରଣ ଏହା ଆମ ଶରୀରରେ ୭୦ ରୁ ଅଧିକ ଜିବକୋଶ ପୃଷ୍ଟିସାର ଆବଣ୍ଟନ ଓ କ୍ଷରଣରେ ସହାୟକ ହୁଏ . ଯାହାକି ଆମ ଶରୀର ହଜମ ଠାରୁ ଆରମ୍ଭ କରି ବିପାକ ପ୍ରକ୍ରିୟା ପର୍ଯ୍ୟନ୍ତ ସମସ୍ତ କାମ କରିବାରେ ସହାୟକ ହୋଇଥାଏ . ଏହା ଛଡା ଏହା ମୁଖ୍ୟତଃ ପୋଷକ ଗୁଡିକୁ ଭାଂଗିବାରେ ଓ DNA ତିଆରିରେ ସହାୟକ ହୋଇଥାଏ , ଯାହାକି ଏକ ପିଲା ପାଇଁ ବହୁତ ଗୁରୁତ୍ବପୁର୍ଣ୍ଣ . କିନ୍ତୁ ଏହାର ଅଭାବ ବହୁତ ଅସୁବିଧା କରିଥାଏ ଶିଶୁ ବୃଧିରେ . ଏହାର ପ୍ରାଥମିକ ଲକ୍ଷଣ ହେଉଛି ପିଲାର ମାନସିକ ବୃଧିରେ କମ ବିକାଶ ହେବା . ଏହା ଛଡା ଆଖି ଓ ଚର୍ମରେ କ୍ଷତ ଭଳି ଚିହ୍ନ ହେବା , ଭୋକ ନଲାଗିବା , ଚତୁର ନେହେବା ବା ମାନ୍ଦାଳିଆ ହେବ ଇତ୍ୟାଦି ମଧ୍ୟ ହୋଇଥାଏ .

କିନ୍ତୁ ମନେରଖନ୍ତୁ ଆମ ଶରୀର ଏହାକୁ ଗଛିତ କରି ରଖି ପାରେ ନାହି . ତେଣୁ ଆମକୁ ନିୟମିତ ଏହାକୁ ଖାଇବାକୁ ଦେବାକୁ ପଡିବ . ପ୍ରତିଦିନ ଏକ ୧୨ ମାସ ପିଲା ପାଇଁ ୩ ମିଲିଗ୍ରାମର  ଜିଂକ୍ ବା ଦସ୍ତା ଦରକାର ହୋଇଥାଏ . ଏହା ସାଧାରଣତଃ ମାଂଶରେ ମିଳିଥାଏ . କିନ୍ତୁ ଏହା ଛଡା ଛୁଈଂ ଓ କୋବି ଜାତୀୟ ଖାଦ୍ୟରେ ମଧ୍ୟ ମିଲିଥାଏ . ତେଣୁ ଶାକାହାରୀ ମାନେ ସର୍ବଦା ଏହାର ଅଭାବ ସାମନା କରିବାର ସମ୍ଭାବନା ଥାଏ .

ଭିଟାମିନ୍ :-

ଅନ୍ୟ ମାନଂକ ଭଳି ଏହା ମଧ୍ୟ ବହୁତ ଆବଶ୍ୟକ ଏକ ପିଲାର . କିନ୍ତୁ ଯେହେତୁ ଏହା ଶରୀରରେ ପ୍ରକୃତିକ ଭାବେ ପ୍ରସ୍ତୁତ ହୁଏ ନାହି ତେଣୁ ଏହାକୁ ଆମକୁ ସମ୍ପୁର୍ଣ୍ଣ ଅନ୍ୟ ଖାଦ୍ୟରୁ ପାଇବାକୁ ହେବ . ସାଧାରଣତଃ ୧ ପ୍ରକାର ଭିଟାମିନ୍ ଅଛି. କିଛି ଚର୍ବୀରେ ମିଶୁଥିଵ ବେଳେ କିଛି ପାଣିରେ ମଧ୍ୟ ମିଶିଥାଏ . ଯେପରିକି ଭିଟାମିନ୍ A , D , E , K ଚାରବିରେ ମିଶୁଥିବା ବେଳେ ଭିଟାମିନ୍ C , B , B2 , B3 ଓ ଅନ୍ୟ B ଭିଟାମିନ୍ ଗୁଡିକ ଜଳରେ ମିଶିଥାଏ . ଅଲଗା ଭିଟାମିନ୍ ଅଲଗା ଅଲଗା କାମ କରୁଥୁଲେ ମଧ୍ୟ ମଣିଷ ଶରୀର ବୃଧି ସବୁ ଭିଟାମିନ୍ କିଛି ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି .

ଆମ ଯକୃତରେ ଚର୍ବୀରେ ମିଶୁଥିବା ଭିଟାମିନ୍ ଗଛିତ ରହୁଥିବାରୁ ଏହା ଆମ ଶରୀରରେ ରହିଥାଏ .

ଚର୍ବୀରେ ମିଶୁଥିବା ଭିଟାମିନର କାମ ସବୁ କଣ ?

  • ଦୃଷ୍ଟି ଶକ୍ତି ଓ ଚର୍ମ ସୁରକ୍ଷା ( ଭିଟାମିନ୍ A )
  • ଦାନ୍ତ ଓ ହାଡ ପାଇଁ ସଠିକ୍ ପରିମାଣର କ୍ୟାଲସିୟମ୍ ଗ୍ରହଣ କରି ରଖିବା ( ଭିଟାମିନ୍ D )
  • ସ୍ନାୟୁ କୋଷର ବୃଧି ଓ ବିକାଶ ( ଭିଟାମିନ୍ E )
  • ରକ୍ତ ଜମାଟ ( ଭିଟାମିନ୍ K )

ଜଳରେ ମିଶୁଥିବା ବା ଦ୍ରବିଭୁତ ହେଉଥିବା ଭିଟାମିନର କମ ସବୁ କଣ ?

  • ଲୌହର ଗ୍ରହଣ ( ଭିଟାମିନ୍ C )
  • ସ୍କର୍ଭିରୁ ରକ୍ଷା ( ଭିଟାମିନ୍ C )
  • ରୋଗ ପ୍ରତିରୋଧକ ଶକ୍ତିର ବୃଧି ( ଭିଟାମିନ୍ B )
  • ଚର୍ମର ଯତ୍ନ ଓ ଚିକ୍କଣ ପଣ ବଜାୟ ରଖିବା ( ଭିଟାମିନ୍ B )

ଯେପର୍ଯ୍ୟନ୍ତ ପିଲାଟି ଶୁସ୍ଥ ଓ ତଟକା ପନିପରିବା ଯୁକ୍ତ ଖାଦ୍ୟ ସହ ମାଛ , ମାଂଶ ବା ଅନ୍ୟ ଅନୁପୁରକ ଖାଦ୍ୟ ସଠିକ୍ ପରିମାଣର ଖାଉଛି ସେ ଯାଏ ତାକୁ ଆବଶ୍ୟକ ପରିମାଣର ଭିଟାମିନ୍ ମିଳିଥାଏ . ଏହା ଛଡା ଆପଣ ବିଭିଣ ଫଳ ମୁଳ ସହ ଖିର ଜାତୀୟ ଖାଦ୍ୟ ମଧ୍ୟ ଦେଇପାରିବେ .

ଶେଷକଥା

ଏହା ଛଡା ଆହୁରି ଅନେକ ସୁଖ୍ମ ପୋଷକ ଅଛି ଯାହାକି ଆମ ଶରୀର ଗଠନ ପାଇଁ ଅଳ୍ପ ପରିମାଣରେ ଦରକାର ହୁଏ . କିନ୍ତୁ ଏହାର ପରିମାଣ କମ ହେଲେ ମଧ୍ୟ ଆମେ ଏହାକୁ ଅଣଦେଖା କରିପାରିବା ନାହି . ଯେହେତୁ ଏହାକୁ ମାପିବା ପାଇଁ କିଛି ଉପାୟ ବା ପ୍ରଣାଳୀ କିଛି ନାହି ତେଣୁ ଏକ ସଂତୁଲିତ ଖାଦ୍ୟ ହିଁ ଏକମାତ୍ର ଉପାୟ ଶିଶୁକୁ ସମସ୍ତ ପ୍ରକାର ଭିଟାମିନ୍ ସହ ସୁଖ୍ମ ପୋଷକ ଯୋଗାଇବା ପାଇଁ . ଯଦି ଆପଣ ଭାବୁଛନ୍ତି ଯେ ଆପନଂକ ଶିଶୁଟି ସଠିକ୍ ପରିମାଣର ସୁଖ୍ମ ପୋଷକ ପାଉନାହିଁ ତାର ଖାଦ୍ୟରୁ କିମ୍ବା ତାର ବିକାଶରେ କିଛି ବିଳମ୍ବ ବା ଅସୁବିଧା ହେଉଛି ତେବେ ଆମେ ଡାକ୍ତରଂକ ପରାମର୍ଶ କରିବା ଦରକାର . କାରଣ ସେହିଁ ସଠିକ୍ ଉପାୟ କହିପାରିବେ ଏହାର ନିରାକରଣ ପାଇଁ . କିନ୍ତୁ ଯଦି ଆପଣ ଅନ୍ୟ କିଛି ଖାଦ୍ୟ ସାର କିମ୍ବା ଶିଶୁ ଖାଦ୍ୟ ଦେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିଜ ଡାକ୍ତରଂକ ପରାମର୍ଶ କରନ୍ତୁ ଓ ତାହା ପରେ କିଛି ଅନ୍ୟ ଖାଦ୍ୟ ପିଲାକୁ ଦିଅନ୍ତୁ . କାରଣ ଏକ ଶିଶୁର ଶରୀର ସମସ୍ତ ପ୍ରକାର ଶିଶୁ ଖାଦ୍ୟର ମିଶ୍ରଣକୁ ଗ୍ରହଣ କରିପାରେ ନାହି . ଯାହା ଦ୍ବାରା ତାର ଦେହ ଅଧିକ ଖରାପ ହୋଇଯାଏ .